ମେଷ: ଆପଣ ନିଜର କ୍ରୋଧୀ ଓ ବିବାଦୀୟ ପ୍ରକୃତିକୁ ନିୟନ୍ତ୍ରଣ କରିବାକୁ ଯଦି ସକ୍ଷମ ହେଲେ ଆଜିର ଦିନଟିକୁ ଖୁସିରେ କାଟିବା ଆପଣଙ୍କ ପକ୍ଷେ ସହଜସାଧ୍ୟ ହେବ । ନଚେତ୍ ପରିବାରର ସଦସ୍ୟଙ୍କ ସଙ୍ଗେ ଯୁକ୍ତିତର୍କ ଓ ଝଗଡା ନିଶ୍ଚିତ ହେବ । ଏପରି ଛୋଟ କଥାରେ କଳି ଦ୍ୱାରା ଆପଣଙ୍କ ମାନସିକ ଅସ୍ଥିରତା ବୃଦ୍ଧି ପାଇବ । ଆଜି ଆପଣ କୌଣସି ଆଲୋଚନା ଓ ତର୍କରେ ଭାଗ ନିଅନ୍ତୁ ନାହିଁ । ଆପଣଙ୍କର ଖର୍ଚ୍ଚର ସମୀକ୍ଷା କରନ୍ତୁ ଏବଂ ବାହ୍ୟ ଆଡମ୍ଵର ଦେଖାଇ ଅଯଥା ଖର୍ଚ୍ଚ କରନ୍ତୁ ନାହିଁ । ଯେତେଦୂର ସମ୍ଭବ ଆଜିର ସ୍ଥିରକୃତ ଯାତ୍ରାକୁ କିଛିଦିନ ପାଇଁ ସ୍ଥଗିତ ରଖନ୍ତୁ । କାରଣ ଆଜି ଦିନଟିରେ ଯାତ୍ରା ଆପଣଙ୍କ ପକ୍ଷେ ଶୁଭଫଳ ପ୍ରଦାନ କରିବ ନାହିଁ ।

ବୃଷ: ଆଜି ଦିନଟିର ପ୍ରଥମ ଭାଗରେ ଶୁଭଫଳ ପ୍ରଦାନ କରିବା ସଙ୍ଗେସଙ୍ଗେ ଦିନର ଶେଷ ଭାଗରେ ସେତେଟା ଭଲ ଫଳ ମିଳିବନାହିଁ । ଆପଣଙ୍କ ବୁଦ୍ଧିମତା ଆପଣଙ୍କୁ ନିଜ କର୍ମରେ ଅଜେୟ ପ୍ରତିଦ୍ୱନ୍ଦ୍ବୀ ଭାବରେ ପ୍ରତିଷ୍ଠିତ କରାଇବ । ଏପରିକି ସାମାଜିକ ଜୀବନରେ ଉଚ୍ଚ ପ୍ରତିଷ୍ଠାର ଅଧିକାରୀ ହୋଇପାରିବେ । ମଧ୍ୟାହ୍ନ ପରେ ପରିସ୍ଥିତି ଭିନ୍ନ ରୂପ ଗ୍ରହଣ କରିପାରେ । ଯେଉଁ ଆଗ୍ରହ ନେଇ ଆପଣ ନିଜ ଉପରେ ନ୍ୟସ୍ତ ଥିବା କର୍ମକୁ ସାରିଥାନ୍ତେ, ସେଥିପାଇଁ ନିଜର ବ୍ୟଗ୍ରତା ପ୍ରକାଶ ନ କରିପାରନ୍ତି । ଏହାଦ୍ୱାରା ଆପଣ ହତୋତ୍ସାହିତ ହେବାସହ ଉତ୍କଣ୍ଠିତ ହେବେ । ଏପରି କୌଣସି ଘଟଣାରେ ଆପଣଙ୍କୁ ନିୟୋଜିତ କରନ୍ତୁ ନାହିଁ ଯେଉଁଥିରେ ଆପଣଙ୍କର ସମ୍ମାନରେ ହାନୀ ଆସିବ ।

ମିଥୁନ: ଆପଣ ଆଜି କିଛି ହଜିଯାଇଥିବା ଭଳି ଅନୁଭବ କରିବେ । ଅଶାନ୍ତି ଏବଂ ନିରାଶାବାଦୀର ଅନୁଭବ ଆପଣଙ୍କ ମନକୁ ପ୍ରଭାବିତ କରିବ । ଶାରିରୀକ ଭାବରେ ଆପଣ ସୁସ୍ଥ ଅନୁଭବ ନ କରିପାରନ୍ତି । ଘରେ ପରିସ୍ଥିତି ଏତେ ଅନୁକୂଳ ରହିବ ନାହିଁ । ଛାତ୍ରମାନେ ସେମାନଙ୍କ ଅଧ୍ୟୟନରେ ଏକାଗ୍ରତା ରଖିବା କଷ୍ଟ ଅନୁଭବ କରିବେ । ଅବଶ୍ୟ ଦିନର ମଧ୍ୟଭାଗରେ ପରିସ୍ଥିତିରେ ଉନ୍ନତି ହେବ ।

କର୍କଟ: ଦିନର ପ୍ରଥମ ଭାଗରେ ଆପଣ ତାଜା ଏବଂ ଶକ୍ତିଶାଳୀ ଅନୁଭବ କରିବେ । ବାହାରକୁ ଯିବା କିମ୍ୱା ପିକ୍ନିକ୍ରେ ଯିବା ଆପଣଙ୍କ ପାଇଁ ଦିନ ଭଲ ଆଡକୁ ନେଇପାରେ । ଅବଶ୍ୟ, ଦିନର ଦ୍ୱିତୀୟ ଭାଗରେ ପରିସ୍ଥିତିରେ ପରିବର୍ତ୍ତନ ଆଣିବ । ଆପଣ ଅତି ଭାବପ୍ରବଣ ହୋଇ ପଡିବେ କିନ୍ତୁ ସେଥିରେ ବହୁ ଭାବରେ ପ୍ରଭାବିତ ହେବେ ନାହିଁ । ଅର୍ଥ ଆଗମନ ହେବ ।

ସିଂହ: ଆଜିର ଦିନ ଆପଣଙ୍କ ପାଇଁ ମାନ୍ଦା ରହିବ । ଅବଶ୍ୟ ଦିନର ଦ୍ୱିତୀୟ ଭାଗରେ ପରିସ୍ଥିତିରେ ଉନ୍ନତି ହେବ । କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆଜି ନିଅନ୍ତୁ ନାହିଁ । ଯେହେତୁ ଏହା ଠିକ୍ ହେବାର ଜଣା ପଡୁନାହିଁ । କହିବା ପୁର୍ବରୁ ଦୁଇଥର ଭାବନ୍ତୁ । କାହା ସହିତ, ବିଶେଷ ଭାବରେ ସଂପର୍କୀୟ ଏବଂ ପଡୋଶୀଙ୍କ ସହିତ ଯୁକ୍ତିତର୍କ କରନ୍ତୁ ନାହିଁ ।

କନ୍ୟା: ଦିବସର ପ୍ରଥମାର୍ଦ୍ଧ ବୃତ୍ତି, କର୍ମ ଏବଂ ସାମାଜିକ ସ୍ତରରେ ଆତ୍ମସନ୍ତୋଷ ମିଳିବା ସହିତ ସୁଖରେ ସମୟ ଅତିବାହିତ ହେବ । ବନ୍ଧୁ ତଥା ପରିବାରର ସଦସ୍ୟଙ୍କ ସହିତ ଭ୍ରମଣରେ ଯାଇ ହସଖୁସିରେ ସମୟ କଟିବାର ଯୋଜନା କରିପାରନ୍ତି । ଏହା ଫଳରେ କାର୍ଯ୍ୟ କରିବାର କ୍ଷମତା ହ୍ରାସ ପାଇପାରେ ଏବଂ ମାନସିକ ଚିନ୍ତା ବୃଦ୍ଧି ପାଇପାରେ । ନିଜ ବନ୍ଧୁବାନ୍ଧବଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ । ମାତ୍ର କୌଣସି ପ୍ରକାର ପ୍ରଭାବିତ ନ ହୋଇ କୂଟନୀତି ପ୍ରଯୋଗ କରି ସେମାନଙ୍କ ସହ କଥାବାର୍ତ୍ତା କରନ୍ତୁ । ଏପରି କରିବା ଦ୍ୱାରା ସେମାନଙ୍କ ସଙ୍ଗେ ଭୁଲ ବୁଝାମଣା ହେବନାହିଁ କି ଝଗଡା ମଧ୍ୟ ହେବନାହିଁ । ନିଜର ସ୍ୱାସ୍ଥ୍ୟର ଅବନତି ଘଟିପାରେ । ସତର୍କତା ଅବଲମ୍ଵନ କରନ୍ତୁ ।

ତୁଳା: ଆପଣଙ୍କ ପାଇଁ ଏକ ଉଜ୍ଜ୍ୱଳ ଏବଂ ସୁନ୍ଦର ଦିନ ଅପେକ୍ଷାରେ ରହିଛି । ଆଉ ମଧ୍ୟ, ଆପଣଙ୍କ ଘରକୁ ଅଧିକ ସୁନ୍ଦର, ରଙ୍ଗୀନ ଏବଂ ଆକର୍ଷଣୀୟ କରିବା ପାଇଁ ଆପଣ ସକ୍ରିୟ ଭାବରେ ସଂପୃକ୍ତ ଅଛନ୍ତି । ଆପଣଙ୍କ ଘରେ ଲୋକମାନଙ୍କର ମନ ଶାନ୍ତ ଏବଂ ଆଶାବାଦୀ ରହିବ । କାର୍ଯ୍ୟରେ ବରିଷ୍ଠ ଅଫିସର ଆପଣଙ୍କୁ ଆର୍ଥିକ ଲାଭ ଦେଇପାରନ୍ତି । ଆର୍ଥିକ ଦୃଷ୍ଟିରୁ ଦିନଟି ଭଲ ରହିବ ।

ବିଛା: ବିଛା ରାଶି ଆଜି ପାଇଁ ଭାଗ୍ୟଶାଳୀ ରହିବ । ଧର୍ମ ଯାତ୍ରା କରିବେ । ଆର୍ଥିକ ଲାଭ ଆପଣଙ୍କୁ ଦିନସାରା ପ୍ରାପ୍ତ ହେବ । ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଶାନ୍ତ ମନ ଆପଣଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଉପକାର ଆଣିବ । ଫଳରେ, ଆପଣ ଆପଣଙ୍କ କାର୍ଯ୍ୟ ସଫଳତାର ସହିତ ସଂପୂର୍ଣ୍ଣ କରିବେ ଏବଂ ଠିକ୍ ସମୟରେ ମଧ୍ୟ କରିବେ ।

ଧନୁ: ଆଜିର ସକାଳ ସବୁଦିନ ଭଳି ଆପଣଙ୍କ ପାଇଁ ଆନନ୍ଦମୟ ହେବ ନାହିଁ । ଆପଣଙ୍କର ଅସୁସ୍ଥତା ଏବଂ ସମ୍ବେଦନଶୀଳ ମନ ଆପଣଙ୍କୁ ହତାଦର ଅନୁଭବ ଦେବ । କିଛି ମ୍ୟୁଜିକ୍ ସ୍ୱିଚ୍ ଅନ୍ କରନ୍ତୁ ଏବଂ ଆନନ୍ଦ ମନରେ ଏହାର ଉପଭୋଗ କରନ୍ତୁ । ସେହି ଖରାପ ଏବଂ ହତାସ ଭାବନା ଦୂରେଇ ଦେବା ପାଇଁ ଏହା ହେଉଛି ଏକ ଭଲ ପ୍ରତିକାର । ଆପଣ ଅର୍ଥର ଅଭାବ ଅନୁଭବ କରିପାରନ୍ତି । କିନ୍ତୁ ଏହା ମଧ୍ୟାହ୍ନ ପର୍ଯ୍ୟନ୍ତ ଲାଗି ରହିପାରେ, ତାପରେ ଏହି ସମସ୍ୟା ଦୂର ହୋଇଯାଇପାରେ ।

ମକର: ଆଜି ଦିନ ଆପଣ ପରିବାର, ପ୍ରୀୟଜନ କିମ୍ୱା ବନ୍ଧୁଙ୍କ ସହିତ ବାହାରକୁ ଯିବା ସହିତ ଆରମ୍ଭ କରିପାରନ୍ତି । ଅବଶ୍ୟ ଧ୍ୟାନ ଦିଅନ୍ତୁ ଯେ, ଖର୍ଚ୍ଚ ଅଧିକ ହେବା ଉଚିତ ନୁହେଁ । କାରଣ ଦିନର ଦ୍ୱିତୀୟ ଭାଗରେ ଆର୍ଥିକ ସମସ୍ୟା ରହିପାରେ । ହୁଏତ ହୋଇପାରେ, ଆପଣ ବାହାରକୁ ଯାଇଥିବା ବେଳେ ହୋଇଥିବା ସମସ୍ତ ଖର୍ଚ୍ଚର ଅଧିକାଂଶ ଆପଣ ଫେରି ପାଇ ନପାରନ୍ତି ।

କୁମ୍ଭ: ଆଜିର ଦିନ ଆପଣଙ୍କ ପାଇଁ ଆଶୀର୍ବାଦ । ଏହା ଆପଣଙ୍କ ପାଇଁ ସ୍ୱାସ୍ଥ୍ୟ, ସମ୍ପଦ ଏବଂ ଖୁସୀ ଆଣିଦେବ । ଆନନ୍ଦ ନିଅନ୍ତୁ । ଆପଣ ଆଜି ଅନ୍ତ୍ୟନ୍ତ ସୁନ୍ଦର ଦେଖାଯିବା ପାଇଁ ଚେଷ୍ଟା କରିପାରନ୍ତି ଏବଂ ଆପଣଙ୍କ ଇଚ୍ଛାରେ ପୋଷାକ ଏବଂ ଅନ୍ୟ ଆନୁସଙ୍ଗିକ ଜିନିଷ କ୍ରୟ କରିବାରେ ଅଧିକ ଖର୍ଚ୍ଚ କରିପାରନ୍ତି । ଆଉ ମଧ୍ୟ, ଦର ମୁଲାଇବା ଏବଂ କ୍ରୟ କରିବା ପାଇଁ ଏକ ଶୁଭ ଦିନ ।

ମୀନ: ଆପଣଙ୍କ ମୀନ ରାଶି ପାଇଁ ଏହି ଦିନ ମଧ୍ୟମ ଧରଣର ରହିବ । ବହୁ ସାଂସ୍କୃତିକ ଆକର୍ଷଣରୁ ଦୂରରେ ରହିବା ପାଇଁ ଆପଣଙ୍କୁ ପରାମର୍ଶ ଦିଆଯାଇଛି । ଯାହାକି ଆପଣଙ୍କ ମନକୁ ଟାଣିପାରେ । ବୌଦ୍ଧିକ ଆଲୋଚନାରୁ ଦୂରରେ ରହନ୍ତୁ । ଯେହେତୁ ଏହା ଯୁକ୍ତିତର୍କରେ ପରିଣତ ହୋଇପାରେ । କୌଣସି ନୂଆ କାର୍ଯ୍ୟ ଆଜି କରନ୍ତୁ ନାହିଁ ଏବଂ ଅନ୍ୟ ଦିନ ପାଇଁ ରଖନ୍ତୁ, ଯେହେତୁ ସମୟ ବର୍ତ୍ତମାନ ଅନୁକୂଳ ନୁହେଁ ।
