ମେଷ: ଆପଣ ଯେତେ ବ୍ୟତିବ୍ୟସ୍ତ ହେଲେ ମଧ୍ୟ ଆପଣଙ୍କ ଦିନ ସେପରି ଯିବ ନାହିଁ ଯେପରି ଆପଣ ଚାହୁଁଛନ୍ତି । କେବଳ ନିଜ କଥା ଭାବିବାରେ ସମୟ ଶେଷ ହୋଇଯିବ । ଆହୁରିମଧ୍ୟ ଆପଣଙ୍କ ନିକଟକୁ ଚାହୁଁନଥିବା କିଛି ସମସ୍ୟା ଆସିପାରେ । ଆପଣ ଆପଣଙ୍କ କ୍ରିୟାକଳାପର ସ୍ଥାନ ବଦଳାଇଲେ କିଛି ସୁଫଳ ମିଳିପାରେ । ଖର୍ଚ୍ଚର ପରିମାଣ ବଢ଼ିପାରେ ।

ବୃଷ: ଆଜି ଦିନଟି ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଭଲ ଦିନ । ବ୍ୟବସାୟରେ ବୃଦ୍ଧି ଆସିପାରେ ଏବଂ ଅତି ବଡ ଧରଣର ସଫଳତା ଆଣିଦେଇପାରେ ।କାମ ଅଧିକ ଥିବା ସତ୍ତ୍ୱେ ମନ ଭଲ ରହିବ । ଆୟ ବହୁଳ ଦିନ ଓ ଅର୍ଥଲଗାଣ ପାଇଁ ମଧ୍ୟ ସୁଦିନ ଅଟେ । ଯଦି ଆପଣ ଚାକିରି କରୁଛନ୍ତି ତେବେ ଆପଣ ବରିଷ୍ଠ ସହକର୍ମୀମାନଙ୍କଠାରୁ ସହଯୋଗ ପାଇପାରନ୍ତି । ଘରର ପରିବେଶ ଶାନ୍ତି ଏବଂ ଖୁସିପୂର୍ଣ୍ଣ ରହିବ । ଅର୍ଥର ବର୍ଷା ହୋଇପାରେ । ଆର୍ଥିକ ଲାଭ ସହିତ ଆପଣଙ୍କର ଆର୍ଥିକ ସ୍ରୋତ ମଧ୍ୟ ବର୍ଦ୍ଧିତ ହେବ ।

ମିଥୁନ: ଆପଣ ଆପଣଙ୍କ ଭଳି ଭାବୁଥିବା ଲୋକମାନଙ୍କ ସହ ଏକ ଉତ୍ତମ ସମୟ ଅତିବାହିତ କରିବେ । କାର୍ଯ୍ୟସ୍ଥଳରେ ଓ ଘରେ ଆପଣ ସବୁକିଛି ସଠିକ ଭାବେ କରିବାକୁ ଚେଷ୍ଟା ଚଳାଇବେ । ଦିନ ସାରା ଆପଣ ପ୍ରାୟୋଗିକ ଓ ବ୍ୟାବହାରିକ ରହିବେ । ନିଜ କାର୍ଯ୍ୟକୁ ସଫଳତାର ସହ ଶେଷ କରିବେ । ଅଟକି ରହିଥିବା ଆପଣଙ୍କ ପାଖକୁ ଫେରିପାରେ । ସାମାଜିକ ସ୍ତରରେ ପ୍ରତିଷ୍ଠା ବଢ଼ିବ ।

କର୍କଟ: ଦିନ ସାରା ଆପଣ ଅନେକ ଆହ୍ଵାନର ସମ୍ମୁଖୀନ ହେବେ । ଆପଣ ସେଗୁଡିକର ସଫଳତାର ସହିତ ସାମ୍ନା କରିବେ । ଆପଣ ମସ୍ତିଷ୍କ ତୀକ୍ଷ୍ଣ ରହିବ ଓ ମାରାଥନରେ ଭାଗ ନେଉଥିବା ଜଣେ ଖେଳାଳୀ ଭଳି ଚାଲିବ । ଆପଣଙ୍କୁ କେବଳ ନିଜ ଉପରେ ବିଶ୍ଵାସ ରଖିବା ଦରକାର । ଆହୁରି ମଧ୍ୟ, ଆପଣ ଥରେ ଆପଣଙ୍କ ମସ୍ତିଷ୍କକୁ ମୁକ୍ତ କରିଦେଲେ ଆପଣଙ୍କୁ କେହି ଅଟକାଇପାରିବେ ନାହିଁ । ଆପଣ ଆପଣଙ୍କ ଘର ଭିତର ସଜାସଜିରେ କିଛି ପରିବର୍ତ୍ତନ କରିପାରନ୍ତି ।

ସିଂହ: ଆଜି ନିଜକୁ ଶାନ୍ତ ରଖିଲେ ସବୁ କାର୍ଯ୍ୟ ସହଜରେ ସଫଳତାର ସହ ଶେଷ କରିପାରିବେ । ପାରିବାରିକ ପରିବେଶ ଶାନ୍ତ ରହିବ । କାର୍ଯ୍ୟକ୍ଷେତ୍ରରେ ମଧ୍ୟ ସୁସ୍ଥ ବାତାବରଣ ରହିପାରେ । ଆପଣ ନିଜ ସହକର୍ମୀ ଓ ସମକକ୍ଷ ବ୍ୟକ୍ତିଙ୍କ ଠାରୁ ସହଯୋଗ ପାଇବେ । ଶିକ୍ଷା ବୃତ୍ତିଧାରୀଙ୍କ ପାଇଁ ଶୁଭଦିନ ନୁହେଁ । ଆପଣ ଯୁକ୍ତିତର୍କରୁ ନିବୃତ ରୁହନ୍ତୁ । ଦୂରସ୍ଥାନକୁ ଯାତ୍ରା ଶୁଭଦାୟକ ନୁହେଁ ।

କନ୍ୟା: ଆକସ୍ମିକ ଲାଭ ଆପଣଙ୍କୁ ପୁରୁଣା କ୍ଷତିରୁ ସୁରକ୍ଷା ଦେବ । ଗଭୀର ପ୍ରସଙ୍ଗଗୁଡିକ ଶୀଘ୍ର କାର୍ଯ୍ୟାନ୍ଵିତ ହେବ । ଆପଣଙ୍କ ଶିକ୍ଷାଗତ ଯୋଗ୍ୟତାରେ ଆଗକୁ ଯିବେ । ଶତ୍ରୁ ପରାଜିତ ହେବେ । କୌଣସି ନିଷ୍ପତ୍ତି ନେବା ସମୟରେ ଧ୍ୟାନର ସହିତ ନିଷ୍ପତ୍ତି ନେଲେ ସଫଳତା ଆପଣଙ୍କ ହାତ ମୁଠାରେ ରହିବ । ଆପଣଙ୍କ ଦିନ ଘଟଣାମୟ ରହିବ । ଆୟ ଆନୁସାରେ ଆଜି ଦେଖିଚାହିଁ ଖର୍ଚ୍ଚ କରନ୍ତୁ ।

ତୁଳା: ଆଜି ଆପଣଙ୍କ ବ୍ୟବସାୟକୁ ବିସ୍ତାରିତ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିବେ । ଆପଣଙ୍କ ପିତା ଏବଂ ଗୁରୁଜନମାନଙ୍କ ପକ୍ଷରୁ ଲାଭାନ୍ୱିତ ହେବାର ସମ୍ଭାବନା ଅଛି । ଦିନଟି ଆପଣ ମୌଜ ମଜଲିସରେ କାଟିବେ । ନିଜ ପସନ୍ଦ ମୁତାବକ ସୌଖିନ ପୋଷାକ ପିନ୍ଧିବେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ । ନିଜର କ୍ରୋଧ ନିୟନ୍ତ୍ରଣ କରନ୍ତୁ । ନିଜ ପତି/ପତ୍ନୀଙ୍କ ସହ ଉତ୍ତମ ସମ୍ପର୍କ ରଖିବାକୁ ଯତ୍ନଶୀଳ ହୁଅନ୍ତୁ । ଆର୍ଥିକ ଅବସ୍ଥାକୁ ଆଖିଆଗରେ ରଖି ଖର୍ଚ୍ଚ କରନ୍ତୁ ।

ବିଛା: ଆଜି ଆପଣ କାର୍ଯ୍ୟ ପ୍ରତି ଆପଣଙ୍କ ପ୍ରତିବଦ୍ଧତା ଓ ପରିବାର ପ୍ରତି ନିଷ୍ଠା ଦେଖାଇବେ । ଦିନଟି ଭଲରେ କଟିବ । ସୌଭାଗ୍ୟବଶତଃ ଘରର କେତେକ ସମସ୍ୟାକୁ ସମାଧାନ କରିବାକୁ ସକ୍ଷମ ହେବେ । ଭାଇ ଭଉଣୀଙ୍କ ସଙ୍ଗେ ଆମୋଦ ପ୍ରମୋଦ କରିବେ । ଆପଣଙ୍କ ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରହିବ । ଆପଣ ନିଜ ଉଦ୍ୟମ ଫଳରେ ସବୁକ୍ଷେତ୍ରରେ ଉତ୍ତମ ଫଳ ପାଇବେ । ଆପଣ ନିଜ କ୍ରୋଧକୁ ପରିତ୍ୟାଗ କରି ଦିନଟିକୁ ମନଭରି ଉପଭୋଗ କରନ୍ତୁ ।

ଧନୁ: ଗତ କିଛି ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ମିଠାକଥା କହି ଅନ୍ୟଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବେ । ଆଜି ସାମାନ୍ୟ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ । ଯାହା କରିବେ ସେଥିପ୍ରତି ଅତ୍ୟନ୍ତ ଯତ୍ନଶୀଳ ହେବେ । ବୃତ୍ତିଗତ କାର୍ଯ୍ୟରେ ସହକର୍ମୀ ଓ ସହଯୋଗୀଙ୍କ ସହଯୋଗରେ କଠିନ କାର୍ଯ୍ୟ କରିବାରେ ସକ୍ଷମ ହେବେ । ଆଜି ସାମାଜିକ, ବନ୍ଧୁ ମିଳନ ଓ ଅର୍ଥ ସମାଗମରେ ସମୟ ଅତିବାହିତ କରିବେ ।

ମକର: ଆପଣଙ୍କ ଉପରେ କାର୍ଯ୍ୟ ଓ ଦାୟିତ୍ଵର ଚାପ ବଢି ଯାଇପାରେ । କିନ୍ତୁ ଆପଣ ଶକ୍ତିଶାଳୀ ବ୍ୟକ୍ତି ଭାବରେ ସବୁକୁ ହ୍ୟାଣ୍ଡେଲ କରିବେ । ଆପଣଙ୍କ ସହନଶୀଳତାକୁ ସମସ୍ତେ ଗ୍ରହଣ କରିବେ ଓ ପ୍ରଶଂସା କରିବେ । ଖାଦ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ଭିନ୍ନ ଭିନ୍ନ ଲୋକଙ୍କ ସହ ମିତ୍ରତା ବଢିବ ।ପାରିବାରିକ ସମ୍ପର୍କ ଭଲ ରହିବ । କିଛି ଶୁଭ ଫଳ ପାଇବେ । ଉଚ୍ଚ ଚିନ୍ତା ଶକ୍ତି ହେବ ।

କୁମ୍ଭ: ସୁଫଳ ଯୁକ୍ତ ଦିନଟି ହେବ । ଦର୍ଶନୀୟ ସ୍ଥାନ ପରିଦର୍ଶନରେ ଯିବେ । ଅର୍ଥ ବ୍ୟୟ ବଢିବ । ବିଦେଶରୁ ସୁସମ୍ୱାଦ ପ୍ରାପ୍ତି ହେବ । ଯେଉଁ କାର୍ଯ୍ୟକରିବାକୁ ଆପଣ ଯୋଜନା କରିଥିଲେ, ତାହା ଆଜି ସାରିବାକୁ ସକ୍ଷମ ହେବେ । ବ୍ୟବସାୟ ପାଇଁ ଆଜି ହିଁ ସର୍ବୋତ୍କୃଷ୍ଟ ଦିନ ଅଟେ । ପୁରୁଣା ବନ୍ଧୁଙ୍କ ସହ ଆପଣଙ୍କର ସାକ୍ଷାତ ହୋଇପାରେ । ଆପଣ କିଛି ନୂଆ ବନ୍ଧୁମଧ୍ୟ କରିବେ । ଆତ୍ମବିଶ୍ୱାସ ଆପଣଙ୍କୁ ଆଗକୁ ଆଗକୁ ଟାଣିବ ।

ମୀନ: ଆଜି ଆପଣ କେବଳ ନିଜ ଭବିଷ୍ୟତର ଲକ୍ଷ୍ୟ ପାଇବା ଉପରେ ଧ୍ୟାନ କେନ୍ଦ୍ରିତ କରିବେ । ଅନେକ ଦିନ ଧରି ଆପଣ ଯେଉଁ ମିଳିତ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତାହା ଆଜି ଆରମ୍ଭ ହୋଇପାରେ । ବ୍ୟବସାୟ ସମ୍ପର୍କିତ ଏକ ଯାତ୍ରା ମଧ୍ୟ ଥିବାର ଜଣାପଡୁଛି । ଘରେ ହସଖୁସିରେ ଦିନ କଟିବ । ଆୟର ନୂତନ ଉତ୍ସ ମିଳିବ । କର୍ମଚଞ୍ଚଳ ରହିବେ । ପ୍ରତିଷ୍ଠା ବଢ଼ିବ ।
