ମେଷ: ବ୍ୟବସାୟ ଦୃଷ୍ଟିରୁ, ଆପଣ ଆପଣଙ୍କ ବରିଷ୍ଠ ବ୍ୟକ୍ତିମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନାରେ ଲାଗି ରହିବେ । ଆପଣଙ୍କ ପ୍ରକଳ୍ପକୁ ସରକାର ତରଫରୁ କିଛି ଲାଭ ମିଳିବ । ଚାକିରି ସମ୍ବନ୍ଧୀୟ ଯାତ୍ରା ଆପଣ କରିପାରନ୍ତି । ଆପଣଙ୍କ ପରିବାରର ଅନସ୍ଥା ଦୋଦୁଲ୍ୟମାନ ରହିବ । ଆର୍ଥିକ ସ୍ଥିତି ସୁଦୃଢ ରହିବ ।

ବୃଷ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳାଫଳ ଦେବ । ବ୍ୟବସାୟୀମାନେ ନିଜ ନିଜ ପ୍ରକଳ୍ପରେ ଫଣ୍ଡ୍ ନିବେଶ କରି ନୂଅ କାମ ହାତକୁ ନେଇପାରନ୍ତି । ମୋଟ ଉପରେ ଭବିଷ୍ୟତ ପାଇଁ ଯୋଜନା କରିପାରନ୍ତି । ବିଦେଶ ଯାତ୍ରା କରିପାରନ୍ତି । ଗୋଟିଏ ତୀର୍ଥସ୍ଥାନ ଦର୍ଶନ ଆପଣଙ୍କ ଧାର୍ମିକତାକୁ ସାମର୍ଥ୍ୟ ଯୋଗାଇଦେବ । ଯାତ୍ରା ବେଳେ ସତର୍କ ରୁହନ୍ତୁ ।

ମିଥୁନ: ଦିନଟି ଅତ୍ୟନ୍ତ ଅଶୁଭ ହୋଇପାରେ । ଯେଉଁମାନେ ନିଜର ଶାରୀରିକ ଅସୁବିଧା ପାଇଁ ଚିକିତ୍ସିତ ହେଉଛନ୍ତି, କୌଣସି ଜରୁରୀକାଳୀନ ପରିସ୍ଥିତି ପାଇଁ ଶଲ୍ୟଚିକିତ୍ସା କରନ୍ତୁ ନାହିଁ । ଆକ୍ରମଣାତ୍ମକ ମନୋଭାବ ଆପଣଙ୍କୁ ଆଘାତ ଦେଇପାରେ । ନିଜର ମାନସିକ ଶାନ୍ତିକୁ ରକ୍ଷା କରନ୍ତୁ । ଅସାବଧାନତା ନିଜର ମାନହାନୀ ଘଟାଇ ପାରେ । ସେଥିପାଇଁ କଥାବାର୍ତ୍ତାରେ ନମ୍ର ଭାବ ଆପଣଙ୍କୁ ଝଗଡାରୁ ବଞ୍ଚାଇପାରିବ । ଖର୍ଚ୍ଚର ପରିମାଣ ଅଧିକ ହୋଇଯିବା, ଯାହା ପାଇଁ ଆପଣ ଆର୍ଥିକ ସଙ୍କଟର ସମ୍ମୁଖିନ ହୋଇପାରନ୍ତି । ମାନସିକ ଶାନ୍ତି ପାଇବାକୁ ହେଲେ ଠାକୁର ପୂଜା ହିଁ ସର୍ବତ୍କୃଷ୍ଟ ଉପାୟ ।

କର୍କଟ: ଆପଣ ଆପଣଙ୍କର ଦିନଟିକୁ ସାଙ୍ଗସାଥି ଏବଂ ପ୍ରିୟଜନମାନଙ୍କ ସହିତ ସୁଖରେ ବିତାଇ ପାରନ୍ତି । ଅତ୍ୟଧିକ ଆମୋଦପ୍ରମୋଦ ଆପଣଙ୍କୁ ଅତ୍ୟନ୍ତ ଖୁସି ରଖିପାରେ । ବ୍ୟବସାୟ ଆଡକୁ ଦେଖିବାକୁ ଗଲେ, ଆପଣ ଆର୍ଥିକ ଭାବରେ ଲାଭବାନ ହେବେ । ଆପଣ ଆପଣଙ୍କ ପାର୍ଟନରଙ୍କ ଠାରୁ ଲାଭ ପାଇପାରନ୍ତି । ଛୋଟ ଯାତ୍ରାର ଅନୁଭବ ଆପଣଙ୍କର ସର୍ବଦା ମନେ ରହିବ । ସାମାଜିକ ଭାବରେ ଆପଣ ସମ୍ମାନ ଅର୍ଜନ କରିବେ ।

ସିଂହ: ଉତ୍କଣ୍ଠାରେ ଜଡିତ ହୋଇ ଦିନଟି ଅଶାନ୍ତିରେ କଟିବ । ଦୁଃଖଦୁର୍ଦ୍ଦଶା ଭୋଗିବା ଯୋଗୁଁ ମନ ଭାରାକ୍ରାନ୍ତ ହେବ । କୌଣସି କାରଣରୁ କାର୍ଯ୍ୟ କରିବାବେଳେ ଅସୁବିଧାରେ ପଡିପାରନ୍ତି । କାର୍ଯ୍ୟାଳୟରେ ନିଜର ସହକର୍ମୀଙ୍କ ଠାରୁ ସହଯୋଗ ମିଳିବ ନାହିଁ । ନିଜର ବରିଷ୍ଠ ଅଧିକାରୀଙ୍କ ସହ କଥାବାର୍ତ୍ତା ହେଲାବେଳେ ସଞ୍ଜମତା ରଖନ୍ତୁ । କଠିନ ପରିଶ୍ରମ କରିଥିବା କାର୍ଯ୍ୟରେ ସାମାନ୍ୟ ସଫଳତା ମିଳିପାରେ ।

କନ୍ୟା: ଆଜି ଦିନଟି ଛାତ୍ରଙ୍କ ପାଇଁ ସଂଘର୍ଷପୂର୍ଣ୍ଣ ଅଟେ । ନିଜର ସନ୍ତାନମାନଙ୍କ ଚିନ୍ତାରେ ବୁଡି ରହିବେ । ଅର୍ଥ ଲଗାଣକାରୀ ସଂସ୍ଥା କିମ୍ବା ବାଜି ଲଗେଇଥିବା ସଂସ୍ଥାରୁ କିଛି ନ ମିଳିବା ପାଇଁ ହତୋତ୍ସାହିତ ହେବେ । ମାନସିକ ଅଶାନ୍ତିରେ ଦିନଟିକୁ ଅତିବାହିତ କରିବେ । କୌଣସି ମେଧା ଆଲୋଚନାରେ ଅଂଶଗ୍ରହଣ କରନ୍ତୁ ନାହିଁ ।

ତୁଳା: ଆଜି ଦିନଟି ଆପଣଙ୍କ ପାଇଁ ମାନ୍ଦାଳିଆ ରହିବ । ଆପଣ ଶାନ୍ତ ଏବଂ ନିରବ ଏହିବା କଷ୍ଟକର ହୋଇପଡିବ । ସବୁ ସମୟରେ ସତର୍କ ରହିବାକୁ ପଡ଼ିବ । ବିଶେଷ କରି ସଂପତ୍ତି ବିଷୟରେ କଥାବାର୍ତ୍ତା କରିବା ପ୍ରତି ବିରତି ରୁହନ୍ତୁ । ଯାତ୍ରା କରନ୍ତୁ ନାହିଁ । ଆପଣଙ୍କର ପରିବାରର ପରିବେଶ ଅସ୍ଥିର ରହିବ । ତର୍କ ଏବଂ ଯୁକ୍ତି ନ କରିବା ପାଇଁ ଚେଷ୍ଟା କରନ୍ତୁ ।

ବିଛା: ଆଜି ଆନନ୍ଦ ଏବଂ ମଜ୍ଜା ପ୍ରତି ସେକେଣ୍ଡରେ ଭରି ରହିଛି । ଆଜିର ଦିନ ଏକ ଭାଗ୍ୟଶାଳୀ ଦିନ ଅଟେ । ଆପଣଙ୍କ ଆନନ୍ଦର ସୀମା ରହିବ ନାହିଁ ଏବଂ ଏଥିରେ ନିଜକୁ ହଜେଇଦେବେ । ନିଜର ଚେଷ୍ଟା ବଳରେ ନିଜର ହଜିଯାଇଥିବା ବନ୍ଧୁଙ୍କ ସହ ପୁଣି ମିଶିପାରିବେ । ଏହାଦ୍ୱାରା ଆପଣଙ୍କର ଲାଭ ହେବ । ଆପଣଙ୍କ ନୂତନ କାମରେ ସେମାନଙ୍କ ସହଯୋଗ ମିଳିବ । ଭବିଷ୍ୟତରେ ଲାଭବାନ ହେବେ । ଦୂର ଯାତ୍ରା କରିପାରନ୍ତି ।

ଧନୁ: ଏହି ଦିନଟି ଆପଣଙ୍କ ପାଇଁ ଫଳପ୍ରଦ ହେବ । ଆପଣ ଆର୍ଥିକ ଲାଭରେ ରହିପାରନ୍ତି । ମହିଳାମାନଙ୍କ ଭାଗ୍ୟ ସେମାନଙ୍କ ସପକ୍ଷରେ ଯିବ । ଆପଣଙ୍କ ପ୍ରିୟଜନ ଆପଣଙ୍କୁ ଖୁସି ପାଇଁ ଆନନ୍ଦିତ ହେବେ । ନୂଆ କାମ ହାତକୁ ନେବାର ଏହା ହେଉଛି ସଠିକ ସମୟ । ଛୋଟିଆ ଯାତ୍ରା କରିପାରନ୍ତି । ଆପଣ ମାନସିକ ଭାବରେ ଆରାମ ଅନୁଭବ କରିବେ । ଆପଣଙ୍କ ଶତ୍ରୁମାନେ ଆପଣଙ୍କ ଠାରୁ ପରାସ୍ତ ହେବେ ।

ମକର: ଦିନଟିର ଶୁଭାରମ୍ଭ ପୂର୍ବରୁ ଭଗବାନଙ୍କର ପାଦପଦ୍ମରେ ପ୍ରାର୍ଥନା କରି ଆଶୀର୍ବାଦ ଭିକ୍ଷା କରନ୍ତୁ । ନିଜର ବୃତ୍ତିରେ ସହକର୍ମୀଙ୍କ ସଙ୍ଗରେ ଓ ପ୍ରିୟଜନଙ୍କ ସଙ୍ଗରେ ବନ୍ଧୁତ୍ୱ ଅତୁଟ ରହିବ । ବୃତ୍ତିରେ ନିଜର କର୍ମଦକ୍ଷତା ଯୋଗୁଁ ପ୍ରିୟଭାଜନ ହେବେ । ଉପରିସ୍ଥ କର୍ମଚାରୀଙ୍କ ଶୁଭଦୃଷ୍ଟି ପଡିବ । ଅତ୍ୟଧିକ ପରିଶ୍ରମ କରନ୍ତୁ ନାହିଁ । ଏହାର କୁପ୍ରଭାବ ଶରୀର ଉପରେ ପଡିପାରେ ।

କୁମ୍ଭ: ଆଜି ଆପଣ ଶାରୀରିକ ଓ ମାନସିକ କ୍ଲାନ୍ତି ଅନୁଭବ କରିବେ । ପରିବାରର ସଦସ୍ୟଙ୍କ ସହ ମନୋମାଳିନ୍ୟ ଘଟିପାରେ । ଅର୍ଥଲଗାଣ କ୍ଷେତ୍ରରେ ସର୍ତକତା ଅବଲମ୍ୱନ କରନ୍ତୁ । ଖର୍ଚ୍ଚ ବୃଦ୍ଧି ଘଟିପାରେ । ବ୍ୟକ୍ତିଗତ କ୍ଷତିକୁ ଭରଣ କରିବାକୁ ଚେଷ୍ଟା କରିପାରନ୍ତି । ନିଜର ଉତ୍ତେଜିତ ମନକୁ ଆୟତ୍ତରେ ରଖନ୍ତୁ । ଆଜି ଆପଣ ଦୁର୍ଘଟଣାର ସମ୍ମୁଖିନ ହୋଇପାରନ୍ତି ।

ମୀନ: ଅପ୍ରତ୍ୟାଶିତ ଭାବେ ଆର୍ଥିକ ଲାଭ ହେବାର ସୂଚନା ମିଳୁଛି । ଆପଣଙ୍କ ସନ୍ତାନଙ୍କ ସମ୍ପର୍କିତ ଖୁସି ଖବର ପାଇବେ । ପିଲାଦିନର ଜଣେ ବନ୍ଧୁଙ୍କ ସହିତ ସାକ୍ଷାତ କରି ଆପଣ ଆନନ୍ଦିତ ହେବେ । ଆଜି ଆପଣ ନୂତନ ବନ୍ଧୁ ସୃଷ୍ଟି କରିପାରନ୍ତି ଯାହାକି ଭବିଷ୍ୟତରେ ଆପଣଙ୍କୁ ଉପକୃତ କରାଇବ । ବୃତ୍ତିଗତ ଜୀବନରେ ଅର୍ଥଲାଭର ଶୁଭ ସୂଚନା ଅଛି । ଆପଣ ପରିଭ୍ରମଣରେ ଯାଇ ଆନନ୍ଦ ଲାଭ କରିପାରନ୍ତି ।
