ହାଇଦ୍ରାବାଦ: ସାଧାରଣ ବ୍ୟକ୍ତି ଭାବେ ଜୀବନ ଆରମ୍ଭ, ହେଲେ ସେ ଥିଲେ ଅସାଧାରଣ ବ୍ୟକ୍ତିତ୍ବ । ସେ ତେଲୁଗୁ ଲୋକଙ୍କର ଏକ ଉଚ୍ଚ ଆଦର୍ଶ ବ୍ୟକ୍ତିତ୍ୱ । ତାଙ୍କ ଜୀବନ ଥିଲା ନିରନ୍ତର ସଂଘର୍ଷର ବଳିଷ୍ଠ କାହାଣୀ । ପ୍ରତ୍ୟେକ ସଂଘର୍ଷ ବିଜୟର ଏକ ଶିକ୍ଷା ପ୍ରଦାନ କରିଥିଲା । ତାଙ୍କ ଚିନ୍ତାଧାରା ସର୍ବଦା ବିକଶିତ ହେଉଥିଲା । ସେ ଜଣେ ନିରନ୍ତର ଶିକ୍ଷାର୍ଥୀ ଥିଲେ । ହଜାର ହାତ ଏବଂ ହଜାର ମସ୍ତିଷ୍କର କାର୍ଯ୍ୟ ଏକାକୀ କାର୍ଯ୍ୟକାରୀ କରିବାରେ ସକ୍ଷମ ଥିବା ବ୍ୟକ୍ତି ଥିଲେ ସେ । ପ୍ରତିଷ୍ଠାନ ନିର୍ମାଣ ଦୁନିଆରେ ଜଣେ ବାହୁବଳୀ । ଏଭଳି ବ୍ୟକ୍ତିତ୍ବ ଯିଏ ଅଟଳ ବିଶ୍ୱାସକୁ ପ୍ରେରଣା ଦେଇଥିଲେ । ସେ ସତ୍ୟକୁ ନିଜର ଅସ୍ତ୍ର ଭାବେ ବ୍ୟବହାର କରୁଥିଲେ ଏବଂ ବ୍ୟବସ୍ଥାକୁ ସାମ୍ନା ସାମ୍ନି ଚ୍ୟାଲେଞ୍ଜ କରିଥିଲେ ।
ଜଣେ ବ୍ୟକ୍ତି ଗୋଟିଏ ଜୀବନ କାଳରେ କ'ଣ ଏତେ ବିବିଧ ସଫଳତା ହାସଲ କରିପାରିବ ? ଜଣେ ବ୍ୟକ୍ତି ଏତେ ବ୍ୟାପକ ସଫଳତା କ'ଣ ଦେଖିପାରିବ ? ରାମୋଜୀ ରାଓଙ୍କ ସଫଳତାର ରାସ୍ତା ପ୍ରକୃତରେ ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟଜନକ ।

ସମ୍ମାନନୀୟ ରାମୋଜୀ ରାଓ । ଜଣେ ସାଧାରଣ ଚାଷୀ ପରିବାରରେ ତାଙ୍କର ଜନ୍ମ ଗ୍ରହଣ । ସେ ନିର୍ବିରୋଧ ସମର୍ପଣ ସହିତ ଆଗକୁ ବଢ଼ିବା ସହ ନିଜେ ଏକ ଅନୁଷ୍ଠାନରେ ପରିଣତ ହୋଇଥିଲେ । ଅନେକ କୁହନ୍ତି ଯେ, ସେ ଯାହା ଛୁଇଁ ଦେଉଥିଲେ, ତାହା ସୁନାରେ ପରିଣତ ହୋଇ ଯାଉ ଥିଲା । କିନ୍ତୁ ପ୍ରତ୍ୟେକ ସଫଳତା ପଛରେ ଚିନ୍ତା, ରଣନୀତି, ସଂଘର୍ଷ, ପ୍ରୟାସ ଏବଂ ଦୃଢ଼ତାର ଗଭୀରତାକୁ ବହୁତ କମ୍ ଲୋକ ଅନୁଭବ କରନ୍ତି । ପଥରକୁ ମଣିରେ, ପଥରକୁ ମୂର୍ତ୍ତିରେ ପରିଣତ କରିବାର ପ୍ରତିଭା ତାଙ୍କ ପାଖରେ ଥିଲା । ପ୍ରତିକୂଳ ପରିସ୍ଥିତିକୁ ମଧ୍ୟ ସକାରାତ୍ମକ ସୁଯୋଗରେ ପରିଣତ କରିବାର ଅନନ୍ୟ ଦକ୍ଷତା ରାମୋଜୀ ରାଓଙ୍କ ନିକଟରେ ଥିଲା । ତାଙ୍କର ଏକମାତ୍ର ମନ୍ତ୍ର: ପରିସ୍ଥିତି ଯାହା ବି ହେଉ ନା କାହିଁକି ପଛକୁ ନ ଫେରି ଆଗକୁ ବଢ଼ି ଚାଲ । କ୍ଷେତ୍ର ଯାହା ବି ହେଉ, ସେ ଶିଖରରେ ନପହଞ୍ଚିବା ପର୍ଯ୍ୟନ୍ତ କେବେ ଅଟକି ନଥିଲେ । ସେ ଜଣେ ଉଲ୍ଲେଖନୀୟ ବ୍ୟକ୍ତିତ୍ବ ଥିଲେ, ଯିଏ ତାଙ୍କ ଦୃଷ୍ଟିକୋଣ ସହିତ ସମଗ୍ର ଟିମ୍କୁ ସାଙ୍ଗରେ ନେଇ ଚାଲୁଥିଲେ ।
ସକାଳ ହେବା ପୂର୍ବରୁ ଜାଗ୍ରତ ହୋଇ, ସେ ସୁଯୋଗର ଦ୍ୱାରଦେଶରେ ଠିଆ ହେଲେ ଏବଂ ଇନାଡୁ ମାଧ୍ୟମରେ ତେଲୁଗୁ ସୂଚନା କ୍ଷେତ୍ରରେ ବିପ୍ଳବ ଆଣିଥିଲେ । ସାମ୍ବାଦିକତାରେ ସେ ଅସଂଖ୍ୟ ନୂତନତ୍ୱ ଆଣିଲେ । ନିଜ ଜୀବନ କାଳ ମଧ୍ୟରେ ସର୍ବୋଚ୍ଚ ମାନଦଣ୍ଡକୁ ବଜାୟ ରଖିଥିଲେ । ସେ ଭାରତୀୟ ଗଣମାଧ୍ୟମ ଇତିହାସରେ ଏକ ଗଭୀର ଛାପ ସୃଷ୍ଟି କରିଥିଲେ । ଚମକଦାର ହେଡଲାଇନ୍ସ , ମନ ମୁଗ୍ଧକର ଫଟୋଗ୍ରାଫ, ଜିଲ୍ଲା ସଂସ୍କରଣ, ଫୁଲ୍-ଆଉଟ୍, ସ୍ୱତନ୍ତ୍ର ପୃଷ୍ଠା, ମହିଳାଙ୍କ ପାଇଁ ବସୁନ୍ଧରା ଆଦିକୁ ଇନାଡୁ ମାଧ୍ୟମରେ ପରିଚିତ କରାଇଥିଲେ । ପୁସ୍ତକ ଆକାରରେ ରବିବାର ସପ୍ଲିମେଣ୍ଟ ଭିନ୍ନ ଏକ ଅନୁଭବ ଥିଲା । ଚାଡୁଭୁ (ଶିକ୍ଷା), ସୁଖିଭବଃ, ଇନାଡୁ, ସିରି, ଇ ତାରମ୍, ହାଇ ବୁଜ୍ଜୀ, ମକରନ୍ଦମ୍ ଏବଂ ଆହା ଭଳି ପଦକ୍ଷେପ ସହିତ, ଇନାଡୁ ତେଲୁଗୁ ପାଠକଙ୍କ ରୁଚିକୁ ବୁଝିପାରିଥିଲା ଏବଂ ଅନ୍ୟ କୌଣସି ତୁଳନାରେ ପୂରଣ ମଧ୍ୟ କରିଥିଲା।

ଦୈନିକ ଖବରକାଗଜରୁ ସାପ୍ତାହିକ ଏବଂ ମାସିକ ପତ୍ରିକା, ବହୁଭାଷୀ ଟିଭି ଚ୍ୟାନେଲରୁ ୱେବସାଇଟ୍ ପର୍ଯ୍ୟନ୍ତ, ସମାଜକୁ ଆଲୋକିତ କରିବା ପାଇଁ ରାମୋଜୀ ରାଓ ବହୁବିଧ ପ୍ଲାଟଫର୍ମ ବ୍ୟବହାର କରିଥିଲେ । ତେଲୁଗୁ ଲୋକଙ୍କ ମଧ୍ୟରେ ଜନ ସଚେତନତା, ରାଜନୈତିକ ଚେତନା ଏବଂ ଜ୍ଞାନ ବୃଦ୍ଧି କରିବାରେ ତାଙ୍କର ଭୂମିକା ଚୀର ସ୍ମରଣୀୟ । ସେ ଅନ୍ୟଥା ଅକଳ୍ପନୀୟ ପ୍ରସଙ୍ଗଗୁଡ଼ିକୁ ଲୋକ ଲୋଚନକୁ ଆଣିଥିଲେ ଏବଂ ତେଲୁଗୁ ସମାଜକୁ ସଚେତନ କରିଥିଲେ । ସେ ପ୍ରଥମ ବ୍ୟକ୍ତି ଥିଲେ, ଯିଏ ଖବର କାଗଜରେ ଫଟୋଗ୍ରାଫର ମୂଲ୍ୟକୁ ପ୍ରକୃତରେ ଚିହ୍ନି ପାରିଥିଲେ । ସେ ନିଶ୍ଚିତ କରିଥିଲେ ଯେ, କୃତ୍ରିମ ଆଲୋକ ବିନା ସେଗୁଡ଼ିକ ପ୍ରାକୃତିକ ଥିଲା ଏବଂ ହଜାର ହଜାର ବିକଳ୍ପ ମଧ୍ୟରୁ ବ୍ୟକ୍ତିଗତ ଭାବେ ଚିହ୍ନିତ ଚିତ୍ର ଥିଲା । ପରଦିନ, ଏପରି ଫଟୋଗୁଡ଼ିକ ସହରରେ ଚର୍ଚ୍ଚାର ବିଷୟ ପାଲଟିଥିଲା, ରାଚାବନ୍ଦାରେ ଏବଂ ବିଧାନସଭାରେ ମଧ୍ୟ । ତାଙ୍କ ପରେ, କେହି ସେହି କଳାରେ ସେପରି ମହାନତା ହାସଲ କରିପାରି ନଥିଲେ।
ରାମୋଜୀ ରାଓ ଗାରୁ । ସେ ଲୋକଙ୍କ ହାତରେ ଖବରକାଗଜକୁ ଅସ୍ତ୍ରରେ ପରିଣତ କରିଥିଲେ । ତେଲୁଗୁ ସମାଜରେ ପ୍ରମୁଖ ସଂସ୍କାର ପାଇଁ ସେ ପଥ ପ୍ରସ୍ତୁତ କରିଥିଲେ । 1983 ମସିହାରେ, ସେ ସାହସର ସହିତ ତେଲୁଗୁ ଦେଶମ ପାର୍ଟିକୁ ସମର୍ଥନ ଘୋଷଣା କରିଥିଲେ, ଯାହା ପରବର୍ତ୍ତୀ ମୁହୂର୍ତ୍ତରେ ରାଜ୍ୟର ରାଜନୈତିକ ଭାଗ୍ୟକୁ ଆକାର ଦେଇଥିଲା । ଯେତେବେଳେ ସେହି ମିଶନ ପୂରଣ ହୋଇଥିଲା, ସ୍ପଷ୍ଟ ହୋଇଥିଲା ଯେ, ସେ ଲୋକଙ୍କ ସହିତ ଥିଲେ । 1984 ମସିହାର ଗାଣତାନ୍ତ୍ରିକ ସଂସ୍କାରରେ ଇନାଡୁ ଏକ ଅନନ୍ୟ ଭୂମିକା ଗ୍ରହଣ କରିଥିଲା । ସେ ବିଷୟବସ୍ତୁ ବୃତ୍ତିଗତତା, ରିପୋର୍ଟିଂ ନୀତି, ଉତ୍ପାଦନ ଗୁଣବତ୍ତା, ପ୍ରସାରଣ, ବଣ୍ଟନ କିମ୍ବା ବିଜ୍ଞାପନ ହେଉ, ରାମୋଜୀ ରାଓ ପ୍ରତ୍ୟେକ କ୍ଷେତ୍ରରେ ମାନଦଣ୍ଡ ସ୍ଥାପନ କରିଥିଲେ । ସେ ସାମ୍ବାଦିକତାରେ ଯୋଗ୍ୟତା ଏବଂ ପ୍ରୟାସକୁ ଏକମାତ୍ର ମାନଦଣ୍ଡ ବୋଲି ଜୋର ଦେଇଥିଲେ । ବ୍ୟକ୍ତି ବିଶେଷଙ୍କ ଉପରେ ନିର୍ଭରଶୀଳତାକୁ ଏଡ଼ାଇ ତାଙ୍କ ଖବର କାଗଜକୁ ଚଲାଇ ଥିଲେ।

ରାମୋଜୀ ରାଓ ବିଶ୍ୱାସ କରୁଥିଲେ ଯେ ଜଣେ ବ୍ୟକ୍ତି ବୃଦ୍ଧ ହୋଇପାରନ୍ତି । କିନ୍ତୁ ଏକ ଖବରକାଗଜ କେବେବି ବୃଦ୍ଧ ହେବା ଅନୁଚିତ । ଏହା ସର୍ବଦା ସତେଜ ରହିବା ଉଚିତ । ପରିବର୍ତ୍ତନ ପାଇଁ ଅନିଛୁକ ସଂଗଠନଗୁଡ଼ିକ ତିଷ୍ଟି ରହିପାରିବ ନାହିଁ । ତାଙ୍କର ଚେତାବନୀ ବ୍ୟକ୍ତିବିଶେଷଙ୍କ ପରି ଅନୁଷ୍ଠାନ ପାଇଁ ମଧ୍ୟ ବୈଧ ଥିଲା । ଯାହା ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ଇନାଡୁକୁ ପ୍ରତିପାଳନ କରିବା ସହ ନିରନ୍ତର ନବସୃଜନ ଏବଂ ଗତି ପ୍ରଦାନ କରିଥିଲା । ରାମୋଜୀ ରାଓ ବିଶ୍ୱାସ କରୁଥିଲେ ଯେ, ଏକ ଖବରକାଗଜ କେବଳ ରିପୋର୍ଟିଂଠାରୁ ଆଗକୁ ଯିବା ଉଚିତ । ଏହା ସଙ୍କଟ ସମୟରେ ଆଗକୁ ବଢ଼ି ନେତୃତ୍ୱ ନେବା ଉଚିତ । ହଜାର ହଜାର ସାମ୍ବାଦିକ ଏବଂ ବିଶେଷଜ୍ଞ ଏହି ଅନୁଷ୍ଠାନ ମାଧ୍ୟମରେ ନିଜ ପରିଚୟ ପାଇଥିଲେ । ଆଜି ଭାରତର ଅଧିକାଂଶ ପ୍ରମୁଖ ଗଣମାଧ୍ୟମ ବିଶେଷଜ୍ଞଙ୍କ ମୂଳ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଇନାଡୁ କିମ୍ବା ETV ସହ ଜଡ଼ିତ ରହିଛି । ଏହା କହିବା ଅତ୍ୟୁକ୍ତି ହେବ ନାହିଁ ଯେ, ତାଙ୍କ ପ୍ରଭାବରୁ କୌଣସି ଭାରତୀୟ ସାମ୍ବାଦିକ ଅସ୍ପୃଶ୍ୟ ହୋଇ ରହିନାହାନ୍ତି ।

ଇନାଡୁର ସମ୍ପାଦକ ଭାବେ, ରାମୋଜୀ ରାଓ ଜଣେ ନିର୍ଭୀକ ଧର୍ମଯୋଦ୍ଧା ଥିଲେ । ସେ ପ୍ରେସ୍ ସ୍ୱାଧୀନତା ସହିତ କେବେ ବି ସାଲିସ କରି ନଥିଲେ । ଯେଉଁଠି ଗଣମାଧ୍ୟମ ଅଧିକାରକୁ ଚ୍ୟାଲେଞ୍ଜ କରାଯାଉଥିଲା, ସେଠାରେ ସେ ଲଢ଼ିଥିଲେ । ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆର ସଭାପତି ଭାବେ, ସେ ସେହି ସ୍ୱାଧୀନତାକୁ ସୁରକ୍ଷା ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଯାତ୍ରା, ଇନାଡୁ ପୂର୍ବରୁ ଅନ୍ନଦାତା ସହିତ ଆରମ୍ଭ ହୋଇଥିଲା । ଯାହା ତାଙ୍କ କୃଷି ପୃଷ୍ଠଭୂମି ସହ ଗଭୀରତାକୁ ସୂଚିତ କରିଥିଲା । ଏହା ତେଲୁଗୁ ଚାଷୀମାନଙ୍କୁ ବିଶ୍ୱସ୍ତରୀୟ କୃଷି ଅନ୍ତଃଦୃଷ୍ଟି ଆଣିଥିଲା ।
ସାମ୍ବାଦିକତାରେ ଇନାଡୁ ଅଗଣିତ ନୂତନତ୍ୱରେ ଅଗ୍ରଣୀ ଥିଲା । ଟେଲିଭିଜନ ଗଣମାଧ୍ୟମକୁ ଏହା ଯେପରି ପୁନଃ ଆକୃତି ଦେଇଥିଲା ତାହା ଅତୁଳନୀୟ । ଘରେ ମୁଖ୍ୟ ସ୍ଥାନ ଭାବେ ସକାଳ କଫି ସାଙ୍ଗରେ ଇନାଡୁ ପଢ଼ିବା, ରାତ୍ରୀଭୋଜନ ସମୟରେ ETV ଖବର ଦେଖିବା, ପ୍ରତି ତେଲୁଗୁ ଘରେ ଅଭ୍ୟାସ ହୋଇଗଲା । ETVର 24-ଘଣ୍ଟିଆ ନ୍ୟୁଜ୍ ଚ୍ୟାନେଲଗୁଡ଼ିକ ଏକ ଅନନ୍ୟ ଶୈଳୀ ବଜାୟ ରଖିଲା, ଯାହା ସମ୍ବେଦନଶୀଳ ମୁକ୍ତ ହେବା ସହ ବାସ୍ତବତାର ନିକଟତର ରହିଲା। ETV ଅଭିରୁଚି, ETV ହେଲ୍ଥ, ETV ଲାଇଫ୍, ETV ପ୍ଲସ୍, ଏବଂ ସିନେମା ଭଳି ଚ୍ୟାନେଲଗୁଡ଼ିକ ବିବିଧତା ଯୋଡ଼ିଲା । ETV ବାଲ୍ ଭାରତ, ପିଲାମାନଙ୍କ ପାଇଁ ଜ୍ଞାନ ଆଣିଲା । ରାମୋଜୀ ରାଓ ସମଗ୍ର ଭାରତରେ ଆଞ୍ଚଳିକ ଭାଷା ଚ୍ୟାନେଲଗୁଡ଼ିକର ଅଗ୍ରଣୀ ଥିଲେ ଏବଂ ETV ଭାରତ ମାଧ୍ୟମରେ ଏକ ଦୃଢ଼ ନ୍ୟୁଜ ନେଟୱାର୍କ ନିର୍ମାଣ କରିଥିଲେ ।

ତେଲୁଗୁ ଭାଷା ପାଇଁ ତାଙ୍କର ହୃଦୟ ସ୍ପନ୍ଦନ ହେଉଥିଲା । ସେ ଏହାର ଆଧୁନିକ ଯୁଗର ଚାମ୍ପିଅନ ଥିଲେ । ଇଂରାଜୀ ପ୍ରାଧାନ୍ୟ ଯୁଗରେ, ସେ ମୁଦ୍ରିତ ଏବଂ ପ୍ରସାରଣ ମାଧ୍ୟମରେ ଶୁଦ୍ଧ ତେଲୁଗୁକୁ ପ୍ରୋତ୍ସାହିତ କରିଥିଲେ । ମାସିକ ବିପୁଲା ଏବଂ ଚତୁରା ସହଜରେ ବୁଝିହେବା ଭାଷାରେ ସାହିତ୍ୟ ଏବଂ କାହାଣୀ ପ୍ରଦାନ କରୁଥିଲେ । ସେ ତେଲୁଗୁ ଭେଲୁଗୁ, ବାଲ ଭାରତମ୍ ପ୍ରକାଶ କରିଥିଲେ ଏବଂ ଏକ କଥିତ ତେଲୁଗୁ ଅଭିଧାନ ମଧ୍ୟ ପ୍ରକାଶ କରିଥିଲେ । ସେ ସିନେମା କଭରେଜ୍ ପାଇଁ ସୀତାରା ପତ୍ରିକା ଏବଂ ଇଂରାଜୀ ଖବରକାଗଜ Newstime ମଧ୍ୟ ଚଲାଇ ଥିଲେ।
ରାମୋଜୀ ରାଓଙ୍କ ପାଇଁ ଜନସାଧାରଣଙ୍କ ମତାମତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ସେ ବ୍ୟକ୍ତିଗତ ଭାବେ ସମାଲୋଚନାର ଉତ୍ତର ଦେଇଥିଲେ । ସଠିକକୁ ଗ୍ରହଣ କରିଥିଲେ ଏବଂ ଭୁଲକୁ ସଂଶୋଧନ କରୁଥିଲେ । ହଜାର ହଜାର ଚିଠି ଏବେ ବି ତାଙ୍କ ସ୍ୱାକ୍ଷର ବହନ କରୁଥିଲେ । ସେ ଚିନ୍ତାଧାରାର ଲୁକ୍କାୟିତ ପ୍ରତିଭାକୁ ଉନ୍ମୋଚନ କରିବାକୁ ଆଗ୍ରହୀ ଥିଲେ । ବିସ୍ତୃତ ରିପୋର୍ଟରେ ପ୍ରତ୍ୟେକ ଶବ୍ଦକୁ ପଢ଼ିବା ଏବଂ ବିଶ୍ଳେଷଣ କରିବା ପାଇଁ କର୍ମଚାରୀଙ୍କ ମତାମତକୁ ସମାନ ଧ୍ୟାନ ଦେଇଥିଲେ ।
ମାର୍ଗଦର୍ଶୀ ମାଧ୍ୟମରେ ରାମୋଜୀ ରାଓ ଚିଟ୍ ଫଣ୍ଡ ବ୍ୟବସାୟର ମାନଦଣ୍ଡକୁ କର୍ପୋରେଟ୍ ସ୍ତର ପର୍ଯ୍ୟନ୍ତ ଉଚ୍ଚ କରିଥିଲେ । ୧୯୬୨ ମସିହାରୁ, ମାର୍ଗଦର୍ଶୀ ଦକ୍ଷିଣ ଭାରତରେ ଲକ୍ଷ ଲକ୍ଷ ଲୋକଙ୍କୁ ସେବା ଯୋଗାଇଛି ଏବଂ ଦେଶର ନମ୍ବର ୱାନ୍ ଚିଟ୍ ଫଣ୍ଡ ହୋଇ ରହିଛି । ରାଜନୈତିକ ଶକ୍ତିମାନେ ଏହାକୁ ଅନ୍ୟାୟ ଭାବେ ଟାର୍ଗେଟ କରିଥିଲେ ମଧ୍ୟ, ସେ ଦୃଢ଼ ଭାବେ ଠିଆ ହୋଇଥିଲେ । ଗୁଜବ ଯୋଗୁଁ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ଭୁଶୁଡ଼ି ପଡ଼ିବା ସମୟରେ ମାର୍ଗଦର୍ଶୀ ଏବଂ ରାମୋଜୀ ରାଓଙ୍କ ପ୍ରତି ଲୋକଙ୍କ ବିଶ୍ୱାସ ପଥର ଭଳି ଅତୁଟ ରହିଥିଲା ।
ଖାଦ୍ୟ ଶିଳ୍ପରେ ରାମୋଜୀ ରାଓଙ୍କ ଅବଦାନ ବିପ୍ଳବ ଆଣିଥିଲା । ପ୍ରିୟା ପିକଲ୍ସ ପରି ଏକ ପାରମ୍ପରିକ ଘରୋଇ ଉତ୍ପାଦକୁ ବିଶ୍ୱ ରପ୍ତାନି ବ୍ରାଣ୍ଡରେ ପରିଣତ କରିଥିଲେ । ବିଶାଖାପାଟଣାର ଡଲଫିନ୍ ହୋଟେଲ ମାଧ୍ୟମରେ ଆତିଥ୍ୟତା କ୍ଷେତ୍ରରେ ତାଙ୍କର ପ୍ରବେଶ, ନୂତନ ମାନଦଣ୍ଡ ସ୍ଥାପନ କରିଥିଲା । ବର୍ଷ ବର୍ଷ ଧରି ଆଧୁନିକୀକରଣ ମଧ୍ୟରେ ଗତିକରି, ଡଲଫିନ୍ ଏହି ଅଞ୍ଚଳର ସର୍ବୋତ୍ତମ ମଧ୍ୟରୁ ଅନ୍ୟତମ ହୋଇଗଲା । ଡଲଫିନ ଗ୍ରୁପ୍ ଅଫ ହୋଟେଲ୍ସ ହ୍ରାଇଦ୍ରାବାଦରେ ରାମୋଜୀ ଫିଲ୍ମ ସିଟିରେ ଅତିଥିମାନଙ୍କୁ ମଧ୍ୟ ଆତିଥ୍ୟତା ଦେଇଥିଲା ।

ଫିଲ୍ମ ସିଟି ବିଷୟରେ କହିବାକୁ ଗଲେ, ଏହା ରାମୋଜୀ ରାଓଙ୍କ ସ୍ୱପ୍ନର ପ୍ରକଳ୍ପ ଥିଲା । ସହରଠାରୁ ଦୂରରେ ଶୂନ୍ୟ, ପଥୁରିଆ ଭୂମିରେ ନିର୍ମିତ, ଏହା ସିନେମା ଉତ୍କର୍ଷତାର ଏକ ବିଶ୍ୱ ପ୍ରତୀକ ପାଲଟିଛି। "ଏକ ସ୍କ୍ରିପ୍ଟ ସହିତ ଆସ, ଫିଲ୍ମର ଫାଇନାଲ ପ୍ରିଣ୍ଟ ସହ ଯାଅ", ଏକ ପ୍ରତିଶ୍ରୁତି ଯାହା RFCରେ ବାସ୍ତବତାରେ ପରିଣତ ହୋଇଥିଲା । 3000ରୁ ଅଧିକ ଚଳଚ୍ଚିତ୍ର ନିର୍ମାଣର ଆୟୋଜନ କରି ଏହା ବିଶ୍ୱର ସର୍ବବୃହତ ଚଳଚ୍ଚିତ୍ର ନିର୍ମାଣ କେନ୍ଦ୍ର ଭାବେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ୍ରେ ସ୍ଥାନ ପାଇଛି । ଏଥିରେ ଧାରାବାହିକ ଏବଂ ୱେବ୍ ସିରିଜ୍ ନିର୍ମାଣ ମଧ୍ୟ ରହିଛି । ଆଜି ବାର୍ଷିକ ପ୍ରାୟ 15 ଲକ୍ଷ ପର୍ଯ୍ୟଟକ RFC ପରିଦର୍ଶନ କରନ୍ତି, ଯାହା ହାଇଦ୍ରାବାଦର ମୁକୁଟରେ ଏକ ମଣି ସଦୃଶ ।
୧୯୮୩ ମସିହାରେ ଉଷା କିରଣ ମୁଭିଜ ସହିତ ଚଳଚ୍ଚିତ୍ର ନିର୍ମାଣକୁ ପୁନଃ ପରିଭାଷିତ କରି ସେ ବାର୍ତ୍ତା-ପ୍ରଦାନକାରୀ ତଥା ସୁସ୍ଥ ମନୋରଞ୍ଜନ ଉପରେ ଧ୍ୟାନ ଦେଇଥିଲେ । ତାଙ୍କର ମୟୂରୀ, ମୌନାପୋରତମ ଏବଂ ପ୍ରତିଘାତନ ଭଳି ଚଳଚ୍ଚିତ୍ର ଇତିହାସ ସୃଷ୍ଟି କରିଥିଲା । ଚିତ୍ରମ୍ ଏବଂ ନୁଭଭେ କଭାଲି ପ୍ରମାଣିତ କରିଥିଲେ ଯେ କମ୍ ବଜେଟ୍ ଚଳଚ୍ଚିତ୍ର ମଧ୍ୟ ବ୍ୟାପକ ସଫଳତା ପାଇପାରେ । ସେ ଶହ ଶହ ନୂତନ ତାରକା ଏବଂ କାରିଗରୀମାନଙ୍କୁ ପରିଚିତ କରାଇଥିଲେ । ETV WIN ଆରମ୍ଭ ହେବା ସହିତ, ତାଙ୍କ ଗୋଷ୍ଠୀ ସଫଳତାର ସହିତ OTT ରେ ପ୍ରବେଶ କରିଥିଲେ ଏବଂ E-FM ମଧ୍ୟ ଚଲାଉଥିଲେ ।
"କଠିନ" ଏବଂ "ଅସମ୍ଭବ" ଭଳି ଶବ୍ଦ ତାଙ୍କ ଶବ୍ଦକୋଷରେ କୌଣସି ସ୍ଥାନ ପାଇନଥିଲା । ସେ ବିଶ୍ୱାସ କରୁଥିଲେ ଯେ, ଚ୍ୟାଲେଞ୍ଜ ବିନା ଜୀବନ ଖାଲି । ସେ ଚ୍ୟାଲେଞ୍ଜକୁ ସାମ୍ନା କରି ସମସ୍ତଙ୍କୁ ସମାନ କରିବାକୁ ପ୍ରେରଣା ଦେଇଥିଲେ । ଗୋଟିଏ ଭାଷଣରେ, ସେ ଅଳସୁଆଙ୍କୁ ଦ୍ରୁତତମ ଏବଂ ଲାଜକୁଳାଙ୍କୁ ଆତ୍ମବିଶ୍ୱାସୀ ବକ୍ତାରେ ପରିଣତ କରି ପାରିଥିଲେ । ସେ ବିଶ୍ୱାସ କରୁଥିଲେ ଯେ, ଡିଗ୍ରୀ ଅପେକ୍ଷା ଦୃଢ଼ତା ଅଧିକ ଗୁରୁତ୍ୱପୂର୍ଣ୍ଣ । ଯଦି ସେ କାହା ଭିତରେ କିଛି ପ୍ରତିଭା ଦେଖୁଥିଲେ, ସେ ଏହାକୁ ପୋଷଣ ଏବଂ ଶୁଦ୍ଧ କରୁଥିଲେ । ତାଙ୍କର ନେତୃତ୍ୱ, ନିଜେ ଏକ ପରିଚାଳନା ପାଠଶାଳା, ତାଙ୍କର ମାର୍ଗଦର୍ଶନ ଏକ ମାଷ୍ଟରକ୍ଲାସ୍ ଥିଲା ।
ରାମୋଜୀ ରାଓ ଜଣେ ଅକ୍ଳାନ୍ତ ସୁଚିନ୍ତକ ଥିଲେ । ସୁଯୋଗକୁ ହାତଛଡ଼ା କରିନଥିଲେ, ପ୍ରତିକୂଳ ପରିସ୍ଥିତିକୁ ସନ୍ତୁଳିତ ଭାବେ ସାମ୍ନା କରୁଥିଲେ ଏବଂ ହଜାର ହଜାର ଲୋକଙ୍କୁ ଆଶ୍ରୟ ଦେଇ ଏକ ବିଶାଳ ବଟବୃକ୍ଷରେ ନିଜକୁ ପରିଣତ କରିପାରିଥିଲେ । ଅର୍ଦ୍ଧ ଶତାବ୍ଦୀ ଧରି ତେଲୁଗୁ ରାଜନୀତି, ଗଣମାଧ୍ୟମ ଏବଂ ସମାଜ ଉପରେ ତାଙ୍କର ପ୍ରଭାବ ଅତୁଳନୀୟ । ସେ ତାଙ୍କର ଛଅ ଦଶକର ଉଦ୍ୟୋଗୀ ଯାତ୍ରାରେ ହଜାର ହଜାର ପରିବାରକୁ ପ୍ରଭାବିତ କରି ଏକ ବ୍ୟବସାୟ ସାମ୍ରାଜ୍ୟ ସୃଷ୍ଟି କରିଥିଲେ । କେବଳ କିଛି ଭାରତୀୟ ବ୍ୟବସାୟୀ ବିଭିନ୍ନ କ୍ଷେତ୍ରରେ ଏତେ ବ୍ୟାପକ ପାଦଚିହ୍ନ ପାଇଛନ୍ତି । ରାମୋଜୀ ରାଓଙ୍କ ଅତୁଳନୀୟ ଅବଦାନକୁ ସ୍ୱୀକୃତି ଦେଇ, ଭାରତ ସରକାର ତାଙ୍କୁ 2016ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ ।
ରାମୋଜୀ ରାଓ ଜଣେ କର୍ମଯୋଗୀ ଥିଲେ। ଯେଉଁଠାରେ ପରିବର୍ତ୍ତନ ଆସୁଥିଲା ସେଠି ଛିଡ଼ା ହୋଇ ଯାଉଥିଲେ । ଯେଉଁଠାରେ ଅନ୍ଧାର ଆସୁଥିଲା ସେଠି ସେ ଜ୍ଞାନର ଦୀପ ଜାଳୁଥିଲେ । ସେ କେବଳ ଜୀବନ ଜୀଉଁ ନଥିଲେ, ସେ ଥିଲେ ଏକ ଲିଗାସୀ ବା ବିରାସତ୍ ।
ଏହା ମଧ୍ୟ ପଢ଼ନ୍ତୁ- ରାମୋଜୀ ରାଓ: ମିଡିଆ ଟାଇକୁନ, ସର୍ବବୃହତ୍ତ ଫିଲ୍ମ ସିଟି ଗଢିଥିବା ଜଣେ ଦୁର୍ଦ୍ଦଶ ଉଦ୍ୟମୀ
ଇଟିଭି ଭାରତ, ହାଇଦ୍ରାବାଦ