ହାଇଦ୍ରାବାଦ: ରାମୋଜୀ ଗ୍ରୁପ୍ ଅଫ୍ କମ୍ପାନୀଜ ପ୍ରତିଷ୍ଠାତା ଅଧ୍ୟକ୍ଷ ଶ୍ରୀ ରାମୋଜୀ ରାଓଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ରାମୋଜୀ ଗ୍ରୁପ୍ର କର୍ପୋରେଟ କାର୍ଯ୍ୟାଳୟରେ ଶ୍ରୀ ରାମୋଜୀ ରାଓଙ୍କ ସ୍ମାରକୀ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । ରାମୋଜୀ ରାଓଙ୍କ ନାତିନାତୁଣୀ ସହାରି, ସୋହାନା, ବୃହତି ଏବଂ ଦିଭିଜାଙ୍କ ଦ୍ୱାରା ଅବକଳ ପ୍ରତିମୂର୍ତ୍ତୀଟି ଉନ୍ମୋଚିତ ହୋଇଥିଲା । ରାମୋଜୀ ଗ୍ରୁପ୍ର ସମ୍ପର୍କୀୟ, ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ପୂର୍ବରୁ ପରିବାର ସଦସ୍ୟମାନେ ରାମୋଜୀ ଫିଲ୍ମ ସିଟି (RFC)ର ସ୍ମାରକୀ ଉଦ୍ୟାନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ରାମୋଜୀ ଗ୍ରୁପ୍ର ସମ୍ପର୍କୀୟ, ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଗତକାଲି ରାମୋଜୀ ଗ୍ରୁପ୍ ଅଫ୍ କମ୍ପାନୀଜ୍ର କର୍ମଚାରୀମାନେ RFCରେ ଆୟୋଜିତ ଏକ ସ୍ମୃତି ସଭାରେ ସ୍ୱର୍ଗତ ଅଧ୍ୟକ୍ଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରାର୍ଥନା ସଭାରେ ଗ୍ରୁପ CMD CH କିରୋନ୍, ପରିବାର ସଦସ୍ୟ ଏବଂ ଗ୍ରୁପ କର୍ମଚାରୀମାନେ ଯୋଗ ଦେଇଥିଲେ । ସଭା ହଲ୍ରେ ଶ୍ରୀ ରାମୋଜୀ ରାଓଙ୍କ ଉପରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସାରଣ କରାଯାଇଥିଲା । ଏହି କ୍ଷୁଦ୍ର ଚଳଚ୍ଚିତ୍ରରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଏବଂ ଦିବଂଗତ ଚଳଚ୍ଚିତ୍ର ପ୍ରଦର୍ଶକ ଏସପି ବାଲାସୁବ୍ରମଣ୍ୟମଙ୍କ ସମେତ ସେଲିବ୍ରିଟି ଏବଂ ନେତାମାନେ ଶ୍ରୀ ରାମୋଜୀ ରାଓଙ୍କ ଉପରେ ଦେଇଥିବା ହୃଦୟସ୍ପର୍ଶୀ ଏବଂ ଭାବପ୍ରବଣଭରା ମନ୍ତବ୍ୟ ପ୍ରଦର୍ଶିତ ହୋଇଥିଲା ।

ଶହ ଶହ କର୍ମଚାରୀ ସମାବେଶରେ ଯୋଗ ଦେଇଥିଲେ ଏବଂ ସେମାନଙ୍କର ଦୂରଦୃଷ୍ଟିସମ୍ପନ୍ନ ଅଧ୍ୟକ୍ଷଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଅନେକ ବରିଷ୍ଠ କର୍ମଚାରୀ ଶ୍ରୀ ରାମୋଜୀ ରାଓଙ୍କ ସହ ସେମାନଙ୍କର ସ୍ମୃତିକୁ ମନେ ପକାଇ ସଭାକୁ ସମ୍ବୋଧିତ କରିଥିଲେ । ପ୍ରଥମ ଶ୍ରାଦ୍ଧ ବିର୍ଷିକୀରେ ରେଡକ୍ରସ୍ ସୋସାଇଟି ସହଯୋଗରେ RFCରେ ଏକ ରକ୍ତଦାନ ଶିବିରରେ ମଧ୍ୟ ଗ୍ରୁପ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।

ରାମୋଜୀ ରାଓଙ୍କ ଦେହାନ୍ତ ପରେ ତେଲୁଗୁ ସମାଜ ପ୍ରତି ତାଙ୍କର ଅବଦାନକୁ ମନେ ପକାଇ ଗଣମାଧ୍ୟମ ଜଗତର ମହାରଥୀ ରାମୋଜୀ ରାଓଙ୍କ 7.5 ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ବିଶାଖାପାଟଣାରେ ଗତବର୍ଷ ଉନ୍ମୋଚିତ ହୋଇଥିଲା ।