ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କଲେ ରାମୋଜୀ ଗ୍ରୁପ ଅଧ୍ୟକ୍ଷ କିରଣ, ଇଟିଭି ପାଳୁଛି ସ୍ବର୍ଣ୍ଣିମ ବର୍ଷ ପୂର୍ତ୍ତି
ଏହି ସାକ୍ଷାତକାର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମୋଜୀ ରାଓଙ୍କ ସ୍ମୃତିଚାରଣ କରିଥିଲେ । ଶୁଭେଚ୍ଛା ଜଣାଇଥିଲେ ।

Published : September 18, 2025 at 6:36 PM IST
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି(ଗୁରୁବାର) ନୂଆଦିଲ୍ଲୀରେ ସାକ୍ଷାତ କରିଛନ୍ତି ରାମୋଜୀ ଗ୍ରୁପ ଅଧ୍ୟକ୍ଷ ଓ ଏମ.ଡି ସି.ଏଚ କିରଣ । ନିକଟରେ ଇନାଡୁ ସୁବର୍ଣ୍ଣ ଜୟନ୍ତୀ ଓ ଇଟିଭି ପର୍ଲ ଜୁବଲି ସେଲିବ୍ରେସନ କରିଥିବା ବେଳେ ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ରାମୋଜୀ ଗ୍ରୁପ ଅଧ୍ୟକ୍ଷ । ଏହି ସାକ୍ଷାତ ଅବସରରେ ଇଟିଭି ନେଟୱାର୍କର ସିଇଓ କେ. ବାପି ନାଇଡୁ ଚୌଧରୀ ମଧ୍ୟ ଉପସ୍ଥିତ ଥିଲେ ।

ମାଇଲଖୁଣ୍ଟ ସ୍ଥାପନ କରିଛି ETV:
ରାମୋଜୀ ଗ୍ରୁପର ଶୀର୍ଷସ୍ତରୀୟ ଅଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର ସୁଯୋଗ ପାଇଥିବାରୁ ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି । ଇନାଡୁ 50 ବର୍ଷ ଓ ଇଟିଭି 30 ବର୍ଷ ପୂରଣ କରି ମାଇଲଖୁଣ୍ଟ ସ୍ଥାପନ କରିଛି । ଏହି ଅବସରରେ ଏକ ସ୍ମାରକୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଦାନ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦି-ରାମୋଜୀ ଗ୍ରୁପ ଅଧ୍ୟକ୍ଷ ଓ MD ସି.ଏଚ କିରଣଙ୍କ ସାକ୍ଷାତ:
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ ପରେ ପ୍ରତିକ୍ରିୟା ରଖି ରାମୋଜୀ ଗ୍ରୁପ ଅଧ୍ୟକ୍ଷ ଓ ଏମ.ଡି ସି.ଏଚ କିରଣ କହିଛନ୍ତି, ‘ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ଙ୍କୁ ସୁଯୋଗ ପାଇଲି । ଇନାଡୁ 50 ବର୍ଷ ଓ ଇଟିଭି 30 ବର୍ଷ ପୂରଣ ନେଇ ଏକ ସ୍ମାରକୀ ପ୍ରଦାନ କରିଥିଲି । ସାଥିରେ ETV ସିଇଓ କେ.ବାପି ନାଇଡୁ ଉପସ୍ଥିତ ଥିଲେ ।’

ଅନ୍ନଦାତା କାର୍ଯ୍ୟକ୍ରମକୁ ମନେ ପକାଇଲେ ମୋଦି:
CMDଙ୍କ କହିବା ଅନୁଯାୟୀ, ‘ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସ୍ବର୍ଗତ ରାମୋଜୀ ରାଓ ଜୀ’ଙ୍କୁ ଭେଟିି ଥିବାର ସ୍ମୃତିଚାରଣ କରି ବହୁତ ଖୁସି ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇଟିଭି ଦ୍ବାରା ଗୁଜୁରାଟୀ ଭାଷାରେ ପ୍ରସ୍ତୁତ ‘ଅନ୍ନଦାତା’କୁ ମନେ ପକାଇଥିଲେ । ଏହି କାର୍ଯ୍ୟକ୍ରମଟି ବର୍ତ୍ତମାନ ବି ଜାରି ରହିଛି । ଆଗକୁ ମଧ୍ୟ ତେଲୁଗୁ ଭାଷାରେ ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ କିରଣ ।
‘ସାବଲା’ ପ୍ରଡକ୍ଟକୁ ନେଇ ଖୁସି ହେଲେ ପ୍ରଧାନମନ୍ତ୍ରୀ:
ଏହି ଅବସରରେ ନିକଟରେ ଲଞ୍ଚ ହୋଇଥିବା ‘ସାବଲା’ (ମିଲେଟ ଆଧାରିତ ବ୍ରାଣ୍ଡ ଅଟେ ଯାହା ରାମୋଜୀ ଗ୍ରୁପର) ବିଷୟରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ କିରଣ । ଏହା ଉପରେ ମୂଲ୍ୟବାନ ପରାମର୍ଶ ଲୋଡିଥିଲେ । ‘ଆମେ ପ୍ରଧାନମନ୍ତ୍ରୀଙ୍କୁ ‘ସାବଲା’ ଉତ୍ପାଦ ଉପରେ ମୂଲ୍ୟବାନ ପରାମର୍ଶ ଦେବାକୁ ଅନୁରୋଧ କରିଥିଲୁ । ସେ ସହୃଦୟତାର ସହ ସମ୍ମତି ପ୍ରଦାନ କରିଥିଲେ । ଏଥିସହ ମିଲେଟ ଚାଷୀକୁ ପ୍ରୋତ୍ସାହିତ କରିବା ସହ ଗରିବ ଚାଷୀଙ୍କୁ ଉତ୍ସାହ ପ୍ରଦାନ କରୁଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ଏଥିପାଇଁ ପ୍ରଧାନମନ୍ତ୍ରୀ ରାମୋଜୀ ଗ୍ରୁପର ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଲୋକଙ୍କ ପ୍ରତି ବିଶ୍ବସନିୟତା ପ୍ରତିବଦ୍ଧତା ବଜାୟ ରଖି ଗତବର୍ଷ ଇନାଡୁ ପାଳନ କରିଥିଲା ସୁବର୍ଣ୍ଣ ଜୟନ୍ତୀ । ବର୍ଷ ବର୍ଷ ଧରି ଇନାଡୁ ଏକ ଦାୟିତ୍ବପୂର୍ଣ୍ଣ ଗଣମାଧ୍ୟମ ସଂସ୍ଥା ଭାବରେ ସମାଜ ଗଠନ କରିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । 1974, ଅଗଷ୍ଟ 10ରେ ତେଲୁଗୁ ଦୈନିକ ଖବରକାଗଜ ବିଶାଖାପାଟଣାରୁ ଆରମ୍ଭ ହୋଇଥିଲା । ଯାହା ବର୍ତ୍ତମାନ ପାହାଡ ପର୍ବତ ଡେଇଁ ଆଗକୁ ବଢିବା ସହ ପ୍ରୟାସ ଜାରି ରଖିଛି ।

ଇଟିଭି ତେଲୁଗୁ, ପ୍ରଥମ ଚ୍ୟାନେଲ ଯାହା 27 ଅଗଷ୍ଟ 1995ରେ ଶୁଭାରମ୍ଭ ହୋଇଥିଲା । ଏହି ଚ୍ୟାନେଲଟି ଇନାଡୁ ଲିଗାସୀ ବହନ କରୁଥିବା ଚ୍ୟାନେଲ - ସୁଦୂର ପ୍ରସାରୀ ଖବର କାଗଜ ଇନାଡୁ ପଦାଙ୍କରେ ପ୍ରତିଷ୍ଠିତ ଚ୍ୟାନେଲ । ଗତମାସରେ ଇଟିଭି 30 ବର୍ଷ ସେଲିବ୍ରେସନ ନେଇ ସିରିଜ୍ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ଶିଳ୍ପ ଜଗତ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦାନ କରିଥିଲେ ।

