ETV Bharat / bharat

ଗୁଜୁରାଟରେ ହେବ କି ନୂଆ ରାମୋଜି ଫିଲ୍ମ ସିଟି ? ମନ୍ତ୍ରୀ ମୁଲୁଭାଇ କହିଲେ... - Gujarat Minister Ramoji Film City

author img

By ETV Bharat Odisha Team

Published : Aug 9, 2024, 12:58 PM IST

Gujarat Tourism Minister Bera say Ramoji Film City built in Gujarat: ଗୁଜୁରାଟରେ ଟ୍ରାଭେଲ ଓ ଟୁରିଜିମ ମେଳାରେ ରାମୋଜି ଫିଲ୍ମି ସିଟି ଷ୍ଟଲ ପରିଦର୍ଶନ କଲେ ଗୁଜୁରାଟ ପର୍ଯ୍ୟଟନ ମନ୍ତ୍ରୀ ମୁଲୁଭାଇ ବେରା । ରାଜ୍ୟରେ ରାମୋଜି ଫିଲ୍ମ ସିଟି ନିର୍ମାଣ ଆବଶ୍ଯକତା ଥିବା ସେ କହିଛନ୍ତି । ଅଧିକ ପଢନ୍ତୁ

Gujarat Tourism Minister Mulubhai Bera
Gujarat Tourism Minister Mulubhai Bera (Etv Bharat)

ଗାନ୍ଧିନଗର: ଗୁଜୁରାଟରେ ବି ରାମୋଜି ଫିଲ୍ମି ସିଟି ନିର୍ମାଣ ହେବାର ଆବଶ୍ୟକତା ରହିଛି । ଗାନ୍ଧିନଗରର ମହାତ୍ମା ମନ୍ଦିରରେ ଟ୍ରାଭେଲ ଓ ଟୁରିଜିମ ମେଳା ପରିଦର୍ଶନ କରିବା ସମୟରେ ଏପରି କହିଛନ୍ତି ଗୁଜୁରାଟ ପର୍ଯ୍ୟଟନ ମନ୍ତ୍ରୀ ମୁଲୁଭାଇ ବେରା । ଏଥି ପାଇଁ ସେ ରାମୋଜି ଗ୍ରୁପକୁ ଆମନ୍ତ୍ରଣ କରିଛନ୍ତି । ଭାରତର ସବୁଠୁ ବଡ ଭ୍ରମଣ ଏବଂ ପର୍ଯ୍ୟଟନ ମେଳା ଗୁଜୁରାଟର ଗାନ୍ଧିନଗରର ମହାତ୍ମା ମନ୍ଦିରରେ ଆରମ୍ଭ ହୋଇଯାଇଛି। ଏହି ମେଳାରେ ସାମିଲ ହୋଇଛି ରାମୋଜି ଫିଲ୍ମ ସିଟିର ଷ୍ଟଲ । ଗୁଜୁରାଟ ପର୍ଯ୍ୟଟନ ମନ୍ତ୍ରୀ ମୁଲୁଭାଇ ବେରା ଏହି ଷ୍ଟଲ ପରିଦର୍ଶନ କରି ଏକ ସକାରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ''ହାଇଦ୍ରାବାଦରେ ଅବସ୍ଥିତ ରାମୋଜି ଫିଲ୍ମ ସିଟି ହେଉଛି ବିଶ୍ୱର ସବୁଠୁ ବଡ ଫିଲ୍ମ ସିଟି । ଏଠାରେ ଆଧୁନିକ ଫିଲ୍ମ ନିର୍ମାଣ କୌଶଳ ଏବଂ ଯୋଗାଯୋଗ ଗଣମାଧ୍ୟମ କୌଶ ବ୍ୟବହୃତ ହୁଏ । ଭାରତର ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବାରେ ରାମୋଜି ଫିଲ୍ମ ସିଟିର ସାମର୍ଥ୍ୟ ରହିଛି । ମୁଁ ବି ହାଇଦ୍ରାବାଦରେ ଅବସ୍ଥିତ ରାମୋଜି ଫିଲ୍ମ ସିଟି ବୁଲିଛି ।''

ଗୁଜୁରାଟରେ ଫିଲ୍ମି ସିଟି ନିର୍ମାଣ ପାଇଁ ରାମୋଜି ଗ୍ରୁପକୁ ଆମନ୍ତ୍ରଣ: ଗୁଜରାଟର ରାମୋଜି ଫିଲ୍ମ ସିଟି ପରି ଏକ ଫିଲ୍ମି ସିଟି ନିର୍ମାଣ କରିବା ପାଇଁ ପର୍ଯ୍ୟଟନ ମନ୍ତ୍ରୀ ମୁଲୁଭାଇ ବେରା ମଧ୍ୟ ରାମୋଜି ଗ୍ରୁପକୁ ଆମନ୍ତ୍ରଣ କରିଛନ୍ତି। ମେଳା ପରିଦର୍ଶନ ସମୟରେ ରାମୋଜି ଫିଲ୍ମ ସିଟି ଷ୍ଟଲରେ ରାମୋଜି ଗ୍ରୁପ୍ ଅଧିକାରୀଙ୍କ ସହ କଥାବାର୍ତ୍ତା ହୋଇଥିଲେ । ବାର୍ତ୍ତାଳାପ ବହୁତ ସକାରାତ୍ମକ ରହିଥିଲା । ଭାରତରେ ପର୍ଯ୍ୟଟନ କ୍ଷେତ୍ରର ବିକାଶରେ ରାମୋଜି ଗ୍ରୁପର ଅବଦାନକୁ ସେ ଭୁରି ଭୁରି ପ୍ରଶଂସା କରିଥିଲେ ଗୁଜୁରାଟ ପର୍ଯ୍ୟଟନ ମନ୍ତ୍ରୀ ମୁଲୁଭାଇ ବେରା ।

ଏହା ମଧ୍ୟ ପଢନ୍ତୁ-ଚେନ୍ନାଇରେ ୨୪ତମ ପର୍ଯ୍ୟଟନ ମେଳା, ଆକର୍ଷଣ ସାଜିଲା 'ରାମୋଜୀ ଫିଲ୍ମ ସିଟି'

ଟ୍ରାଭେଲ ଓ ଟୁରିଜିମ ଫେୟାରରେ ରାଜ୍ୟର ବହୁ ଷ୍ଟଲ ସାମିଲ : ପର୍ଯ୍ୟଟନ ମନ୍ତ୍ରୀ ମୁଲୁଭାଇ ବେରା କହିଛନ୍ତି , ''ପର୍ଯ୍ୟଟନ କ୍ଷେତ୍ର ସହ ଜଡିତ ବ୍ୟବସାୟୀମାନେ ପରସ୍ପର ସହ ଏକ ବୈଠକ କରିବେ। ଏହି ବୈଠକରେ ପର୍ଯ୍ୟଟନ ଶିଳ୍ପର ବିକାଶ ନେଇ ଆଲୋଚନା ହେବ । ଟ୍ରାଭେଲ ଓ ଟୁରିଜିମ ଫେୟାରରେ ଦେଶର ବହୁ ରାଜ୍ୟର ଷ୍ଟଲ ସାମିଲ ହୋଇଛନ୍ତି। ଏହି ଷ୍ଟଲଗୁଡିକରେ ରାଜ୍ୟ ଗୁଡିକର ଚର୍ଚ୍ଚିତ ପର୍ଯ୍ୟଟନ ସ୍ଥାନ ଏବଂ ସେଠାରେ ମିଳୁଥିବା ସୁବିଧା ବିଷୟରେ ସୂଚନା ଦିଆୟାଇଥାଏ । ଉକ୍ତ ମେଳାରେ ବ୍ୟବସାୟ ସମ୍ବନ୍ଧୀୟ ବୈଠକ ମଧ୍ୟ ବସିବ । ଯାହା ଦ୍ବାରା ଯାତ୍ରୀମାନେ ସୁଲଭ ମୂଲ୍ୟରେ ସର୍ବୋତ୍ତମ ପର୍ଯ୍ୟଟନ ପ୍ୟାକେଜ୍ ପାଇ ପାରିବେ ।''

ଗୁଜୁରାଟୀମାନଙ୍କ ପାଇଁ ରାମୋଜି ଫିଲ୍ମ ସିଟି ଆକର୍ଷଣର କେନ୍ଦ୍ର: ରାମୋଜି ଫିଲ୍ମ ସିଟି ଓ୍ବେଷ୍ଟର୍ଣ୍ଣ ରିଜିଅନର ମୁଖ୍ୟ ପରିଚାଳକ ସନ୍ଦୀପ ୱାଗମାରେ କହିଛନ୍ତି, '' ପ୍ରଦର୍ଶନୀ ମେଳାରେ ରାମୋଜି ଫିଲ୍ମ ସିଟିକୁ ସକରାତ୍ମକ ପ୍ରତିକ୍ରିୟା ମିଳୁଛି। ଗତ ବର୍ଷ ମଧ୍ୟ ଆମେ ମେଳାରେ ଭାଗ ନେଇଥିଲୁ । ଗୁଜୁରାଟ ପର୍ଯ୍ୟଟନ କ୍ଷେତ୍ରରେ ଏକ ବଡ଼ ବଜାର ଅଟେ । ଗୁଜୁରାଟବାସୀ ବହୁତ ଭ୍ରମଣ କରନ୍ତି । ଗୁଜୁରାଟୀମାନଙ୍କ ପାଇଁ ସର୍ବଦା ରାମୋଜି ଫିଲ୍ମ ସିଟି ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇ ରହି ଆସିଛି । ରାମୋଜି ଫିଲ୍ମ ସିଟିରେ ପର୍ଯ୍ୟଟକଙ୍କ ପାଇଁ ଟୁର୍ ପ୍ୟାକେଜ୍, ହୋଟେଲ, କନଭେନସନ ହଲ ସହିତ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ । ଅହମ୍ମଦାବାଦରୁ କମ୍ପାନୀଗୁଡିକ ରାମୋଜି ଫିଲ୍ମ ସିଟି ଆସି ଏଠାରେ ଥିବା ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତି ।''

ରାମୋଜି ପରିଦର୍ଶନ କରିବେ 18 ଜଣିଆ ଗ୍ରୁପ: ବିଦ୍ୟାନଗରରେ ଟୁର ଆଣ୍ଡ ଟ୍ରାଭେଲ ବ୍ୟବସାୟ ସହ ଜଡିତ ଆକାଶ ପଟେଲ କହିଛନ୍ତି, ''ଆମେ ନିୟମିତ ଭାବରେ ରାମୋଜି ଫିଲ୍ମ ସିଟି ଟୁରର ଆୟୋଜନ କରୁଛୁ। 18 ପର୍ଯ୍ୟଟକଙ୍କ ଏକ ଗ୍ରୁପ କିଛି ଦିନ ମଧ୍ୟରେ ରାମୋଜି ଫିଲ୍ମ ସିଟି ଯିବେ । ସେମାନେ ରାମୋଜି ଫିଲ୍ମ ସିଟିରେ ଦୁଇ ଦିନ ରହିବେ । ଆମେ ରାମୋଜି ଫିଲ୍ମ ସିଟିର ଷ୍ଟଲ ପରିଦର୍ଶନ କରିଥିଲୁ । ଆମକୁ ଏଠାରେ ସକାରାତ୍ମକ ପ୍ରତିକ୍ରିୟା ମିଳିଛି । ଷ୍ଟଲରେ ଥିବା ଅଧିକାରୀମାନେ ଆମକୁ ରାମୋଜି ଫିଲ୍ମ ସିଟିର ସମସ୍ୟ ବ୍ୟବସ୍ଥା, ବୁଲିବା ଓ ରହିବା ବିଷୟରେ ଅବଗତ କରାଇଥିଲେ । ''

ରାମୋଜି ଫିଲ୍ମ ସିଟି ଷ୍ଟଲ ପରିଦର୍ଶନ କରିଥିବା କିନ୍ନରୀ ପଟେଲ କହିଛନ୍ତି, '' ଆମେ ପ୍ରତିବର୍ଷ ଟିଟିଏଫ ପରିଦର୍ଶନ କରୁ । ରାମୋଜି ଫିଲ୍ମ ସିଟି ପର୍ଯ୍ୟଟକଙ୍କୁ ଆକର୍ଷଣୀୟ ଟୁର୍ ପ୍ୟାକେଜ୍ ଦେଇଥାଏ । ଫିଲ୍ମ ସିଟିରେ ସମସ୍ତ ବର୍ଗର ଯାତ୍ରୀମାନଙ୍କ ପାଇଁ ଭଲ ପ୍ୟାକେଜ୍ ଅଛି । ଫିଲ୍ମ ସିଟି ଷ୍ଟଲ୍ ପରିଦର୍ଶନ କରି ମୁଁ ବହୁତ ଭଲ ସୂଚନା ପାଇଲି । ମୁଁ ସମସ୍ତଙ୍କୁ ଫିଲ୍ମି ସିଟି ବୁଲିବାକୁ ପରାମର୍ଶ ଦେବି । ''

ରାମୋଜି ଫିଲ୍ମ ସିଟି ପରିଦର୍ଶନ କରୁଥିବା ଜଣେ ଟୁର୍ ଅପରେଟର କହିଛନ୍ତି, ''ହାଇଦ୍ରାବାଦରେ ବିଶ୍ୱର ସର୍ବବୃହତ ରାମୋଜି ଫିଲ୍ମ ସିଟିରେ ଫିଲ୍ମ ପ୍ରଡକ୍ସନ ଠାରୁ ଆରମ୍ଭ କରି ଡିଷ୍ଟ୍ରିବ୍ୟୁସନ ପର୍ଯ୍ୟନ୍ତ ସମସ୍ତ ସୁବିଧା ରହିଛି। ଯେତେବେଳେ ମୁଁ ରାମୋଜି ଫିଲ୍ମ ସିଟି ଯାଇଥିଲି, ସେତେବେଳେ ମୁଁ ଜାଣିଲି ଯେ ଫିଲ୍ମ ସୁଟିଂ କିପରି ହୁଏ । ପ୍ରତ୍ୟେକ ପର୍ଯ୍ୟଟକ ରାମୋଜି ଫିଲ୍ମ ସିଟି ପରିଦର୍ଶନ କରିବା ଉଚିତ୍ । ମନୋରଞ୍ଜନ ପାଇଁ ସମସ୍ତ ପ୍ରକାର ଉପାଦନ ସେଠାରେ ଉପଲବ୍ଧ ରହିଛି । କରୋନା ପରେ ପର୍ଯ୍ୟଟନ ଶିଳ୍ପରେ ବହୁତ ବୃଦ୍ଧି ଘଟିଛି । ଭାରତର ପ୍ରତ୍ୟେକ ସହରରେ ପର୍ଯ୍ୟଟନ ବିକାଶ ହେଉଛି । ଗୁଜୁରାଟର ସରକାର ପର୍ଯ୍ୟଟନ କ୍ଷେତ୍ରକୁ ବୃଦ୍ଧି କରିବା ପାଇଁ ଚେଷ୍ଟା କରୁଛନ୍ତି। ପୂର୍ବ ଅପେକ୍ଷା ଗୁଜୁରାଟକୁ ପାଞ୍ଚ ଗୁଣା ଅଧିକା ପର୍ଯ୍ୟଟକ ଆସୁଛନ୍ତି ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.