ETV Bharat / bharat

ଆଜି ପବିତ୍ର ରାମ ନବମୀ; ସାରା ଦେଶରେ ଉତ୍ସାହ, ସଜେଇ ହୋଇଛି ଅଯୋଧ୍ୟା, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ - RAM NAVAMI 2025

ଦଶରଥ ନନ୍ଦନ ପ୍ରଭୁ ମର୍ଯ୍ୟାଦାପୁରୁଷଙ୍କ ଆଜି ଜନ୍ମଦିନ । ପବିତ୍ର ରାମନବମୀରେ ପୂଜା ପାଆନ୍ତି କୌଶଲ୍ୟା ସୂତ । ରଘୁବୀରଙ୍କ ସୌମ୍ୟକାନ୍ତ ମୁଖ ଦେଖି ଅଭିଭୂତ ଭକ୍ତ ଗଣ ।

RAM NAVAMI 2025
RAM NAVAMI 2025 (ETV Bharat)
author img

By ETV Bharat Odisha Team

Published : April 6, 2025 at 10:10 AM IST

Updated : April 6, 2025 at 12:19 PM IST

3 Min Read

Ram Navami 2025 ହାଇଦ୍ରାବାଦ: ଆଜି ପବିତ୍ର ରାମ ନବମୀ । ଉତ୍ସବମୁଖର ରାମ ନଗରୀ ଅଯୋଧ୍ୟା । ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଜନ୍ମତିଥି । ରାମ ନବମୀକୁ ନେଇ ସାରା ଦେଶ ଉତ୍ସବମୁଖର । ରାମ ନଗରୀ ଅଯୋଧ୍ୟା ଆଜି ପଡୁଛି ଉଠୁଛି । ଅଯୋଧ୍ୟା ରାମ ମନ୍ଦିରରେ ଧୁମଧାମରେ ପାଳନ ହେଉଛି ଅଦ୍ଭୁତ ଓ ଦିବ୍ୟ, ଭବ୍ୟ ଉତ୍ସବ । ସକାଳ ୯ଟା ୩୦ରୁ ଧାର୍ମିକ ଅନୁଷ୍ଠାନ ଆରମ୍ଭ ହୋଇଛି । ସାଢେ ୧୦ଟା ପର୍ଯ୍ୟନ୍ତ ପ୍ରଭୁ ଶ୍ରୀରାମଙ୍କର ଅଭିଷେକ କରାଯିବ । ୧୦ଟା ୪୦ରୁ ୧୧ଟା ୪୫ ପର୍ଯ୍ୟନ୍ତ ରାମଲାଲା ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ଦିନ ୧୨ଟାରେ ହେବ ରାମଲାଲାଙ୍କ ଜନ୍ମୋତ୍ସବ । ଏହାପରେ ଆରତୀ ଓ ସୂର୍ଯ୍ୟତିଳକ କାର୍ଯ୍ୟକ୍ରମ ରହିଛି । ସୂର୍ଯ୍ୟଙ୍କ କିରଣ ରାମଲାଲାଙ୍କ ମସ୍ତକକୁ ସୁଶୋଭିତ କରିବ ।

Ram Navami 2025
Ram Navami 2025 (ETV Bharat)

ସଜେଇ ହୋଇଛି ଅଯୋଧ୍ୟା-

ଆଜି ପବିତ୍ର ରାମନବମୀ । ସଜେଇ ହୋଇଛି ଅଯୋଧ୍ୟା । ସମ୍ବେଦନଶୀଳ ଅଂଚଳରେ ବ୍ୟାପକ ପୋଲିସ ମୁତୟନ । ଡଗ ସ୍କ୍ବାର୍ଡ, ବମ ସ୍କାର୍ଡ ସହ ସିସିଟିଭି ଓ ଡ୍ରୋନ ସର୍ଭେଲାନ୍ସରେ ପୂଜା ଓ ଶୋଭାଯାତ୍ରା ସ୍ଥଳ । ହିନ୍ଦୁଙ୍କ ଆସ୍ଥା ଓ ବିଶ୍ୱାସର ଆରାଧ୍ୟ ମର୍ଯ୍ୟାଦା ପୁରୁଷ ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ । ରାମନବମୀକୁ ଧୁମଧାମରେ ପାଳନ ପାଇଁ ସଜେଇ ହୋଇଛି ଅଯୋଧ୍ୟା । ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମସ୍ଥଳୀ ଅଯୋଧ୍ୟରେ ଆଜି ବିରାଟ ମହୋତ୍ସବର ଆୟୋଜନ ହେଉଛି । ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରରୁ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ସେପଟେ ପବିତ୍ର ରାମ ନବମୀ ପୂର୍ବରୁ ରଙ୍ଗୀନ ଆଲୋକ ମାଳା ଓ ଫୁଲରେ ଝଲସିଲା ଅଯୋଧ୍ୟା ରାମ ମନ୍ଦିର । ଅଯୋଧ୍ୟାର ରାମ ଜନ୍ମଭୂମି ମନ୍ଦିର ରଙ୍ଗୀନ ଆଲୋକ ମାଳାରେ ଝଲସି ଉଠୁଛି । ଭଳିକି ଭଳି ଫୁଲରେ ମନ୍ଦିରକୁ ମଧ୍ୟ ସଜା ଯାଇଛି । ପବିତ୍ର ରାମ ନବମୀ ପୂର୍ବରୁ ରଙ୍ଗୀନ ଆଲୋକ ମାଳା ଓ ଫୁଲରେ ଝଲସିଲା ଅଯୋଧ୍ୟା ରାମ ମନ୍ଦିର । ଅଯୋଧ୍ୟାର ରାମ ଜନ୍ମଭୂମି ମନ୍ଦିର ରଙ୍ଗୀନ ଆଲୋକ ମାଳାରେ ଝଲସି ଉଠୁଛି ।

Ram Navami 2025
Ram Navami 2025 (ETV Bharat)

ରାମ ଲାଲାଙ୍କ ମସ୍ତକରେ ପଡିଲା ସୂର୍ଯ୍ୟତିଳକ-

ମଧ୍ୟାହ୍ନ 12ଟା ସମୟରେ ପୂର୍ବ ସୂଚନା ମୁତାବକ ରାମଲାଲାଙ୍କ ମସ୍ତକରେ ପଡିଥିଲା ସୂର୍ଯ୍ୟତିଳକ । ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ମସ୍ତକରେ ପଡିଲା ସୂର୍ଯ୍ୟତିଳକ ।

ଉତ୍ସବମୁଖର ରାମନଗରୀ ଅଯୋଧ୍ୟା-

ଶ୍ରୀରାମ ନବମୀ ପାଇଁ ଉତ୍ସବମୁଖର ଅଯୋଧ୍ୟା ନଗରୀ । ଆଧ୍ୟାତ୍ମିକ ପରିବେଶରେ ରାମଲାଲାଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ରାମନବମୀ ପାଇଁ ଦେଶର କୋଣ ଅନୁକୋଣରୁ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ସୁଅ ଛୁଟିଛି ଅଯୋଧ୍ୟାକୁ । ରଘୁବୀରଙ୍କ ସୌମ୍ୟକାନ୍ତ ମୁଖ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ପବିତ୍ର ଶ୍ରୀରାମ ନବମୀରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମର୍ଯ୍ୟାଦାପୁରୁଷ ଶ୍ରୀରାମଚନ୍ଦ୍ର , ମାତା ଜାନକୀ , ଅନୁଜ ଲକ୍ଷ୍ମଣ । ପ୍ରଭୁଙ୍କ ସୌମ୍ୟକାନ୍ତ ରୂପକୁ ଦର୍ଶନ କରୁଛନ୍ତି ଭକ୍ତ ।

ଏହା ବି ପଢନ୍ତୁ- ରାଶିଫଳ: ରାମ ନବମୀରେ କେମିତି କଟିବ ଦିନ ? କେଉଁମାନଙ୍କୁ ମିଳିବ ଶ୍ରୀରାମଙ୍କ ଆଶୀର୍ବାଦ - TODAY HOROSCOPE

ଓଡ଼ିଶାରେ ରାମନବମୀ ଧୁମଧାମରେ ପାଳନ କରାଯାଉଛି-

ସେପଟେ ରାମନବମୀ ପାଇଁ ସାରାରାଜ୍ୟରେ ପ୍ରସ୍ତୁତି । ଓଡ଼ିଶାରେ ରାମନବମୀ ଧୁମଧାମରେ ପାଳନ କରାଯାଉଛି । ବିଶେଷକରି ଭଦ୍ରକ ଓ ସମ୍ବଲପୁରରେ ରାମନବମୀ ପାଳନ ଉପରେ ନଜର ରହିଛି । ତେବେ ସମ୍ୱେଦନଶୀଳ ଅଞ୍ଚଳରେ ଶାନ୍ତି ଶୃଙ୍ଖଳାର ସହ ରାମ ନବମୀ ପାଳନ ପାଇଁ ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରାଯାଇଛି । ଏହା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ରାମ ନବମୀ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ।

ଚଉଦିଗ ରାମମୟ-

ସମ୍ବଲପୁରରେ ରାମ ନବମୀ ପାଇଁ ଉତ୍ସବମୁଖର ପରିବେଶ । ଆଜି ଅପରାହ୍ଣରେ ସମ୍ବଲପୁରରେ ହନୁମାନ ସମନ୍ବୟ ସମିତି ପକ୍ଷରୁ ବାହାରିବ ବିଶାଳ ଶୋଭାଯାତ୍ରା । ରାଜ୍ୟରେ ବି ବିଭିନ୍ନ ସ୍ଥାନରେ ଧୁମଧାମରେ ପାଳନ କରାଯାଉଛି ରାମ ନବମୀ । ଭୁବନେଶ୍ୱର ରାମ ମନ୍ଦିରରେ ସକାଳୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ମର୍ଯ୍ୟାଦାପୁରୁଷ ଶ୍ରୀରାମଙ୍କ ଦର୍ଶନ ପାଇଁ ଭୁବନେଶ୍ବର ରାମ ମନ୍ଦିରରେ ଭକ୍ତଙ୍କ ଭିଡ଼ । ସକାଳୁ ସକାଳୁ ହାତରେ ପୂଜାଥାଳ ଧରି ମନ୍ଦିର ଆସିଛନ୍ତି ଭକ୍ତଗଣ ।

ଏହା ବି ପଢନ୍ତୁ- ସମ୍ବଲପୁରରେ ରାମ ନବମୀ ପାଇଁ ହାଇଆଲର୍ଟରେ ପୋଲିସ, ସମ୍ବେଦନଶୀଳ ସ୍ଥାନରେ ଚେକିଂ - RAM NAVAMI 2025

ରାମ ନବମୀ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ-

ପବିତ୍ର ରାମ ନବମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ୍ସରେ ଲେଖିଛନ୍ତି, "ପବିତ୍ର ଶ୍ରୀରାମ ନବମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ସତ୍ୟ, ଧର୍ମ, ନ୍ୟାୟ ଓ ଆଦର୍ଶକୁ ପାଥେୟ କରି ସମାଜର ମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା । ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତିରେ ପରିପୂର୍ଣ୍ଣ ହେଉ।"

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏକ୍ସରେ ଲେଖିଛନ୍ତି, "ପବିତ୍ର 'ଶ୍ରୀରାମ ନବମୀ' ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ନିଷ୍ଠା, ସୁଶାସନ ଓ କର୍ତ୍ତବ୍ୟବୋଧର ପ୍ରତୀକ ମର୍ଯ୍ୟାଦାପୁରୁଷ ଶ୍ରୀରାମଙ୍କ କୃପାରୁ ରାଜ୍ୟ ଓ ରାଜ୍ୟବାସୀଙ୍କର ଆହୁରି ସମୃଦ୍ଧି ହେଉ, ଏହା ହିଁ ପ୍ରାର୍ଥନା ।"

ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ଏକ୍ସରେ ଲେଖିଛନ୍ତି, ପବିତ୍ର ରାମ ନବମୀ ଅବସରରେ ଆପଣ ସମସ୍ତଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା । ଅଧର୍ମର ନାଶ ହେଉ ଧର୍ମର ଜୟ ହେଉ... ଆପଣ ସମସ୍ତଙ୍କ ଜୀବନ ଆନନ୍ଦ ଉଲ୍ଲାସରେ ଭରିଯାଉ । ଏହାହିଁ ପ୍ରଭୁ ଶ୍ରୀରାମଙ୍କ ଚରଣରେ ପ୍ରାର୍ଥନା ।"

ସମ୍ବେଦନଶୀଳ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ-

ଆଜି ପବିତ୍ର ରାମନବମୀ । ସବୁ ଶ୍ରୀରାମ ମନ୍ଦିରରେ ବ୍ୟାପକ ପ୍ରସ୍ତୁତି । ସୁରକ୍ଷା ବ୍ୟବସ୍ଥା କଡାକଡି ପାଇଁ ଚାରିଆଡେ ପୋଲିସ ଛାଉଣୀ । ବଲାଙ୍ଗୀରରୁ ବରଗଡ, ଭଦ୍ରକରୁ ଭୁବନେଶ୍ୱର, ସମ୍ବଲପୁରରୁ ପୁରୀ ଚାରିଆଡେ ପୋଲିସ ବ୍ୟବସ୍ଥା କଡାକଡି କରାଯାଇଛି ।

Last Updated : April 6, 2025 at 12:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.