ETV Bharat / bharat

ପିକନିକ୍‌ ହେଲା କାଳ, ବନାସ ନଦୀରେ ବୁଡି 8 ଯୁବକ ମୃତ - RAJASTHAN BANAS RIVER TRAGEDY

ରାଜସ୍ଥାନର ଟୋଙ୍କ ଜିଲ୍ଲାର ବନାସ ନଦୀରେ ଅଘଟଣ । ଗୋଧୋଇବା ବେଳେ ନଦୀରେ ବୁଡିଗଲେ 11 ଯୁବକ । ସେମାନଙ୍କ ମଧ୍ୟରୁ 8 ମୃତ ।

Representational
Representational Image (ETV Bharat)
author img

By ETV Bharat Odisha Team

Published : June 10, 2025 at 3:16 PM IST

Updated : June 10, 2025 at 3:45 PM IST

1 Min Read

Rajasthan Drowning Tragedy ଜୟପୁର: ରାଜସ୍ଥାନର ଟୋଙ୍କ ଜିଲ୍ଲାରେ ବଡ଼ ଅଘଟଣ । ପିକନିକ ହେଲା କାଳ । ନଦୀରେ ଗାଧୋଉଥିବା ବେଳେ ବୁଡିଗଲେ 11 ଯୁବକ । ସେମାନଙ୍କ ମଧ୍ୟରୁ 8 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 3 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସମସ୍ତ ମୃତକ ଜୟପୁରର ବୋଲି ଜଣାପଡିଛି ।

ବନାସ ନଦୀରେ ବୁଡିଗଲେ ଯୁବକ:

ରାଜସ୍ଥାନର ଟୋଙ୍କ ଜିଲ୍ଲା ବନାସ ନଦୀରେ ଏହି ଦୁଃଖଦ ଘଟଣା ଘଟିଛି । ଆଜି(ମଙ୍ଗଳବାର) ଜୟପୁର ଅଞ୍ଚଳର 11 ଯୁବକ ପିକନିକ କରିବାକୁ ଯାଇଥିଲେ । ବନାସ ନଦୀରେ ଗାଧୋଉଥିବା ବେଳେ ପ୍ରଖର ସୁଅରେ ଭାସି ଯାଇଥିଲେ । ଫଳରେ 8 ଜଣଙ୍କ ମୃତ୍ୟୁ ହୋଇଛି । ବାକି 3 ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

8 ଯୁବକଙ୍କ ମୃତ୍ୟୁ ସ୍ପଷ୍ଟ କଲେ ଏସପି:

ତେବେ ଯୁବକ ବୁଡିଯିବା ଖବର ପରେ ସଙ୍ଗେ ସଙ୍ଗେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା । ସେମାନଙ୍କ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଥିଲା । ହେଲେ 8 ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବାକି 3 ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା କହିଛନ୍ତି ଟୋଙ୍କ ଜିଲ୍ଲା ଏସପି ଜିତେନ୍ଦ୍ର କୁମାର ସୋନି

ଏହା ମଧ୍ୟ ପଢନ୍ତୁ:

ସିକ୍କିମ ଦୁର୍ଘଟଣାରେ 1 ମୃତ, 8 ନିଖୋଜ, ଓଡ଼ିଶା ବିଜେପି ନେତ୍ରୀଙ୍କ ପରିବାର ଥିବା ସୂଚନା

ଗଙ୍ଗା ଜଳରେ ଲିଭିଗଲା ପ୍ରେମୀ ଯୁଗଳଙ୍କ ଜୀବନ ଦୀପ

ମେଘାଳୟ ହନିମୁନ ମର୍ଡର ମିଷ୍ଟ୍ରିର ଖୁଲାସା, ସ୍ୱାମୀଙ୍କୁ ହତ୍ୟା ପାଇଁ ସୁପାରୀ ଦେଇଥିଲେ ସ୍ତ୍ରୀ !

ଘଟଣାସ୍ଥଳରେ ଏସପି ଓ ଜିଲ୍ଲାପାଳ:

ଏହି ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଖବର ପାଇ ସଙ୍ଗେ ସଙ୍ଗେ ଘଟଣାସ୍ଥଳ ଅଭିମୁଖେ ବାହାରି ଯାଇଛନ୍ତି ଟୋଙ୍କ ଜିଲ୍ଲାର ଜିଲ୍ଲାପାଳ । ସମସ୍ତ ମୃତକ ଜୟପୁରର ବୋଲି ଜଣାପଡିଛି ।

ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ:

8 ଯୁବକଙ୍କ ମୃତ୍ୟୁକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଦୁଃଖ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ ଯୁବକଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନା କରିଛନ୍ତି । ଏହା ସହ ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ତୁରନ୍ତ ଅଧିକାରୀଙ୍କୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : June 10, 2025 at 3:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.