ETV Bharat / bharat

ଶିଲଂରୁ ଗାଜିପୁରକୁ କେମିତି ଆସିଲେ ସୋନମ, କୁଆଡେ ଗଲା ଲଗେଜ ଓ ସୁନା-ଟଙ୍କା ? - RAJA RAGHUVANSHI MURDER CASE

ସୋନାମ ଗାଜିପୁର ଆସିଲେ କେମିତି ? ଶିଲଂରୁ ଗାଜିପୁରର ଦୂରତା 1200 କିମି , ଟ୍ରେନରେ 24 ଘଣ୍ଟାରୁ ଅଧିକ ସମୟ ଲାଗିବ । ଵାରଣାସୀରୁ ଶିଲଂ ସିଧା ସଳଖ ଫ୍ଲାଇଟ ନାହିଁ ।

ରାଜା ରଘୁବଂଶୀ ହତ୍ୟା ମାମଲାର ପର୍ଦ୍ଦାଫାଶ
ରାଜା ରଘୁବଂଶୀ ହତ୍ୟା ମାମଲାର ପର୍ଦ୍ଦାଫାଶ (ETV Bharat)
author img

By ETV Bharat Odisha Team

Published : June 10, 2025 at 6:01 PM IST

2 Min Read

Raja Raghuvanshi Murder Case ଲକ୍ଷ୍ନୌ: ଗାଜିପୁର ହନିମୁନ କପୁଲଙ୍କ ମର୍ଡର ମିଷ୍ଟ୍ରିକୁ ନେଇ ଅନେକ ପ୍ରଶ୍ନ ଏବେ ବି ଅମୀମାଂସିତ ହୋଇ ରହିଛି । ରାଜା ରଘୁବଂଶୀଙ୍କ ମୃତ୍ୟୁ ରହସ୍ୟ ଉପରୁ ଏଯାଏ ହଟି ପାରିନି ପରଦା । ପତ୍ନୀ ସୋନମଙ୍କ ସମେତ 4 ଜଣଙ୍କୁ ଗିରଫ କରି ପୋଲିସ ଜେରା କରୁଛି । ଖୁବ ଶୀଘ୍ର ପ୍ରକୃତ ଘଟଣା ସାସ୍ନାକୁ ଆସିବ ବୋଲି ପୋଲିସ ଆଶା ରଖିଛି । ସୋନମଙ୍କୁ ନେଇ ଶିଲଂ ଫେରିଛି ପୋଲିସ । ଦୁଇ-ତିନି ଦିନ ମଧ୍ୟରେ କିଛି ବଡ ଖୁଲାସା ମେଘାଳୟ ପୋଲିସ କରିପାରେ ବୋଲି ଅନୁମାନ କରାଯାଉଛି ।

ଗାଜିପୁର ଆସିଲେ କେମିତି ?

ବର୍ତ୍ତମାନ ସୁଧ୍ୟା ଯାହା କିଛି ତଥ୍ୟ ସାମ୍ନାକୁ ଆସିଛି, ତାହାକୁ ଅନୁଧ୍ୟାନ କଲେ ବଡ ପ୍ରଶ୍ନ ମନକୁ ଆସେ, ସୋନମ ଗାଜିପୁର ଆସିଲେ କେମିତି ? ଶିଲଂରୁ ଗାଜିପୁରର ଦୂରତା 1200 କିମି ଦୂର । ଟ୍ରେନରେ ଆସିଲେ 24 ଘଣ୍ଟାରୁ ଅଧିକ ସମୟ ଲାଗିବ । ଵାରଣାସୀରୁ ଶିଲଂ ଆସିବା ପାଇଁ କୌଣସି ସିଧାସଳଖ ଫ୍ଲାଇଟ ନାହିଁ । ଯଦି ସେ ଟ୍ରେନରେ ଆସିଥାନ୍ତି ତେବେ ଶିଲଂ ପୋଲିସ କିପରି ଧରି ପାରିଲାନି ?

ଚୁପଚାପ୍ ପୋଲିସଙ୍କୁ ଅପେକ୍ଷା କରିଥିଲେ:

ଯଦି ସୋନମ କାରରେ ଶିଲଂରୁ ଗାଜିପୁର ଆସିଥାନ୍ତି ତେବେ ପୋଲିସ ଢାବା ପାଖରେ ତାଙ୍କ କାରକୁ ପାଇ ନ ଥିଲା କେମିତି ? କେହି ତାଙ୍କୁ କାରରେ ଆଣି ଏଠାରେ ଛାଡି ଚାଲି ଯାଇଥିଲେ କି ? ଢାବା ମ୍ୟାନେଜରଙ୍କ କଥାକୁ ଯଦି ବିଶ୍ବାସ କରାଯାଏ ତେବେ,ସୋନମ ଏଠାରେ ରାତି ଗୋଟେରେ ପହଞ୍ଚିଲେ । ସେ ଯେତେବେଳେ ଢାବାରେ ପହଞ୍ଚିଲେ ଖୁବ ବ୍ୟତିବ୍ୟସ୍ତ ଏବଂ ଉତ୍ତେଜିତ ଥିଲେ । ସେତେବେଳେ ତାଙ୍କ ପାଖରେ କୌଣସି ଲଗେଜ ନ ଥିଲା କି ଫୋନ ନ ଥିଲା । ଢାବା ମ୍ୟାନେଜରଙ୍କ ଠାରୁ ଫୋନ ଆଣି ସେ କଲ କରିଥିଲେ । ତେବେ ଏଠି ପ୍ରଶ୍ନ, ସୋନମଙ୍କ ଲଗେଜ,ଅନ୍ୟାନ୍ୟ ଜିନିଷ ଗଲା କୁଆଡେ ? ଢାବା ମାଲିକଙ୍କଠାରୁ ଫୋନ ଆଣି ପରିବାର ଲୋକଙ୍କୁ ଜଣାଇଲେ ଓ ତା ପରେ ଚୁପଚାପ ପୋଲିସଙ୍କୁ ଅପେକ୍ଷା କରିଥିଲେ । ତା ପରେ ପୋଲିସ ଆସି ସୋନାମଙ୍କୁ ଉଠାଇ ନେଇଗଲା । ତେବେ ଏସବୁ କଣ ସୁଚିନ୍ତିତ ଯୋଜନା ଥିଲା ?

ଶୂନଶାନ ଢାବାରେ କାହିଁକି ଅଟକିଥିଲେ ?

ଯେଉଁ ଢାବାରୁ ପୋଲିସ ସୋନମଙ୍କୁ ଧରିଲା ଏହା ସେହି ଇଲକାର ସବୁଠାରୁ ଛୋଟ ଢାବା ଥିଲା । ଏହାର ଆଖପାଖରେ ଅନେକ ବଡ ବଡ ଢାବା ଥିଲେ ହେଁ ସୋନମ କାହିଁକି ଏହି ଶୂନଶାନ ଢାବାରେ ଅଟକିଥିଲେ ? ଏହାର ଉତ୍ତର ମଧ୍ୟ ମିଳିନାହିଁ ।

ନା ଥିଲା ସୁନାଗହଣା ବା ଥିଲା ଟଙ୍କା:

ଢାବାରେ ପହଞ୍ଚିବା ପରେ ସୋନମ ସ୍ଵାଭାବିକ ଥିଲେ । ନା ସେ ବହୁତ ଚିନ୍ତିତ ଜଣା ପଡୁଥିଲେ ନା କାନ୍ଦୁଥିଲେ । ପରିବାର ଲୋକଙ୍କ ସହ କଥା ହେବ ପରେ ଢାବା ବାଲା ତାଙ୍କୁ ଏକ ଚେୟାର ଦେଇଥିଲେ । ଚେୟାରରେ ବସି ସେ ପୋଲିସକୁ ଅପେକ୍ଷା କରିଥିଲା ।

ସବୁଠାରୁ ବଡ କଥା ହେଲା, ସୋନମଙ୍କ ପାଖରେ ସୁନାଗହଣା ବା ନଗଦ କ୍ୟାସ କିଛି ବି ନଥିଲା । ଏସବୁ କୁଆଡେ ଗଲା ? ପୋଲିସ ତାହାର ମଧ୍ୟ ତଦନ୍ତ କରୁଛି । ସେହିପରି ସୋନମଙ୍କ ସରେଣ୍ଡର ବି ଏକ ସୁଚିନ୍ତିତ ଯୋଜନା ସନ୍ଦେହରେ ସେ ଦିଗକୁ ନେଇ ମଧ୍ୟ ପୋଲିସ ତଦନ୍ତ କରୁଛି । ଏହି ମାମଲାରେ ପୋଲିସ ସୋନମଙ୍କୁ ମିଶାଇ 4 ଜଣଙ୍କୁ ଗିରଫ କରିଛି ।

ସୂଚନା ଥାଉ କି, ମେ 21 ତାରିଖରେ ମଧ୍ୟ ପ୍ରଦେଶ ଇନ୍ଦୋରର ଏକ ଦମ୍ପତି ରାଜା ରଘୁବଂଶୀ ଓ ସୋନାମ ହନିମୁନ ପାଇଁ ମେଘାଲୟ ଯାଇଥିଲେ । ମା’ କାମାକ୍ଷାଙ୍କ ଦର୍ଶନ ପରେ ଶିଲଂ ଚାଲିଯାଇଥିଲେ । ମେ 23 ତାରିଖରୁ ଉଭୟେ ନିଖୋଜ ଥିଲେ । ଜୁନ 2 ତାରିଖରେ ପୋଲିସ ରାଜାଙ୍କ ମୃତଦେହ ଉଦ୍ଧାର କରିଥିଲା । ତଦନ୍ତ ପରେ ପତ୍ନୀ ସୋନମ ସୁପାରି କିଲରଙ୍କୁ ଲଗାଇ ରାଜାଙ୍କୁ ହତ୍ୟା କରିଥିବା ପୋଲିସ ଜାଣିବାକୁ ପାଇଥିଲା । ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଉତ୍ତରପ୍ରଦେଶରୁ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟଜଣଙ୍କୁ ଇନ୍ଦୋରରୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତମାନେ ରାଜାଙ୍କୁ ହତ୍ୟା କରିଥିବା ଓ ଏଥିପାଇଁ ସୋନମ ତାଙ୍କୁ ନିଯୁକ୍ତ କରିଥିବା ସ୍ୱୀକାର କରିଛନ୍ତି । ପରେ ସୋନମ ଉତ୍ତରପ୍ରଦେଶର ଗାଜିପୁର ପୋଲିସ ଆଗରେ ଆତ୍ମସମର୍ପଣ କରିଥିଲେ ।

ମେଘାଳୟ ହନିମୁନ ମର୍ଡର ମିଷ୍ଟ୍ରିର ଖୁଲାସା, ସ୍ୱାମୀଙ୍କୁ ହତ୍ୟା ପାଇଁ ସୁପାରୀ ଦେଇଥିଲେ ସ୍ତ୍ରୀ !

ଏହ ମଧ୍ୟ ପଢନ୍ତୁ ପ୍ରଧାନମନ୍ତ୍ରୀ କାହିଁକି ବାସଭବନ ପରିସରରେ ଲଗାଇଲେ ସିନ୍ଦୂର ଗଛ ? ଜାଣନ୍ତୁ ଏହା ପଛର ରହସ୍ୟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.