ହାଇଦ୍ରାବାଦ: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଗ୍ରହ ଓ ନକ୍ଷତ୍ରମାନଙ୍କ ଗୋଚରକୁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବରେ ବିବେଚନା କରାଯାଏ । ଯେତେବେଳେ କୌଣସି ଗ୍ରହ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ପ୍ରବେଶ କରନ୍ତି, ଏହା ସମସ୍ତ 12ଟି ରାଶିର ଲୋକଙ୍କ ଜୀବନକୁ ସକାରାତ୍ମକ ଏବଂ ନକାରାତ୍ମକ ଭାବରେ ପ୍ରଭାବିତ କରିଥାଏ । ବର୍ତ୍ତମାନ ରାହୁ ମୀନ ରାଶିରେ ଅବସ୍ଥିତ । ଜ୍ୟୋତିଷ ଗଣନା ଅନୁସାରେ, ରାହୁ ଖୁବଶୀଘ୍ର ଶନିଙ୍କ ରାଶି କୁମ୍ଭରେ ପ୍ରବେଶ କରିବେ । ଯାହା ସମସ୍ତ ରାଶିକୁ ପ୍ରଭାବିତ କରିବ ।
ଦିଲ୍ଲୀର ଜ୍ୟୋତିଷ ଆଦିତ୍ୟ ଝାଙ୍କ ଅନୁସାରେ, ରାହୁ ୧୮ ମ'ରେ କୁମ୍ଭ ରାଶିରେ ପ୍ରବେଶ କରିବେ ଏବଂ ୫ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ଏହି ରାଶିରେ ଅବସ୍ଥାନ କରିବେ । କଳିଯୁଗରେ ରାହୁଙ୍କୁ ସବୁଠାରୁ ପ୍ରଭାବଶାଳୀ ଏବଂ ଶକ୍ତିଶାଳୀ ଗ୍ରହ ଭାବରେ ବିବେଚନା କରାଯାଏ । ରାହୁ ନିଜର ଦଶା ଏବଂ ଗୋଚର କାଳରେ ଏପରି ପରିସ୍ଥିତି ସୃଷ୍ଟି କରନ୍ତି, ଯାହା ଲୋକମାନେ କଳ୍ପନା ମଧ୍ୟ କରିପାରିବେ ନାହିଁ । ଏହାର ପ୍ରଭାବରେ, ଜଣେ ବ୍ୟକ୍ତିଙ୍କ ଭାଗ୍ୟ ରାତାରାତି ପରିବର୍ତ୍ତନ ହୁଏ । ଏହି ପରିବର୍ତ୍ତନ କିଛି ରାଶି ଉପରେ ଶୁଭ ପ୍ରଭାବ ପକାଇବ ଏବଂ କିଛି ରାଶି ଉପରେ ଅଶୁଭ ପ୍ରଭାବ ପକାଇବ । ଏହି ସମୟ 5ଟି ରାଶିର ଲୋକଙ୍କ ପାଇଁ ବିଶେଷ ଭାଗ୍ୟବାନ ହେବାକୁ ଯାଉଛି ।
ଆସନ୍ତୁ ଜାଣିବା ରାହୁଙ୍କ ଗୋଚର କେଉଁ ରାଶିମାନଙ୍କ ଉପରେ କି ପ୍ରଭାବ ପକାଇବ...
ମେଷ:
ରାହୁଙ୍କ ରାଶି ପରିବର୍ତ୍ତନ ମେଷ ରାଶିର ଲୋକଙ୍କ ପାଇଁ ଶୁଭ ହେବ । ବ୍ୟବସାୟରେ ବୃଦ୍ଧିର ସମ୍ଭାବନା ଅଛି । ଆପଣ ବଡ଼ ନିବେଶ କରିବାକୁ ଆଗ୍ରହୀ ହୋଇପାରନ୍ତି । ଦୀର୍ଘ ଦିନ ଧରି ପଡ଼ି ରହିଥିବା କାମଗୁଡ଼ିକ ମଧ୍ୟ ସମାପ୍ତ ହେବ । ମାନସିକ ଶାନ୍ତି ପାଇବେ ଏବଂ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ ।
ବୃଷ:
ବୃଷ ରାଶିର ଲୋକଙ୍କ ପାଇଁ ଏହି ସମୟ ଶୁଭ ହେବ । ଆପଣଙ୍କ କ୍ୟାରିୟରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଆପଣ କର୍ମକ୍ଷେତ୍ରରେ ସଫଳତା ପାଇବେ ଏବଂ ଆପଣଙ୍କ ଚାକିରିରେ ଉନ୍ନତିର ସୁଯୋଗ ପାଇବେ । ଆପଣଙ୍କୁ ଆପଣଙ୍କର ବରିଷ୍ଠ ବ୍ୟକ୍ତିଙ୍କ ଠାରୁ ସମର୍ଥନ ମିଳିବ । ଧାର୍ମିକ କାର୍ଯ୍ୟରେ ଆପଣଙ୍କର ଆଗ୍ରହ ମଧ୍ୟ ବୃଦ୍ଧି ପାଇବ । ଅର୍ଥ ସମସ୍ୟା ଦୂର ହେବ ।
ମିଥୁନ:
ମିଥୁନ ରାଶିର ଲୋକଙ୍କ ଉପରେ ରାହୁର ଗୋଚରର ସକାରାତ୍ମକ ପ୍ରଭାବ ପଡ଼ିବ । ଛାତ୍ର ଜୀବନରେ ଉଚ୍ଚଶିକ୍ଷାର ପଥ ଖୋଲିଯିବ । ବିଦେଶ ଯାତ୍ରାର ସମ୍ଭାବନା ମଧ୍ୟ ରହିପାରେ । ସମାଜରେ ସମ୍ମାନ ବୃଦ୍ଧି ପାଇବ । ବୈବାହିକ ଜୀବନରେ ମଧୁରତା ବଜାୟ ରହିବ । ପ୍ରତିଷ୍ଠା ବଢ଼ିବ । ସଫଳତାର ଶୀଖରରେ ପହଞ୍ଚିବେ ।
କନ୍ୟା:
କନ୍ୟା ରାଶିର ଲୋକଙ୍କ ପାଇଁ ପରିସ୍ଥିତି ଅନୁକୂଳ ରହିବ । ସମସ୍ତ ପ୍ରକାରର ବାଧା ଦୂର ହେବ । ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି । ଆପଣଙ୍କୁ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହେବ । ଧାର କରଜରେ ବୁଡିରହିଥିବା ଲୋକଙ୍କ ସ୍ଥିତରେ ବଡ଼ ପରିବର୍ତ୍ତନ ହେବ । ଏ ସବୁରୁ ଆପଣ ମୁକ୍ତ ହେବେ ।
ବିଛା:
ବିଛା ରାଶିର ଲୋକମାନଙ୍କ ପାଇଁ ସୁଖ ଏବଂ ସମୃଦ୍ଧିରେ ବୃଦ୍ଧି ହେବ । ଯାନବାହାନର କିଣାକିଣି କରି ସୁଖ ପାଇପାରିବେ । କର୍ମକ୍ଷେତ୍ରରେ ଆପଣଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିବାର ସମ୍ଭାବନା ଅଛି । ଧାର୍ମିକ କାର୍ଯ୍ୟରେ ଆପଣଙ୍କର ଆଗ୍ରହ ବୃଦ୍ଧି ପାଇବ । ବିଦେଶ ଯାତ୍ରାରେ ଯିବାର ସମ୍ଭାବନା ମଧ୍ୟ ଅଛି । ବ୍ୟବସାୟ ବିସ୍ତାର ହେବ । ଅବିବାହିତଙ୍କ ବିବାହ ସ୍ଥିର ହୋଇପାରେ ।
ଏହା ମଧ୍ୟ ପଢ଼ନ୍ତୁ.. ଏହି ରାଶିଙ୍କୁ ଧନୀ କରିବେ ବୁଧ; ଭାଗ୍ୟରେ ବଡ଼ ପରିବର୍ତ୍ତନ, ବଢ଼ିବ ରୋଜଗାର |
Disclaimer: (ଏହା ଜ୍ୟୋତିଷ ଗଣନା ଉପରେ ଆଧାରିତ । ଏହା କେବଳ ସୂଚନାମୂଳକ ଉଦ୍ଦେଶ୍ୟ ପାଇଁ । ଆପଣଙ୍କ ଜୀବନ ସହିତ ଜଡିତ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ, ଜଣେ ଯୋଗ୍ୟ ଜ୍ୟୋତିଷଙ୍କ ସହିତ ପରାମର୍ଶ କରନ୍ତୁ । ଉଲ୍ଲେଖ କରାଯାଇଥିବା ତଥ୍ୟ ETV BHARATର ନିଜସ୍ବ ମତ ନୁହେଁ ।)