ETV Bharat / bharat

ବିହାର ନାଳନ୍ଦାରେ କାଳବୈଶାଖୀର ତାଣ୍ଡବ, ମନ୍ଦିର ଉପରେ ବରଗଛ ପଡ଼ି ୭ ଜଣଙ୍କ ମୃତ୍ୟୁ - TREE FELL ON TEMPLE IN NALANDA

ବିହାର ନାଳନ୍ଦାରେ ଏକ ମନ୍ଦିର ଉପରେ ବରଗଛ ପଡ଼ିଯିବାରୁ 15 ଜଣ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ।

15 people buried in a temple due to falling of tree in Nalanda
15 people buried in a temple due to falling of tree in Nalanda (ETV Bharat)
author img

By ETV Bharat Odisha Team

Published : April 10, 2025 at 10:54 PM IST

2 Min Read

ନାଳନ୍ଦା(ବିହାର): ବର୍ଷା ଏବଂ ଝଡ଼ ଯୋଗୁଁ ବିହାରରେ ବ୍ୟାପକ କ୍ଷୟକ୍ଷତି। ଯାହାକୁ ନେଇ ନାଳନ୍ଦାରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଯେଉଁଠାରେ ଏକ ବିରାଟ ବର ଗଛ ଉପୁଡ଼ି ଏକ ମନ୍ଦିର ଉପରେ ପଡ଼ିଯିବାରୁ ଘଟଣାସ୍ଥଳରେ 7 ଜଣଙ୍କର ମୃତ୍ୟୁ ହୋଇଛି। ଝଡ଼ ବର୍ଷା ଯୋଗୁଁ ମନ୍ଦିର ମଧ୍ୟରେ ଆଶ୍ରୟ ନେଇଥିବା ୧୨ରୁ ୧୫ ଜଣ ଲୋକ ଚାପି ହୋଇଯାଇଛନ୍ତି। ଏପର୍ଯ୍ୟନ୍ତ ୭ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ତେବେ ମନ୍ଦିର ଭଗ୍ନାବଶେଷ ତଳେ ଆହୁରି କିଛି ଚାପି ହୋଇଥିବେ ବୋଲି ଅନୁମାନ କରାଯାଉଛି। ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ଅନ୍ୟ ପୋତି ହୋଇଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି।

ମନ୍ଦିର ଉପରେ ପଡ଼ିଲା ବର ଗଛ:

ଘଟଣାଟି ନାଳନ୍ଦା ଜିଲ୍ଲାର ସଦର ବ୍ଲକ ମାନପୁର ଥାନା ଅଞ୍ଚଳର ନାଗୱାନ ଗାଁର। ଯେଉଁଠାରେ ବର୍ଷା ଏବଂ ଝଡ଼ରୁ ରକ୍ଷା ପାଇବା ପାଇଁ ୧୨ରୁ ୧୫ ଜଣ ଲୋକ ଗାଁରେ ଥିବା ଦେବୀ ପୀଠରେ ଆଶ୍ରୟ ନେଇଥିଲେ। ଏହି ସମୟରେ, ଏକ ପ୍ରବଳ ଝଡ଼ ଯୋଗୁଁ, ବର ଗଛଟି ଉପୁଡ଼ି ମନ୍ଦିର ଉପରେ ପଡ଼ିଯାଇଥିଲା। ଯାହାଦ୍ୱାରା ସମସ୍ତ ଲୋକ ଏଥିରେ ପ୍ରଭାବିତ ହୋଇଥିଲେ। ଏପର୍ଯ୍ୟନ୍ତ ଘଟଣାସ୍ଥଳରୁ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।

୭ ଜଣଙ୍କ ମୃତ୍ୟୁ ନିଶ୍ଚିତ:

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଏବଂ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ଘଟଣାରେ ଅନେକ ଗାଈଗୋରୁଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ସମସ୍ତଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରୟାସ ଚାଲିଛି। ବିହାର ସରିଫ୍ ଏସଡିଓ ନୀତିନ ବୈଭବ କାଜଲେ ୭ ଜଣଙ୍କ ମୃତ୍ୟୁ ନେଇ ନିଶ୍ଚିତ କରିଛନ୍ତି।

"ନାଗୱାନ ଗାଁରେ ଝଡ଼ ଯୋଗୁଁ ଦେବୀ ସ୍ଥଳ ମନ୍ଦିର ଉପରେ ଏକ ବିରାଟ ଗଛ ପଡ଼ିଗଲା, ଯେଉଁଠାରେ କିଛି ଲୋକ ବର୍ଷାରୁ ରକ୍ଷା ପାଇବା ପାଇଁ ଆଶ୍ରୟ ନେଇଥିଲେ। ଏହି ଘଟଣାରେ ସାତ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଲୋକ ଆହତ ହୋଇଛନ୍ତି। ସମସ୍ତଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି।" - ନିତିନ ବୈଭବ କାଜଲେ, ବିହାର ସରିଫ SDO, ସଦର

ନାଳନ୍ଦାରେ ଝଡ଼ ଏବଂ ବର୍ଷା ଯୋଗୁଁ ୧୮ ଜଣଙ୍କର ମୃତ୍ୟୁ:

ଗତ ୨୪ ଘଣ୍ଟା ମଧ୍ୟରେ ନାଳନ୍ଦାରେ ଝଡ଼ ଏବଂ ବର୍ଷା ଯୋଗୁଁ ମୋଟ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ମାନପୁର ଥାନା ଅଞ୍ଚଳରେ ୭ ଜଣ, ଇସଲାମପୁରରେ ୩ ଜଣ, ବିହାର ଥାନା ଅଞ୍ଚଳରେ ୨ ଜଣ, ନାଳନ୍ଦାରେ ଜଣେ, ପାୱାପୁରୀରେ ଜଣେ, ଗିରିକରେ ଜଣେ, ନୁରସରାଇରେ ଜଣେ, ରାହୁଇ ଡେକପୁରାରେ ୨ ଜଣ ଏବଂ ହରନୌତ ଚୈନପୁରରେ ୨ ଜଣ ପ୍ରାଣ ହରାଇଛନ୍ତି। ଜିଲ୍ଲାପାଳ ଶଶାଙ୍କ ଶୁଭଙ୍କର ମୃତ୍ୟୁ ନେଇ ନିଶ୍ଚିତ କରିଛନ୍ତି। ବିପର୍ଯ୍ୟୟ ସହାୟତା ଅଧୀନରେ ସମସ୍ତଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି।

Heavy damage due to storm and rain
Heavy damage due to storm and rain (ETV Bharat)

ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ:

ବିହାରରେ ବର୍ଷା ଏବଂ ଝଡ଼ ଯୋଗୁଁ ହୋଇଥିବା ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ଝଡ଼ ଏବଂ ବଜ୍ରପାତ ଯୋଗୁଁ ୨୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି କଷ୍ଟକର ସମୟରେ ସରକାର ଏବଂ ପୋଲିସ ପ୍ରଶାସନ ପୀଡ଼ିତ ପରିବାର ସହିତ ଅଛନ୍ତି। ମୃତକଙ୍କ ଆଶ୍ରିତ ପରିବାରକୁ ତୁରନ୍ତ ଚାରି ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ପ୍ରଦାନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ- ଉତ୍ତରାଖଣ୍ଡ ଚମୋଲିରେ ଓଡ଼ିଆ ଭାଇ ଭଉଣୀଙ୍କ ଆତ୍ମହତ୍ୟା, ଆର୍ଥିକ ସଙ୍କଟ କାରଣରୁ ହାରିଲେ ଜୀବନ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.