ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା । ଯେଉଁଥିରେ ପ୍ରାୟ ୧୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ରହିଛନ୍ତି । ଷ୍ଟେସନର ୧୪ ଏବଂ ୧୫ ନମ୍ବର ପ୍ଲାଟଫର୍ମରେ ପ୍ରବଳ ଭିଡ଼ ଯୋଗୁଁ ଏହି ଅଘଟଣ ଘଟିଛି । ତେବେ ଦିଲ୍ଲୀର ଲୋକନାୟକ ହସ୍ପିଟାଲ କର୍ତ୍ତୃପକ୍ଷ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି । ରେଳ ଅଧିକାରୀଙ୍କ ଅନୁଯାୟୀ, ରବିବାର ଛୁଟିଦିନ ଥିବାରୁ ଶନିବାର ପ୍ରୟାଗରାଜ ଯିବା ପାଇଁ ବହୁ ସଂଖ୍ୟକ ଲୋକ ଏକାଠି ହୋଇଥିଲେ । ଫଳରେ ଏଭଳି ଅଘଟଣ ଘଟିଛି । ଗତକାଲି (ଶନିବାର) ରାତି ପ୍ରାୟ ୮.୩୦ ସମୟରେ ଏହି ଅଘଟଣ ଘଟିଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ମୃତକଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଓ ଆହତମାନଙ୍କୁ ୨.୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛି ଭାରତୀୟ ରେଳବାଇ ।
ଷ୍ଟେସନରେ ଦଳାଚକଟା ସ୍ଥିତି:
ସୂଚନା ଅନୁସାରେ, ଗତକାଲି ରାତିରେ ପ୍ରୟାଗରାଜ ଯିବା ପାଇଁ ନୂଆଦିଲ୍ଲୀ ରେଲୱେ ଷ୍ଟେସନରେ ପ୍ରବଳ ଭିଡ ହୋଇଥିଲା । ପ୍ରୟାଗରାଜ ଯାଉଥିବା ଟ୍ରେନ ଆସିବାରେ ବିଳମ୍ବ ହେବରୁ ଷ୍ଟେସନରେ ଭିଡ ବଢ଼ିଥିଲା । ବାରାଣସୀ ଯାଉଥିବା ଶିବଗଙ୍ଗା ଏକ୍ସପ୍ରେସ ଷ୍ଟେସନରେ ପହଞ୍ଚିବା ପରେ ଯାତ୍ରୀମାନେ ଟ୍ରେନରେ ଚଢ଼ିବା ଆରମ୍ଭ କରିଥିଲେ । ଏପରି ପରିସ୍ଥିତିରେ ଭିଡ଼ ବଢ଼ିବା ସହ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଠେଲାପେଲା ଆରମ୍ଭ ହୋଇଥିଲା । ଭିଡ ଭିତରେ ଦଳାଚକଟା ହୋଇ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୧୦ ମହିଳା ଥିବାବେଳେ ୩ ଶିଶୁ ରହିଛନ୍ତି । ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାତି ପ୍ରାୟ ୮ଟା ୩୦ ସମୟରେ ପ୍ଲାଟଫର୍ମ ନମ୍ବର ୧୪/୧୫ରେ ଘଟିଛି ।
Distressed by the stampede at New Delhi Railway Station: PM Modi
— ANI Digital (@ani_digital) February 15, 2025
Read @ANI Story | https://t.co/XHk9sqXAvL#PMModi #Stampede #NDLS pic.twitter.com/8Bssl8hFTh
- ମୃତକଙ୍କ ମଧ୍ୟରେ ୧୦ ଜଣ ମହିଳା ଏବଂ ୩ ଜଣ ଶିଶୁ ଅଛନ୍ତି, ଅନେକ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
- ମହାକୁମ୍ଭ ପାଇଁ ପ୍ରୟାଗରାଜ ଯିବା ପାଇଁ ପ୍ରବଳ ଭିଡ଼ ହୋଇଥିଲା, ଘଟଣାଟି ପ୍ଲାଟଫର୍ମ ନମ୍ବର ୧୪ ଏବଂ ୧୫ ରେ ଘଟିଛି ।
- ଲୋକନାୟକ ହସ୍ପିଟାଲରେ ୧୫ ଜଣ ଏବଂ ଲେଡି ହାର୍ଡିଂ ମେଡିକାଲ କଲେଜ ହସ୍ପିଟାଲରେ ୩ ଜଣଙ୍କର ମୃତ୍ୟୁ ହୋଇଛି।
- ପ୍ରୟାଗରାଜ ଯାଉଥିବା ଶିବଗଙ୍ଗା ଏକ୍ସପ୍ରେସ ସମେତ ୩ଟି ଟ୍ରେନ ବିଳମ୍ବରେ ଆସିବା ଯୋଗୁଁ ପ୍ରଭଳ ଭିଡ଼ ବଢ଼ିଥିଲା ।
ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି:
ଏନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ବିଟ କରି ଲେଖିଛନ୍ତି, "ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟାରେ ପ୍ରାଣହାନୀ ବିଷୟରେ ଜାଣି ମୁଁ ଗଭୀର ମର୍ମାହତ । ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଏବଂ ଆହତମାନଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା ।"
Deeply anguished to know about the loss of lives in a stampede at New Delhi Railway station. I extend my heartfelt condolences to the bereaved families and pray for speedy recovery of those injured.
— President of India (@rashtrapatibhvn) February 16, 2025
ରେଳମନ୍ତ୍ରୀଙ୍କ ପ୍ରତିକ୍ରିୟା:
ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଟ୍ବିଟ (X) ରେ ଲେଖିଛନ୍ତି, "ନୂଆଦିଲ୍ଲୀ ରେଳ ଷ୍ଟେସନରେ ଘଟିଥିବା ଦୁର୍ଭାଗ୍ୟପୂର୍ଣ୍ଣ ଦଳାଚକଟା ପାଇଁ ମୁଁ ଗଭୀର ଭାବରେ ମର୍ମାହତ । ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପାଇଁ ମୋର ପ୍ରାର୍ଥନା । ଏହି ଦୁଃଖଦ ଘଟଣାରେ ପ୍ରଭାବିତ ହୋଇଥିବା ସମସ୍ତଙ୍କୁ ସହାୟତା କରିବା ପାଇଁ ସମ୍ପୂର୍ଣ୍ଣ ଟିମ୍ କାମ କରୁଛି ।" ସେ ଆହୁରି ଲେଖିଛନ୍ତି "ନୂଆଦିଲ୍ଲୀ ରେଳ ଷ୍ଟେସନରେ ପରିସ୍ଥିତି ନିୟନ୍ତ୍ରଣରେ ଅଛି । ଦିଲ୍ଲୀ ପୋଲିସ ଏବଂ RPF ପହଞ୍ଚିଛନ୍ତି । ଆହତମାନଙ୍କୁ ହସ୍ପିଟାଲକୁ ନିଆଯାଇଛି । ଭିଡ଼କୁ ଦୂର କରିବା ପାଇଁ ସ୍ବତନ୍ତ୍ର ଟ୍ରେନ୍ ଚଲାଯାଉଛି।"
Deeply saddened by the unfortunate stampede that occurred at New Delhi Railway Station. My prayers are with all those who have lost their loved ones. The entire team is working to assist all those who have been affected by this tragic incident.
— Ashwini Vaishnaw (@AshwiniVaishnaw) February 15, 2025
ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ପ୍ରତିକ୍ରିୟା:
ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖିଛନ୍ତି, "ମହାକୁମ୍ଭରେ ସାମିଲ ହେବାକୁ ପ୍ରୟାଗରାଜ ଯାଉଥିବା ଭକ୍ତମାନଙ୍କ ସହିତ ଏପରି ଘଟଣା ଅତ୍ୟନ୍ତ ଦୁଃଖଦ। କେନ୍ଦ୍ର ସରକାର କିମ୍ବା ୟୁପି ସରକାର ଲୋକଙ୍କ ସୁରକ୍ଷା ବିଷୟରେ ଚିନ୍ତିତ ନୁହଁନ୍ତି। ପ୍ରୟାଗରାଜରେ କୌଣସି ବ୍ୟବସ୍ଥା ନାହିଁ, କିମ୍ବା ଦେଶର ବିଭିନ୍ନ ରାଜ୍ୟରୁ ଆସୁଥିବା ଭକ୍ତମାନଙ୍କ ପାଇଁ କୌଣସି ଦୃଢ଼ ଟ୍ରାଫିକ୍ ବ୍ୟବସ୍ଥା କରାଯାଇନାହିଁ। ମୁଁ ରେଳ ବିଭାଗକୁ ଅନୁରୋଧ କରୁଛି ଯେ ଲୋକଙ୍କୁ ଯଥାଶୀଘ୍ର ସାହାଯ୍ୟ ଯୋଗାଇ ଦିଆଯାଉ ।"
VIDEO | " 15 people were brought dead here (lnjp hospital) and their families have been informed, and around the same number of injured have been admitted here. this is a very tragic incident... all, expect two, have been identified. the injured are undergoing treatment. we pray… pic.twitter.com/5vriZJ25iI
— Press Trust of India (@PTI_News) February 15, 2025
ଏଆଇସିସି ଅଧ୍ୟକ୍ଷଙ୍କ ପ୍ରତିକ୍ରିୟା:
ଏନେଇ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଟ୍ବିଟ୍ କରି ଲେଖିଛନ୍ତି,"ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖଦ। ଷ୍ଟେସନରୁ ଆସୁଥିବା ଭିଡିଓଗୁଡ଼ିକ ଅତ୍ୟନ୍ତ ହୃଦୟ ବିଦାରକ। ନୂଆଦିଲ୍ଲୀ ରେଳ ଷ୍ଟେସନରେ ମୃତ୍ୟୁ ଘଟଣାରେ ମୋଦି ସରକାରଙ୍କ ପକ୍ଷରୁ ସତ୍ୟକୁ ଲୁଚାଇବାର ପ୍ରୟାସ ଅତ୍ୟନ୍ତ ଲଜ୍ଜାଜନକ ଏବଂ ନିନ୍ଦନୀୟ। ଆମେ ଦାବି କରୁଛୁ ଯେ, ମୃତକ ଏବଂ ଆହତଙ୍କ ସଂଖ୍ୟା ଯଥାଶୀଘ୍ର ଘୋଷଣା କରାଯାଉ ଏବଂ ନିଖୋଜ ଲୋକଙ୍କ ପରିଚୟ ସ୍ପଷ୍ଟ କରାଯାଉ। ପୀଡିତଙ୍କ ପରିବାର ପ୍ରତି ଆମର ଗଭୀର ସମବେଦନା। ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦିଆଯାଉ ।"
नई दिल्ली रेलवे स्टेशन पर भगदड़ से कई लोगों की मृत्यु हो जाने का समाचार अत्यंत पीड़ादायक है। स्टेशन से आ रहे वीडियो बेहद हृदयविदारक है।
— Mallikarjun Kharge (@kharge) February 15, 2025
नई दिल्ली रेलवे स्टेशन पर हुई मौतों के मामले में नरेंद्र मोदी सरकार द्वारा सच्चाई छिपाने की कोशिश बेहद शर्मनाक व निंदनीय है।
हमारी मांग है…
ଦିଲ୍ଲୀ ଏଲଜିଙ୍କ ପ୍ରତିକ୍ରିୟା:
ନୂଆଦିଲ୍ଲୀ ରେଳ ଷ୍ଟେସନରେ ଘଟିଥିବା ଅଘଟଣ ପରେ, ଦିଲ୍ଲୀ ଉପରାଜ୍ଯପାଳ ଭିକେ ସକ୍ସେନା କହିଛନ୍ତି, "ଏହା ଏକ ଦୁର୍ଭାଗ୍ୟଜନକ ଏବଂ ଦୁଃଖଦ ଘଟଣା । ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ଯୋଗୁଁ ଅନେକଙ୍କ ଜୀବନ ଯାଇଛି ଏବଂ ଆହତ ହୋଇଛନ୍ତି । ଏହି ଦୁଃଖଦ ଘଟଣାରେ ପୀଡିତଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା । ମୁଖ୍ୟ ସଚିବ ଏବଂ ପୋଲିସ କମିଶନରଙ୍କ ସହ କଥା ହୋଇଛି । ସେମାନଙ୍କୁ ପରିସ୍ଥିତିର ସମାଧାନ କରିବାକୁ କୁହାଯାଇଛି । ମୁଖ୍ୟ ସଚିବଙ୍କୁ DDMA ପଦକ୍ଷେପ କାର୍ଯ୍ୟକାରୀ କରିବାକୁ ଏବଂ ରିଲିଫ କର୍ମୀଙ୍କୁ ନିୟୋଜିତ କରିବାକୁ କୁହାଯାଇଛି । ସମସ୍ତ ହସ୍ପିଟାଲଗୁଡ଼ିକ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ।"
" there has been an unfortunate incident at new delhi railway station. have spoken to the chief secretary & police commissioner and asked them to address the situation. cs has been asked to deploy relief personnel. have instructed cs & cp to be at the site and take control of… pic.twitter.com/ttpyNwpnqa
— ANI (@ANI) February 15, 2025
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ