ନୂଆଦିଲ୍ଲୀ: ଗୋଟିଏ ପଟେ ସର୍ବୋଚ୍ଚ କୋର୍ଟରେ ନିଟ୍ ପେପର ଲିକ୍ ମାମଲାର ଶୁଣାଣି ଜାରି ରହିଥିବା ସଂସଦରେ ଏହି ପ୍ରସଙ୍ଗ ଆଜି ଝଡ ସୃଷ୍ଟି କରିଛି । ବିରୋଧୀ ସିଧା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଘେରିବା ସହ ଇସ୍ତଫା ଦାବି କରିଛନ୍ତି । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ ବିବୃତ୍ତି ରଖି ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୁରା ସରକାର ଉପରେ ବର୍ଷିଛନ୍ତି । ଏହା କେବଳ ନିଟ୍ ପେପର ଲିକ୍ ଘଟଣା ନୁହେଁ, ବରଂ ପୁରା ଦେଶରେ ଶିକ୍ଷା ବ୍ୟବସ୍ଥା ବିକ୍ରି ହୋଇସାରିଛି ବୋଲି ରାହୁଲ କହିଛନ୍ତି । ଯଦି ଆପଣଙ୍କ ପାଖରେ ଟଙ୍କା ଅଛି, ତେବେ ଆପଣ ଦେଶରେ ଶିକ୍ଷା କିଣିପାରିବେ ବୋଲି ରାହୁଲ କହିଥିଲେ । ଧର୍ମେନ୍ଦ୍ର ଉତ୍ତର ରଖି ଅଭିଯୋଗକୁ ଖଣ୍ଡନ କରିଥିଲେ । ମାମଲାର ଶୁଣାଣି ସର୍ବୋଚ୍ଚ କୋର୍ଟରେ ଚାଲିଛି । ଗତ 7ବର୍ଷ ମଧ୍ୟରେ ‘ଏନଟିଏ’ ଶତାଧିକ ପରୀକ୍ଷା ପରିଚାଳନା କରିଛି । କୌଣସି ଗୋଟିଏ ଅଭିଯୋଗ ସେପରି ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି ।
#WATCH | Congress MP and LoP in Lok Sabha Rahul Gandhi says " it is obvious to the whole country that there is a very serious problem in our examination system, not just in neet but in all the major examinations. the minister (dharmendra pradhan) has blamed everybody except… pic.twitter.com/ccclExwRTI
— ANI (@ANI) July 22, 2024
ବିବୃତ୍ତି ରଖିବା ବେଳେ ରାହୁଲ କହିଥିଲେ,‘‘ସମଗ୍ର ଦେଶ ପାଇଁ ଏହା ଏକ ଉଦବେଗର ବିଷୟ । ଏହା କେବଳ NEETର କଥା ନୁହେଁ ବରଂ ଦେଶର ସମସ୍ତ ପ୍ରମୁଖ ପରୀକ୍ଷା ପରିଚାଳନାରେ ସଙ୍ଗୀନ ସମସ୍ୟା ରହିଛି । ମନ୍ତ୍ରୀ (ଧର୍ମେନ୍ଦ୍ର ପ୍ରଧାନ) ନିଜ ବ୍ୟତୀତ ଅନ୍ୟ ସମସ୍ତଙ୍କୁ ଏଥିପାଇଁ ଦାୟୀ କରୁଛନ୍ତି । ମୁଁ ଭାବୁନାହିଁ ଯେ ଏହି ପ୍ରସଙ୍ଗର ପ୍ରାସଙ୍ଗିକତାକୁ ସେ ବୁଝିଛନ୍ତି । ବ୍ୟବସ୍ଥାଗତ ଭାବେ ସେ ଏହି ସମସ୍ୟାର ସମାଧାନ କରିବା ପାଇଁ କ’ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଏପରି ସ୍ଥିତିରେ ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ସମଗ୍ର ଶିକ୍ଷା ବ୍ୟବସ୍ଥାକୁ ଫ୍ରଡ ବୋଲି ଭାବିଲେଣି । ଲୋକେ ଏହା ମଧ୍ୟ ବିଶ୍ୱାସ କରିବାକୁ ଲାଗିଲେଣି ଯେ, ଯଦି ଆପଣ ଧନୀ, ଆପଣଙ୍କ ପାଖରେ ଟଙ୍କା ଅଛି, ତେବେ ଆପଣ ମଧ୍ୟ ଭାରତୀୟ ପରୀକ୍ଷା ସିଷ୍ଟମକୁ ମଧ୍ୟ କିଣି ଦେଇପାରିବେ ।’’
#WATCH | Congress MP and LoP in Lok Sabha Rahul Gandhi says " as this (neet) is a systematic issue, what exactly are you doing to fix this issue?
— ANI (@ANI) July 22, 2024
education minister dharmendra pradhan says "...a lie will not become truth just by shouting. the fact that the leader of opposition… pic.twitter.com/gbTXVoqytk
ରାହୁଲଙ୍କ ପ୍ରଶ୍ନର ଉତ୍ତର ରଖିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବେଶ ଉତ୍ତେଜିତ ନଜର ଆସିଥିଲେ । କହିଥିଲେ,‘‘ଗତ 7 ବର୍ଷ ମଧ୍ୟରେ ଜାତୀୟ ପରୀକ୍ଷା ସଂସ୍ଥା ଶତାଧିକ ପରୀକ୍ଷା ପରିଚାଳନା କରିଛି । କୌଣସି ଗୋଟିଏ ଥର ମଧ୍ୟ ପେପର ଲିକ୍ ହେବାର କୌଣସି ପ୍ରମାଣ ମିଳିନାହିଁ । ଏହି (NEET) ମାମଲା ଏବେ ସୁପ୍ରିମକୋର୍ଟରେ ଚାଲିଛି । ମୁଁ ସମ୍ପୂର୍ଣ୍ଣ ଦାୟିତ୍ବବୋଧତାର ସହ ଏହା କହିପାରିବି ଯେ, NTA ଗତ 7ବର୍ଷ ମଧ୍ୟରେ ପରେ 240ରୁ ଅଧିକ ପରୀକ୍ଷା ସଫଳତାର ସହ ପରିଚାଳନା କରିସାରିଛି । ଏବେ ଏହି ମାମଲାରେ କୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉଛି । ମାମଲା ଏବେ ବିଚାରାଧୀନ ରହିଛି । ସେ ସମ୍ପର୍କରେ ମୁଁ କୌଣସି ରାଜନୀତି କରିବାକୁ ଚାହେଁନାହିଁ ।’’
ଅନ୍ୟପଟେ କଂଗ୍ରେସ ସାଂସଦ ମଣିକମ ଟାରୋଗ ସିଧା ଶିକ୍ଷାମନ୍ତ୍ରୀଙ୍କ ନୈତିକ ଇସ୍ତଫା କଥା ମଧ୍ୟ ଉଠାଇବାକୁ ଭୁଲି ନଥିଲେ । କହିଥିଲେ, ବର୍ତ୍ତମାନ ସ୍ଥିତିରେ ଶିକ୍ଷାମନ୍ତ୍ରୀ ନୈତିକ ଉତ୍ତରଦାୟିତ୍ବ ଗ୍ରହଣ କରି ନିଜ ପଦରୁ ଇସ୍ତଫା ଦେବେ କି ? ଉତ୍ତରରେ ଧର୍ମେନ୍ଦ୍ର କହିଥିଲେ, ସେ ଦଳର ନେତା ପ୍ରଧାନମନ୍ତ୍ରୀଙ୍କ ଇଚ୍ଛା ଅନୁସାରେ ସରକାରରେ ମନ୍ତ୍ରୀ ହୋଇଛନ୍ତି । ଯେତେବେଳେ କୌଣସି ଉତ୍ତରଦାୟିତ୍ୱ ଆସେ, ସରକାର ଏଥିପାଇଁ ଉତ୍ତରଦାୟୀ । ବର୍ତ୍ତମାନ ସ୍ଥିତିରେ ମଧ୍ୟ ସରକାର ଉତ୍ତରଦାୟିତ୍ବର ସହ କାମ କରୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ