ETV Bharat / bharat

କମ୍ପିବ ସଂସଦ, ଜୁଲାଇ 21ରୁ ମୌସୁମୀ ଅଧିବେଶନ - PARLIAMENT MONSOON SESSION

ଅପରେସନ ସିନ୍ଦୁର ପରେ ଏହା ପ୍ରଥମ ସଂସଦୀୟ ଅଧିବେଶନ ହେବାକୁ ଯାଉଛି । ସୂଚନା ଦେଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜ୍ଜୁ ।

ମୌସୁମୀ ଅଧିବେସନ
ମୌସୁମୀ ଅଧିବେଶନ (IANS)
author img

By ETV Bharat Odisha Team

Published : June 4, 2025 at 4:38 PM IST

1 Min Read

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ 21ରୁ ପାର୍ଲାମେଣ୍ଟରେ ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହା ଅଗଷ୍ଟ 12 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜ୍ଜୁ ସୂଚନା ଦେଇଛନ୍ତି । ସାଢେ ତିନି ମାସର ବିରତି ପରେ ପୁଣି ଆରମ୍ଭ ହେବାକୁ ଯାଉଛି ସଂସଦ ଅଧିବେଶନ ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ କମିଟି ଅଧିବେଶନର ତାରିଖ ସ୍ଥିର କରାଯାଇଛି । ସରକାରଙ୍କ ଦ୍ୱାରା ମୌସୁମୀ ଅଧିବେଶନ ଆସନ୍ତା ଜୁଲାଇ 21 ତାରିଖରୁ ଆରମ୍ଭ ହେବାକୁ ଯାଉଛି, ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜ୍ଜୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ବିରୋଧୀ ଦଳଙ୍କର ସହଯୋଗ ଆବଶ୍ୟକ:

ସଂସଦରେ ସମସ୍ତ ବିଷୟବସ୍ତୁ ଉପରେ ଶୃଙ୍ଖଳିତ ଭାବେ ଆଲୋଚନା ଜାରି ରଖିବା ପାଇଁ ସରକାର ବିରୋଧୀ ଦଳଙ୍କର ସହାୟତା ଲୋଡିଛନ୍ତି । ସରକାର ଅଧିବେଶନ ସୂଚାରୁ ରୂପେ ଚାଲିବା ସହ ସକାରାତ୍ମକ ଦିଗରେ ସମସ୍ୟାର ଫଳାଫଳ ନିର୍ଣ୍ଣୟ କରିବା ପାଇଁ ଆଗ୍ରହୀ ଅଛନ୍ତି ।

ଚଳିତବର୍ଷର ପ୍ରଥମ ସଂସଦୀୟ ଅଧିବେଶନ ଜାନୁଆରୀ ମାସ 31 ତାରିଖରେ ଆରମ୍ଭ ହୋଇ ଏପ୍ରିଲ 4 ତାରିଖରେ ଶେଷ ହୋଇଥିଲା । ବିଗତ ସଂସଦୀୟ ଅଧିବେଶନରେ ବିବାଦୀୟ ୱାକଫ୍ ବିଲ ଉପରେ ମୋହର ବାଜିଥିଲା । ଗରିବ ଲୋକଙ୍କୁ ସହାୟତା ଓ ମୁସଲମାନ ମହିଳାଙ୍କୁ ସେମାନଙ୍କ ଅଧିକାର ପାଇଁ ଏହି ବିଲ ଗୃହୀତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ:

ସଂସଦରେ ୱାକଫ୍ ସଂଶୋଧନ ବିଲ୍ ଗୃହୀତ, ରାଜ୍ୟସଭାରେ ସପକ୍ଷରେ ପଡିଲା 128 ଭୋଟ

ସାଂସଦଙ୍କ ବଢିଲା ଦରମା ଓ ଭତ୍ତା, କେତେ ବଢାଇଲେ କେନ୍ଦ୍ର ସରକାର ?

ସଂସଦରେ ପ୍ରବାସୀ ଝଡ଼: ରାଜ୍ୟସଭାରେ ଜୟଶଙ୍କରଙ୍କ ବିବୃତି, ‘ନୂଆ କଥା ନୁହେଁ’

ସ୍ୱତନ୍ତ୍ର ଅଧିବେଶନ ପାଇଁ ବିରୋଧୀଙ୍କ ଦାବି:

ବିରୋଧୀ ଦଳର ଅପରେସନ ସିନ୍ଦୂର ସମ୍ବନ୍ଧରେ ଆଲୋଚନା ନିମନ୍ତେ ଏକ ସ୍ୱତନ୍ତ୍ର ଅଧିବେଶନ ପାଇଁ ବାରମ୍ବାର ଦାବି କରି ଆସୁଥିଲେ । ତେବେ ଏହି ମୌସୁମୀ ଅଧିବେଶନରେ ସମସ୍ତ ସମସ୍ୟା ଉପରେ ଗଭୀର ଆଲୋଚନା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଅପରେସନ ସିନ୍ଦୂର:

ଅପରେସନ ସିନ୍ଦୂର ପରେ ଏହା ପ୍ରଥମ ସଂସଦୀୟ ଅଧିବେଶନ ହେବାକୁ ଯାଉଛି । ଏହି ଅପରେସନ୍ ମାଧ୍ୟମରେ ଭାରତର ଲକ୍ଷ୍ୟଭେଦୀ ଆକ୍ରମଣ ଯୋଗୁଁ ପାକିସ୍ତାନରେ ଆତଙ୍କବାଦୀଙ୍କ ଗଡରେ ହାହାକାର ଖେଳି ଯାଇଥିଲା । କାଶ୍ମୀରର ପହଲଗାମ ଠାରେ ନିରିହ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀଙ୍କ ଆକ୍ରମଣର ପ୍ରତିଉତ୍ତରରେ ଭାରତ ଅପରେସନ ସିନ୍ଦୂର ଲଞ୍ଚ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.