SINDOOR TREE ହାଇଦ୍ରାବାଦ: ପହଲଗାମ ଆକ୍ରମଣ ଓ ଭାରତର ପାଲଟା ଜବାବ “ଅପରେସନ ସିନ୍ଦୂର” ପରେ ଯେମିତି ସିନ୍ଦୂର ଶବ୍ଦର ପରିଚୟ ବଦଳି ଯାଇଛି । ସିନ୍ଦୂର ଆଉ ସୀମନ୍ତର ସୌନ୍ଦର୍ଯ୍ୟ ହୋଇ ନାହିଁ । ସାହାସ ଓ ବୀରତ୍ୱର ପ୍ରତୀକ ପାଲଟି ଯାଇଛି । ସିନ୍ଦୂର ଆଉ ସଧବା ନାରୀର ଆଭୂଷଣ ହୋଇ ରହିନାହିଁ, ବିଧବା ନାରୀର ରଣହୁଙ୍କାର ପାଲଟି ଯାଇଛି । ଏଇ ସିନ୍ଦୂରକୁ ନେଇ ସବୁରି ମୁହଁରେ ଚର୍ଚ୍ଚା । ଗତ 5 ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ପରିବେଶ ଦିବସ ଅବସରରେ ନିଜ ବାସଭବନ ପରିସରରେ ଏକ ସିନ୍ଦୂର ଗଛ ଲଗାଇ ଏହି ଶବ୍ଦର ମହତ୍ୱ ଆହୁରି ବଢାଇ ଦେଇଛନ୍ତି ।

ସିନ୍ଦୂର ଏବେ ରାଷ୍ଟ୍ରୀୟ ଶକ୍ତିର ପ୍ରତୀକ ପାଲଟିଛି:
ଏହି ସିନ୍ଦୂର ଗଛକୁ କେତେଜଣ ମହିଳା ପ୍ରଧାନମନ୍ତ୍ରୀଙ୍କୁ ଦେଇଥିଲେ । ଏହି ମହିଳାମାନେ 1971ରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ବୀରତ୍ୱ ଦେଖାଇ ସାରା ଦେଶକୁ ଚମକାଇ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଲଗାମ ଆତଙ୍କୀ ଅକ୍ରମଣ ଏବଂ ଅପରେସନ ସିନ୍ଦୂର ସହ ଏହାର ସଂଯୋଗ ଦର୍ଶାଇ କହିଛନ୍ତି, “ସିନ୍ଦୂର ଏବେ ରାଷ୍ଟ୍ରୀୟ ଶକ୍ତିର ପ୍ରତୀକ ପାଲଟି ଯାଇଛି ।” ମୋଦି ଏହି ଗଛକୁ ଖୁବ ଯତ୍ନର ସହ ନିଜ ବାସଭବନ ପରିସରରେ ଲଗାଇଛନ୍ତି ।
ଏସବୁ ଅଞ୍ଚଳରେ ଦେଖିବାକୁ ମିଳେ ସିନ୍ଦୂର ଗଛ:
ସିନ୍ଦୂର ଗଛ ଦକ୍ଷିଣ ଆମେରିକା ଏବଂ ଅନ୍ୟ କେତେକ ଏସୀୟ ଦେଶରେ ଦେଖିବାକୁ ମିଳିଥାଏ । ଭାରତର ହିମାଚଳ ପ୍ରଦେଶ ଏବଂ ମହାରାଷ୍ଟ୍ରର କେତେକ ଇଲାକାରେ ମଧ୍ୟ ଏହି ବୃକ୍ଷ ଦେଖିବାକୁ ମିଳିଥାଏ । ଉଦ୍ଭିଦ ବିଜ୍ଞାନରେ ସିନ୍ଦୂର ବୃକ୍ଷକୁ ବିକ୍ସା ଓରେଲାନା ନାମରେ ପରିଚିତ । ଏହି ଗଛର ବିଶେଷତ୍ୱ ହେଉଛି ଏହାର ମଞ୍ଜି । ମଞ୍ଜିର ରଙ୍ଗ ପାଇଁ ଏହାର ନେଇ ଗୁରୁତ୍ୱ ରହିଛି । ଏହି ଗଛର ଫଳ ଶୁଖିଗଲା ପରେ ଫାଟିଯାଏ ଓ ଏହା ଭିତରେ ଥିବା ଲାଲ ରଙ୍ଗର ମଞ୍ଜି ବାହାରକୁ ବାହାରି ଆସିଥାଏ । ଏହି ମଞ୍ଜିରେ ଲାଲ, ନାରଙ୍ଗୀ ରଙ୍ଗ ତିଆରି ହୋଇଥାଏ ।

ଅନ୍ନାଟୋ ନାମରେ ମଧ୍ୟ ପରିଚିତ:
ଏହି ଗଛ ଅନ୍ନାଟୋ ନାମରେ ମଧ୍ୟ ପରିଚିତ । ଏହି ରଙ୍ଗର ବ୍ୟବହାର ସାଧାରଣତଃ ଖାଦ୍ୟ ପଦାର୍ଥ ଏବଂ ପ୍ରସାଧନ ସାମଗ୍ରୀ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ । ବିଶେଷ କରି ଭାରତୀୟ ସଂସ୍କୃତିରେ ଏହାକୁ ମଥାରେ ଲଗା ଯାଇଥାଏ । NCBI ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଚରେ କୁହାଯାଇଛି, ଖାଦ୍ୟପଦାର୍ଥରେ ବ୍ୟବହୃତ ହଉଥିବା 70 ପ୍ରତିଶତ ପ୍ରାକୃତିକ ରଙ୍ଗ ଏହି ମଞ୍ଜିରୁ ପ୍ରସ୍ତୁତ ହୋଇଥାଏ ।
ଏହା ବ୍ୟତୀତ ସିନ୍ଦୂର ଗଛ ସାଜସଜ୍ଜା ପାଇଁ ରୋପଣ କରାଯାଇଥାଏ । ଏହାର ପତ୍ର ଖୁବ ଚଉଡା । ଏଥିରେ ଗୋଲାପୀ ଏବଂ ଧଳା ରଙ୍ଗର ଫୁଲ ଫୁଟେ । ତା ଛଡା ଏହି ବୃକ୍ଷର ଅନେକ ଔଷଧୀୟ ଗୁଣ ବି ରହିଛି । ଅଧ୍ୟୟନରୁ ଜଣାଯାଏ, ଏହାର ପତ୍ର ଏବଂ ମଞ୍ଜି କେତେକ ପାରମ୍ପରିକ ଚିକିତ୍ସାରେ ବ୍ୟବହାର କରାଯାଇଥାଏ । ଏହାର ମଞ୍ଜି ପାଚନ ଏବଂ ଚର୍ମ ରୋଗର ନିରାକରଣ ପାଇଁ ବ୍ୟବହାର କରାଯାଇଥାଏ । ଏହି ଗଛ ଖୁବ ସହଜରେ ବଢିପାରେ । ଏହି ବୃକ୍ଷର ଅନେକ ଉପକାରୀ ଗୁଣ ରହିଛି । ବିଶେଷ କରି ବଗିଚା ଏବଂ ଚାଷଜମିର ଉର୍ବରତା ବଢାଇବାରେ ଏହା ସାହାଯ୍ୟ କରେ ।

ଆମେରିକୀୟମାନେ ଏହାର ପତ୍ରରେ ଚା ବନାନ୍ତି
ସିନ୍ଦୂର ପତ୍ର କେରୋଟିନାଏଡ, ଟରପେନୋଇଡ୍ସ, ଟେକୋଟ୍ରିଏନୋଲ ଏବଂ ଫ୍ଲୋବୋନୋଇଡ୍ସରେ ଭରପୂର ଥାଏ । ଅଧ୍ୟୟନରୁ ଜଣାଯାଏ, ଏହି ଗଛର ପତ୍ରରେ ମୂଳ ଅମେରିକୀୟମାନେ ଚା ତିଆରି କରି ପିଅନ୍ତି ।
ଏକ ଅଧ୍ୟୟନରୁ ଜଣାଯାଇଛି, ଏହାର ପତ୍ରକୁ ମୁଣ୍ଡବିନ୍ଧା, ଚିଡଚିଡାପଣ, ବଦହଜମୀ, ଝାଡା, ଜ୍ୱର ପରି ରୋଗର ଔଷଧ ପାଇଁ ବ୍ୟବହାର କରାଯାଇଥାଏ । ଏହା ବ୍ୟତୀତ ପୋଲିଓ, ଡାଇବେଟଚିସ ପରି ରୋଗର ଔଷଧ ପ୍ରସ୍ତୁତି ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ । କେସର ପରେ ସିନ୍ଦୂର ବିଶ୍ୱର ଦ୍ୱିତୀୟ ସର୍ବାଧିକ ବ୍ୟବହାର କରାଯାଉଥିବା ରଙ୍ଗ ଅଟେ ।
ଅଧ୍ୟୟନରୁ ଏକଥା ମଧ୍ୟ ଜଣାଯାଇଛି, ଏନ୍ନାଟୋ ବା ସିନ୍ଦୂର ଗଛ କ୍ୟାନ୍ସର କୋଶିକା ବୃଦ୍ଧିକୁ ରୋକିବାରେ ସାହାଯ୍ୟ କରିଥାଏ । ଏହି ବୃକ୍ଷରେ କେରୋଟିନାଏଡ ମାତ୍ରା ଅଧିକ ଥାଏ ଯାହା ଆଖି ପାଇଁ ଖୁବ ଉପକାରୀ ଅଟେ ।

ଏହା ମଧ୍ୟ ପଢନ୍ତୁ ରାମୋଜୀ ରାଓ; ମହାନାୟକ...ଭବିଷ୍ୟତ ନିର୍ମାତା ସ୍ୱପ୍ନର ବଣିକ, ଲେଖାରେ ଆଣୁଥିଲେ ବିପ୍ଲବ, ମାଟିରେ ଗଢୁଥିଲେ ମୁକ୍ତା
ଏହା ମଧ୍ୟ ପଢନ୍ତୁ 900 ବର୍ଷର ପୁରୁଣା ଏଡନ ସୋନିଆ ଡିଜିଟାଟା ବୃକ୍ଷ, ଯେଉଁଠି ଉଠିବ ଖୁସି ଭରିବ