ଡିଜେଲ ବୋଝେଇ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା 5 ବଗି
ତାମିଲନାଡୁର ତିରୁଭାଲ୍ଲୁରରେ ଡିଜେଲ ବୋଝେଇ ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ ।

Published : July 13, 2025 at 10:35 AM IST
|Updated : July 13, 2025 at 11:08 AM IST
ଚେନ୍ନାଇ: ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ । ତାମିଲନାଡୁର ତିରୁଭାଲ୍ଲୁରରେ ତୈଳ ବୋଝେଇ ଏକ ମାଲବାହୀ ଟ୍ରେନ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଚେନ୍ନାଇ ପୋର୍ଟରୁ ଡିଜେଲ ନେଇ ଯାଉଥିବା ମାଲବାହୀ ଟ୍ରେନ୍ଟି ତିରୁଭାଲ୍ଲୁର ନିକଟରେ ହଠାତ୍ ଲାଇନଚ୍ୟୁତ ହୋଇଥିଲା, ଯାହା ପରେ ଟ୍ରେନ୍ରେ ଥିବା ତୈଳ ଟ୍ୟାଙ୍କର୍ରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।
#WATCH | Tamil Nadu: Freight train carrying diesel catches fire near Tiruvallur. Efforts to douse the fire underway. pic.twitter.com/1F1lNXt8SS
— ANI (@ANI) July 13, 2025
ଡିଜେଲ ବୋଝେଇ ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ:
ନିଆଁ ଲାଗିବା ପରେ ତୈଳ ବୋଝେଇ ମାଲବାହୀ ଟ୍ରେନଟି ହୁତୁ ହୁତୁ ହୋଇ ଜଳିଥିଲା । ଡିଜେଲ ଥିବାରୁ ନିଆଁଟି ପୁରା ଟ୍ରେନକୁ ବ୍ୟାପିଯାଇଥିଲା । ବର୍ତ୍ତମାନ ସୁଦ୍ଧା 5ଟି କୋଚ ସମ୍ପୂର୍ଣ୍ଣ ଜଳିଯାଇଛି । ଏନେଇ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛି । 10 ରୁ ଅଧିକ ଦମକଳ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସୁରକ୍ଷା ଦୃଷ୍ଟିରୁ ପୋଲିସ ନିକଟବର୍ତ୍ତୀ ଆବାସିକ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରୁଛି ଏବଂ ବିଦ୍ୟୁତ୍ ଯୋଗାଣ ମଧ୍ୟ ବନ୍ଦ କରାଯାଇଛି। ଦୁର୍ଘଟଣାସ୍ଥଳ ନିକଟବର୍ତ୍ତୀ ଘରଗୁଡ଼ିକରେ ଥିବା ଏଲପିଜି ସିଲିଣ୍ଡରଗୁଡ଼ିକୁ ହଟାଇ ଦିଆଯାଉଛି।
#WATCH | Tamil Nadu | Two teams of NDRF rushed to the spot where a freight train caught fire near Tiruvallur.
— ANI (@ANI) July 13, 2025
(Source: NDRF) https://t.co/aVRCeSzLF8 pic.twitter.com/bzfI29Ic1F
ନିଆଁଲିଭା କାର୍ଯ୍ୟ ଜାରି:
ତିରୁଭାଲ୍ଲୁର ଜିଲ୍ଲା କଲେକ୍ଟର ଏମ୍ ପ୍ରତାପ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଅଗ୍ନି ନିର୍ବାପନ କାର୍ଯ୍ୟକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣାରେ ଏପର୍ଯ୍ୟନ୍ତ କାହାର ମୃତ୍ୟୁ ହୋଇଥିବା ଖବର ମିଳିନାହିଁ। ଉଦ୍ଧାର କାର୍ଯ୍ୟ ପାଇଁ ଆରାକୋନମରୁ ରିଲିଫ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତାମିଲନାଡୁ ମନ୍ତ୍ରୀ ଏସ୍ଏମ୍ ନାସାର ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ କହିଛନ୍ତି। ଜିଲ୍ଲା ପ୍ରଶାସନ କହିଛି ଯେ ନିଆଁକୁ ନିୟନ୍ତ୍ରଣ କରିବାକୁ କିଛି ଘଣ୍ଟା ସମୟ ଲାଗିବ। ଜିଲ୍ଲା ପ୍ରଶାସନ ଅନୁରୋଧ ପରେ ଉଦ୍ଧାର କାର୍ଯ୍ୟ ପାଇଁ ଘଟଣା ସ୍ଥଳରେ ଦୁଇଟି NDRF ଟିମ୍ ନିୟୋଜିତ ହୋଇଛନ୍ତି ।
ରେଳସେବା ପ୍ରଭାବିତ:
Following the fire accident near Tiruvallur Overhead power supply has been put off as safety precautions. All efforts have been taken to put off the fire, hence the following changes have been made in the pattern of train services#SouthernRailway pic.twitter.com/nEofQzTNH7
— Southern Railway (@GMSRailway) July 13, 2025
ଏହି ଘଟଣା ପରେ, ଦକ୍ଷିଣ ରେଳବାଇ ତିରୁଭାଲ୍ଲୁରରେ ଓଭରହେଡ୍ ବିଦ୍ୟୁତ୍ ଯୋଗାଣ ବନ୍ଦ କରିଦେଇଛି । ଫଳରେ ରେଳ ସେବା ପ୍ରଭାବିତ ହୋଇଛି । ଆଠଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି । ଅନେକ ଟ୍ରେନକୁ ବନ୍ଦ କରିବାକୁ ପଡିଥିଲା। ଦକ୍ଷିଣ ରେଳବାଇ ଟ୍ବିଟ କରି କହିଛି , " ତିରୁଭାଲ୍ଲୁର ନିକଟରେ ବାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ ପରେ ସୁରକ୍ଷା ଦୃଷ୍ଟିରୁ ଓଭରହେଡ୍ ବିଦ୍ୟୁତ୍ ଯୋଗାଣକୁ ବନ୍ଦ କରିଦିଆଯାଇଛି। ନିଆଁ ଲିଭାଇବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି, ତେଣୁ ଟ୍ରେନ୍ ସେବାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ରେଲୱେ ଅଧିକାରୀମାନେ ଘଟଣାସ୍ଥଳରେ ପରିସ୍ଥିତି ଉପରେ ନଜର ରଖିଛନ୍ତି । ପୁନରୁଦ୍ଧାର କାର୍ଯ୍ୟ ଚାଲିଛି ଏବଂ ଖୁବଶୀଘ୍ର ଟ୍ରେନ ଚଳାଚଳ ପୁଣି ଆରମ୍ଭ ହେବ । "
ହେଲ୍ପଲାଇନ ନମ୍ବର ଜାରି:
ଯାତ୍ରୀମାନଙ୍କ ପାଇଁ ଦୁଇଟି ହେଲ୍ପଲାଇନ୍ ନମ୍ବର - 044-25354151 ଏବଂ 044-24354995 ମଧ୍ୟ ଜାରି କରାଯାଇଛି । ଟ୍ରେନ ସମ୍ବନ୍ଧୀଯ ସୂଚନା ପାଇଁ ଯାତ୍ରୀ ମାନେ ଏହି ନମ୍ବରରେ ଯୋଗାଯୋଗ କରିପାରିବେ ।
In connection will fire mishap of a goods train near Tiruvallur, passengers seeking guidance/assistance are requested to contact Helpline numbers given below
— Southern Railway (@GMSRailway) July 13, 2025
📞 044-25354151
📞 044-24354995#SouthernRailway

