ETV Bharat / bharat

ମାଲକାଜଗିରିରେ ଖୋଲିଲା 125 ତମ ବ୍ରାଞ୍ଚ, MD କହିଲେ 'ବିଶ୍ୱାସ ଏବଂ ଭରସାର ପ୍ରତୀକ ମାର୍ଗଦର୍ଶୀ ଚିଟ୍ ଫଣ୍ଡ'

ହାଇଦ୍ରାବାଦ ମାଲକାଜଗିରିରେ 'ମାର୍ଗଦର୍ଶୀ'ର 125 ତମ ବ୍ରାଞ୍ଚ ଉଦଘାଟିତ । ରାମୋଜୀ ଗ୍ରୁପ ଚେୟାରମ୍ୟାନ ସିଏଚ କିରଣ ଏବଂ 'ମାର୍ଗଦର୍ଶୀ' ଏମଡି ଶୈଳଜା କିରଣ ନୂଆ ଶାଖାର ଉଦଘାଟନ କରିଛନ୍ତି ।

Margadarsi Malkajigiri  Branch  inauguration event
Margadarsi Malkajigiri Branch inauguration event (ETV Bharat)
author img

By ETV Bharat Odisha Team

Published : September 25, 2025 at 4:46 PM IST

2 Min Read
Choose ETV Bharat

ହାଇଦ୍ରାବାଦ: ବିଶ୍ୱାସ ଏବଂ ପ୍ରତିଶୃତିର ପ୍ରତୀକ ମାର୍ଗଦର୍ଶୀ ଚିଟ୍ ଫଣ୍ଡ । ସମୟ ସହିତ ତାଳ ଦେଇ ନିଜକୁ ପ୍ରମାଣିତ କରିଛି ମାର୍ଗଦର୍ଶୀ ଚିଟ୍ ଫଣ୍ଡ । ହାଇଦ୍ରାବାଦ ସ୍ଥିତ ମଲକାଜଗିରି ଆନନ୍ଦବାଗ ସର୍କଲ ବାଲାଜୀ ବିଗ୍ ଟାଉନ ଅଞ୍ଚଳରେ ମାର୍ଗଦର୍ଶୀ ଚିଟ୍ ଫଣ୍ଡ ସଂସ୍ଥାର 125 ତମ ଶାଖା ଉନ୍ମୋଚନ ସମୟରେ ଏହା କହିଛନ୍ତି ଏମଡି ଶୈଳଜା କିରଣ । ସେ ପୁଣି କହିଛନ୍ତି ଏହି ଚିଟ୍ ଫଣ୍ଡ ସଂସ୍ଥା ଗ୍ରାହକଙ୍କ ଆର୍ଥିକ ଆବଶ୍ୟକତାର ମାର୍ଗଦର୍ଶକ ସାଜିଛି । କାରଣ ରାମୋଜୀ ଗ୍ରୁପର ପୂର୍ବତନ ଚେୟାରମ୍ୟାନ ସ୍ୱର୍ଗତ ରାମୋଜୀ ରାଓଙ୍କ ପଦାଙ୍କ ଅନୁସରଣ କରି ଏହି ସଂସ୍ଥା ସମ୍ପୂର୍ଣ୍ଣ ଆଇନଗତ ଭାବେ କାର୍ଯ୍ୟ କରିଥାଏ । ମାର୍ଗଦର୍ଶୀ ଟିଟ୍ ଫଣ୍ଡ ସଂସ୍ଥାର 125 ତମ ଶାଖାର ଶୁଭ ଉଦଘାଟନ ସମାରୋହରେ ରାମୋଜୀ ଗ୍ରୁପ ସିଏମଡି ସିଏଚ୍ କିରଣ ଏବଂ ରାମୋଜୀ ରାଓଙ୍କ ନାତି ସୁଜୟ ସାମିଲ ହୋଇଥିଲେ ।

ସଂସ୍ଥାର 125 ତମ ଶାଖା ଶୁଭ ଉଦଘାଟନ ଅବସରରେ ଶୈଳଜା କିରଣ କହିଛନ୍ତି, "1962 ମସିହାରେ ମାର୍ଗଦର୍ଶୀ ଚିଟ ଫଣ୍ଡର ମୁଳଦୂଆ ପଡିଥିଲା । ସେ ଦିନର ଏହି ସଂସ୍ଥା ଆଜି ମହାଦ୍ରୁମରେ ପରିଣତ ହୋଇଛି । 60 ଲକ୍ଷରୁ ଅଧିକ ଗ୍ରାହକ ଏହି ସଂସ୍ଥା ସହିତ ବର୍ତ୍ତମାନ ଜଡିତ ଅଛନ୍ତି । ଜରୁରୀକାଳୀନ ଆବଶ୍ୟକତା ତଥା ଆର୍ଥିକ ଏବଂ ବ୍ୟବସାୟିକ ଦୃଷ୍ଟିରୁ ମାର୍ଗଦର୍ଶୀ ଚିଟ୍ ଫଣ୍ଡ ଏକ ଅପରିହାର୍ଯ୍ୟ ଆର୍ଥିକ ଆବଶ୍ୟକତା ଭାବେ ଉଦ୍ଭା ହୋଇଛି । ବିଗତ ବର୍ଷମାନଙ୍କରେ ଗ୍ରାହକଙ୍କ ପାଇଁ ଆର୍ଥିକ ଆବଶ୍ୟକତାର ପ୍ରମୁଖ ମାଧ୍ୟମ ସାଜିଥିବା ଏହି ସଂସ୍ଥା ଆଗକୁ ମଧ୍ୟ ପିଢି ପରେ ପିଢି ପାଇଁ ପ୍ରଥମ ପସନ୍ଦ ସାଜିବ ।"

ଏହା ବି ପଢନ୍ତୁ- କର୍ଣ୍ଣାଟକରେ ମାର୍ଗଦର୍ଶୀ ଚିଟଫଣ୍ଡର ୧୨୨ତମ ଶାଖା ଉଦଘାଟିତ

ସେ ପୁଣି କହିଛନ୍ତି, "ପ୍ରଥମେ ପ୍ରଥମେ ଆମେ ଗ୍ରାହକଙ୍କ 10 ହଜାର ଟଙ୍କାର ଫଣ୍ଡକୁ ପରିଚାଳନା କରୁଥିଲୁ । ବର୍ତ୍ତମାନ ଆମେ ଗ୍ରାହକଙ୍କ 10 ଲକ୍ଷରୁ ଏକ କୋଟି ପର୍ଯ୍ୟନ୍ତ ଫଣ୍ଡ ପରିଚାଳନା କରୁଛୁ । ଆଗକୁ ଆମେ ଗ୍ରାହକଙ୍କ 10 କୋଟିର ଫଣ୍ଡକୁ ସୁବିନିଯୋଗ କରିବୁ ବୋଲି ଆଶାବାଦୀ ଅଛୁ । ବର୍ତ୍ତମାନ ସମୟରେ ସମସ୍ତଙ୍କର ବିଶେଷ କରି ମଧ୍ୟମ ଶ୍ରେଣୀ ବର୍ଗର ଲୋକଙ୍କ ଆର୍ଥିକ ଆବଶ୍ୟକତାକୁ ପୂରଣ କରିବାରେ ଚିଟ୍ ଫଣ୍ଡ ମୁଖ୍ୟ ଭୂମିକା ନିର୍ବାହ କରୁଛି । ଯୁବ ବର୍ଗର ଲୋକେ ଚିଟ୍ ଫଣ୍ଡର ଆବଶ୍ୟକତାକୁ ଅନୁଭବ କରିବା ପରେ ଏଥିରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ମାର୍ଗଦର୍ଶୀରେ ନିବେଶ କଲେ ମାର୍କେଟ ରିକ୍ସ ନଥାଏ ଏବଂ ଏହା ସ୍ୱାଧୀନ । ମାତ୍ର 40ରୁ 50 ମାସ ମଧ୍ୟରେ ଏହା ଗ୍ରାହକଙ୍କୁ ସେମାନଙ୍କର ପ୍ରାପ୍ୟ ପ୍ରଦାନ କରିଥାଏ ।"

ଏହି ଅବସରରେ ରାମୋଜୀ ଗ୍ରୁପ ସିଏମଡି ସିଏଚ୍ କିରଣ କହିଛନ୍ତି, "ଆମ ସିହତ ଯେଉଁ ଗ୍ରାହକମାନେ ଯୋଡି ହୋଇଛନ୍ତି ସେମାନଙ୍କ ତିନି ପିଢିର ଆର୍ଥିକ ଆବଶ୍ୟକତାକୁ ମାର୍ଗଦର୍ଶୀ ପୂରଣ କରିଛି । ଆମେ ଆଶା ରଖିଛୁ ଆଗକୁ ଅଧିକରୁ ଅଧିକ ପରିବାର ଆମ ସହିତ ଯୋଡି ହେବେ ।"

ଏହା ବି ପଢନ୍ତୁ- ଗଚ୍ଚିୱୋଲିରେ ଖୋଲିଲା ୧୨୧ ତମ ବ୍ରାଞ୍ଚ, MD କହିଲେ 'ସଠିକ ମାର୍ଗ ଦେଖାଏ ମାର୍ଗଦର୍ଶୀ'

ଶାଖାର ଶୁଭ ଉଦଘାଟନ ଅବସରରେ ଗ୍ରାହକ ଲଳିତା ଦେବୀ, ବି ଗୋପଳ, ଶରତ ବାବୁ ଏବଂ ଭାଗ୍ୟଲକ୍ଷ୍ମୀ ମାର୍ଗଦର୍ଶୀ ସଂସ୍ଥା ପ୍ରତି ସନ୍ତୁଷ୍ଟି ପ୍ରକାଶ କରିବା ସହିତ ଚିଟ୍ ଫଣ୍ଡ ସଂସ୍ଥା ସହିତ ଯୋଡି ହେବା ପରେ ଆର୍ଥିକ କ୍ଷେତ୍ରରେ ସକ୍ଷମ ହୋଇଥିବା କହିଛନ୍ତି ।

ଏହି ସମାରୋହରେ ମାର୍ଗଦର୍ଶୀ ସିଇଓ ପି ସତ୍ୟନାରାୟଣ, ସିଓଓ ମଧୁସୂଦନ, ନିର୍ଦ୍ଦେଶକ ଭେଙ୍କଟସ୍ୱାମୀ, ଜିଏମ୍ ଆଦିନାରାୟଣ, ରବିନ୍ଦ୍ରନାଥ, ପ୍ରସାଦ, ଡିଜିଏମ୍ ବାଳକୃଷ୍ଣ, ମାଲକାଜଗିରି ଶାଖା ପରିଚାଳକ ଚନ୍ଦ୍ରଶେଖର ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।