ହାଇଦ୍ରାବାଦ: ଗୁଜରାଟ ଅହମ୍ମଦାବାଦରେ ଗୁରୁବାର ଏକ ବଡ ଧରଣର ବିମାନ ଦୁର୍ଘଟଣା ଘଟିଯାଇଛି । ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏହି ବିମାନ ଉଡାଣ ଭରିବା ପରେ ପରେ ଖସି ପଡିଥିଲା । ଏହି ଦୁର୍ଘଟଣା ପରେ ବର୍ତ୍ତମାନ ସୁଦ୍ଧା ହୋଇଥିବା ଏୟାର ଇଣ୍ଡିଆର ବଡ ବଡ ବିମାନ ଦୁର୍ଘଟଣାଗୁଡିକ ଆଜି ଖବର ପାଲଟି ଯାଇଛନ୍ତି ।
2020 ଅଗଷ୍ଟ 7-ଏୟାର ଇଣ୍ଡିଆ ଏକ୍ସପ୍ରେସ IX-1344 କୋଝିକୋଡ: 2020 ଅଗଷ୍ଟ 7ରେ ବନ୍ଦେ ଭରତ ମିସନରେ ଦୁବାଇରୁ କୋଝିକୋଡ ଯିବା ପାଇଁ ଉଡାନ ଭରୁଥିଲା ବୋଇଂ 737-800 । ପ୍ରବଳ ବର୍ଷା ଯୋଗୁ ଲାଣ୍ଡିଙ୍ଗ ସମୟରେ ରନୱେରେ ଖସି ଯାଇଥିଲା । ଫଳରେ ବିମାନଟି ଏକ ଖାଇରେ ପଡି ଦୁଇଭାଗ ହୋଇ ଯାଇଥିଲା । ଏଥିରେ 2 ପାଇଲଟଙ୍କ ସମେତ 21 ଜଣଙ୍କର ମୃତ୍ୟୁ ଘଟିଥିଲା । 100ରୁ ଅଧିକ ଆହତ ହୋଇଥିଲେ ।
2010 ମେ’ 22: ଏୟାର ଇଣ୍ଡିଆ ଏକ୍ସପ୍ରେସ IX-812 ମାଙ୍ଗଲୁରୁ: ଦୁବାଇରୁ ମାଙ୍ଗଲୁରୁ ଯାଉଥିବା ବୋଇଂ 737-800 ବିମାନ ଟେବଲଟପ ରନୱେରେ ଖସି ଯିବା କାରଣରୁ ଘାଟିରେ ପଡି ଯାଇଥିଲା । ଫଳରେ ବିମାନରେ ନିଆଁ ଲାଗି ଯାଇଥିଲା । ଏହି ଦୁର୍ଘଟଣାରେ 158 ଜଣଙ୍କର ମୃତ୍ୟୁ ଘଟିଥିଲା । କେବଳ 8 ଜଣ ବଞ୍ଚି ଯାଇଥିଲେ ।
1985 ଜୁନ 23: ଏୟାର ଏଣ୍ଡିଆ ଫ୍ଲାଇଟ 182-ଉତ୍ତର ଆଟଲାଣ୍ଟିକ ମହାସାଗର (ଆତଙ୍କବାଦୀ ବିସ୍ଫୋରଣ) ମାନତ୍ରିଅଲରୁ ଲଣ୍ଡନ ପାଇଁ ଉଡାଣ ଭରୁଥଲା ବୋଇଂ 747 ବିମାନ । ଆୟରଲାଣ୍ଡ ଉପକୂଳରେ ବୋମା ବିସ୍ଫୋରଣରେ ନଷ୍ଟ ହୋଇଯାଇଥିଲା ।
1982 ଜୁନ 21: ଏୟାର ଇଣ୍ଡିଆ ଫ୍ଲାଇଟ 403 ବମ୍ବେ-ଖରାପ ପାଗ ଯୋଗୁ ସହାର ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । 17 ଜଣଙ୍କର ମୃତ୍ୟୁ ଘଟିଥିଲା । 94 ଜଣ ଜୀବିତ ବଞ୍ଚି ଯାଇଥିଲେ ।
1978 ଜାନୁଆରୀ 1: ଏୟାର ଇଣ୍ଡିଆ ଫ୍ଲାଇଟ 855(ବମ୍ବେ)-ଏହି ଦିନ ବୋଇଂ 747-200 ବିମାନ ବନ୍ଦ୍ରା ବମ୍ବେ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମେସିନ କାମ ନ କରିବା କାରଣରୁ ପାଇଲଟ ନିୟନ୍ତ୍ରଣ ହରାଇଥିଲେ । ଏଥିରେ 213 ଜଣଙ୍କର ମୃତ୍ୟୁ ଘଟିଥିଲା ।
1966 ଜାନୁଆରୀ 24: ଏୟାର ଇଣ୍ଡିଆ ଫ୍ଲାଇଟ 101-ମୋଣ୍ଟ ବ୍ଲକ ଫ୍ରାନ୍ସ: କାଞ୍ଚାନଜଙ୍ଗା ନାମକ ବୋଇଂ 707 ବିମାନ ସୁଇଜରଲାଣ୍ଡର ଜେନେଭାରେ ପହଞ୍ଚିବା ସମୟରେ ମୋଣ୍ଟ ବ୍ଲକରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ 117 ଜଣଙ୍କର ମୃତ୍ୟୁ ଘଟିଥିଲା ।
1962 ନଭେମ୍ବର 3: ଏୟାର ଇଣ୍ଡିଆ ଫ୍ଲାଇଟ 245 - ମୋଣ୍ଟ ବ୍ଲକ ଫ୍ରାନ୍ସ: ବୋଇଂ 707 ବିମାନ ଠିକ 1966 ପରି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହିରେ ଥିବା 48 ଜଣଙ୍କର ମୃତ୍ୟୁ ହୋଇଥିଲା ।
1950 ନଭେମ୍ବର 3: ଏୟାର ଇଣ୍ଡିଆ ଫ୍ଲାଇଟ AI-245-ବମ୍ବେ-ଇସ୍ତାନବୁଲ-ଜେନେଭା-ଲଣ୍ଡନ ମାର୍ଗରେ ଏକ ଚାର୍ଟର ଉଡାଣ ଭରୁଥିବ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଚାଳକ ସମେତ 48 ଜଣଙ୍କର ମୃତ୍ୟୁ ଘଟିଥିଲା ।
ଏହା ମଧ୍ୟ ପଢନ୍ତୁ ବିଶ୍ବର ବଡ ବିମାନ ଟ୍ରାଜେଡି, 70 ବର୍ଷରେ ଯାଇଛି ହଜାର ହଜାର ଜୀବନ
ଏହା ମଧ୍ୟ ପଢନ୍ତୁ ଗୁଜୁରାଟ ପ୍ଲେନ କ୍ରାସ: ଏୟାର ଇଣ୍ଡିଆ ବିମାନ ଭୟଙ୍କର ଦୁର୍ଘଟଣା, ବିମାନରେ ଥିଲେ 242