ETV Bharat / bharat

ବ୍ରିଜ ତଳକୁ ଖସିଲା ବୋଲେରୋ, ୨ ଶିଶୁ ସମେତ ୭ ମୃତ - ROAD ACCIDENT IN MADHYA PRADESH

ବ୍ରିଜ ତଳକୁ ଖସିଲା ବୋଲେରୋ । ଘଟଣାସ୍ଥଳରେ ୨ ଜଣ ଶିଶୁ, ୪ ଜଣ ମହିଳା ଏବଂ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ।

Madhya Pradesh Accident
Madhya Pradesh Accident (ETV Bharat Odisha)
author img

By ETV Bharat Odisha Team

Published : April 22, 2025 at 2:33 PM IST

2 Min Read

ଭୋପାଳ: ନିୟନ୍ତ୍ରଣ ହରାଇ ବ୍ରିଜ ତଳକୁ ଖସିଲା ବୋଲେରୋ । ବୁଲାଣିରେ ଗାଡ଼ି ବୁଲାଇବା ବେଳେ ବ୍ରିଜରୁ ଶୁଖିଲା ନଦୀକୁ ଖସିପଡ଼ିଲା । ଗାଡ଼ି ତଳେ ଚାପି ହୋଇ ୭ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଘଟଣାସ୍ଥଳରେ ୨ ଜଣ ଶିଶୁ, ୪ ଜଣ ମହିଳା ଏବଂ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ସେହିପରି ୬ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମଧ୍ୟପ୍ରେଦେଶ ଦାମୋହ ଜିଲ୍ଲାର ମହାଦେବ ଘାଟ ନିକଟରେ ଆଜି (ମଙ୍ଗଳବାର) ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।

ଭୟଙ୍କର ସଡ଼କ ଦୁର୍ଘଟଣା:

ମଧ୍ୟପ୍ରଦେଶ ଦାମୋହ ଜିଲ୍ଲାର ନୋହତା ଥାନା ଅଞ୍ଚଳ ଅନ୍ତର୍ଗତ ବନୱାର ଚୌକି ନିକଟସ୍ଥ ମହାଦେବ ଘାଟ ନିକଟସ୍ଥ ପୋଲ ଉପରେ ଏହି ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଯାଉଥିବା ଏକ ବୋଲେରୋ ପୋଲ ଉପରୁ ଖସି ପଡ଼ିବାରୁ ଗାଡ଼ିରେ ଥିବା ୭ ଜଣଙ୍କର ଘଟଣାସ୍ଥଳେ ମୃତ୍ୟୁ ହୋଇଛି । ୬ରୁ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗାଡିଟି ଦ୍ରୁତ ଗତିରେ ଆସୁଥିଲା । ବୋଲେରୋର ଡ୍ରାଇଭର ଜଣଙ୍କ ନିୟନ୍ତ୍ରଣ ହରାଇ ବସିଥିଲେ । ଫଳରେ ଗାଡିଟି ବ୍ରିଜ୍ ତଳେ ଶୁଖିଲା ନଦୀକୁ ଭିତରକୁ ଖସି ପଡିଥିଲା । ବୋଲେରୋଟି ଭାଙ୍ଗି ଚୂରମାର ହୋଇଯାଇଛି ଆହତମାନଙ୍କୁ ଦାମୋହ ଜିଲ୍ଲା ହସ୍ପିଟାଲ ଏବଂ ଜାବେରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ପୋଲିସ ଫୋର୍ସ ଏବଂ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

Madhya Pradesh Accident
Madhya Pradesh Accident (ETV Bharat Odisha)

ଗାଡ଼ି ତଳେ ଚାପି ହୋଇ ଯାତ୍ରୀମାନଙ୍କର ମୃତ୍ୟୁ :

ଗାଡ଼ିଟି ବ୍ରିଜ ତଳକୁ ଖସିପଡ଼ିବା ଫଳେ ଏହା ଭିତରେ ଥିବା ଯାତ୍ରୀମାନେ ତଳେ ଚାପି ହୋଇଯାଇଥିଲେ । ଚିତ୍କାର ଶୁଣି ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଏ ବିଷୟରେ ପୋଲିସକୁ ଜଣାଇଥିଲେ ଏବଂ ନିଜେ ଆହତମାନଙ୍କୁ ବାହାର କରିବାକୁ ଚେଷ୍ଟା କରିଥିଲେ । ଘଟଣାର ସୂଚନା ପାଇବା ମାତ୍ରେ ଏସଡିଏମ୍ ସୌରଭ ଗନ୍ଧର୍ବ, ସ୍ଥାନୀୟ ତହସିଲଦାର, ପୋଲିସ ଷ୍ଟେସନ ଇନଚାର୍ଜ ନୋହତା ଏବଂ ଭାନୱାର ଆଉଟପୋଷ୍ଟ ଇନଚାର୍ଜ ମନୀଷ ଯାଦବ ପୋଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ଦାମୋହ ଜିଲ୍ଲା ହସ୍ପିଟାଲ ଏବଂ ଜାବେରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସମସ୍ତ ଯାତ୍ରୀ ଜବଲପୁର ଜିଲ୍ଲାର ବେଲଖେଡାର ବୋଲି ଜଣାପଡ଼ିଛି ।

ନିୟନ୍ତ୍ରଣ ହରାଇ ବ୍ରିଜ ତଳକୁ ଖସିଲା ଗାଡ଼ି:

ମୃତକଙ୍କ ସମ୍ପର୍କୀୟ ସ୍ଥାନୀୟ ବାସିନ୍ଦା ହିମାଂଶୁ ଠାକୁର କହିଛନ୍ତି, "ସମସ୍ତ ଲୋକ ବନ୍ଦକପୁରରେ ଦର୍ଶନ କରି ନିଜ ଘର କଟାଙ୍ଗି ପାଉଡ଼ିକୁ ଫେରୁଥିଲେ । ଆଗପଛ ହୋଇ ଦୁଇଟି ଗାଡ଼ି ଯାଉଥିବା ବେଳେ ଉଭୟ ଗାଡିରେ ପ୍ରାୟ ୨୫ ଜଣ ଲୋକ ଯାଉଥିଲେ । ଦୁର୍ଘଟଣାଗ୍ରସ୍ତ ଗାଡ଼ିଟି ପଛରେ ଯାଉଥିଲା । ମହାଦେବ ଘାଟ ନିକଟରେ ଏକ ବୁଲାଣି ଅଛି । ଘାଟରେ କୌଣସି ରେଲିଂ ନଥିଲା । ବୁଲାଣିରେ ଡ୍ରାଇଭର ଜଣଙ୍କ ଗାଡ଼ି ବୁଲାଇବା ବେଳେ ଗାଡ଼ିଟି ନିୟନ୍ତ୍ରଣ ହରାଇ ବ୍ରିଜ ତଳକୁ ଖସି ପଡ଼ିଥିଲା ।"

ଏହା ମଧ୍ୟ ପଢ଼ନ୍ତୁ..

PCR ଭ୍ୟାନ-ହାଇୱା ଧକ୍କାରେ ୨ ପୋଲିସ ମୃତ, ୧୦ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

10 ଫୁଟ ଗଭୀର ଖାଇକୁ ଖସିଲା ଜିପ୍‌; 6 ମୃତ, ବର-କନିଆ ଗୁରୁତର

ମୃତକଙ୍କ ପରିଚୟ:

ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ , ୪ ଜଣ ମହିଳା ଏବଂ ଜଣେ ବୃଦ୍ଧ ଅଛନ୍ତି । ମୃତକମାନେ ହେଲେ ବୈଜୟନ୍ତୀ ବାଇ (୬୦ ବର୍ଷ), ତମନ୍ନା ଲୋଧି (୯) ବର୍ଷ), ଲଙ୍ଗ ବାଇ (୫୫ ବର୍ଷ), ହାଲକି ବାଇ (୪୫ ବର୍ଷ), ସମ୍ପତ ସିଂହ (୫୦ ବର୍ଷ) ଏବଂ ଅନ୍ୟ ଜଣେ ଝିଅ, ଯାହାଙ୍କର ପରିଚୟ ମିଳିନାହିଁ। ଆହତଙ୍କ ମଧ୍ୟରେ ରଜ୍ଜୁ ଠାକୁର (୫୦ ବର୍ଷ), ଭୂପେନ୍ଦ୍ରଙ୍କ ପୁଅ ଆୟୁଷ (୧୫ ବର୍ଷ), ରଜ୍ଜୁ ସିଂହଙ୍କ ପୁଅ ଅନିକେତ (୨୦ ବର୍ଷ), ଦେବେନ୍ଦ୍ର ସିଂହଙ୍କ ପୁଅ ଦର୍ଯ୍ୟବ ସିଂହ (୧୫ ବର୍ଷ) ଏବଂ ଦୁଇ ଝିଅ ଅଛନ୍ତି, ଯାହାଙ୍କ ନାମ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.