ETV Bharat / bharat

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀଙ୍କ ଉପରେ ମନ୍ତବ୍ୟ ଦେଇ ବିବାଦରେ ଷ୍ଟାଣ୍ଡ ଅପ କମେଡିଆନ କୁନାଲ କାମ୍ରା - KUNAL KAMRA ON EKNATH SHINDE

ଏକନାଥ ସିନ୍ଦେଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଅଭିଯୋଗରେ ହାସ୍ୟ କଳାକାର କୁନାଲ କାମ୍ରାଙ୍କ ନାଁରେ ମାମଲା ।

KUNAL KAMRA ON EKNATH SHINDE
KUNAL KAMRA ON EKNATH SHINDE (ETV Bharat)
author img

By ETV Bharat Odisha Team

Published : March 24, 2025 at 11:47 AM IST

2 Min Read

ମୁମ୍ବାଇ: ବିବାଦରେ ହାସ୍ୟ କଳାକାର ବା ଷ୍ଟାଣ୍ଡ ଅପ କମେଡିଆନ କୁନାଲ କାମ୍ରା । ମୁମ୍ବାଇରେ ଏକ ଷ୍ଟାଣ୍ଡଅପ ସୋରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସଂପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ସେ ଚର୍ଚ୍ଚାକୁ ଆସିଛନ୍ତି । ଯାହାକୁ ବିରୋଧ କରିଛି ଶିବସେନା । ସିନ୍ଦେଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ପୋଲିସ କାମ୍ରାଙ୍କ ବିରୋଧରେ ମାମଲା ରୁଜୁ କରିଛି । ଖାରରେ ଥିବା ଷ୍ଟୁଡିଓ ଭଙ୍ଗାରୁଜା କରିବାରୁ 40 ଶିବସେନା କର୍ମୀଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି ।

ଷ୍ଟୁଡିଓ ଭଙ୍ଗାରୁଜା କଲେ ଶିବସେନା କର୍ମୀ:

ରବିବାର ରାତିରେ ଶିବସେନା କର୍ମୀମାନେ ହୋଟେଲ ୟୁନିକଣ୍ଟିନେଣ୍ଟାଲ ବାହାରେ ଏକତ୍ରିତ ହୋଇଥିଲେ । ଯେଉଁଠାରେ କୁନାଲ କାମ୍ରା ସୋ କରୁଥିବା ଷ୍ଟୁଡିଓ ରହିଥିଲା । ଏହାପରେ ହୋଟେଲ ଭିତରେ ଓ ବାହାରେ ଶିବସେନା କର୍ମୀ ଭଙ୍ଗାରୁଜା କରିଥିବା ପୋଲିସ କହିଛି । କାମ୍ରା ଷ୍ଟାଣ୍ଡଅପ ସୋରେ 'ଦିଲ୍‌ ତୋ ପାଗଲ ହେ' ହିନ୍ଦିଗୀତ ଗାଇ ସିନ୍ଦେଙ୍କୁ କଟାକ୍ଷ କରିଥିଲେ । ଏହାପରେ ଦର୍ଶକ ମାନେ ଏହି ଗୀତରେ ହସିବାକୁ ଲାଗିଥିଲେ । ଏହାର ଭିଡିଓକୁ ଶିବସେନା (UBT)ନେତା ସଞ୍ଜୟ ରାଉତ ଏକ୍ସରେ ରିଟ୍ବିଟ କରି ଲେଖିଛନ୍ତି , ''କୁନାଲଙ୍କ କମାଲ, ଜୟ ମହାରାଷ୍ଟ୍ର'' ।

ଏହା ମଧ୍ୟ ପଢନ୍ତୁ-ବିଚାରପତିଙ୍କ ଘରୁ ଟଙ୍କା ମିଳିବା ଘଟଣା, ସୁପ୍ରିମକୋର୍ଟ ୱେବସାଇଟରେ ଅନ୍ତରୀଣ ଯାଞ୍ଚ ରିପୋର୍ଟ ଅପଲୋଡ୍ - JUSTICE VARMA CURRNECY RECOVERY ROW

ଏହା ମଧ୍ୟ ପଢନ୍ତୁ-ପ୍ରଥମ JAC ବୈଠକରେ ରାଜନୈତିକ ସହମତି, 'ନିରପେକ୍ଷ ସୀମା ପୁନଃନିର୍ଦ୍ଧାରଣ' ପାଇଁ ଲଢ଼ିବାକୁ ନେତା ଏକମତ - CHENNAI DELIMITATION MEETING

ସାଂସଦ ନରେଶ ମାହାସକେ କାମ୍ରାଙ୍କୁ ଚେତବାନୀ ଦେଇ କହିଛନ୍ତି, ଦେଶର ସମସ୍ତ ଶିବସେନା କର୍ମୀ ତାଙ୍କୁ ଛାଡିବେ ନାହିଁ । ଯାହା ଫଳରେ ସେ ଭାରତ ଛାଡି ପଳାଇବାକୁ ବାଧ୍ୟ ହେବ ବୋଲି ଭିଡିଓ ବାର୍ତ୍ତାରେ କହିଛନ୍ତି ସାଂସଦ ।

'ସମାଜରେ ଯାହା ଘଟେ ସେ ସମ୍ପର୍କରେ ମନ୍ତବ୍ୟ ଦିଅନ୍ତି କାମ୍ରା'

ସିନ୍ଦେଙ୍କ ଉପରେ କାମ୍ରାଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ନେତା ଅତୁଲ ଲୋଣ୍ଡେ ସୋମବାର କହିଛନ୍ତି ଯେ,ସମାଜରେ ଯାହା ସବୁ ଘଟେ ସେହି ଅନୁଯାୟୀ କାମ୍ରା ମତ ଦିଅନ୍ତି । ଶିବସେନା ତାଙ୍କ ମନ୍ତବ୍ୟକୁ କାହିଁକି ଭୟ କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି । "କୁନାଲ କାମ୍ରା ଜଣେ ହାସ୍ୟ ଅଭିନେତା ତଥା ଲେଖକ । ସମାଜରେ ଯାହା ଘଟେ ସେ ସମ୍ପର୍କରେ ସେ ମନ୍ତବ୍ୟ ଦିଅନ୍ତି । ଯଦି ଆପଣଙ୍କୁ ଷ୍ଟାଣ୍ଡ-ଅପ୍ କମେଡିରେ ବ୍ୟବହୃତ ଭାଷା ଦ୍ବାରା ଆପଣ ଏତେ ବ୍ୟସ୍ତ ହୁଅନ୍ତି, ତେବେ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରନ୍ତୁ । ଆପଣ କାହିଁକି ମନ୍ତବ୍ୟକୁ ଡରୁଛନ୍ତି ? ଏହା ବାକ୍ ସ୍ୱାଧୀନତା ଓ ସମ୍ବିଧାନ ବିରୁଦ୍ଧରେ । ଶିବସେନା (ଏକନାଥ ସିନ୍ଦେ ଦଳ) କର୍ମୀଙ୍କ ଦ୍ବାରା କରାଯାଇଥିବା ଭଙ୍ଗାରୁଜା ଘଟଣାକୁ ମୁଁ ନିନ୍ଦା କରୁଛି । ଆପଣ ଏକ ସାମ୍ବିଧାନୀକ ପଦରେ ରହିଛନ୍ତି, ଆପଣଙ୍କ ଭାବନାକୁ ସହଜରେ ଆଘାତ ଲାଗୁଛି । ଆପଣଙ୍କୁ ପୋଲିସରେ ଅଭିଯୋଗ କରିବାର ଥିଲା । ଆଇନ ଅନୁଯାୟୀ କାହାକୁ ଭଙ୍ଗାରୁଜା କରିବାର ଅଧିକାର ଦିଆଯାଇନାହିଁ । ''

KUNAL KAMRA ON EKNATH SHINDE
KUNAL KAMRA ON EKNATH SHINDE (Etv Bharat)

ଏମଆଇଡିସି ଥାନାରେ ମାମଲା ରୁଜୁ:

ଶିବସେନା ବିଧାୟକ ମୁର୍ଜି ପଟେଲ, କାମ୍ରାଙ୍କ ବିରୋଧରେ ଏମଆଇଡିସି ଥାନାରେ ଅଭିଯୋଗ କରି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଦୁଇ ଦିନ ମଧ୍ୟରେ କାମ୍ରା କ୍ଷମା ମାଗନ୍ତୁ ବୋଲି ସେ କହିଛନ୍ତି । ପଟେଲ ଆହୁରି ମଧ୍ୟ କହିଛନ୍ତି ଯେ, ସେ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବେ ଏବଂ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ତାଙ୍କ ଅଭିଯୋଗକୁ ଭିତ୍ତି କରି ଏମଆଇଡିସି ପୋଲିସ ସୋମବାର କାମ୍ରାଙ୍କ ବିରୋଧରେ ବିଏନଏସର ବିଭିନ୍ନ ଧାରା ଅନୁୟାୟୀ ମାମଲା ରୁଜୁ କରିଛି । ଯେଉଁଥିରେ ଧାରା 53 (1) (b) ଏବଂ 356 (2) ସାମିଲ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.