ETV Bharat / bharat

ନୂଆ ଭିଡିଓ ଜାରି କରି ଶିବସେନାକୁ ଟାର୍ଗେଟ କଲେ କୁନାଲ, ମୁହଁ ଖୋଲିଲେ ଏକନାଥ ସିନ୍ଦେ - KUNAL KAMRA NEW VIDEO

ଶିବସେନା କର୍ମୀ ହାବିଟାଟା ଷ୍ଟୁଡିଓ ଭିତରେ ପଶି ଭଙ୍ଗାରୁଜା କରିବା ନେଇ ଭିଡିଓ ଜାରି କଲେ କୁନାଲ କାମ୍ରା ।

Stand up comedian Kunal Kamra
Stand up comedian Kunal Kamra (ANI)
author img

By ETV Bharat Odisha Team

Published : March 25, 2025 at 6:28 PM IST

Updated : March 25, 2025 at 9:45 PM IST

1 Min Read

ମୁମ୍ବାଇ: ଷ୍ଟାଣ୍ଡଅପ କେମେଡି ସୋ'ରେ ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ଭିଡିଓ ଚର୍ଚ୍ଚା ଥମିନଥିବା ବେଳେ କୁନାଲ କାମ୍ରାଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଶିବସେନା କର୍ମୀଙ୍କ ଭଙ୍ଗା ରୁଜା ଭଡିଓକୁ ପୋଷ୍ଟ କରି 'ହାମ ହୋଙ୍ଗେ କାମିଆବ'ଗୀତର ଟ୍ଯୁନରେ 'ହାମ ହୋଙ୍ଗେ କାଙ୍ଗାଲ ଏକ ଦିନ' ଗୀତ ଗାଇଛନ୍ତି । ଏହି ଭିଡିଓକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଶିବସେନା ନେତାଙ୍କ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ ।

ଏକ୍ସରେ ଆଉ ଏକ ଭିଡିଓ ପୋଷ୍ଟ କଲେ କୁନାଲ:

କିଛିଦିନ ତଳେ କମେଡି ସୋ'ରେ କୁନାଲ ଏକନାଥ ସିନ୍ଦେଙ୍କୁ ଗୀତ ମାଧ୍ୟମରେ ସମାଲୋଚନା କରିଥିଲେ । ଯାହାକୁ ବିରୋଧ କରି ଶିବସେନା କର୍ମୀ ମାନେ ଖାରରେ ଥିବା ହାବିଟାଟା ଷ୍ଟୁଡିଓ ଭିତରେ ପଶି ଭଙ୍ଗାରୁଜା କରିଥିଲେ । ସେହି ସମୟର ଭଡିଓକୁ ନେଇ କୁନାଲ ଆଉ ଏକ ଭିଡିଓ ପୋଷ୍ଟ କରି ଗୀତ ଗାଇଛନ୍ତି, "ହାମ୍ ହୋଙ୍ଗେ କାଙ୍ଗଲ ଏକ ଦିନ୍, ମନମେ ଅନ୍ଧବିଶ୍ବାସ, ହାମ ହୋଙ୍ଗେ କାଙ୍ଗାଲ ଏକ ଦିନ । '' ଏହି ଭିଡିଓରେ ଶିବସେନା କର୍ମଚାରୀଙ୍କ ଅନ୍ଧ ଭକ୍ତି ଏବଂ ହିଂସାକୁ କୁନାଲ ଦର୍ଶାଇଛନ୍ତି ।

କୁନାଲଙ୍କୁ ପୋଲିସର ସମନ:

କାମ୍ରା ନୂଆ ଭିଡିଓ ଜାରି କରିବା ପୂର୍ବରୁ ମହାରାଷ୍ଟ୍ର ଡେପୁଟି ସିଏମ୍ ବିଷୟରେ ଦେଇଥିବା ମନ୍ତବ୍ୟକୁ ନେଇ ମୁମ୍ବାଇ ପୋଲିସ ତାଙ୍କୁ ଦିନ 11 ଟା ସମୟରେ ପଚରାଉଚରା ପାଇଁ ସମନ ଜାରି କରିଥିଲା । କାମ୍ରା ଓକିଲଙ୍କ ମାଧ୍ୟମରେ ପୋଲିସକୁ ମେଲ କରି ଜେରା ପାଇଁ ଏକ ସପ୍ତାହ ସମୟ ମାଗିଥିଲେ । MIDC ପୋଲିସ ମାମଲା ରୁଜୁ କରିଥିଲା ​​କିନ୍ତୁ ପରେ ଖାର ପୋଲିସକୁ ତଦନ୍ତ ଦାୟିତ୍ବ ଦିଆୟାଇଛି ।

ଏହା ମଧ୍ୟ ପଢନ୍ତୁ-ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀଙ୍କ ଉପରେ ମନ୍ତବ୍ୟ ଦେଇ ବିବାଦରେ ଷ୍ଟାଣ୍ଡ ଅପ କମେଡିଆନ କୁନାଲ କାମ୍ରା - KUNAL KAMRA ON EKNATH SHINDE

କାମ୍ରାଙ୍କୁ ଟାର୍ଗେଟ କଲେ କଙ୍ଗନା:

ଏହି ବିବାଦକୁ ନେଇ ଅଭିନେତ୍ରୀ ତଥା ବିଜେପି ବିଧାୟିକା କଙ୍ଗନା ରାଣାୱତ କାମ୍ରାଙ୍କୁ ସମାଲୋଚନା କରିବା ସହ ତାଙ୍କର କମେଡି କରିବାର ଶୈଳି ଉପରେ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, "ଏହି ଲୋକମାନେ କିଏ ଏବଂ ସେମାନଙ୍କର ପରିଚୟ କ’ଣ? ସେମାନେ ଦୁଇ ମିନିଟର ଖ୍ୟାତି ପାଇଁ କମେଡି ନାମରେ ଲୋକ ଏବଂ ସଂସ୍କୃତିର ଅପବ୍ୟବହାର କରୁଛନ୍ତି ।''

ମୁହଁ ଖୋଲିଲେ ଏକନାଥ ସିନ୍ଦେ:

ଅନ୍ୟପଟେ ଏକନାଥ ସିନ୍ଦେଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ବିବିସି ମରାଠୀ ଇଭେଣ୍ଟରେ ସିନ୍ଦେ କହିଛନ୍ତି ଯେ, କାହା ବିରୁଦ୍ଧରେ ଏପରି କହିବା ପାଇଁ ଏହା 'ସୁପାରୀ' ସଦୃଶ । କହିବାର ଏକ ସୀମା ରହିବା ଉଚିତ । ବ୍ୟଙ୍ଗ କହୁଥିବା ସମୟରେ ସିଷ୍ଟାଚାର ରଖିବା ଜରୁରୀ । ଶିବସେନା କର୍ମୀଙ୍କ ଦ୍ବାରା ହୋଇଥିବା ଭଙ୍ଗାରୁଜାକୁ ନେଇ ସିନ୍ଦେ କହିଛନ୍ତି ଯେ, ଅନ୍ୟ ବ୍ୟକ୍ତି ମଧ୍ୟ ଏକ ନିର୍ଦ୍ଦିଷ୍ଟ ସ୍ତର ବଜାୟ ରଖିବା ଉଚିତ୍, ନଚେତ୍ କ୍ରିୟାର ପ୍ରତିକ୍ରିୟା ହୋଇଥାଏ ।

Last Updated : March 25, 2025 at 9:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.