ହାଇଦ୍ରାବାଦ: ବିନା ଅସ୍ତ୍ରୋପଚାରରେ ହେବ ବ୍ରେନ ଟ୍ରିଟମେଣ୍ଟ । ମସ୍ତିଷ୍କ ଚିକିତ୍ସା ପାଇଁ ଆଉ ଦିନ ଦିନ ଧରି ହସ୍ପିଟାଲରେ ରହିବାକୁ ପଡ଼ିବ ନାହିଁ । ନା ଅପରେସନକୁ ନେଇ ଡର ରହିବ ନା ସମୟ ଲାଗିବ । ଗୋଟିଏ ଦିନରେ ହିଁ ସୁସ୍ଥ ହୋଇ ଘରକୁ ଫେରିବେ ରୋଗୀ । KIMS ହସ୍ପିଟାଲ ଲୋକଙ୍କ ପାଇଁ ବିଶ୍ୱର ସବୁଠାରୁ ଆଡଭାନ୍ସ ଗାମା ନାଇଫ୍ (Gamma Knife) ଟେକ୍ନୋଲୋଜି ଆଣିଛି । ନ୍ୟୁରୋସର୍ଜିକାଲ୍ ଇନୋଭେସନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବରେ, KIMS ହସ୍ପିଟାଲ୍ ହାଇଦ୍ରାବାଦରେ ଏହାର ଅତ୍ୟାଧୁନିକ ଗାମା ନାଇଫ୍ ସେଣ୍ଟର (Gamma Knife Centre) ଉନ୍ମୋଚନ କରିଛି । ମସ୍ତିଷ୍କ ସମ୍ବନ୍ଧୀୟ ସମସ୍ୟା ପାଇଁ ଅସ୍ତ୍ରୋପଚାର ଅପେକ୍ଷା ଏହା ସୁରକ୍ଷିତ ।
ତେବେ KIMS ହସ୍ପିଟାଲ୍ ପକ୍ଷରୁ ଏକ ଗଣମାଧ୍ୟମ ବିବୃତ୍ତିରେ କୁହାଯାଇଛି, "ନୂତନ ଭାବରେ ଆରମ୍ଭ ହୋଇଥିବା ଏହି ସୁବିଧା ଜଟିଳ ମସ୍ତିଷ୍କ ବିକାର ଚିକିତ୍ସା ପଦ୍ଧତିକୁ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ, ରୋଗୀମାନଙ୍କୁ ପାରମ୍ପରିକ ମସ୍ତିଷ୍କ ଅସ୍ତ୍ରୋପଚାରର ଏକ ସୁରକ୍ଷିତ, ଦ୍ରୁତ ଏବଂ ଅତ୍ୟନ୍ତ ସଠିକ୍ ବିକଳ୍ପ ପ୍ରଦାନ କରିବ ।"
KIMS ହସ୍ପିଟାଲର CMD ଡକ୍ଟର ବୋଲିନେନି ଭାସ୍କର ରାଓ କହିଛନ୍ତି, "ଦକ୍ଷିଣ ଭାରତର ସବୁଠାରୁ ଉନ୍ନତ ଗାମା ନାଇଫ୍ ସେଣ୍ଟର KIMS ହସ୍ପିଟାଲକୁ ଆଣିଥିବାରୁ ଆମେ ବହୁତ ଗର୍ବିତ । ଏହା ମସ୍ତିଷ୍କ ଚିକିତ୍ସାରେ ଏକ ନୂତନ ବିପ୍ଳବ । ଆମର ପ୍ରତିବଦ୍ଧତା ହେଉଛି ଏହି ବିଶ୍ୱସ୍ତରୀୟ ପ୍ରଯୁକ୍ତିବିଦ୍ୟାକୁ ସର୍ବାଧିକ ସଠିକତା ସହିତ ରୋଗୀଙ୍କ ନିକଟରେ ପହଞ୍ଚାଇବା ଏବଂ ସେମାନଙ୍କୁ ଲାଭ ପହଞ୍ଚାଇବା ।"
ଗାମା ନାଇଫ୍ ରେଡିଓସର୍ଜରୀ ବିନା ଅସ୍ତ୍ରୋପଚାରରେ ମସ୍ତିଷ୍କ ରୋଗର ଚିକିତ୍ସା କରିବାର କ୍ଷମତା ପାଇଁ ବିଶ୍ୱ ସ୍ତରରେ ସ୍ୱୀକୃତିପ୍ରାପ୍ତ । ଗାମା ନାଇଫ୍ ରେଡିଓସର୍ଜରୀ ବ୍ରେନ୍ ଭିତରେ ଥିବା ସମସ୍ୟାଗୁଡ଼ିକୁ ସଠିକ୍ ଭାବରେ ଲକ୍ଷ୍ୟ କରେ । ବିମ୍ ରେଡିଏସନ୍ (beam radiation) ସବ୍-ମିଲିମିଟର ଆକ୍ୟୁରେସି ସହିତ ମସ୍ତିଷ୍କ ବିକାରର ଚିକିତ୍ସା କରେ । ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାରେ କୌଣସି ରକ୍ତସ୍ରାବ ହୁଏ ନାହିଁ ଏବଂ ଏହି ଚିକିତ୍ସା ଆଦୌ ଯନ୍ତ୍ରଣାଦାୟକ ନୁହେଁ । ଅଧିକାଂଶ ରୋଗୀ ଚିକିତ୍ସା ଦିନ ହିଁ ଘରକୁ ଫେରିଯାଆନ୍ତି ।
ଏହି ଆଡଭାନ୍ସ ଟେକ୍ନୋଲୋଜି ମସ୍ତିଷ୍କ ମେଟାଷ୍ଟେସିସ୍ ଆର୍ଟେରିଓଭେନସ୍ ମ୍ୟାଲଫର୍ମେସନ୍ (AVM), ଆକୋଷ୍ଟିକ୍ ନ୍ୟୁରୋମାସ୍ (acoustic neuromas), ପିଟୁଏରୀ ଟ୍ୟୁମର (pituitary tumours) ଏବଂ ଟ୍ରାଇଜେମିନାଲ୍ ନ୍ୟୁରାଲଜିଆ ଓ ଏପିଲେପ୍ସି (trigeminal neuralgia and epilepsy) ଭଳି ବିକାରର ଚିକିତ୍ସାରେ ବିଶେଷ ପ୍ରଭାବଶାଳୀ । ଏହା କମ ବୟସ, ସ୍ୱାସ୍ଥ୍ୟ ଅବସ୍ଥା କିମ୍ବା ଟ୍ୟୁମର ଥିବା ରୋଗୀଙ୍କ ପାଇଁ ମଧ୍ୟ ଉପଯୁକ୍ତ । ଏହି ପ୍ରକ୍ରିୟା ପାଇଁ ଓପନ ବ୍ରେନ ସର୍ଜରୀର ଆବଶ୍ୟକ ନଥାଏ ।
KIMS ହସ୍ପିଟାଲର ବରିଷ୍ଠ ପରାମର୍ଶଦାତା ନ୍ୟୁରୋସର୍ଜନ୍ ଡକ୍ଟର ମାନସ ପାଣିଗ୍ରାହୀ କହିଛନ୍ତି, "ଗାମା ନାଇଫ୍, ନ୍ୟୁରୋ-ଅଙ୍କୋଲୋଜି (neuro-oncology ) ଏବଂ ନ୍ୟୁରୋସର୍ଜନ (neurosurgery)ରେ ଏକ ପରିବର୍ତ୍ତନକୁ ପ୍ରତିନିଧିତ୍ୱ କରେ । ଏହି ଅଣ-ଆକ୍ରମଣାତ୍ମକ ଟୋକ୍ନୋଲୋଜି (non-invasive technology) ସହିତ, ଆମେ ଏବେ ଜଟିଳ ଏବଂ ନାଜୁକ ମସ୍ତିଷ୍କ ସ୍ଥିତିର ସଠିକ ଉପଚାର କରିପାରିବୁ ଏବଂ ରୋଗୀଙ୍କ ଜୀବନ ଉପରେ କମ ପ୍ରଭାବ ସହିତ ଚିକିତ୍ସା କରିପାରିବୁ । ଏହି ସୁବିଧା ଦକ୍ଷିଣ ଭାରତ ଏବଂ ଅନ୍ୟାନ୍ୟ ରାଜ୍ୟର ରୋଗୀଙ୍କ ପାଇଁ ଏକ ଗେମ ଚେଞ୍ଜର ।"
KIMS ହସ୍ପିଟାଲର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ବୋଲିନେନି ଭାସ୍କର ରାଓ କହିଛନ୍ତି, "ଆମେ KIMS ହସ୍ପିଟାଲରେ ଦକ୍ଷିଣ ଭାରତର ସବୁଠାରୁ ଉନ୍ନତ ଗାମା ନାଇଫ ସେଣ୍ଟର ଆଣିବା ପାଇଁ ଗର୍ବିତ, ଯାହା ଅଣ-ଆକ୍ରମଣକାରୀ ମସ୍ତିଷ୍କ ଚିକିତ୍ସାରେ ଏକ ନୂତନ ଯୁଗର ଆରମ୍ଭ । ଏହି ଟେକ୍ନୋଲାଜି ମାଧ୍ୟମରେ ମସ୍ତିଷ୍କ ଚିକିତ୍ସା କରୁଥିବା ଅଧିକାଂଶ ରୋଗୀ ସେହି ଦିନ ଘରକୁ ଯାଇପାରିବେ ଏବଂ କିଛି ସମୟ ପରେ ସାଧାରଣ କାର୍ଯ୍ୟକଳାପ ପୁନର୍ବାର ଆରମ୍ଭ କରିପାରିବେ ।"
KIMS ହସ୍ପିଟାଲର ନୂଆ ଗାମା ନାଇଫ୍ ସେଣ୍ଟର ନୂତନତମ ମଡେଲ ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ । ଏହା ଶୁଭାରମ୍ଭ ହେବା ଦ୍ବାରା ଉନ୍ନତ ଚିକିତ୍ସା ଟୋକ୍ନୋଲୋଜି ଏବଂ ସୁପର-ସ୍ପେଶାଲିଟି ସ୍ୱାସ୍ଥ୍ୟସେବା ସେବାର ଏକ କେନ୍ଦ୍ର ଭାବରେ ହାଇଦ୍ରାବାଦର ସ୍ଥିତିକୁ ସୁଦୃଢ଼ କରିବ । ଏହି ସୁବିଧା କେବଳ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ରୋଗୀମାନଙ୍କୁ ନୁହେଁ ବରଂ ସମଗ୍ର ଭାରତ ଏବଂ ପଡ଼ୋଶୀ ଦେଶଗୁଡ଼ିକର ରୋଗୀମାନଙ୍କୁ ମଧ୍ୟ ସେବା ଯୋଗାଇବା ଲକ୍ଷ୍ୟ ରଖାଯାଇଛି ।
ଗାମା ନାଇଫ୍: ରୋଗୀଙ୍କ ପାଇଁ ଲାଭଦାୟକ
ଗାମା ନାଇଫ୍ ରୋଗୀମାନଙ୍କୁ ମସ୍ତିଷ୍କ ଅସ୍ତ୍ରୋପଚାରର ଏକ ଅଣ-ଆକ୍ରମଣକାରୀ (non-invasive), ଯନ୍ତ୍ରଣାହୀନ ବିକଳ୍ପ ପ୍ରଦାନ କରେ, ଯାହା ବିନା କୌଣସି ଅପେରେସନ, ବହୁତ କମ୍ ବିପଦ ଏବଂ ଦ୍ରୁତ ଆରୋଗ୍ୟ ପ୍ରଦାନ କରେ । ଏହା ସୁସ୍ଥ କୋଷର କ୍ଷତିକୁ କମ କରି, ମସ୍ତିଷ୍କର ଅସ୍ୱାଭାବିକତାକୁ ସଠିକ୍ ଭାବରେ ଲକ୍ଷ୍ୟ କରେ । ଅଧିକାଂଶ ପ୍ରକ୍ରିୟା ଗୋଟିଏ ସେସନରେ କରାଯାଏ, ଯାହା ଦ୍ଵାରା ରୋଗୀମାନେ ଅତ୍ୟନ୍ତ କମ୍ ଅସୁବିଧା ସହିତ ସେହି ଦିନ ଘରକୁ ଫେରିପାରିବେ ।
ଗାମା ନାଇଫ୍: ଷ୍ଟାଟିସ୍ଷ୍ଟିକ ଓ ଡେଟା ପଏଣ୍ଟ
1. ଏହାର ଆରମ୍ଭ ପରଠାରୁ, ସାରା ବିଶ୍ୱରେ ୧୦ ଲକ୍ଷରୁ ଅଧିକ ରୋଗୀଙ୍କୁ ଗାମା ନାଇଫ୍ ସାହାଯ୍ୟରେ ଚିକିତ୍ସା କରାଯାଇଛି ।
2. କେବଳ ଭାରତରେ ପ୍ରତିବର୍ଷ ୮,୦୦୦ ରୁ ଅଧିକ ଗାମା ନାଇଫ୍ ପ୍ରକ୍ରିୟା କରାଯାଏ ।
3. ଗାମା ନାଇଫ୍ କିଛି ଖାସ ବ୍ରେନ ଟ୍ୟୁମର ଏବଂ ଟ୍ରାଇଜେମିନାଲ୍ ନ୍ୟୁରାଲଜିଆ (trigeminal neuralgia) ଭଳି କାର୍ଯ୍ୟକ୍ଷମ ବିକାରର ଚିକିତ୍ସାରେ 90 ପ୍ରତିଶତ ପର୍ଯ୍ୟନ୍ତ ସଫଳତା ହାର ପ୍ରଦାନ କରେ ।
4. ଏହି କୌଶଳ ସବ୍-ମିଲିମିଟର ଆକ୍ୟୁରେସି ସହିତ radiation ପ୍ରଦାନ କରେ, ଯାହା ଫଳରେ ଆଖପାଖର ସୁସ୍ଥ ମସ୍ତିଷ୍କ ଟିସୁର ୯୦ ପ୍ରତିଶତରୁ ଅଧିକ ସୁରକ୍ଷିତ ରହିଥାଏ ।
5. ଏକ ସାଧାରଣ ଗାମା ନାଇଫ୍ ପ୍ରକ୍ରିୟା 30 ମିନିଟ୍ ରୁ 2 ଘଣ୍ଟା ସମୟ ନେଇଥାଏ ଏବଂ ଏଥିପାଇଁ ଡାକ୍ତରଖାନାରେ ଭର୍ତ୍ତି ହେବାର ଆବଶ୍ୟକତା ନାହିଁ ।
6. ଚିକିତ୍ସାର ୨୪ ରୁ ୪୮ ଘଣ୍ଟା ମଧ୍ୟରେ ୯୦ ପ୍ରତିଶତରୁ ଅଧିକ ରୋଗୀ ସାଧାରଣ କାର୍ଯ୍ୟକଳାପ କରିପାରନ୍ତି ।
7. ଏହା ୨୦ ରୁ ଅଧିକ ପ୍ରକାରର ମସ୍ତିଷ୍କ ଅବସ୍ଥାର ଚିକିତ୍ସାରେ ପ୍ରଭାବଶାଳୀ ପ୍ରମାଣିତ ହୋଇଛି ଯେଉଁଥିରେ ମାଲିଗ୍ନାଣ୍ଟ ଓ Benign tumours, AVMs ଏବଂ ନ୍ୟୁରୋଲୋଜିକାଲ ପେନ୍ ସିଣ୍ଡ୍ରୋମ (neurological pain syndromes) ଅନ୍ତର୍ଭୁକ୍ତ।
8. KIMSରେ ବ୍ୟବହୃତ ଲାଟେଷ୍ଟ ମଡେଲ ଗୋଟିଏ ସେସନରେ ଅନେକ କ୍ଷତକୁ ଚିକିତ୍ସା କରିପାରିବ, ଯାହା ମୋଟ ଚିକିତ୍ସା ସମୟକୁ ହ୍ରାସ କରିବ ।
9. ଟ୍ରାଇଜେମିନାଲ୍ ନ୍ୟୁରାଲଜିଆ (trigeminal neuralgia) ପାଇଁ, ରୋଗୀମାନେ ପ୍ରାୟତଃ ପ୍ରକ୍ରିୟାର ୪୮ ଘଣ୍ଟା ମଧ୍ୟରେ ଯନ୍ତ୍ରଣାରୁ ମୁକ୍ତି ପାଆନ୍ତି ।
10. ଅଧ୍ୟୟନରୁ ଜଣାପଡିଛି ଯେ, ଗାମା ନାଇଫ୍ ରୋଗୀଙ୍କ ଜଟିଳତା ହାର ଅସ୍ତ୍ରୋପଚାର ତୁଳନାରେ କମ୍ ଥାଏ, ୨ ପ୍ରତିଶତରୁ କମ୍ ରୋଗୀଙ୍କ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟା ଥାଏ ।
ଡାକ୍ତରମାନଙ୍କ ତାଲିକା
ଡକ୍ଟର ଧୀରେନ୍ଦ୍ର ପ୍ରସାଦ - ମୁଖ୍ୟ ଗାମା ନାଇଫ୍ ରେଡିଓସର୍ଜରୀ ନିର୍ଦ୍ଦେଶକ, ନ୍ୟୁୟର୍କ
ଡକ୍ଟର ମାନସ ଫଣିଗ୍ରାହୀ - ଏଚ୍ଓଡି ଏବଂ ବରିଷ୍ଠ ପରାମର୍ଶଦାତା ନ୍ୟୁରୋସର୍ଜରୀ, କିମ୍ସ ହସ୍ପିଟାଲ, ସିକନ୍ଦରାବାଦ
ଡକ୍ଟର ଭାସ୍କର ରାଓ - ସିଏମଡି, କିମ୍ସ ଗ୍ରୁପ୍ ଅଫ୍ ହସ୍ପିଟାଲ୍ସ
ଡକ୍ଟର ଆର. ଚନ୍ଦ୍ରଶେଖର ନାଇଡୁ - ପରାମର୍ଶଦାତା ନ୍ୟୁରୋ ଏବଂ ସ୍ପାଇନ୍ ସର୍ଜନ, କିମ୍ସ ହସ୍ପିଟାଲ
ଡାକ୍ତର ସମ୍ବିତ ସାହୁ - ଚିକିତ୍ସା ନିର୍ଦ୍ଦେଶକ, କିମ୍ସ ହସ୍ପିଟାଲ, ସିକନ୍ଦରାବାଦ
ଡକ୍ଟର ଯୋସେଫ - ପ୍ରାଗ