ETV Bharat / bharat

IRCTC ଆଣିଲା ଭାରତ ଭୁଟାନ ମିଷ୍ଚିକ ମାଉଣ୍ଟେନ ଟୁର, ଏମିତି ବୁଲନ୍ତୁ ବିଦେଶ - BHARAT BHUTAN MYSTIC MOUNTAIN TOUR

ଦିଲ୍ଲୀର ସଫଦରଜଙ୍ଗ ରେଳ ଷ୍ଟେସନ୍ରୁ ଯାତ୍ରା ଆରମ୍ଭ କରିବ ଭାରତ ଗୌରବ ଟ୍ରେନ । 150 ଜଣ ଯାତ୍ରୀ ହେବେ ସାମିଲ ।

bharat bhutan
Bharat bhutan (ANI)
author img

By ETV Bharat Odisha Team

Published : May 27, 2025 at 3:07 PM IST

2 Min Read

Bharat Bhutan Mystic Mountain Tour ନୂଆଦିଲ୍ଲୀ: ଭାରତ ଓ ଏହାର ପଡୋଶୀ ଦେଶର ପର୍ଯ୍ୟଟନକୁ ପ୍ରୋତ୍ସାହନ କରିବା ଉଦ୍ଦେଶ୍ୟରେ ଭାରତ ଗୌରବ ଟ୍ରେନ ଭାରତ ସମେତ ବିଭିନ୍ନ ରାଜ୍ୟର ପର୍ଯ୍ୟଟନସ୍ଥଳୀକୁ ବୁଲିବା ପାଇଁ ସୁଯୋଗ ଆଣିଛି । ଏନେଇ ଆଇଆରସିଟିସି ପକ୍ଷରୁ 'ଭାରତ ଭୁଟାନ ମିଷ୍ଚିକ୍ ମାଉଣ୍ଟେନ ଟୁର୍' ନାମକ ଏକ ସ୍ୱତନ୍ତ୍ର ରେଳ ଗଡିବାକୁ ଯାଉଛି ।

କେଉଁ କେଉଁ ସ୍ଥାନ ବୁଲିବେ:

ଆଇଆରସିଟିସି(IRCTC) ସୂଚନା ଅନୁଯାୟୀ ଭାରତ ଏବଂ ନେପାଳ ମଧ୍ୟରେ ଯାତ୍ରା କରୁଥିବା ସ୍ୱତନ୍ତ୍ର ଟ୍ରେନର ସଫଳତା ପରେ ଭାରତ ଓ ଭୁଟାନ ମଧ୍ୟରେ ସଂଯୋଗ କରୁଥିବା 'ଭାରତ ଭୁଟାନ ମିଷ୍ଚିକ୍ ମାଉଣ୍ଟେନ ଟୁର୍' ଯାତ୍ରା ଜୁନ୍ 28ରୁ ଆରମ୍ଭ ହେବାକୁ ଯାଉଛି । ଏହି 14 ଦିନ ବ୍ୟାପି ଯାତ୍ରା ଦିଲ୍ଲୀରୁ ଆରମ୍ଭ କରି ଗୌହାଟି, ସିଲଂ, ଚେରାପୁ଼ଞ୍ଜି ଭଳି ପର୍ଯ୍ୟଟନସ୍ଥଳୀ ଦେଇ ଅତିକ୍ରମ କରିବ । ପଶ୍ଚିମବଙ୍ଗ ସ୍ଥିତ ହାସିମରା ରେଳ ଷ୍ଟେସନ୍ ଦେଇ ଭୁଟାନର ସୀମାବର୍ତ୍ତୀ ଗ୍ରାମ ଫୁଏଣ୍ଟଶୋଲିଂରେ ପହଞ୍ଚିବ । ଏହାର ପରବର୍ତ୍ତୀ 6 ଦିନରେ ଥିମ୍ପୂ, ପୂନଖା, ପାରୋ ଏବଂ ରାଜଧାନୀର ପ୍ରାକୃତିକ ସ୍ଥାନର ମଜା ନେଇପାରିବେ ।

ଆଇଟେନାରୀରେ କ'ଣ ରହିଛି:

ଏହି ଯାତ୍ରା ଦିଲ୍ଲୀର ସଫଦରଜଙ୍ଗ ରେଳ ଷ୍ଟେସନ ଠାରୁ ଆରମ୍ଭ ହୋଇ ଆସାମର ଗୌହାଟିରେ ପହଞ୍ଚିବ । ପର୍ଯ୍ୟଟକ ମାନେ ପ୍ରଥମେ ନିଳାଚଳ ପର୍ବତରେ ଅବସ୍ଥିତ କାମାକ୍ଷା ମନ୍ଦିରକୁ ଦର୍ଶନ ପାଇଁ ଯିବେ । ଏହାପରେ ପରବର୍ତ୍ତୀ ଷ୍ଟପ୍ ରହିବ ସିଲଂ, ଯାହାକି 'ପୂର୍ବାଞ୍ଚଳର ସ୍କଟଲ୍ୟାଣ୍ଡ' ଭାବେ ଅଭିହିତ କରାଯାଏ । ଏହାର ଜୀବନ୍ତ ସଂସ୍କୃତି ଓ ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ ଏକ ଅଭୂଲା ଅନୂଭବ ଦେବ । ଉମିଅମ ହ୍ରଦରେ ସୂର୍ଯ୍ୟାସ୍ତ ଉପଭୋଗ କରିବାପରେ ପର୍ଯ୍ୟଟକ ମେଘାଳୟରେ ରାତ୍ରିଯାପନ କରିବେ । ଆଗାମୀ ଦିନରେ ପର୍ଯ୍ୟଟକ ବାର୍ଷିକ ସର୍ବାଧିକ ବୃଷ୍ଟିପାତ ପାଉଥିବା ଅଞ୍ଚଳ ଚେରାପୁଞ୍ଜିରେ ପହଞ୍ଚିବେ । ଏହିପରି ଦର୍ଶକ ମାନେ ସାତ ଭଉଣୀ ଝରଣା, ନୋଖାଲିକାଇ ଏବଂ ହାତୀ ଝରଣାର ମଜା ନେଇ ପାରିବେ ।

ଏହା ମଧ୍ୟ ପଢନ୍ତୁ:

ଏଣିକି ବିନା ପେମେଣ୍ଟରେ ଟ୍ରେନ ଟିକେଟ ବୁକିଂ, ଜାଣନ୍ତୁ କେମିତି କରିବେ ?

ମାତ୍ର ୩୫ ଟଙ୍କାରେ AC ଟ୍ରେନରେ ଯାତ୍ରା, ଦକ୍ଷିଣ ରେଳବାଇର ସମର ଅଫର

ଟ୍ରେନରେ ଉପଲବ୍ଧ ହେବ ATM ସୁବିଧା, ଦେଶରେ ପ୍ରଥମ ଥର ପାଇଁ ଟ୍ରାଏଲ

ସିଲଂରୁ ଗୌହାଟି ଫେରିବା ଆଗରୁ ପର୍ଯ୍ୟଟକ ମାନେ ବ୍ରହ୍ମପୁତ୍ର ନଦୀ ଅବବାହିକାରେ ସୂର୍ଯ୍ୟାସ୍ତର ମଜା ନେଇ ପାରିବେ । ଏହା ପରେ ପର୍ଯ୍ୟଟକ ହସିମରା ରେଳ ଷ୍ଟେସନ ଠାରୁ ଭୂଟାନ ଅଭିମୁଖେ ଯାତ୍ରା କରିବେ । ଆଗାମୀ ଦିନ ସକାଳେ ଫୁଏଣ୍ଟଶୋଲିଂ ଚେକ ପଏଣ୍ଟରେ ପହଞ୍ଚିବେ । ଯେଉଁଠାରେ ଇମିଗ୍ରେସନ୍ ପ୍ରକ୍ରିୟା ସମାପ୍ତ କରାଯିବ । ଏହା ପରେ ଭୂଟାନର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପର୍ଯ୍ୟଟକ ମାନେ ବୁଲି ଦେଖିବାର ସୁଯୋଗ ପାଇବେ । ଯାହାଦ୍ୱାରା ଭୁଟାନର ସ୍ଥାନୀୟ ଲୋକକଳା, ହସ୍ତଶିଳ୍ପ ଓ ସଂସ୍କୃତିର ଅନୁଭବ ନେଇପାରିବେ ।

କେତେ ହେବ ଯାତ୍ରା ଖର୍ଚ୍ଚ:

ଏହି ଯାତ୍ରା ନିମନ୍ତେ ଆଇଆରସିଟିସି ପକ୍ଷରୁ ମୂଲ୍ୟ ଧାର୍ଯ୍ୟ କରାଯାଇଛି । ପ୍ରଥମଶ୍ରେଣୀ ଏସି ବଗିରେ ଯାତ୍ରା ପାଇଁ ଜଣଙ୍କ ପିଛା 1,58,850 ଟଙ୍କା, ଦ୍ୱିତୀୟଶ୍ରେଣୀ ଏସି କ୍ୟାବିନ୍ ପାଇଁ ଜଣଙ୍କ ପିଛା 1,44,892 ଟଙ୍କା, ଦ୍ୱିତୀୟଶ୍ରେଣୀ ଏସି ବଗିରେ ଯାତ୍ରା ପାଇଁ ଜଣଙ୍କ ପିଛା 1,29,495 ଟଙ୍କା, ତୃତୀୟଶ୍ରେଣୀ ଏସି ବଗିରେ ଯାତ୍ରା ପାଇଁ ଜଣଙ୍କ ପିଛା 1,18,965 ଟଙ୍କା ସ୍ଥିର କରାଯାଇଛି । ଏଥିରେ ତିନି ତାରକା ହୋଟେଲରେ ରହଣି, ଖାଦ୍ୟବ୍ୟବସ୍ଥା, ଯାତ୍ରା ପାଇଁ ବିମା ଆଦିର ସୁବିଧା ଯୋଗାଇ ଦିଆଯିବ ।

ଜୁନ୍ 28 ତାରିଖରୁ ଏହି ରେଳ 150 ଯାତ୍ରୀଙ୍କ ସହ 13 ରାତି ଓ 14 ଦିନର ଯାତ୍ରା ଆରମ୍ଭ କରିବ । ଆଇଆରସିଟିସି ପକ୍ଷରୁ ଯାତ୍ରୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ । ଯାତ୍ରୀ ମାନେ ଆଇଆରସିଟିସିର ୱେବ୍ସସାଇଟରୁ ବୁକିଂ କରିପାରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.