ହାଇଦ୍ରାବାଦ: ଟ୍ରେନ ଯାତ୍ରୀଙ୍କ ପାଇଁ ଏହି ଖବର । ଜେନେରାନ ବଗିରେ ଯାତ୍ରା ପାଇଁ ଯୋଜନା କରୁଥିଲେ ଖବରଟିକୁ ପଢିନିଅନ୍ତୁ । ଜେନେରାଲ ଟିକେଟ ନିୟମରେ ଅନେକ ପରିବର୍ତ୍ତନ ଆଣିଛି ଭାରତୀୟ ରେଳବାଇ । ଯାହା ଦୈନିକ ରେଳ ଯାତ୍ରା କରୁଥିବା କୋଟି କେଟି ଯାତ୍ରୀଙ୍କୁ ପ୍ରଭାବିତ କରିବ । ଷ୍ଟେସନରେ ଲାଗି ରହୁଥିବା ଭିଡ ଓ ରେଳଯାତ୍ରାକୁ ଆହୁରି ଅଧିକ ସୁବିଧାଜନକ, ନିରାପଦ ଏବଂ ସ୍ୱଚ୍ଛ କରିବା ପାଇଁ ନିୟମରେ ପରିବର୍ତ୍ତନ କରାଯାଇଛି । ଆସନ୍ତୁ ଜାଣିବା ଜେନେରାଲ ଟିକେଟରେ କଣ ନୂଆ ନିୟମ କରାଯାଇଛି ।
ଜେନେରାଲ ଟିକେଟ ପାଇଁ ନୂଆ ନିୟମ କଣ ?
ଭାରତୀୟ ରେଳବାଇ ଜେନେରାଲ ଟିକେଟକୁ ନେଇ ଯେଉଁ ନିୟମରେ ପରିବର୍ତ୍ତନ କରାଯାଇଛି, ସେ ଗୁଡ଼ିକ ହେଉଛି ଟ୍ରେନ୍ ନିର୍ଦ୍ଦିଷ୍ଟ ଟିକେଟ୍, ଟ୍ରେନର ବୈଧତା, ଅନଲାଇନ୍ ଟିକେଟ୍ ବୁକିଂ ସୁବିଧା ଏବଂ ଡିଜିଟାଲ୍ ପେମେଣ୍ଟ ସାମିଲ ରହିଛି ।
ଅନଲାଇନ୍ ବୁକିଂ ସୁବିଧା:
ନୂତନ ନିୟମ ଅନୁଯାୟୀ, ଟ୍ରେନ ଯାତ୍ରୀ ମାନେ ବର୍ତ୍ତମାନ ଜେନେରାଲ ଟିକେଟ୍ ବୁକିଂ ପାଇଁ UTS ମୋବାଇଲ୍ ଆପ୍ ବ୍ୟବହାର କରିପାରିବେ, ଯାହା ଦ୍ବାରା ଟିକେଟ୍ କିଣିବା ପାଇଁ ଯାତ୍ରୀମାନଙ୍କୁ ଲମ୍ବା ଧାଡିରେ ଘଣ୍ଟା ଘଣ୍ଟା ଧରି ଠିଆ ହେବାକୁ ପଡିବ ନାହିଁ । ଯାତ୍ରୀମାନେ ଆପ୍ ମାଧ୍ୟମରେ ସହଜରେ ଟିକେଟ୍ ବୁକିଂ କରିପାରିବେ ।
ଟ୍ରେନ୍ ନିର୍ଦ୍ଦିଷ୍ଟ ଟିକେଟ୍ :
ଏହା ବ୍ୟତୀତ, ଜେନେରାଲ ଟିକେଟରେ କେବଳ ସେହି ଟ୍ରେନର ନାମ ରହିବେ ଯେଉଁଥିରେ ଆପଣ ଯାତ୍ରା କରିବେ । ପୂର୍ବରୁ ଜେନେରାଲ ଟିକେଟ୍ କିଣୁଥିବା ଯାତ୍ରୀମାନେ ଯେକୌଣସି ଟ୍ରେନରେ ଯାତ୍ରା କରିବାର ବିକଳ୍ପ ଥିଲା, କିନ୍ତୁ ବର୍ତ୍ତମାନ ଏହି ସୁବିଧା ବନ୍ଦ ହୋଇଯାଇଛି ।
ଟିକେଟ୍ ବୈଧତା :
ରେଳବାଇର ନୂତନ ନିୟମ ଅନୁଯାୟୀ, ଜେନେରାଲ ଟିକେଟ୍ ର ବୈଧତା ବର୍ତ୍ତମାନ ମାତ୍ର 3 ଘଣ୍ଟା ପାଇଁ ସୀମିତ ଅଛି । ଏହାର ଅର୍ଥ ଯଦି ଆପଣ ଏହି ସମୟ ସୀମା ମଧ୍ୟରେ ଯାତ୍ରା ଆରମ୍ଭ ନକରନ୍ତି, ତେବେ ଆପଣଙ୍କର ଟିକେଟ୍ ଅବୈଧ ହୋଇଯିବ ।
ଡିଜିଟାଲ ପେମେଣ୍ଟ:
ବର୍ତ୍ତମାନ ଯାତ୍ରୀ ମାନେ ଟିକେଟ୍ ବୁକିଂ ପାଇଁ UPI, ନେଟ୍ ବ୍ୟାଙ୍କିଙ୍ଗ୍, ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ଭଳି ଡିଜିଟାଲ୍ ମାଧ୍ୟମକୁ ଆପଣାଇ ପାରିବେ । ଯାହା କେବଳ ସୁବିଧାଜନକ ନୁହେଁ ବରଂ ଡିଜିଟାଲ୍ ଇଣ୍ଡିଆ ପାଇଁ ମଧ୍ୟ ଏକ ବଡ ପଦକ୍ଷେପ ।
ଅନଲାଇଲରେ କିପରି ଜେନେରାଲ ଟିକେଟ ବୁକ କରିବେ ?
- ପ୍ରଥମେ UTS ଆପ୍ ଡାଉନଲୋଡ୍ କରିବେ ଏବଂ ସେଥିରେ ପଞ୍ଜିକରଣ କରିବେ ।
- ଲଗ୍ ଇନ୍ କରିବା ପରେ, 'ବୁକ୍ ଟିକେଟ୍' ଅପସନ ଉପରେ କ୍ଲିକ୍ କରିବେ ।
- ପରେ ଯାତ୍ରା ବିବରଣୀ ଦେବେ ଏବଂ ପେମେଣ୍ଟ କରିବେ।
- ଏହା ପରେ ଇ-ଟିକେଟ୍ ପାଇବେ ଏବଂ ଯାତ୍ରା କରିବେ ।