ETV Bharat / bharat

ପୁଣି ସୀମାରେ ପାକିସ୍ତାନର ହରକତ, ଜମ୍ମୁ-କାଶ୍ମୀର ସାମ୍ବା ଆକାଶରେ ଦେଖାଗଲା ଡ୍ରୋନ - DRONES INTERCEPTED IN SAMBA

ଜମ୍ମୁ-କାଶ୍ମୀରର ସାମ୍ବାରେ ବ୍ଲାକ ଆଉଟ ସମୟରେ ଏକ ପାକିସ୍ତାନୀ ଡ୍ରୋନ ଦେଖିବାକୁ ମିଳିଛି ।

Indian Air Defence Intercepts Pakistani Drones in Jammu and Kashmirs Samba district
Indian Air Defence Intercepts Pakistani Drones in Jammu and Kashmirs Samba district (ANI)
author img

By ETV Bharat Odisha Team

Published : May 12, 2025 at 11:12 PM IST

1 Min Read

ଶ୍ରୀନଗର: ପୁଣି ସୀମାରେ ହରକତ ଆରମ୍ଭ କରିଛି ପାକିସ୍ତାନ । ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରାମ ପରେ ମଧ୍ୟ ଜମ୍ମୁ ଓ କାଶ୍ମୀରର ଆନ୍ତର୍ଜାତୀୟ ସୀମା ଓ ଏଲଓସି (LoC)ରେ ଲଗାତାର ଭାବରେ ଡ୍ରୋନ ଗତିବିଧି ଦେଖିବାକୁ ମିଳୁଛି । ଆଜି (ସୋମବାର) ରାତିରେ ସାମ୍ବାରେ ବ୍ଲାକ ଆଉଟ ସମୟରେ ଏକ ପାକିସ୍ତାନୀ ଡ୍ରୋନ ଦେଖିବାକୁ ମିଳିଛି । ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ (Indian air defense system) ଡ୍ରୋନକୁ ମାରି ଖସାଇ ଦେଇଛି । ଫଳରେ ଏକ ବିସ୍ଫୋରଣ ହେବାର ଶବ୍ଦ ଶୁଣିବାକୁ ମିଳିଥିଲା ।

ପୁଣି ସୀମାରେ ପାକିସ୍ତାନର ହରକତ:

'ଅପରେସନ୍ ସିନ୍ଦୂର', ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଦେଶବାସୀଙ୍କୁ ସମ୍ବୋଧିତ କରିବା ପରେ ପରେ ଜମ୍ମୁ-କାଶ୍ମୀରର ସାମ୍ବା ସେକ୍ଟରରେ ପୁଣି ଏକ ଡ୍ରୋନ ଦେଖିବାକୁ ମିଳିଥିଲା । ତୁରନ୍ତ ଭାରତୀୟ ବାୟୁସେନା ଏହି ପାକିସ୍ତାନୀ ଡ୍ରୋନକୁ ରୋକିଛନ୍ତି । ସାମ୍ବାରେ ବ୍ଲାକଆଉଟ୍ ମଧ୍ୟରେ, ଭାରତୀୟ ବାୟୁ ପ୍ରତିରକ୍ଷା ବାହିନୀ ଏକ ପାକିସ୍ତାନୀ ଡ୍ରୋନକୁ ଅଟକାଇଛନ୍ତି । ସେନା ଏକ ବିବୃତ୍ତିରେ କହିଛି ଯେ, ସାମ୍ବା ସେକ୍ଟରରେ ଗତ ଅପେକ୍ଷା ତୁଳନାତ୍ମକ ଭାବରେ ବହୁତ କମ୍ ଡ୍ରୋନ୍ ଦେଖାଯାଉଛି । ସେଗୁଡ଼ିକର ମୁକାବିଲା କରାଯାଉଛି । ସେନାର ସୂଚନା ଅନୁଯାୟୀ, ଡ୍ରୋନ୍ ଦେଖାଯିବା ପରେ ବାୟୁ ପ୍ରତିରକ୍ଷା ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ପରେ, ଗତ 15 ମିନିଟ୍ ହେଲା କୌଣସି ଡ୍ରୋନ୍ କାର୍ଯ୍ୟକଳାପ ପରିଲକ୍ଷିତ ହୋଇନାହିଁ ।

ସେପଟେ ଯୁଦ୍ଧବିରତି ଲାଗୁ ହେବାର ଦୁଇ ଦିନ ପରେ ମଧ୍ୟ ପୁଣି ସୀମାବର୍ତ୍ତି ଅଞ୍ଚଳ ଆକାଶରେ ଡ୍ରୋନ ଦେଖାଯିବା ସ୍ଥାନୀୟ ଲୋକଙ୍କୁ ଆତଙ୍କିତ କରିଛି । ଭାରତୀୟ ସେନା ପକ୍ଷରୁ ସେଗୁଡିକର ମୁକାବିଲା କରାଯାଉଛି ଓ ଚିନ୍ତାର କୌଣସି କାରଣ ନାହିଁ ବୋଲି ସେନା ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ..

'ଅପରେସନ ସିନ୍ଦୂର ହେଉଛି ଭାରତର ନୀତି' ଦେଶବାସୀଙ୍କୁ ସମ୍ବୋଧନ କରି ବିଶ୍ବକୁ ବାର୍ତ୍ତା ଦେଲେ ମୋଦି

ଅମୃତସରରେ ବ୍ଲାକଆଉଟ୍:

ସେପଟେ ଆଜି ରାତିରେ ପଞ୍ଜାବର ଅମୃତସରରେ ମଧ୍ୟ ବ୍ଲାକଆଉଟ୍ ଜାରି କରାଯାଇଛି । ପୂର୍ବରୁ, ଅମୃତସର ଡିସି ଲୋକମାନଙ୍କୁ ନିବେଦନ କରିଥିଲେ ଯେ, ଦୟାକରି ଘରର ଲାଇଟ୍ ବନ୍ଦ ରଖନ୍ତୁ ଏବଂ କବାଟ ଓ ଝରକାଠାରୁ ଦୂରରେ ରୁହନ୍ତୁ । ଶାନ୍ତ ରୁହନ୍ତୁ, ବିଦ୍ୟୁତ୍ ଯୋଗାଣ ପୁନଃସ୍ଥାପିତ ହେବା ପାଇଁ ପ୍ରସ୍ତୁତ ହେଲେ ଆମେ ଆପଣଙ୍କୁ ସୂଚିତ କରିବୁ । ଆଦୌ ଭୟଭୀତ ହୁଅ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.