2027 ମାର୍ଚ୍ଚ ପହିଲାରୁ ଦେଶରେ ଜନଗଣନା; ଜାତିଭିତ୍ତିକ ଜନଗଣନାରେ ଆପଣଙ୍କୁ କେଉଁ ପ୍ରଶ୍ନ ପଚରାଯିବ ?
ଆସିଲା ଜନଗଣନା ତାରିଖ । କିଛି ରାଜ୍ୟରେ ଏହି ପ୍ରକ୍ରିୟା ଆସନ୍ତା ବର୍ଷ ଆରମ୍ଭ ହେବ । ଅନ୍ୟ ରାଜ୍ୟଗୁଡ଼ିକରେ ଏହା 2027ରେ ଆରମ୍ଭ ହେବ ।


Published : June 4, 2025 at 8:10 PM IST
|Updated : June 4, 2025 at 8:37 PM IST
Census process to start from March 1, 2027, will include caste data ନୂଆଦିଲ୍ଲୀ: ଦେଶରେ ବହୁ ପ୍ରତିକ୍ଷୀତ ଜାତିଭିତ୍ତିକ ଜନଗଣନା ଆରମ୍ଭ ହେବ । ଜନଗଣନା ପ୍ରକ୍ରିୟା 15 ବର୍ଷ ପରେ ଆରମ୍ଭ ହେବ । 1 ମାର୍ଚ୍ଚ, 2027ରୁ ଜନଗଣନା ଆରମ୍ଭ ହେବ । ମୋଟ 2ଟି ପର୍ଯ୍ୟାୟରେ ଦେଶରେ ଜନଗଣନା ହେବ । ସାଧାରଣତଃ ପ୍ରତି 10 ବର୍ଷରେ ଥରେ ଜନଗଣନା କରାଯାଏ । କିନ୍ତୁ କୋଭିଡ୍ ଯୋଗୁଁ ଜନଗଣନା ସ୍ଥଗିତ ରଖାଯାଇଥିଲା । 16 ବର୍ଷ ପରେ ହେବ ଜନଗଣନା । ଶଷ ଥର ପାଇଁ 2011ରେ ହୋଇଥିଲା ସାରା ଦେଶରେ ଜନଗଣନା ।

ଜନଗଣନା ପ୍ରକ୍ରିୟା ଦୁଇଟି ପର୍ଯ୍ୟାୟରେ ସମାପ୍ତ ହେବ-
2026 ଅକ୍ଟୋବରରୁ ଲଦାଖ, ଜମ୍ମୁ ଏବଂ କାଶ୍ମୀର, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶରେ ଏହି ପ୍ରକ୍ରିୟା ଆରମ୍ଭ ହେବ । 2027ରେ ବାକି ରାଜ୍ୟଗୁଡ଼ିକରେ ଜନଗଣନା କରାଯିବ । ଏହି ଜନଗଣନା ସହିତ ଜାତିଭିତ୍ତିକ ଜନଗଣନା ମଧ୍ୟ ସାମିଲ କରାଯାଇଛି । ମୋଦି ସରକାର କିଛି ଦିନ ପୂର୍ବରୁ ଜାତି ଜନଗଣନା ଉପରେ ନିଷ୍ପତ୍ତି ନେଇଥିଲେ । ବିରୋଧୀ ଦଳ ଦୀର୍ଘ ସମୟ ଧରି ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରୁଥିଲେ ।
2027 ମାର୍ଚ୍ଚ 1 ତାରିଖରୁ ଜନଗଣନା-
- ୨୦୨୭ ମାର୍ଚ୍ଚ ୧ରୁ ଜନଗଣନା
- ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା
- ଜନଗଣନାରେ ଜାତି ଓ ଉପଜାତିର ସବୁ ତଥ୍ୟ ସ୍ଥାନ ପାଇବ
Population Census-2027 to be conducted in two phases along with enumeration of castes
— Spokesperson, Ministry of Home Affairs (@PIBHomeAffairs) June 4, 2025
Read here: https://t.co/5Nt4QOPqda@HMOIndia @PIB_India pic.twitter.com/avUqB878d2
1931 ମସିହାରେ ପ୍ରଥମ ଥର ପାଇଁ ଜାତି ସମ୍ପର୍କିତ ଏକ ସ୍ତମ୍ଭ ଯୋଡା ଯାଇଥିଲା । ଲୋକଙ୍କୁ ଜାତି ସମ୍ପର୍କରେ ପଚରାଯାଇଥିଲା । ତଥାପି, ଜାତିକୁ ନେଇ ବିବାଦ ବଢ଼ିଗଲା । ତେଣୁ, ୧୯୪୧ ମସିହାରେ ଜାତି ସମ୍ପର୍କିତ ଯେକୌଣସି ତଥ୍ୟ ସଂଗ୍ରହ କରାଯାଇଥିଲା, ତାହା ସାର୍ବଜନୀନ କରାଯାଇ ନଥିଲା । ତେଣୁ, ଏହି ସମୟରେ ଦେଶରେ ଯାହା ଜାତି ସମ୍ପର୍କିତ ତଥ୍ୟ ଦିଆଯାଉଛି, ତାହା ୧୯୩୧ ମସିହାରେ ହିଁ ସଂକଳନ କରାଯାଇଥିଲା ।
" population census-2027 to be conducted in two phases along with enumeration of castes. the reference date for population census - 2027 will be 00:00 hours of the first day of march, 2027. for the union territory of ladakh and the non-synchronous snow-bound areas of the ut of… pic.twitter.com/UFGnfu2eRE
— Press Trust of India (@PTI_News) June 4, 2025
ଗତ କିଛି ବର୍ଷ ଧରି ବିରୋଧୀ ଦଳ ମାନଙ୍କ ପକ୍ଷରୁ ଜାତିଭିତ୍ତିକ ଜନଗଣନା ପାଇଁ ଦାବି ଜୋର ଧରିବା ପରେ ନିକଟରେ ମୋଦି ସରକାର ଜାତି ଜନଗଣନା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଜନଗଣନାରେ ଜାତି ଜନଗଣନା ମଧ୍ୟ ଯୋଡା ଯାଇଛି ।
Ministry of Home Affairs ( MHA) says, " it has been decided to conduct population census-2027 in two phases along with enumeration of castes. the reference date for population census - 2027 will be 00:00 hours of the first day of march, 2027. for the union territory of ladakh and… pic.twitter.com/Crprvaqa7j
— ANI (@ANI) June 4, 2025
୧୯୫୧ ମସିହାରେ ହୋଇଥିବା ଜନଗଣନାରେ କେବଳ ଅନୁସୂଚିତ ଜାତି ଏବଂ ଜନଜାତିର ଲୋକଙ୍କୁ ଜାତି ନାମରେ ବର୍ଗୀକୃତ କରାଯାଇଥିଲା । ଏଥିରେ ବିବାହର ଅବଧି ଏବଂ ପରିବାରର ଆକାର, ଜନ୍ମ ହୋଇଥିବା ପିଲାଙ୍କ ସଂଖ୍ୟା ଏବଂ ସେହି ସମୟରେ ଜୀବିତ ପିଲାଙ୍କ ସଂଖ୍ୟା ଅନ୍ତର୍ଭୁକ୍ତ ଥିଲା । ଏଥିରେ ଦିବ୍ୟାଙ୍ଗତା ଏବଂ ପରିବାରର ମୁଖ୍ୟଙ୍କ ସହିତ ବ୍ୟକ୍ତିଙ୍କ ସମ୍ପର୍କ ଉପରେ ମଧ୍ୟ ପ୍ରଶ୍ନ ଥିଲା । ଏହା ବ୍ୟତୀତ ନିଯୁକ୍ତି ବିଷୟରେ ମଧ୍ୟ ପ୍ରଶ୍ନ ପଚରାଯାଇଥିଲା । ଆଜି ଜନଗଣନା ତାରିଖ ଗୃହମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଜନଗଣନାରେ ଆପଣଙ୍କୁ କେଉଁ ପ୍ରଶ୍ନ ପଚରାଯିବ ?
- ଆପଣଙ୍କ ଧର୍ମ କଣ ?
- ଆପଣ କେଉଁ ରାଜନୈତିକ ଦଳକୁ ସମର୍ଥନ କରନ୍ତି ?
- ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ?
- ଆପଣ ଭିନ୍ନକ୍ଷମ କି ?
- ଆଧାର ନମ୍ବର, ପ୍ୟାନ ନମ୍ବର ଦେବାକୁ ପଡିବ ?
- ଆପଣଙ୍କ ବୟସ ?
- ଆପଣଙ୍କ ଲିଙ୍ଗ ?
- ଆପଣ ବିବାହିତ ନା ଅବିବାହିତ ?
- ଆପଣଙ୍କ ଶିକ୍ଷାଗତ ଯୋଗ୍ୟତା ?
- ଆପଣଙ୍କ ବୃତ୍ତି ?
- ଆପଣଙ୍କ ଜନ୍ମ ସ୍ଥାନ ?
- ଆପଣ କେଉଁ ସ୍ଥାନରେ ରହୁଛନ୍ତି ?
- ଆପଣ କେତେ ବର୍ଷ ଧରି ଏଠାରେ ରହୁଛନ୍ତି ?

