ETV Bharat / bharat

ପାକ୍ ହାଇ କମିଶନର ଅଧିକାରୀଙ୍କୁ ଅବାଞ୍ଛିତ ଘୋଷଣା କଲା ଭାରତ, 24 ଘଣ୍ଟା ମଧ୍ୟରେ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ - INDIA PAKISTAN TENSIONS

ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ଭାରତ ସରକାର ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନର ଅଧିକାରୀଙ୍କୁ 'ପର୍ସନା ନନ୍ ଗ୍ରାଟା' ଘୋଷଣା କରିଛନ୍ତି।

Pakistan High Commission in New Delhi
Pakistan High Commission in New Delhi (File Photo- ANI)
author img

By ETV Bharat Odisha Team

Published : May 13, 2025 at 10:30 PM IST

1 Min Read

ନୂଆଦିଲ୍ଲୀ: ଭାରତ ସରକାର ମଙ୍ଗଳବାର ଦିନ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନରେ ନିଯୁକ୍ତ ଜଣେ ପାକିସ୍ତାନୀ ଅଧିକାରୀଙ୍କୁ 'ପର୍ସନା ନନ୍ ଗ୍ରାଟା' ଅର୍ଥାତ୍ ଅସ୍ବିକାର୍ଯ୍ୟ, ଅବାଞ୍ଛିତ ଘୋଷଣା କରିଛନ୍ତି ଏବଂ ତାଙ୍କୁ 24 ଘଣ୍ଟା ମଧ୍ୟରେ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ ଏହି ସୂଚନା ଦେଇଛି।

ମନ୍ତ୍ରଣାଳୟ କହିଛି ଯେ, ପାକିସ୍ତାନୀ ଅଧିକାରୀ ଜଣକ ଭାରତରେ ତାଙ୍କ ସରକାରୀ ପଦବୀ ବିପରୀତ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ। ଆଜି ପାକିସ୍ତାନ ହାଇକମିଶନର ଚାର୍ଜ ଡି'ଆଫେୟର୍ସଙ୍କୁ ଏହି ମର୍ମରେ ଏକ ପ୍ରତିବାଦ ପତ୍ର ପ୍ରଦାନ କରାଯାଇଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପାକିସ୍ତାନୀ ଅଧିକାରୀ ଜଣକ ଦିଲ୍ଲୀରେ ବସି ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଥିଲେ। ରିପୋର୍ଟରେ ଦାବି କରାଯାଇଛି ଯେ, ଏହି ବ୍ୟକ୍ତି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISIର ଜଣେ ଏଜେଣ୍ଟ।

ଅପରେସନ ସିନ୍ଦୂର ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ମଧ୍ୟରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ମେ 6-7 ମଧ୍ୟ ରାତିରେ, ଭାରତୀୟ ସେନା ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ 9ଟି ଆତଙ୍କବାଦୀ ଶିବିର ଉପରେ ବିମାନ ଆକ୍ରମଣ କରି ସେଗୁଡ଼ିକୁ ଧ୍ୱଂସ କରିଦେଇଥିଲା। ଭାରତର ଏହି ଆକ୍ରମଣରେ 100ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ।

ପୂର୍ବରୁ ଦିନକ ମଧ୍ୟରେ ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଥିଲା ​​ଯେ, ଯେପର୍ଯ୍ୟନ୍ତ ପାକିସ୍ତାନ ବିଶ୍ୱସନୀୟ ଭାବେ ସୀମାପାର ଆତଙ୍କବାଦକୁ ସମର୍ଥନ ବନ୍ଦ ନକରେ, ସେପର୍ଯ୍ୟନ୍ତ ଭାରତ ପକ୍ଷରୁ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରହିବ।

ପିଓକେ ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ, ଭାରତର ଏହା ଦୀର୍ଘଦିନର ଦୃଷ୍ଟିକୋଣ ହୋଇଆସିଛି ଯେ ଜମ୍ମୁ ଏବଂ କାଶ୍ମୀର ସହ ଜଡ଼ିତ ଯେକୌଣସି ପ୍ରସଙ୍ଗର ସମାଧାନ ଉଭୟ ପକ୍ଷ ଦ୍ୱାରା ଦ୍ୱିପାକ୍ଷିକ ଭାବେ କରାଯିବା ଉଚିତ। ଏହି ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏବେ କେବଳ ପିଓକେ ଉପରେ ଆଲୋଚନା ହେବ ଏବଂ ପାକିସ୍ତାନ ଦ୍ୱାରା ଅବୈଧ ଭାବେ ଅଧିକୃତ ଭାରତୀୟ ଅଞ୍ଚଳକୁ ଖାଲି କରିବାକୁ ପଡ଼ିବ।

ଏହା ମଧ୍ୟ ପଢ଼ନ୍ତୁ- ସିନ୍ଧୁ ଜଳ ଚୁକ୍ତି କେତେ ଦିନ ପାଇଁ ସ୍ଥଗିତ ରହିବ?, ଉତ୍ତର ରଖିଲା ବୈଦେଶିକ ମନ୍ତ୍ରଣାଳୟ

ଏହା ମଧ୍ୟ ପଢ଼ନ୍ତୁ- ଆଦମପୁର ବାୟୁସେନା ଘାଟିରେ ପ୍ରଧାନମନ୍ତ୍ରୀ; ଭାରତ-ପାକ୍ ଉତ୍ତେଜନା ମଧ୍ୟରେ ଶୋପିଆନରେ ଗୁଳିବିନିମୟ

ଏହା ମଧ୍ୟ ପଢ଼ନ୍ତୁ- ଆଦମପୁର ବାୟୁସେନା ଘାଟିରେ ପ୍ରଧାନମନ୍ତ୍ରୀ ମୋଦି, ଅପରେସନ ସିନ୍ଦୂର ନେଇ ଯବାନଙ୍କ ସହ ଆଲୋଚନା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.