ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନା । ଭାରତୀୟ ନୌସେନାକୁ ମିଳିବ 26 ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ । ଏଥି ପାଇଁ ପ୍ରାନ୍ସ ସହ 63,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକ ମେଗା ଡିଲକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଏହାକୁ କ୍ରୟ ପାଇଁ ପ୍ରଥମେ ଜୁଲାଇ 2023 ରେ ବିଚାର କରାଯାଇଥିଲା, ଯେତେବେଳେ ପ୍ରତିରକ୍ଷା ମନ୍ତ୍ରଣାଳୟ ଫ୍ରାନ୍ସ ସରକାରଙ୍କ ଯୋଗାଯୋଗ କରିଥିଲା ।
India clears mega deal to buy 26 Rafale Marine fighter aircraft from France. The government-to-government deal worth over Rs 63,000 crore will be signed soon. Indian Navy will get 22 single-seater and four twin-seater aircraft as part of the deal: Government Sources pic.twitter.com/g3Ef3snrbn
— ANI (@ANI) April 9, 2025
ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଚୁକ୍ତିରେ ଜାହାଜ ଚଳାଚଳ ରକ୍ଷଣାବେକ୍ଷଣ, ଲଜିଷ୍ଟିକ୍ ସହାୟତା, ନୌସେନା କର୍ମଚାରୀଙ୍କ ତାଲିମ ଏବଂ ସ୍ୱଦେଶୀ ଉତ୍ପାଦନର କିଛି ଅଂଶ ପାଇଁ ଏକ ପ୍ରମୁଖ ପ୍ୟାକେଜ୍ ମଧ୍ୟ ଅନ୍ତର୍ଭୁକ୍ତ ହେବ। ଏହି ମାସ ଶେଷରେ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ସେବେଷ୍ଟିଆନ୍ ଲେକନୁ ଭାରତ ଗସ୍ତରେ ଆସିବେ । ସେ ସମୟରେ ଏହି ଚୁକ୍ତିନାମା ସ୍ୱାକ୍ଷର ହେବାର ସମ୍ଭାବନା ରହିଛି। ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର ହେବାର 5 ବର୍ଷ ପରେ ଏହି ବିମାନ ଭାରତକୁ ଆସିବ ବୋଲି ଅନୁମାନ କରାଯାଉଛି । ରାଫେଲ ଏମ ବିମାନର ଏହି ଜାହାଜ 2031 ପରେ ନୌସେନାରେ ସାମିଲ ହୋଇପାରେ ।
ଏହାବି ପଢନ୍ତୁ- Exercise Garuda-VII: ରାଜସ୍ଥାନରେ ଶକ୍ତି ପ୍ରଦର୍ଶନ କଲେ ଭାରତ-ଫ୍ରାନ୍ସ ବାୟୁସେନା
ରାଫେଲ୍ ଏମ୍ ଦୁନିଆର ସବୁଠାରୁ ଉନ୍ନତ ନୌସେନା ଯୁଦ୍ଧ ବିମାନ ମଧ୍ୟରୁ ଅନ୍ୟତମ । ଏହା ସାଫ୍ରନ୍ ଗ୍ରୁପ୍ ର ଶକ୍ତିଶାଳୀ ଅବତରଣ ଗିଅର୍ ସହିତ ସଜ୍ଜିତ ହୋଇଛି, ଯାହା ଯୁଦ୍ଧ ଜାହାଜରୁ ବିମାନ ଉଡ଼ାଣ ପାଇଁ ସବୁଠାରୁ ଭଲ ବୋଲି ବିବେଚନା କରାଯାଏ । ଏଥିରେ ଫୋଲ୍ଡିଂ ଓ୍ବିଙ୍ଗ୍ସ , କଠିନ ପରିସ୍ଥିତି, ଡେକ୍ ଲ୍ୟାଣ୍ଡିଙ୍ଗ୍ ଏବଂ ଟେଲହୁକ ସାମ୍ନା କରିବା କରିବା ପାଇଁ ଏକ ରେନଫୋର୍ସ୍ଡ ଅଣ୍ଡର କ୍ୟାରେଜ ରହିଛି ।
INS ବିକ୍ରାନ୍ତରେ ନିୟୋଜିତ ହେବ ରାଫେଲ ଏମ ବିମାନ
ଏକ ରିପୋର୍ଟ ଅନୁଯାୟୀ, ଏହି ଜେଟ ବିମାନ ଗୁଡିକରେ 22 ଟି ସିଙ୍ଗଲ୍ ସିଟର ଏବଂ ଚାରୋଟି ଟ୍ୱିନ୍ ସିଟର ଭାରିଆଣ୍ଟ ଅନ୍ତର୍ଭୁକ୍ତ ଏବଂ ଏହା ମୁଖ୍ୟତ ସ୍ୱଦେଶୀ ବିମାନ ପରିବହନକାରୀ INS ବିକ୍ରାନ୍ତରେ ନିୟୋଜିତ କରାଯିବ । ଭାରତ ମହାସାଗରରେ ଚୀନ୍ ଗତିବିଧି ଉପରେ ନଜର ରଖିବା ପାଇଁ ସାମୁଦ୍ରିକ ଆକ୍ରମଣ କ୍ଷମତାକୁ ମଜବୁତ କରିବାକୁ ଚାହୁଁଛି ନୌସେନା।
ନୌସେନା ମୁଖ୍ୟ ଆଡମିରାଲ ଦୀନେଶ ତ୍ରିପାଠୀ ଗତ ବର୍ଷ ଡିସେମ୍ବରରେ କହିଥିଲେ ଯେ,ଆମ ଆମର ଆମର କାର୍ଯ୍ୟକ୍ଷେତ୍ରରେ କୌଣସି ପ୍ରକାର ଉଲ୍ଲଂଘନକୁ ରୋକିବା ପାଇଁ ଆମର ରଣନୀତି ପରିବର୍ତ୍ତନ ଆଣୁଛି ଏବଂ ସମସ୍ତ ପଡ଼ୋଶୀଙ୍କ ବିପଦର ମୁକାବିଲା କରିବାକୁ ପ୍ରସ୍ତୁତ ।
ନୌସେନାର ନୂତନ ରାଫେଲ୍ ବିମାନ ମଧ୍ୟ ଭାରତୀୟ ବାୟୁସେନାର ଦକ୍ଷତା ବୃଦ୍ଧି କରିବାରେ ସାହାଯ୍ୟ କରିବ । ଯେଉଁଥିରେ 'ବଡି-ବଡି' ଏରିଆଲ୍ ରିଫ୍ୟୁଲିଂ ସିଷ୍ଟମର ଅପଗ୍ରେଡ୍ ଅନ୍ତର୍ଭୁକ୍ତ,ଏହି ସିଷ୍ଟମ ଗୋଟିଏ ଜେଟରେ ଇନ୍ଧନ ଭର୍ତ୍ତି କରିବାର ସୁବିଧା ରହିଛି । ଯାହା ଦ୍ବାରା ଯୁଦ୍ଧବିମାନକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଉଡାଣ କରିପାରିବ ।