ରୁଦ୍ରପ୍ରୟାଗ: ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗର ତିନୋଟି ଗାଁରେ ଏବେ ଲକଡାଉନ । ଭିନ୍ନ ସଂସ୍କୃତି ଓ ପରମ୍ପରା ସହ ଜଡିତ ରୁଦ୍ରପ୍ରୟାଗର ଏହି ଅଞ୍ଚଳରେ ପ୍ରତିବର୍ଷ ଲକଡାଉନ ଲାଗୁ ହୋଇଯାଏ । ଏହି ସମୟରେ ଗ୍ରାମବାସୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଦେଖାଯାଏ । ଏହି ସମୟରେ ସାଧାରଣ ଜୀବନ ଓ ଦୈବୀଶକ୍ତି ମଧ୍ୟରେ ଏକ ପାଚେରୀ ଛିଡା ହୋଇଯାଏ ବୋଲି ବିଶ୍ବାସ ରହିଛି । କେଦାରଘାଟିର ତିନୋଟି ଗାଁରେ ଏବେ ଲକଡାଉନ । କାହିଁକି ନା ଜଖ ମେଳା ପାଳିବା ପାଇଁ ଗାଁରେ ଅନେକ ପରମ୍ପରା ରହିଛି । ସ୍ଥାନୀୟ ବାସିନ୍ଦାଙ୍କ ଧାର୍ମିକ ଭାବନା ସହ ଜଡିତ ରହିଛି ଜଖ ମେଳା । ଏହି ମେଳାର ପ୍ରସ୍ତୁତି ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । କେଦାରଘାଟି ଅଞ୍ଚଳରେ ଜଖ ରାଜା ପର୍ବ ସେମାନଙ୍କ ସଂସ୍କୃତି ଏବଂ ଧାର୍ମିକ ପରମ୍ପରା ସହ ଜଡିତ । ସ୍ଥାନୀୟ ଐତିହ୍ୟ, ପରମ୍ପରା ଓ ବିଶ୍ବାସକୁ ଦର୍ଶାଇବା ଯଶ ରାଜା ବା ସ୍ଥାନୀୟ ଭାଷାରେ ଜଖ ରାଜାଙ୍କ ପର୍ବ ପାଳନ କରାଯାଉଛି ।

- ତିନୋଟି ଗାଁରେ ଲକଡାଉନ
ପାରମ୍ପାରିକ ରୂପେ ଏହି ମେଳା ପ୍ରତିବର୍ଷ ବୈଶାଖ ମାସର ବୈଶାଖୀ ପର୍ବର ପରଦିନ ପାଳନ କରାଯାଏ । ଏଥର ଏପ୍ରିଲ 14ରେ ଜାଖଧାର (ଗୁପ୍ତକାଶୀ)ରେ ଏହି ମେଳା ଅନୁଷ୍ଠିତ ହେଉଛି । ଅଞ୍ଚଳର ପାଖାପାଖି 14ଟି ଗାଁର ଏହା ପାରମ୍ପାରିକ ମେଳା । କିନ୍ତୁ ସିଧାସଳଖ ସହଭାଗିତା କେବଳ ତିନୋଟି ଗାଁ ଦେବଶାଳ, କୋଠେଡା ଓ ନାରାୟଣକୋଟିର ରହିଛି। ଅଞ୍ଚଳର ପରମ୍ପରାକୁ ବଜାୟ ରଖିବା ପାଇଁ ଏହି ତିନୋଟି ଗାଁ ମେଳାର ତିନି ଦିନ ପୂର୍ବରୁ ଅର୍ଥାତ ଅଗ୍ନିକୁଣ୍ଡ ତିଆରି କରିବା ଦିନ ଠୁ ଲକଡାଉନ ଲାଗୁ କରିଦିଆଯାଏ ।
- ଗାଁରେ ବାହାର ଲୋକଙ୍କ ପ୍ରବେଶ ନିଷେଦ୍ଧ
ଏହି ସମୟରେ ବାହାର ଲୋକ ତଥା ସମ୍ପର୍କୀୟଙ୍କୁ ବି ଗାଁରେ ପ୍ରବେଶ ବର୍ଜିତ କରାଯାଇଥାଏ । କିନ୍ତୁ ବଦଳୁଥିବା ସମୟରେ ଏସବୁ ବର୍ଜନ ଏବେ କ୍ଷୀଣ ହେବାରେ ଲାଗଛି । କେତେକ ସ୍ଥାନରେ ଏହାକୁ ଅପବାଦ କହି ମାନୁନଥିବା ନଜିର ରହିଛି । ତଥାପି ପୁରୁଣା ପରମ୍ପରାକୁ କାଏମ ରଖିବା ପାଇଁ ପ୍ରୟାସ ଜାରି ରହୁଛି । ଆଜିଠୁ ଏହି ଅଞ୍ଚଳରେ ଲକଡାଉନ ଅବଧି ଆରମ୍ଭ ହେବାକୁ ଯାଉଛି ।
- ହଜାର ହଜାର ଲୋକଙ୍କ ବିଶ୍ବାସର କେନ୍ଦ୍ର କେଦାରଘାଟି
ଆଚାର୍ଯ୍ୟ ହର୍ଷବର୍ଦ୍ଧନ ଦେବଶାଳୀଙ୍କ ଅନୁସାରେ କେଦାରଘାଟିର ଜାଖଧାର ସ୍ଥିତ ଜଖ ମନ୍ଦିର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଗଢୱାଲରେ ଅନେକ ପାହାଡ ଉପରେ ଜଖ ମନ୍ଦିର ରହିଥିବାବେଳେ ସେମାନଙ୍କର ନିଜସ୍ବ ମହତ୍ତ୍ବ ରହିଛି । କିନ୍ତୁ ଗୁପ୍ତକାଶୀ ନିକଟ ଜାଖଧାର କ୍ଷେତ୍ରର 14ଟି ଗାଁ ସହ କେଦାରଘାଟିର ହଜାର ହଜାର ଲୋକଙ୍କ ଆସ୍ଥାର କେନ୍ଦ୍ର ଅଟେ । ପରମ୍ପରା ଅନୁସାରେ କୋଠେଡା ଓ ନାରାୟଣକୋଟିର ଗ୍ରାମବାସୀ ଏକ ସପ୍ତାହ ପୂର୍ବରୁ ଖଲି ପାଦରେ ମଣ୍ଡରେ ଟୋପି ପିନ୍ଧି ଅଣ୍ଟାରେ କପଡା ବାନ୍ଧି କାଠ ଏବଂ ପୂଜା ସାମଗ୍ରୀ ଏକତ୍ରିତ କରିବାରେ ଲାଗି ପଡନ୍ତି । ଏହି କାଠ ଗୁଡିକ ଅଗ୍ନିକୁଣ୍ଡରେ ଜଳାଇବା ପରେ ଏହାକୁ ମୁଣ୍ଡି କୁହାଯାଇଥାଏ । ସାଧାରଣତଃ ଏହି କାଠ ଉତ୍ତରାଖଣ୍ଡର ଲୋକପ୍ରିୟ ଏକ ଗଛର ହୋଇଥାଏ ।
- 50 କ୍ବିଣ୍ଟାଲ କାଠରେ ତିଆରି ହୁଏ ଭବ୍ୟ ଅଗ୍ନିକୁଣ୍ଡ
ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ ପାଖାପାଖି 50 କ୍ବିଣ୍ଟାଲ କାଠରେ ଭବ୍ୟ ଅଗ୍ନିକୁଣ୍ଡ ତିଆର ହୋଇଥାଏ । ପ୍ରତିବର୍ଷ ବୈଶାଖୀ ପର୍ବ ଅର୍ଥାତ ଏବର୍ଷ ଏପ୍ରିଲ 14 ରାତିରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ଅଗ୍ନିକୁଣ୍ଡରେ ରଖାଯାଇଥିବା କାଠରେ ଅଗ୍ନି ପ୍ରଜ୍ବଳନ କରାଯାଇଥାଏ । ଏହି ଅଗ୍ନି ରାତିଯାକ ଜଳିଥାଏ । ଏହି ନିଆଁର ସୁରକ୍ଷା ପାଇଁ ନାରାୟଣକୋଟି ଓ କୋଠେଡାର ଗ୍ରାମବାସୀ ଏଠାରେ ରାତି ଯାକ ଅନିଦ୍ରା ରହି ଜାଖ ଦେବତାଙ୍କ ନୃତ୍ୟ ପାଇଁ ଅଙ୍ଗାର ପ୍ରସ୍ତୁତ କରିଥାନ୍ତି ।
ଏପ୍ରିଲ 15ରେ ମେଳା ଦିନ ଜାଖରାଜା କୋଠେଡା ଓ ଦେବଶାଳ ହୋଇ ଢୋଲ ନାଗାଡା ସହ ଜାଖଧାର ପହଞ୍ଚି ତତଲା ଅଙ୍ଗାର ଉପରେ ନାଚି ଭକ୍ତଙ୍କୁ ଆଶୀର୍ବାଦ ଦେଇଥାନ୍ତି । ଦେବଶାଳ ସ୍ଥିତ ବିଦ୍ୟବାସିନୀ ମନ୍ଦିରରେ ଜାଖରାଜଙ୍କ ମୂର୍ତ୍ତି ରଖାଯାଇ ଏକ ପାଲିଙ୍କିରେ ତାଙ୍କୁ ଜାଖଧାର ନେଇ ମେଳାରେ ପୂଜାର୍ଚ୍ଚନା ପରେ ତାଙ୍କୁ ପୁଣିଥରେ ବିଦ୍ୟବାସିନୀ ମନ୍ଦିର ଅଣାଯାଇଥାଏ ।
- ଦୁଇ ସପ୍ତାହ ପରିବାର ଓ ଗାଁ ଠୁ ଅଲଗା ରୁହନ୍ତି ଜାଖ ରାଜା
ପରମ୍ପରା ଅନୁସାରେ ଜାଖରାଜାଙ୍କୁ ପକ୍ଷର ଦୁଇ ସପ୍ତାହ ପୂର୍ବରୁ ନିଜ ପରିବାର ଓ ଗାଁଠୁ ଅଲଗା ରହିବାକୁ ପଡିଥାଏ । ଯାହାକି ଧାର୍ମିକ ମାନ୍ୟତା ସହ ଜଡିତ ହୋଇ ରହିଛି । ଜାଖ ରାଜା ଦିନକୁ କେବଳ ଥରେ ମାତ୍ର ଭୋଜନ କରିଥାନ୍ତି । ଏହି ସମୟରେ ନାରାୟଣକୋଟିର ସଚ୍ଚିଦାନନ୍ଦ ପୂଜାରୀ ଜାଖରାଜାଙ୍କ ପୂଜାରୀ ଅଟନ୍ତି । କେଦାରଘାଟିରେ ଅନ୍ୟ ସ୍ଥାନରେ ବ ଜାଖରାଜାଙ୍କ ପଜାର୍ଚ୍ଚନା ପରମ୍ପରା ରହିଛି । ବଡାସୁ, ଚୌମାସୀ ଗାଁରେ ବି କିଛି ଏହ ପ୍ରକାର ଆୟୋଜନ କରାଯାଇଥାଏ । କିନ୍ତୁ ଗୁପ୍ତକାଶୀ ଓ ଜାଖଧାର ମେଳାର ଭିନ୍ନ ମହତ୍ତ୍ବ ରହିଛି । ଜାଖରାଜା ଏହି ଅଞ୍ଚଳର କ୍ଷେତ୍ରପାଳ ସହ ସୁଖ ସମୃଦ୍ଧି ଦାତା ଅଟନ୍ତି । ଏହି କାରଣରୁ ଅଞ୍ଚଳବାସୀଙ୍କ ତାଙ୍କ ପ୍ରତି ଭକ୍ତି ବିଶ୍ବାସ ଅଗାଢ ରହିଛି ।
ଏହା ମଧ୍ୟ ପଢନ୍ତୁ ତତ୍କାଳ ଟିକେଟ ବୁକିଂ ସମୟରେ ବଡ ପରିବର୍ତ୍ତନ, ଏମିତି କହିଲା IRCTC
ଏହା ମଧ୍ୟ ପଢନ୍ତୁ ପ୍ରେମିକାକୁ ସୁଟକେସରେ ଭର୍ତ୍ତିକରି ହଷ୍ଟେଲ ନେଉଥିଲେ ଛାତ୍ର, ଆଉ ତାପରେ...