ETV Bharat / bharat

ଟ୍ରେନରେ ମୋବାଇଲ ହଜିଗଲେ ଚିନ୍ତା କରନ୍ତୁନି, ଏମିତି କଲେ ଫେରିପାଇବେ - MOBILE LOST IN TRAIN

ଟ୍ରେନରେ ହଜିଥିବା ଫୋନକୁ ଖୋଜି ଆଣିବ ଆରପିଏଫ୍ । ଯାତ୍ରୀମାନେ ରେଳ ମଦମଦ ଆପ୍ କିମ୍ବା 139 କୁ କଲ କରି ଅଭିଯୋଗ କରିପାରିବେ ।

MOBILE LOST IN TRAIN
MOBILE LOST IN TRAIN (Etv Bharat)
author img

By ETV Bharat Odisha Team

Published : April 9, 2025 at 7:27 PM IST

2 Min Read

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରିବା ସମୟରେ ଅନେକ ସମୟରେ ଯାତ୍ରୀଙ୍କ ମୋବାଇଲ ଚୋରି ହୋଇଯାଏ ନଚେତ ହଜିଯାଏ । ଏହାକୁ ପାଇବା ମଧ୍ୟ କାଠିକର ପାଠ ହୋଇପଡେ । ଯାହାକୁ ନେଇ ଯାତ୍ରୀ ମାନେ ବ୍ୟସ୍ତ ବିବ୍ରତ ହୋଇପଡନ୍ତି । ଏବେ କିନ୍ତୁ ଟ୍ରେନରେ ମୋବାଇଲ ଚୋରି ଓ ହଜିଗଲେ ଆପଣଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଯାତ୍ରୀଙ୍କ ଏହି ବଡ ସମସ୍ୟାର ସମାଧାନ କରିବ ରେଳ ସୁରକ୍ଷା ବଳ (ଆରପିଏଫ) । ଆରପିଏଫ୍ ଟେଲିକମ୍ ବିଭାଗର CEIR ପୋର୍ଟାଲ୍ ସହାୟତାରେ ହଜିଯାଇଥିବା କିମ୍ବା ଚୋରି ହୋଇଥିବା ମୋବାଇଲ୍ ଫୋନ୍କୁ ଟ୍ରାକ୍ କରିବ । ଏଥିସହ ମୋବାଇଲ ପାଇବା ପରେ ଏହାକୁ ତାର ମାଲିକକୁ ହସ୍ତାନ୍ତର କରିବ । ଏହି ପଦକ୍ଷେପ ପ୍ରତିବର୍ଷ ଲକ୍ଷ ଲକ୍ଷ ରେଳ ଯାତ୍ରୀଙ୍କ ଚୋରି ହୋଇଥିବା ମୋବାଇଲ ସମସ୍ୟାକୁ ଦୂର କରିବ ।ଏହି ନୂତନ ବ୍ୟବସ୍ଥା ପୁରା ଦେଶରେ କାର୍ଯ୍ୟକାରୀ କରାଯାଇଛି । ଯାହା ମୋବାଇଲ୍ ପୁନରୁଦ୍ଧାର କାର୍ଯ୍ୟକୁ ଅଧିକ ପ୍ରଭାବଶାଳୀ କରିବ ।

କପରି ହଜିଯାଇଥିବା ମୋବାଇଲ ପାଇପାରିବେ ଯାତ୍ରୀ :

  • ଯାତ୍ରୀମାନେ ରେଳ ମଦମଦ ଆପ୍ କିମ୍ବା 139 କୁ କଲ କରି ଅଭିଯୋଗ କରିପାରିବେ ।
  • ଯଦି FIR କରିବାକୁ ଚାହୁଁନାହାଁନ୍ତି, ତେବେ ସିଧାସଳଖ CEIR ପୋର୍ଟାଲରେ ଏକ ଅଭିଯୋଗ ପଞ୍ଜିକରଣ କରିପାରିବେ ।
  • ଏହାପରେ ଆରପିଏଫ୍ ର ସାଇବର ସେଲ୍ ମୋବାଇଲର IMEI ନମ୍ବରକୁ ବ୍ଲକ କରିଦେବ, ଯାହା ଏହାର ଅପବ୍ୟବହାର ରୋକିବ ।
  • ଚୋରି ମୋବାଇଲରେ ଯଦି ଏକ ନୂତନ ସିମ୍ ଭର୍ତ୍ତି କରାଯାଏ ତେବେ ଏହା ସିଷ୍ଟମ୍ ଆଲର୍ଟ ଦେବ । ସଙ୍ଗେ ସଙ୍ଗେ ଫୋନ୍ ରିକଭରି ପ୍ରକ୍ରିୟା ଆରମ୍ଭ ହେବ ।
  • ମୋବାଇଲ୍ ପାଇବା ପରେ ଯାତ୍ରୀ ନିକଟସ୍ଥ ଆରପିଏଫ୍ ପୋଷ୍ଟକୁ ଯାଇ ଆବଶ୍ୟକ ଡକ୍ୟୁମେଣ୍ଟ୍ ଦେଖାଇ ଫୋନ୍ ଆଣି ପାରିବେ ।

ଏହା ମଧ୍ୟ ପଢନ୍ତୁ-ଜେନେରାଲ ଟିକେଟରେ ନୂଆ ନିୟମ, ଯାତ୍ରା ପାଇଁ ପ୍ଲାନ କରୁଥିଲେ ପଢି ନିଅନ୍ତୁ ଏହି ଖବର - GENERAL TICKET RULE

ଏହା ମଧ୍ୟ ପଢନ୍ତୁ-ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପୂର୍ବତଟ ରେଳପଥର ରେକର୍ଡ - EAST COAST RAILWAY ACHIEVES RECORD

'ଯାତ୍ରୀଙ୍କ ଆତ୍ମବିଶ୍ବାସ ବଢିବ':

ରେଳ ସୁରକ୍ଷା ବଳର ମହାନିର୍ଦ୍ଦେଶକ ମନୋଜ ଯାଦବଙ୍କ କହିବା ଅନୁଯାୟୀ, ସିଆଇଆର ପୋର୍ଟାଲର ବୈଷୟିକ ଜ୍ଞାନ ସହିତ ଆମେ ବର୍ତ୍ତମାନ ଯାତ୍ରୀମାନଙ୍କୁ ଏକ ସ୍ୱଚ୍ଛ ଏବଂ ଦ୍ରୁତ ପୁନରୁଦ୍ଧାର ବ୍ୟବସ୍ଥା ଯୋଗାଇବାରେ ସକ୍ଷମ ହେବୁ । ଡିଜିଟାଲ ସୁରକ୍ଷା ଦିଗରେ ଏହି ପଦକ୍ଷେପ ଏକ ନୂତନ ଅଧ୍ୟାୟ । ଏହା ଯାତ୍ରୀମାନଙ୍କ ଆତ୍ମବିଶ୍ୱାସକୁ ଆହୁରି ଦୃଢ କରିବ ।

'ଅପରେସନ୍ ଅମାନତ' ଠାରୁ ଡିଜିଟାଲ୍ ଟ୍ରାକିଂ ପର୍ଯ୍ୟନ୍ତ: "ଅପରେସନ୍ ଅମାନତ" ମାଧ୍ୟମରେ ଆରପିଏଫ ଯାତ୍ରୀଙ୍କ ହଜିଯାଇଥିବା ଜିନିଷକୁ ଫେରସ୍ତ କାର୍ଯ୍ୟ କରିଆସୁଛି । ଜାନୁଆରୀ 2024 ରୁ ଫେବୃଆରୀ 2025 ମଧ୍ୟରେ, ଆରପିଏଫ୍ 84.03 କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଫେରସ୍ତ କରିଛି । ବର୍ତ୍ତମାନ CEIR ପୋର୍ଟାଲ ସାହାଯ୍ୟରେ ହଜିଯାଇଥିବା ମୋବାଇଲକୁ ଖୋଜି ଆଣିବା ମଧ୍ୟ ସମାନ ଅଭିଯାନର ଏକ ଅଂଶ ହୋଇଛି । ଏହି ଟେକ୍ନୋଲୋଜିର ପାଇଲଟ୍ ପ୍ରୋଜେକ୍ଟ ମେ 2024 ରେ ଉତ୍ତର-ପୂର୍ବ ସୀମାନ୍ତ ରେଳପଥରେ ଆରମ୍ଭ ହୋଇଥିଲା। ସେଠାରେ ଅନେକ ମୋବାଇଲ ଉଦ୍ଧାର କରାଯିବା ସହ ଚୋରି କରିଥିବା ବ୍ୟକ୍ତିକୁ ମଧ୍ୟ କାବୁ କରାଯାଇଥିଲା । ବର୍ତ୍ତମାନ ଏହା ସାରା ଦେଶରେ କାର୍ଯ୍ୟକାରୀ ହେଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.