ଚାଇଁବସା: ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲାରେ ଶନିବାର ଦିନ ଏକ ଆଇଇଡି ବିସ୍ଫୋରଣରେ ଜଣେ ଝାଡ଼ଖଣ୍ଡ ଜାଗୁଆର କନଷ୍ଟେବଲ୍ ସହିଦ ହରାଇଥିବା ବେଳେ ଜଣେ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି। ଏନେଇ ଝାଡ଼ଖଣ୍ଡର ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଘଟଣା ଜରାଇକେଲା ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ରାଧାପୋରା ଅଞ୍ଚଳରେ ଘଟିଛି ବୋଲି ସେ କହିଛନ୍ତି। ଆହତ ଶବାନ କୋବ୍ରାର ବିଷ୍ଣୁ ସାଇନି ଏବଂ ସହିଦ ଯବାନ ଝାଡ଼ଖଣ୍ଡ ଜାଗୁଆରର ସୁନୀଲ ଧନ ଭାବେ ଚିହ୍ନଟ କରାଯାଇଛି।
"ଏହି ଘଟଣାରେ ଦୁଇ ଜଣ ଯବାନ - ଜଣେ କୋବ୍ରା 203 ବାଟାଲିୟନ ଏବଂ ଅନ୍ୟ ଜଣେ ଝାଡ଼ଖଣ୍ଡ ଜାଗୁଆରର - ଆହତ ହୋଇଛନ୍ତି। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଅଧିକ ଚିକିତ୍ସା ପାଇଁ ଉଭୟଙ୍କୁ ବିମାନ ଯୋଗେ ରାଞ୍ଚି ନିଆଯାଇଥିଲା," ବୋଲି କୋଲହାନ ଡିଆଇଜି ମନୋଜ ରତନ ଚୋଥେ ପିଟିଆଇକୁ କହିଛନ୍ତି। ପୋଲିସ ସୂଚନା ଅନୁଯାୟୀ, ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସା ସମୟରେ ସୁନୀଲ ଧନଙ୍କ ମୃତ୍ୟୁ ଘଟିଛି। ସାଇନିଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଇଛି।
#WATCH | Ranchi, Jharkhand: A Jharkhand Jaguar (JJ) jawan lost his life while a CRPF jawan was injured in an IED blast during an anti-Naxal operation in Jaraikela police station area. The injured jawan is undergoing treatment in Ranchi: DIG cum Ranchi SSP Chandan Kumar Sinha pic.twitter.com/9Scr15WYe3
— ANI (@ANI) April 12, 2025
"ଛୋଟନାଗ୍ରା ଏବଂ ଜରାଇକେଲା ପୋଲିସ ଷ୍ଟେସନ ସୀମା ମଧ୍ୟରେ ଅବସ୍ଥିତ ଏକ ଜଙ୍ଗଲ ଅଞ୍ଚଳରେ, ନକ୍ସଲମାନେ ଶନିବାର ଏକ ଅପରେସନ ସମୟରେ ସୁରକ୍ଷା ବାହିନୀଙ୍କୁ ଟାର୍ଗେଟ କରି ଗୁଳି ଚଳାଇଥିଲେ ଏବଂ ଏକ ଆଇଇଡି ବିସ୍ଫୋରଣ କରିଥିଲେ। ଏହାର ଜବାବରେ ସୁରକ୍ଷା ବାହିନୀ ପ୍ରତି ଆକ୍ରମଣ କରିଥିଲେ। ହେଲେ ମାଓବାଦୀମାନେ ଘନ ଜଙ୍ଗଲର ସୁଯୋଗ ନେଇ ଖସି ପଳାଇବାରେ ସକ୍ଷମ ହୋଇଥିଲେ," ବୋଲି ବିବୃତ୍ତିରେ କୁହାଯାଇଛି।
ଚୋଥେ କହିଛନ୍ତି ଯେ, ଏହି ଅଞ୍ଚଳରେ ଏକ ମାଓ ବିରୋଧୀ ଅଭିଯାନ ଚାଲିଛି ଏବଂ ସୁରକ୍ଷା ବାହିନୀ ଅପରେସନ ସମୟରେ ଅନେକ ଆଇଇଡି ନିଷ୍କ୍ରିୟ କରିଛନ୍ତି।
- ବିଜାପୁର ଦାନ୍ତେୱାଡ଼ା ଏନକାଉଣ୍ଟରରେ ହାର୍ଡକୋର ନକ୍ସଲ ଅନୀଲ ପୁନମର ମୃତ୍ୟୁ
ବସ୍ତର: ଛତିଶଗଡ଼ ଦାନ୍ତେୱାଡ଼ା ଏବଂ ବିଜାପୁର ସୀମାନ୍ତ ଅଞ୍ଚଳରେ ନକ୍ସଲମାନଙ୍କ ସହ ଏକ ଏନକାଉଣ୍ଟର ହୋଇଛି। ଏନକାଉଣ୍ଟର ସ୍ଥଳରୁ ପୋଲିସ ତିନି ଜଣ ୟୁନିଫର୍ମ ପିନ୍ଧା ନକ୍ସଲଙ୍କ ମୃତଦେହ ଉଦ୍ଧାର କରିଛି। ତଲାସୀ ସମୟରେ ଘଟଣାସ୍ଥଳରୁ ଏକ ଇନସାସ୍ ରାଇଫଲ୍ ମଧ୍ୟ ଉଦ୍ଧାର କରାଯାଇଥିଲା। ଏହି ଏନକାଉଣ୍ଟରରେ ଯବାନମାନେ ବିଜାପୁର ଆଇଇଡି ବିସ୍ଫୋରଣର ମାଷ୍ଟରମାଇଣ୍ଡ ଅନୀଲ ପୁନମକୁ ମଧ୍ୟ ନିହତ କରିଥିଲେ।
Three Maoists killed in encounter with security forces in #Chhattisgarh’s #Bijapur pic.twitter.com/qE5TJ6GgZj
— All India Radio News (@airnewsalerts) April 12, 2025
ମାଓବାଦୀଙ୍କ ସହ ଏନକାଉଣ୍ଟର: ଦାନ୍ତେୱାଡା ଏସପି ଗୌରବ ରାୟ କହିଛନ୍ତି ଯେ, ବିଜାପୁରର ଇନ୍ଦ୍ରାବତୀ ଅଞ୍ଚଳ ଅନ୍ତର୍ଗତ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ସୂଚନା ପାଇ ସୁରକ୍ଷା ବାହିନୀର ଏକ ମିଳିତ ଦଳ ମାଓ ବିରୋଧୀ ଅପରେସନରେ ଯାଇଥିଲା। ଏହି ସମୟରେ ଶନିବାର ସକାଳ ୯ଟାରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା। ସକାଳ 9ଟାରୁ ମଝିରେ ମଝିରେ ଗୁଳିଚାଳନା ହୋଇଥିଲା ଏବଂ ଅପରାହ୍ନରେ ଏନକାଉଣ୍ଟର ଶେଷ ହୋଇଥିଲା।
ତିନି ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହା ସହିତ ଗୋଟିଏ 12 ବୋର ରାଇଫଲ୍, ସିଙ୍ଗଲ୍-ସଟ୍ ରାଇଫଲ୍ ଏବଂ ଅନ୍ୟ କିଛି ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ମଧ୍ୟ ଜବତ କରାଯାଇଛି। ନିହତ ତିନି ଜଣ ମାଓବାଦୀ କ୍ୟାଡରଙ୍କ ମଧ୍ୟରୁ ଜଣେ ଅନିଲ ପୁନମ ଭାବେ ଚିହ୍ନଟ ହୋଇଥିବା, ବସ୍ତର ଆଇଜି ସୁନ୍ଦରରାଜ ପି. ସୂଚନା ଦେଇଛନ୍ତି।
ପୁନମ ଉପରେ ୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା: ବସ୍ତର ଆଇଜି କହିଛନ୍ତି ଯେ, ଅନୀଲ ପୁନମ ଉପରେ ୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ପୁନମ 6 ଜାନୁଆରୀ 2025ରେ ବିଜାପୁର IED ବିସ୍ଫୋରଣର ମାଷ୍ଟରମାଇଣ୍ଡ ଥିଲା। ଏହି ଘଟଣାରେ 8 ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ। ଅନ୍ୟ ଦୁଇ ନକ୍ସଲଙ୍କୁ ଚିହ୍ନଟ କରାଯାଇ ନାହିଁ।
- ତେଲଙ୍ଗାନାରେ ହିଂସାର ରାସ୍ତା ଛାଡ଼ିଲେ ୨୨ ମାଓବାଦୀ
ତେଲଙ୍ଗାନା: କେନ୍ଦ୍ର ସରକାର ମାର୍ଚ୍ଚ 2026 ସୁଦ୍ଧା ନକ୍ସଲବାଦକୁ ସମାପ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଭାରତ ସରକାରଙ୍କ ଦ୍ୱାରା ଚାଲିଥିବା ଘନ ଜଙ୍ଗଲ ଅଭିଯାନ ଏବଂ ପୁନର୍ବାସ ନୀତିର ପ୍ରଭାବ ଦୃଶ୍ୟମାନ ହେଉଛି। ତେଲଙ୍ଗାନାର ମୁଲୁଗୁ ଜିଲ୍ଲାରେ ନିଷିଦ୍ଧ ସିପିଆଇ (ମାଓବାଦୀ)ର 22 ଜଣ ସକ୍ରିୟ ସଦସ୍ୟ ଆତ୍ମସମର୍ପଣ କରି ଅସ୍ତ୍ରଶସ୍ତ୍ର ତ୍ୟାଗ କରିଛନ୍ତି। "ଯୁଦ୍ଧ ଅପେକ୍ଷା ଘର ଭଲ... ନିଜ ଗାଁକୁ ଫେରନ୍ତୁ" ପ୍ରୟାସ ଅଧୀନରେ ଏହି ଆତ୍ମସମର୍ପଣ କରାଯାଇଥିଲା, ଯାହାର ଲକ୍ଷ୍ୟ ହିଂସାର ପଥ ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଥିବା ମାଓବାଦୀମାନଙ୍କୁ ସମ୍ମାନର ସହ ସମାଜରେ ପୁନଃସଂଯୁକ୍ତ କରିବା।
ମୁଲୁଗୁ ଜିଲ୍ଲା ଏସପି ଡକ୍ଟର ଶବରୀଶଙ୍କ ସମ୍ମୁଖରେ ମାଓବାଦୀମାନେ ଆତ୍ମସମର୍ପଣ କରିଥିଲେ। ଆତ୍ମସମର୍ପଣ କରିଥିବା ସମସ୍ତଙ୍କୁ ସରକାରୀ ପୁନର୍ବାସ ଯୋଜନାର ଲାଭ ଦିଆଯିବ ବୋଲି ଏସ୍ପି ଡକ୍ଟର ଶବରୀଶ ଆଶ୍ୱାସନା ଦେଇଛନ୍ତି। ସମାଜର ମୁଖ୍ୟସ୍ରୋତକୁ ଫେରିବା ପାଇଁ ଏସପି, ଏବେ ବି ଲୁଚି ରହିଥିବା ନକ୍ସଲମାନଙ୍କୁ ନିବେଦନ କରିଛନ୍ତି।
ଏହା ମଧ୍ୟ ପଢ଼ନ୍ତୁ- ୱାକଫ୍ ଆଇନକୁ ନେଇ ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ହିଂସା, 3 ମୃତ, ୧୫ ପୋଲିସ ଆହତ