ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଫଳଦାୟକ ଅଟେ । ଆପଣ ପ୍ରତି ପଦକ୍ଷେପରେ ଅତି ସହଜରେ ସଫଳତା ସ୍ୱାଦ ଚାଖିବେ । ସବୁ ସ୍ଥଳରେ ଆପଣଙ୍କ ମନ ପ୍ରଫୁଲ୍ଳ ରହିବ । ପାରିବାରିକ ଜୀବନରେ ଶାନ୍ତି ବିରାଜମାନ କରିବା ସଙ୍ଗେସଙ୍ଗେ ହସ ଖୁସିରେ ଦିନଟି କଟିବ । ତେଣୁ ଏହି ଅବସରରେ ଆପଣ ନିଜର ବନ୍ଧୁ ଓ ପରିବାରର ସଦସ୍ୟଙ୍କୁ ସଙ୍ଗରେ ନେଇ ଦୂରଯାତ୍ରା କରିବାର ଯୋଜନା କରନ୍ତୁ । ସାମାଜିକ ସ୍ତରରେ ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ । ବୃତ୍ତିଗତ କ୍ଷେତ୍ରରେ କାର୍ଯ୍ୟ କରିବାରେ କୌଣସି ପ୍ରତିବନ୍ଧକ ନ ଆସି କାମ ସୁରୁଖୁରୁରେ ସମ୍ପନ୍ନ ହେବ ଏବଂ ଅର୍ଥଲାଭ ହୋଇପାରେ ।

ବୃଷ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିପାରେ । ଆପଣ ଆୟ ବ୍ୟୟର ହିସାବକୁ ତନ୍ନତନ୍ନ କରି ପରୀକ୍ଷା କରି ଖର୍ଚ୍ଚ କରନ୍ତୁ । ଆଜି ଦିନଟିରେ ବିଦ୍ୟାର୍ଥୀମାନେ ନିଜ ବିଦ୍ୟାଳୟରେ କିମ୍ଵା ପଢାପଢିରେ କିଛି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଅପରାହ୍ନ ପରେ ଅବସ୍ଥାରେ ପରିବର୍ତ୍ତନ ଘଟି ସୁଖ ଓ ସମୃଦ୍ଧିର ବାତାବରଣ ଦେଖାଦେବ । ଦିବସର ପ୍ରଥମାର୍ଦ୍ଧରେ ଶାରୀରିକ ଅସୁସ୍ଥତା କ୍ରମେକ୍ରମେ ସୁସ୍ଥ ହେବ । ଏପରିକି ଅଫିସରେ ଆପଣଙ୍କର ସହକର୍ମୀମାନେ ଆପଣଙ୍କୁ ସହଯୋଗ ପ୍ରଦାନ କରିବେ । ଆପଣଙ୍କ ପ୍ରତିଦ୍ୱନ୍ଦୀମାନେ ପରାଜୟ ବରଣ କରିବେ ।

ମିଥୁନ: ଆପଣ ଅନ୍ୟମାନଙ୍କୁ ନିଜର ନମ୍ର-ବ୍ୟବହାର ଏବଂ ମିଠା କଥାରେ ପ୍ରଭାବିତ କରିପାରିବେ । ଏହା ଆପଣଙ୍କୁ ଅନେକ ପ୍ରକାରରେ ସାହାଯ୍ୟ କରିବ । ବୌଦ୍ଧିକ ଦୃଷ୍ଟିକୋଣରୁ ଆପଣଙ୍କର ବିକାଶ ହେବ । ଆପଣଙ୍କ ଦୃଷ୍ଟିକୋଣରେ ମଧ୍ୟ ହଠାତ୍ ପରିବର୍ତ୍ତନ ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ, ଉଭୟ ଶାରିରୀକ ଏବଂ ମାନସିକ ଭଲ ରହିବ । କେତେକ ଭଲ ଖବର ଆପଣଙ୍କ ଅପେକ୍ଷାରେ ଅଛି ।

କର୍କଟ: ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ । ଆଜିର ଦିବସର ପ୍ରାରମ୍ଭରୁ ପ୍ରତି ପଦକ୍ଷେପରେ ନିଶ୍ଚିତ ଭାବେ ଆଗେଇବା ପାଇଁ ଉତ୍ସାହିତ ହେବେ। ମାତ୍ର ଦିବସର ଦ୍ୱିତୀୟାର୍ଦ୍ଧରେ ନିଜକୁ ହତୋତ୍ସାହିତ ମନେକରିବେ । ଧ୍ୟାନ ଏବଂ ପ୍ରାର୍ଥନା କଲେ କିମ୍ଵା ବ୍ୟାୟାମଶାଳା ଯାଇ ନିଜ ଦେହରୁ କିଛି ଝାଳ ବୋହିଗଲେ ଆରାମ ଲାଗିବ । ଆପଣ ଆଜି ଦିନରେ ଅତ୍ୟଧିକ ସମ୍ଵେଦନଶୀଳ ରହେବେ । ପ୍ରତ୍ୟେକଙ୍କ ସାମ୍ନାରେ ଭାବପ୍ରବଣ ହୁଅନ୍ତୁ ନାହିଁ । ମାନସିକ ଚାପ ଓ ଉତ୍କଣ୍ଠିତ ମନ ଆପଣଙ୍କ ମନ ଓ ଶରୀରକୁ ଚଳଚଞ୍ଚଳ କରିବ ନାହିଁ । ଏହାର କୁପ୍ରଭାବ ଯୋଗୁଁ ଆପଣ ଚିନ୍ତାଗ୍ରସ୍ତ ରହିବେ । ପରିବାରର ସଦସ୍ୟଙ୍କ ସହ ମତାନ୍ତର ଓ ମନୋମାଳିନ୍ୟ ଘଟିପାରେ । ତେଣୁ ସେମାନଙ୍କୁ ଶାନ୍ତ ମନରେ ବୁଝାବୁଝି କରି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ଖର୍ଚ୍ଚର ପରିମାଣ ଅଶାତୀତ ଭାବରେ ବୃଦ୍ଧି ପାଇପାରେ ।

ସିଂହ: ଆପଣ ଧାର୍ମିକ ଏବଂ ଅନୁକୂଳ କାର୍ଯ୍ୟରେ ମଜ୍ଜି ରହିପାରନ୍ତି, ତା ସହିତ ଧର୍ମସ୍ଥାନକୁ ଯାତ୍ରାରେ ଯାଇପାରନ୍ତି । ଆଜି ଦିନରେ ଆପଣ ବହୁତ ରାଗି ପାରନ୍ତି । ବିଦେଶରେ ଥିବା ଆପଣଙ୍କର ପ୍ରିୟଜନଙ୍କଠାରୁ କିଛି ଖବର ଆସିପାରେ । ଆଜି ଆପଣ ନିର୍ଦ୍ଦିଷ୍ଟ କାମରେ ଲକ୍ଷ୍ୟ ରଖିବେ । ଆପଣ ମାନସିକ ଭାବରେ ହଇରାଣ ହୋଇପାରନ୍ତି, ଏବଂ ତାହାର ପ୍ରଥମ କାରଣ ଆପଣଙ୍କ ପିଲାମାନେ ହୋଇପାରନ୍ତି ।

କନ୍ୟା: ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଫଳଦାୟକ ଅଟେ । ଆପଣଙ୍କର ପ୍ରଥମ ଭାଷଣରେ ଲୋକଙ୍କର ଧ୍ୟାନକୁ ମୋହିତ କରିବାରେ ସମର୍ଥ ହେବେ ।ଏହା ଫଳରେ ସେମାନଙ୍କର ସ୍ନେହ ଓ ପ୍ରଶଂସାରେ ଆପଣ ପୋତିହୋଇ ପଡିବେ । ଏହା ଆପଣଙ୍କ ପାଇଁ ସର୍ବୋତ୍କୃଷ୍ଟ ଉପହାର ଅଟେ । ନିଜର ଏହି ଗୁଣଯୋଗୁଁ ବନ୍ଧୁଙ୍କ ସହିତ ଉତ୍ତମ ବନ୍ଧୁତ୍ୱ ସ୍ଥାପନ କରିପାରିବେ । ସେମାନେ ମଧ୍ୟ ଆପଣଙ୍କର ଏହି ଚିନ୍ତାଧାରେ ପ୍ରଭାବିତ ହେବାକୁ ଚେଷ୍ଟା କରିବେ । ନିଜର ମେଧାବୀ ସାହାସ ବିଜ୍ଞଲୋକଙ୍କ ସହ ଆଲୋଚନା ଓ ତର୍କରେ ଉଚ୍ଚ ପ୍ରଶଂସିତ ହେବେ । ଏପରି ପ୍ରତିଦାନ ମିଳିବା ଫଳରେ ଆପଣ ଆମୋଦିତ ହେବେ । ଅର୍ଥଲାଭ ହେବ ଏବଂ ବ୍ୟବସାୟରେ ମଧ୍ୟ ଅନୁରୁପ ଲାଭବାନ ହେବେ ।

ତୁଳା: ଆଜି ଦିନଟିରେ ଆପଣଙ୍କୁ ଅନେକ କିଛି କରିବାର ଅଛି । ଆପଣ ନୂଆ ପୋଷାକ ସପିଙ୍ଗ୍ ପାଇଁ ଯାଇପାରନ୍ତି ଏବଂ ପରିବର୍ତ୍ତିତ ସମୟ ଅନୁସାରେ ଆପଣ ନିଜକୁ ବଦଳାଇବାକୁ ଚେଷ୍ଟା କରିପାରନ୍ତି । ଆପଣଙ୍କର ଶାରୀରିକ ଏବଂ ମାନସିକ ଶକ୍ତି ବଦଳିଯାଇପାରେ ଏବଂ ଯାହାକି ପରିବେଶକୁ ବଦଳାଇ ଦିଏ ।

ବିଛା : ଆପଣ ସୁସ୍ଥ ଅନୁଭବ କରିବେ ଏବଂ ଶାରୀରିକ ଏବଂ ମାନସିକ ଭାବରେ କଷ୍ଚ ପାଇପାରନ୍ତି । ଅସୁସ୍ଥ ଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ହେଉଛି ଖୁସିର ସମୟ ଯେହେତୁ ସ୍ୱାସ୍ଥ୍ୟରେ ଉନ୍ନତି ହେବାର ନିଶ୍ଚିତ ସମ୍ଭାବନା ରହିଛି , ଆପଣ ଆପଣଙ୍କ ସହକର୍ମୀଙ୍କଠାରୁ ସହଯୋଗ ଏବଂ ସହାୟତା ପାଇପାରନ୍ତି , ଏବଂ ଆପଣଙ୍କ ପ୍ରତିଦ୍ୱନ୍ଦୀମାନଙ୍କୁ ସଫଳ ଭାବରେ ହରାଇବାରେ ସକ୍ଷମ ରହିବେ ।

ଧନୁ: ହଜମ ଜନିତ ସମସ୍ୟା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଆପଣଙ୍କ ପିଲାର ପାଠପଢା ଏବଂ ସ୍ୱାସ୍ଥ୍ୟ ବିଷୟ ସଂପର୍କିତ ବିଷୟ ସାରା ଦିନ ଆପଣଙ୍କ ମନରେ ରହିବ । ଜ୍ଞାନଭିତ୍ତିକ ଆଲୋଚନାରୁ ଦୂରରେ ରହିବେ । ଆପଣ ଆଜି କଳା ଏବଂ ସାହିତ୍ୟ ଆଡକୁ ଦୁର୍ବଳତା ପ୍ରକାଶ କରିପାରନ୍ତି ।

ମକର: ଆଗ୍ରହ ଏବଂ ଶକ୍ତି ଅଭାବରୁ, ଆଜି ଆପଣ ଆପଣଙ୍କର ଶାରୀରିକ ଏବଂ ମାନସିକ ଭାବରେ କିଛି ଉତ୍ତମ କରିପାରିବେ ନାହିଁ । ଏହା ପଛରେ ପରିବାରର କଳହ ଥାଇପାରେ । କିମ୍ବା ଆଉ ମଧ୍ୟ, କୌଣସି ଦୁର୍ଘଟଣାର ସମ୍ମୁଖିନ ହୋଇପାରନ୍ତି, ଯାହାକି ଆପଣଙ୍କର ମର୍ଯ୍ୟଦା ହାନି କିମ୍ବା ସମାଜରେ ଆପଣଙ୍କ ସ୍ଥାନ କମ୍ ହୋଇପାରେ । ଖୁସି ଏବଂ ଆଗ୍ରହ ଅଭାବରୁ ଆପଣଙ୍କ ଦିନ ଫିକା ଏବଂ ମାନ୍ଦାଳିଆ ରହିପାରେ ।

କୁମ୍ଭ: ଆପଣ ଖୁସି ଏବଂ ଆନନ୍ଦମୟ ଅନୁଭବ କରିବେ ଯେପରିକି ଚିନ୍ତାର ବାଦଲ ସବୁ ଆପଣଙ୍କ ପାଖରୁ ପଳାଇଯାଇଛି । ଆପଣ ଆପଣଙ୍କ ପରିବାର ସହିତ ଖୁସି ବାଣ୍ଟି ପାରିବେ ଏବଂ ସାନ ଭାଇ ଭଉଣୀ ମାନଙ୍କ ସହ ଭଲ ସମୟ ବିତାଇ ପାରିବେ ଯାହାକି ଆପଣଙ୍କ ଦିନକୁ ଆହୁରି ଆନନ୍ଦମୟ କରିବ ଆଉ ମଧ୍ୟ ଆପଣ ଗୋଟିଏ ଛୋଟ ଯାତ୍ରାର ଆୟୋଜନ କରିପାରନ୍ତି ତାହା ଆହୁରି ଆନନ୍ଦମୟ ରହିବ । ଆପଣଙ୍କ ପ୍ରତିଦ୍ୱନ୍ଦୀକୁ ପଛରେ ପକାଇ ଆପଣ ସଫଳତା ହାସଲ କରିବା ହେତୁ ଆପଣଙ୍କ ଭାଗ୍ୟ ଉଜ୍ୱଳ ହୋଇ ଉଠିବ ।

ମୀନ: ଆପଣ ହିସାବ ଉପରେ ନଜର ରଖନ୍ତୁ । ଧୌର୍ଯ୍ୟ ହେଉଛି ସମ୍ପଦ, ଏବଂ ଆପଣଙ୍କୁ ନିୟମିତ ଭାବରେ ବ୍ୟାୟାମ କରିବାର ଆବଶ୍ୟକତା ପଡିବ । ଆପଣଙ୍କ ରାଗକୁ କାବୁ କରିବାକୁ ହେଲେ ଜିଭକୁ କାମୁଡି ଚୁପ୍ ରହିବାକୁ ପଡିପାରେ ଯାହା ଫଳରେ ଆପଣମାଙ୍କ ମଧ୍ୟରେ ଭଲ ସମ୍ପର୍କ ରହିବ । ପଇସା ସମ୍ପର୍କିତ ବିଷୟରେ ସାବଧାନତା ବଜାୟ ରଖିବେ । ଅର୍ଥହୀନ ଯୁକ୍ତିଠାରୁ ଦୁରେଇ ରହିବେ । ସେମାନେ କେବଳ ଆପଣଙ୍କ ଉପରକୁ କଳହ ପାଇଁ ମସଲା ଆପଣଙ୍କୁ ଦେବେ ।
