Ajira Rashifal, Today Horoscope ମେଷ: ଆଜି ବନ୍ଧୁମାନଙ୍କ ସହିତ ମୌଜ ମଜଲିସ୍ରେ ଦିନଟି କଟିବ । ଆପଣ ନିଜର ବନ୍ଧୁମାନଙ୍କ ଠାରୁ ଆକସ୍ମିକ ଭାବେ ଉପହାର ପାଇ ଉଲ୍ଲସିତ ହେବେ । ପ୍ରତିଦାନରେ ଆପଣ ମଧ୍ୟ ସେମାନଙ୍କ ପାଇଁ ଯଥେଷ୍ଟ ଖର୍ଚ୍ଚ କରିପାରନ୍ତି । ନୂତନ ବନ୍ଧୁତା ସ୍ଥାପନ କରିପାରନ୍ତି । ଯାହା ଆପଣଙ୍କୁ ଭବିଷ୍ୟତରେ ଉପକୃତ କରିପାରେ । ଆପଣ ନିଜ ସନ୍ତାନମାନଙ୍କ ଠାରୁ ବହୁ ସାହାଯ୍ୟ ପାଇବେ । କୌଣସି ଏକ ରମଣୀୟ ଦର୍ଶନୀୟ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ସରକାରୀ କାର୍ଯ୍ୟ ଆପଣଙ୍କ ପାଇଁ ଫଳପ୍ରଦ ହୋଇପାରେ ।

ବୃଷ: କର୍ମଚାରୀମାନଙ୍କ ପାଇଁ ଓ କାର୍ଯ୍ୟ ସମ୍ପର୍କିତ ସବୁ ବିଷୟ ପାଇଁ ଆଜି ଦିନଟି ଶୁଭଙ୍କର ଅଟେ । ନୂଆ ଦୁଃସାହାସିକ କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପୂର୍ଣ୍ଣ କରିପାରନ୍ତି । ସହକର୍ମୀମାନେ ତଥା ଉପରିସ୍ଥ ହାକିମଙ୍କ ସହଯୋଗ ମିଳିପାରେ । ପଦୋନ୍ନତି ହେବାର ଉଜ୍ଜଳ ସମ୍ଭାବନା ଅଛି । ବ୍ୟବସାୟ ଓ ବୃତ୍ତିରେ ସମୃଦ୍ଧିଲାଭ କରିବେ । ଆଜି ବାକି ପଡିଥିବା ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସଫଳତାର ସହ ସମ୍ପୂର୍ଣ୍ଣ କରିବେ । ଗ୍ରାହସ୍ଥ୍ୟ ଜୀବନ ସୁଖମୟ ହେବ । ସରକାରୀ କାର୍ଯ୍ୟରେ ସଫଳତା ମିଳିପାରେ ।

ମିଥୁନ: ନୂଆ କାର୍ଯ୍ୟ ହାତକୁ ନେବା ପାଇଁ ଏହି ଦିନଟି ଅନୁକୂଳ ନୁହେଁ । ଆପଣ କ୍ଲାନ୍ତ, ଅଳସୁଆ, ଅନାଗ୍ରହୀ ଅନୁଭବ କରିପାରନ୍ତି । ପେଟ ଜନିତ ସମସ୍ୟା ଦେଖା ଦେଇପାରେ । ବ୍ୟବସାୟୀକ ଭାବରେ, କୌଣସି ବିଷୟ ଆପଣଙ୍କ ସପକ୍ଷରେ ଯାଇ ନପାରେ । ଆପଣ ଆପଣଙ୍କ ଉପରସ୍ଥ ଅଧିକାରୀମାନଙ୍କ ଉପରେ ଅସନ୍ତୁଷ୍ଟ ହୋଇପାରନ୍ତି । ଅଦରକାରୀ ଖର୍ଚ୍ଚ କରନ୍ତୁ ନାହିଁ । ସମସ୍ତ ପ୍ରକାର ଗୁରୁତ୍ୱପୂର୍ଣ୍ଣ ଯୋଜନା ଏବଂ ସିଦ୍ଧାନ୍ତ ଆଗକୁ ଘୁଞ୍ଚିଯିବାର ଅଛି ।

କର୍କଟ: ଆଜି ଆପଣଙ୍କ ଦିନଟି ଦୁଃଖ ପୂର୍ଣ୍ଣ ହୋଇଇପାରେ । ଅସ୍ତ୍ରୋପଚାର ହେବ । ସବୁ କାମ ବଳି ପଡିବ । ନିଜର ଦକ୍ଷତା ଉପରେ ଭରଷା ରଖନ୍ତୁ । ଅସାମାଜିକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଖରାପ କାମ ଦୁଃଖର କାରଣ ହେବ । କାର୍ଯ୍ୟାଳୟରେ କାମ କରିବା ପାଇଁ ଅନିଚ୍ଛା ପ୍ରକାଶ କରିବେ । ଘରର ପରିବେଶ ଖରାପ କରନ୍ତୁ ନାହିଁ । ଚିନ୍ତା ପୂର୍ଣ୍ଣ ଦିନଟି ଅଳସ୍ୟ ଆଣିବ । ନିଜେ ଠିକ ରୁହନ୍ତୁ ।

ସିଂହ: ଦମ୍ପତିଙ୍କ ମଧ୍ୟରେ ଝଗଡା ହେବ । ବିଶେଷ କରି ଆପଣଙ୍କ ଅନୁଷ୍ଠାନ ଏବଂ ବ୍ୟବସାୟ ପାର୍ଟନରଙ୍କ ସହ କଥାବାର୍ତ୍ତା କରିବା ବେଳେ ସାବଧାନତା ଅବଲମ୍ବନ କରିବେ । ଅଯଥା କଥାରେ ସଂଶ୍ଳିଷ୍ଟ ହୁଅନ୍ତୁ ନାହିଁ ।

କନ୍ୟା: ଆଜି, ଆପଣ ସବୁଠାରୁ ଅଧିକ ଖୁସି ଅନୁଭବ କରିବେ । ଘରେ ଏବଂ କାର୍ଯ୍ୟ କ୍ଷେତ୍ରରେ ଆପଣ ଅଧିକ ଭାବନାତ୍ମକ ଭାବେ ଖୁସି ହେବେ । ବିଶେଷ କରି ଆପଣଙ୍କ ବନ୍ଧୁ ଏବଂ ସହକର୍ମୀ ଆପଣଙ୍କୁ ସହଯୋଗ ଦେଖାଇବେ । ଆପଣଙ୍କ ଲାଗି ରହିଥିବା ଅସୁସ୍ଥତା ଧିରେ ଧିରେ ପୂର୍ଣ୍ଣ କରିବ । ଆପଣଙ୍କ ଘର ଏବଂ ପରିବାର ତରଫରୁ ଭଲ ଖବର ଆଶା କରାଯାଏ ।

ତୁଳା: ଦିନଟି ଅନ୍ୟ ଦିନ ପରି ଯିବ । କିଛି ବିଶେଷ ହେବାର ନାହିଁ । ପିଲାମାନଙ୍କ ସମ୍ପର୍କିତ ବିଷୟ ଆପଣଙ୍କୁ ବିରକ୍ତି ଭାବ ପ୍ରକାଶ କରାଇବ । ଯଦି ଆପଣ ଜଣେ ଛାତ୍ର ତେବେ, ଆପଣ ପାଠପଢାରେ ଏକାଗ୍ରତା ଆଣିବା କଷ୍ଟସାଧ୍ୟ ହେବ । ଅଦରକାରୀ, କଳହପୂର୍ଣ୍ଣ ଆଲୋଚନାରେ ଲାଗି ରୁହନ୍ତୁ ନାହିଁ ।

ବିଛା: ମାନସିକ ଏବଂ ଶାରୀରିକ ଦୃଷ୍ଟିକୋଣରୁ ବିରକ୍ତି ଏବଂ ଚିନ୍ତିତ ଅନୁଭବ କରିପାରନ୍ତି । ଆପଣ ଶାନ୍ତ ଏବଂ ନିରବ ଭାବରେ ରହି କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଏ । ଆପଣଙ୍କର ବନ୍ଧୁ ଏବଂ ସମ୍ପର୍କୀୟ ଅଧିକ ସ୍ନେହୀ ଏବଂ ବୁଝାମଣା ପ୍ରିୟ ନହୋଇପାରନ୍ତି । ଆର୍ଥିକ ହାନୀ ଆଶା କରାଯାଏ । ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରରେ ଦସ୍ତଖତ ମାରନ୍ତୁ ନାହିଁ ।

ଧନୁ: ଆଜି ଦିନରେ ଆପଣ ଆପଣଙ୍କର ପ୍ରତିଦ୍ୱନ୍ଦ୍ବୀମାନଙ୍କୁ ହରାଇ ପାରିବାରେ ସକ୍ଷମ ରହିବେ । ଆପଣ ସାରାଦିନ ସୁସ୍ଥ ଅନୁଭବ କରିବେ । ଆଜି ଆପଣ କିଛି ନୂଆ ଯୋଜନା କରିବେ । ସେଥିପାଇଁ ହିଁ ଆଜି ଦିନଟି ଉପଯୁକ୍ତ । ଆପଣ ଆପଣଙ୍କ ସାଙ୍ଗରେ ବାହାରକୁ ବୁଲିଯିବେ ଏବଂ ମଉଜ ମଜଲିସ୍ କରିବେ । ଏକ ଆନନ୍ଦମୟ ଆଧ୍ୟାତ୍ମିକ ଅନୁଭବ ନେବାର ଅଛି ।

ମକର: ଆଜି ଦିନଟି ଅତି ଭଲ ଦିନ ନହୋଇପାରେ । ପ୍ରାର୍ଥନା ଏବଂ ଧ୍ୟାନ ସାହାଯ୍ୟ କରିବ । ପରିବାର ସଦସ୍ୟମାନଙ୍କ ମଧ୍ୟରେ ଅବୁଝାମଣା ଏବଂ ଅସୁସ୍ଥତା ଆପଣଙ୍କୁ ଅଶାନ୍ତି ଏବଂ ଅସୁଖି କରି ରଖିବ ।ଅଦରକାରୀ ଖର୍ଚ୍ଚ ଆପଣଙ୍କ ସମସ୍ୟାକୁ ବଢାଇପାରେ । ବିଶେଷ କରି ଆପଣଙ୍କ ଶରୀର ପ୍ରତି ଯତ୍ନ ନିଅନ୍ତୁ ।

କୁମ୍ଭ: ଆର୍ଥକ ଭାବରେ, ଆଜି ଦିନଟି ଆପଣଙ୍କ ପାଇଁ ଗୋଟିଏ ଭଲ ଦିନ ହୋଇ ରହିବ । ପରିବାରରେ ହସଖୁସି ଭରି ରହିବ । ବନ୍ଧୁ ଏବଂ ସଂପର୍କୀୟମାନଙ୍କ ସହ ଖୁସି ମଉଜ ବଜାୟ ରହିବ । ଆପଣଙ୍କ ଭାବନାରେ ପ୍ରତିକୂଳ ଭାବନା ଦେଖା ଦେଇପାରେ । ପ୍ରାର୍ଥନା ଏବଂ ଧ୍ୟାନ ଦ୍ୱାରା ତାହା ବାହାର କରିବାକୁ ଚେଷ୍ଟା କରନ୍ତୁ ।

ମୀନ: ଏହି ଦିନଟି ସମ୍ପତ୍ତି ସଂପର୍କିତ ଆଇନ୍କାନୁନ ପାଇଁ ଆଜି ଦିନଟି ଭଲ ନାହିଁ । ଏଣୁ, ଆପଣ ବିଶ୍ୱାସର ସହିତ ଅନ୍ୟ ସମସ୍ତ ବିଷୟ ଉପରେ କାର୍ଯ୍ୟ କରିବାର ଆଶା କରାଯାଏ । ନିଜ ଲୋକଙ୍କ ଠାରୁ ଆପଣ ଅଳ୍ପ କିଛି ଦିନ ଅଲଗା ରହିପାରନ୍ତି । ବିବାଦ ଏବଂ ଅବୁଝାମଣା ହେବାର ଆଶା କରାଯାଏ ।
