ETV Bharat / bharat

କର୍ଣ୍ଣାଟକ ପୂର୍ବତନ DGPଙ୍କୁ ହତ୍ୟା, ସମ୍ପର୍କୀୟଙ୍କ ସମ୍ପୃକ୍ତି ଥିବା ସନ୍ଦେହ - FORMER KARNATAKA DGP MURDER

କର୍ଣ୍ଣାଟକର ଅବସରପ୍ରାପ୍ତ ଡିଜିପି ଓମପ୍ରକାଶଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।

FORMER KARNATAKA DGP MURDER
FORMER KARNATAKA DGP MURDER (ETV BHARAT ODISHA)
author img

By ETV Bharat Odisha Team

Published : April 20, 2025 at 10:32 PM IST

1 Min Read

ବେଙ୍ଗାଲୁରୁ: କର୍ଣ୍ଣାଟକର ଅବସରପ୍ରାପ୍ତ ଡିଜିପି ଓମପ୍ରକାଶଙ୍କୁ ହତ୍ୟା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ବେଙ୍ଗାଲୁରୁ ସ୍ଥିତ ଘରୁ ମୃତଦେହ ଉଦ୍ଧାର କଲା ପୋଲିସ । ତାଙ୍କ ଶରୀର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । ତାଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ତେବେ କିଏ ଓ କାହିଁକି ପୂର୍ବତନ ଡିଜିପିଙ୍କୁ ହତ୍ୟା କଲା ସେନେଇ ତଦନ୍ତ ଚାଲିଛି ।

କର୍ଣ୍ଣାଟକ ପୂର୍ବତନ DGPଙ୍କୁ ଛୁରି ଭୁସି ହତ୍ୟା:

ପୋଲିସର କହିବା ଅନୁଯାୟୀ, ଅବସରପ୍ରାପ୍ତ ଡିଜିପିଙ୍କୁ ଛୁରି ଭୁଷି ହତ୍ୟା କରାଯାଇଛି ଏବଂ ମୃତଦେହ କ୍ଷତବିକ୍ଷତ ଅବସ୍ଥାରେ ତାଙ୍କ ଘରୁ ଉଦ୍ଧାର କରାଯାଇଛି । ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୂର୍ବତନ ଡିଜିପିଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ସେଣ୍ଟ ଜନସ୍ ହସ୍ପିଟାଲକୁ ପଠାଯାଇଛି। ମୃତକଙ୍କ ପତ୍ନୀ ଏବଂ ଝିଅଙ୍କୁ ପୋଲିସ ଜେରା କରୁଛି ।

ବିହାରର ଚମ୍ପାରନର ଓମ ପ୍ରକାଶ ୧୯୮୧ ବ୍ୟାଚର ଆଇପିଏସ ଅଧିକାରୀ ଥିଲେ। ସେ ପୂର୍ବରୁ କର୍ଣ୍ଣାଟକ ହୋମଗାର୍ଡ ଏବଂ ଅଗ୍ନିଶମ ବାହିନୀର ମହାନିର୍ଦ୍ଦେଶକ ଥିଲେ । ୨୦୧୫ ରୁ ୨୦୧୭ ପର୍ଯ୍ୟନ୍ତ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ଭୂତତ୍ତ୍ୱରେ ସ୍ନାତକୋତ୍ତର ଡିଗ୍ରୀ ଥିଲା।

ଏହା ମଧ୍ୟ ପଢନ୍ତୁ-ରହସ୍ୟମୟ କୂଅ; ୯୯ ଭାଇଙ୍କୁ ହତ୍ୟା କରି ଫିଙ୍ଗା ଯାଇଥିଲା ମୃତଦେହ, ସମ୍ରାଟ ଅଶୋକଙ୍କ ସହ ଜଡିତ ଇତିହାସ - MAURYAN EMPEROR ASHOKA

ପିଟିଆଇର ଏକ ରିପୋର୍ଟରେ କୁହାଯାଇଛି ଯେ, ପୂର୍ବତନ ଡିଜିପିଙ୍କ ପତ୍ନୀ ପଲ୍ଲବୀ ଘଟଣା ସମ୍ବନ୍ଧରେ ପୋଲିସକୁ ଅବଗତ କରାଇଥିଲେ । ମୃତଦେହ ତାଙ୍କ ତିନି ମହଲା ଘରର ଗ୍ରାଉଣ୍ଡ ଫ୍ଲୋଲରୁ ମିଳିଥିଲା। ପୋଲିସ ମୃତକଙ୍କ ପତ୍ନୀ ଏବଂ ଝିଅଙ୍କୁ ପଚରାଉଚରା ଆରମ୍ଭ କରିଛି । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ମୃତକ ପୂର୍ବତନ ଡିଜିପି ପୂର୍ବରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା କହିଥିଲେ। ଏହି ଘଟଣାରେ ତାଙ୍କର କେହି ନିକଟତମ ଲୋକର ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି । ତଦନ୍ତ ପରେ ହତ୍ୟା ପଛର କାରଣ ସ୍ପଷ୍ଟ ହେବ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.