ଅହମ୍ମଦାବାଦ: ପରଲୋକରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ । ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ବିଜୟ ରୂପାଣୀଙ୍କର ମୃତ୍ୟୁ ହୋଇଛି । ଏନେଇ କେନ୍ଦ୍ରମନ୍ତ୍ରୀ ସି.ଆର. ପାଟିଲ ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ନିଶ୍ଚିତ କରିଛନ୍ତି । ବିଜୟ ରୂପାଣୀଙ୍କ ଦେହାନ୍ତରେ ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ର ଟ୍ବିଟ କରି ଶୋକବ୍ୟକ୍ତ କରିଛନ୍ତି ।
अहमदाबाद में हुए दुर्भाग्यपूर्ण विमान हादसे में गुजरात के पूर्व मुख्यमंत्री एवं भाजपा परिवार के वरिष्ठ सदस्य विजय रूपाणी जी के दुखद निधन का समाचार अत्यंत पीड़ादायक और मन को झकझोर देने वाला है।
— Sambit Patra (@sambitswaraj) June 12, 2025
उनका जाना न केवल गुजरात, बल्कि सम्पूर्ण भारतीय राजनीति के लिए एक अपूरणीय क्षति है।… pic.twitter.com/6ecgzpDekE
ସମ୍ବିତ ପାତ୍ର ଏକ୍ସରେ ଲେଖିଛନ୍ତି, " ଅହମ୍ମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣାରେ ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ର ବରିଷ୍ଠ ସଦସ୍ୟ ବିଜୟ ରୂପାଣୀ ଜୀଙ୍କ ଦୁଃଖଦ ମୃତ୍ୟୁ ଖବର ଅତ୍ୟନ୍ତ ଯନ୍ତ୍ରଣାଦାୟକ ଏବଂ ହୃଦୟ ବିଦାରକ। ତାଙ୍କ ବିୟୋଗ କେବଳ ଗୁଜରାଟ ପାଇଁ ନୁହେଁ ବରଂ ସମଗ୍ର ଭାରତୀୟ ରାଜନୀତି ପାଇଁ ଅପୂରଣୀୟ କ୍ଷତି। "
ବିଜନେସ କ୍ଲାସରେ ଯାତ୍ରା କରୁଥିଲେ ରୂପାଣୀ:
ଏୟାର ଇଣ୍ଡିଆର ବୋଇଂ 787 ଡ୍ରିମଲାଇନର୍ ବିମାନ (A-171) ଆଜି ଅହମ୍ମଦାବାଦରୁ ଲଣ୍ଡନର ଗାଟୱିକ୍ ବିମାନବନ୍ଦରକୁ ଉଡାଣ ଆରମ୍ଭ କରିଥିଲା । ଉଡାଣର ମାତ୍ର କେଇ ମିନିଟରେ ବିମାନଟି କ୍ରାସ ହୋଇଥିଲା । ବିମାନରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଓ କ୍ରୁ ସଦସ୍ୟଙ୍କ ସମେତ 242 ଜଣ ଯାତ୍ରୀ ଥିଲେ । ବିଜୟ ରୂପାଣୀଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିବା ବେଳେ କେତେ ଜଣଙ୍କର ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ହୋଇଛି ସେନେଇ ସ୍ପଷ୍ଟ ସୂଚନା ଆସିନାହିଁ । ଏୟାର ଇଣ୍ଡିଆ ବିମାନରେ ବିଜନେସ କ୍ଲାସରେ ଯାତ୍ରା କରୁଥିଲେ ରୂପାଣୀ ।

ବିଜୟ ରୂପାଣୀ କିଏ?
ଅଗଷ୍ଟ 2016 ରୁ ସେପ୍ଟେମ୍ବର 2021 ପର୍ଯ୍ୟନ୍ତ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିବା ରୂପାଣୀ । ସେ ଗୁଜୁରାଟର 16ତମ ମୁଖ୍ୟମନ୍ତ୍ରୀ ଥିଲେ । 1825 ଦିନ କ୍ଷମତାରେ ରହିବା ପରେ, ରୂପାଣୀ ରାଜ୍ୟର ସବୁଠାରୁ ଦୀର୍ଘ ସମୟ ଧରି ଚତୁର୍ଥ ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ ପୂର୍ବରୁ, ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋଟ 4,610 ଦିନ ପାଇଁ ଗୁଜରାଟକୁ ଶାସନ କରିଥିଲେ। ଏହା ସହିତ, କଂଗ୍ରେସର ହିତେନ୍ଦ୍ର ଦେଶାଇ (2,062 ଦିନ) ଏବଂ ମାଧବସିଂହ ସୋଲାଙ୍କି (2,049 ଦିନ) ମୁଖ୍ୟମନ୍ତ୍ରୀ ଭାର ତୁଲାଇଥିଲେ । ସ୍କୁଲ ଜୀବନରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ସଦସ୍ୟର ଜଣେ ଜଣେ ଉତ୍ସର୍ଗୀକୃତ ସଦସ୍ୟ ଥିଲେ ।
ରାଜନୈତିକ ଜୀବନୀ:
- ବିଜୟ ରୂପାଣୀ 1976 ମସିହାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ରେ ଛାତ୍ର ନେତା ଭାବରେ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ବର୍ଷବର୍ଷ ଧରି ଜଣେ ମିଷ୍ଠଭାଷୀ ଏବଂ ନମ୍ର ବ୍ୟକ୍ତି ଭାବରେ ତାଙ୍କର ଭାବମୂର୍ତ୍ତି ବଜାୟ ରଖିଥିଲେ।
- 2006ରୁ 2012 ପର୍ଯ୍ୟନ୍ତ ସେ ରାଜ୍ୟସଭାର ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ । ଜଳ ସମ୍ପଦ, ଖାଦ୍ୟ, ସାଧାରଣ ବଣ୍ଟନ, ସାଧାରଣ ଉଦ୍ୟୋଗ ଏବଂ ଅନ୍ୟାନ୍ୟ ବିଷୟରେ ବିଭିନ୍ନ ସଂସଦୀୟ କମିଟିରେ ଅଂଶଗ୍ରହଣ କରିଥିଲେ।
- 2013ରେ ଗୁଜରାଟ ମ୍ୟୁନିସିପାଲ୍ ଫାଇନାନ୍ସ ବୋର୍ଡର ଅଧ୍ୟକ୍ଷ ଭାବରେ ତାଙ୍କୁ ନିଯୁକ୍ତ କରାଯାଇଥିଲା।
- 2014ରେ ରାଜକୋଟ ପଶ୍ଚିମ ବିଧାନସଭା ଆସନରେ ଉପନିର୍ବାଚନ ଲଢି ବିଜୟୀ ହୋଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦୀବେନ ପଟେଲଙ୍କ କ୍ୟାବିନେଟରେ ତାଙ୍କୁ ମନ୍ତ୍ରୀ ଭାବରେ ସାମିଲ କରାଯାଇଥିଲା । ପରିବହନ, ଜଳ ଯୋଗାଣ, ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ମନ୍ତ୍ରୀ ରହିଥିଲେ ।
- 19 ଫେବୃଆରୀ 2016ରେ, ରୂପାନୀ ଆର. ସି. ଫାଲଡୁଙ୍କ ସ୍ଥାନରେ ରାଜ୍ୟ ବିଜେପି ସଭାପତି ହୋଇଥିଲେ। ସେ ଫେବୃଆରୀ2016 ରୁ ଅଗଷ୍ଟ 2016 ପର୍ଯ୍ୟନ୍ତ ବିଜେପି ରାଜ୍ୟ ସଭାପତି ଥିଲେ।
- ଆନନ୍ଦିବେନ ପଟେଲ ସୋସିଆଲ ମିଡିଆରେ ଇସ୍ତଫା ଘୋଷଣା କରିବାର 7 ଦିନ ପରେ, 7 ଅଗଷ୍ଟ 2016ରେ ବିଜୟ ରୂପାଣୀଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରାଯାଇଥିଲା । ସେହିଦିନ ହିଁ ବିଜୟ ରୂପାଣୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ।
- 2017 ବିଧାନସଭା ନିର୍ବାଚନରେ ବିଜେପି ୯୯ ଆସନରେ ବିଜୟୀ ହୋଇ ରାଜ୍ୟରେ ପୁଣି ସରକାର ଗଠନ କରିଥିଲା । ବିଜୟ ରୂପାଣୀଙ୍କୁ ପୁଣି ଥରେ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେ 2021 ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ। 1825 ଦିନ କ୍ଷମତାରେ ରହିବା ପରେ, ରୂପାଣୀ ସର୍ବାଧିକ କାର୍ଯ୍ୟକାଳ ସହିତ ରାଜ୍ୟର ଚତୁର୍ଥ ମୁଖ୍ୟମନ୍ତ୍ରୀ ହୋଇଥିଲେ ।