ଚେନ୍ନାଇ: ତାମିଲନାଡୁ ଚେନ୍ନାଇରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, AIADMK ସହିତ ମେଣ୍ଟ ନେଇ ଘୋଷଣା କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଭାରତୀୟ ଜନତା ପାର୍ଟି (ବିଜେପି) ସଭାପତି କେ. ଅନ୍ନାମଲାଇ ଏବଂ ଏଆଇଏଡିଏମକେର ଏଡାପ୍ପାଦି ପଲାନିସ୍ୱାମୀ ମଧ୍ୟ ଉପସ୍ଥିତ ଥିଲେ। ଏହା ସହିତ ରାଜ୍ୟରେ ଆଗାମୀ ବିଧାନସଭା ନିର୍ବାଚନ ଉଭୟ ଦଳ ଏକାଠି ଲଢ଼ିବେ ବୋଲି ନିଷ୍ପତ୍ତି ନିଆଯାଇଛି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, "...ଏଆଇଏଡିଏମକେ ଏବଂ ବିଜେପି ନେତାମାନେ ନିଷ୍ପତ୍ତି ନେଇଛନ୍ତି ଯେ, ସମସ୍ତ ମେଣ୍ଟ ଦଳଗୁଡ଼ିକ ତାମିଲନାଡୁରେ ଆଗାମୀ ବିଧାନସଭା ନିର୍ବାଚନ ଏନଡିଏ ଭାବେ ଏକାଠି ଲଢ଼ିବେ..." ସେ କହିଛନ୍ତି, "ଏହି ନିର୍ବାଚନ ଜାତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଏବଂ ରାଜ୍ୟ ସ୍ତରରେ ଏଆଇଏଡିଏମକେ ନେତା ଏଡାପ୍ପାଦି ପଲାନିସ୍ୱାମୀଙ୍କ ନେତୃତ୍ୱରେ ଲଢ଼ାଯିବ..."
#WATCH | Chennai, Tamil Nadu: Union Home Minister Amit Shah says, " ... aiadmk and bjp leaders have decided that aiadmk, bjp and all the alliance parties will contest the upcoming vidhan sabha elections in tamil nadu together as nda..." pic.twitter.com/v2QOukMpdz
— ANI (@ANI) April 11, 2025
'ଏଆଇଏଡିଏମକେର କୌଣସି ସର୍ତ୍ତ ଏବଂ ଦାବି ନାହିଁ'
ଶାହ କହିଛନ୍ତି, "ଏଆଇଏଡିଏମକେର କୌଣସି ସର୍ତ୍ତ ଏବଂ ଦାବି ନାହିଁ... ଆମେ ଦଳର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବୁ ନାହିଁ... ଏହି ମେଣ୍ଟ ଏନଡିଏ ଏବଂ ଏଆଇଏଡିଏମକେ ଉଭୟ ପାଇଁ ଲାଭଦାୟକ ହେବାକୁ ଯାଉଛି..." ଆସନ ବଣ୍ଟନ ସମ୍ପର୍କରେ ଗୃହମନ୍ତ୍ରୀ କହିଛନ୍ତି, "ଆସନ ବଣ୍ଟନ ଏବଂ ସରକାର ଗଠନ ପରେ ମନ୍ତ୍ରୀମଣ୍ଡଳ ବଣ୍ଟନ, ଉଭୟ ପରେ ନିଷ୍ପତ୍ତି ନିଆଯିବ।"
ଡିଏମକେ ଉପରେ ସିଧାସଳଖ ଟାର୍ଗେଟ୍
ଏହି ସମୟରେ ଶାହ ଶାସକ ଡିଏମକେ ଉପରେ ପ୍ରକୃତ ପ୍ରସଙ୍ଗରୁ ଧ୍ୟାନ ହଟାଇବା ଅଭିଯୋଗ ଆଣିଥିଲେ ଏବଂ କହିଥିଲେ ଯେ, ଡିଏମକେ ପ୍ରକୃତ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ସନାତନ ଧର୍ମ ଏବଂ ତିନି ଭାଷା ନୀତି ଭଳି ପ୍ରସଙ୍ଗ ଉଠାଉଛି।
ଦିଲ୍ଲୀରେ ପଲାନିସ୍ୱାମୀ ଏବଂ ଅମିତ ଶାହଙ୍କ ସାକ୍ଷାତ
ଏହା ଉଲ୍ଲେଖନୀୟ ଯେ, ପଲାନିସ୍ୱାମୀଙ୍କ ନୂଆଦିଲ୍ଲୀ ଗସ୍ତର କିଛି ଦିନ ପରେ ଦୁଇ ଦଳ ମଧ୍ୟରେ ଏହି ମେଣ୍ଟ ନେଇ ସହମତି ହୋଇଛି। ଏଆଇଏଡିଏମକେ ନେତା ନୂଆଦିଲ୍ଲୀ ଗସ୍ତ ସମୟରେ ଗୃହମନ୍ତ୍ରୀଙ୍କୁ ଭେଟିଥିଲେ। ଏହି ବୈଠକ ସମ୍ପର୍କରେ ସେ କହିଥିଲେ ଯେ, "୨୦୧୯ ଲୋକସଭା ଏବଂ ୨୦୨୧ ବିଧାନସଭା ନିର୍ବାଚନରେ, ଅର୍ଥାତ୍ ନିର୍ବାଚନ ପାଖେଇ ଆସିବା ସମୟରେ ହିଁ ଆମେ ମେଣ୍ଟ ଘୋଷଣା କରିଥିଲୁ। ସେହିପରି, ଏବେ ଯେତେବେଳେ ନିର୍ବାଚନ ପାଖେଇ ଆସିଛି, ଆମେ ମେଣ୍ଟ ବିଷୟରେ ଆଲୋଚନା କରିବୁ ଏବଂ ସମ ଭାବାପର୍ଣ୍ଣ ଦଳ ସହିତ ମେଣ୍ଟ ଗଠନ କରିବୁ।"
ଲୋକସଭା ନିର୍ବାଚନ ପୂର୍ବରୁ ଏଆଇଏଡିଏମକେ ଏନଡିଏ ଛାଡ଼ିଥିଲା
ଆପଣଙ୍କୁ କହି ରଖୁଛୁ ଯେ, ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏଆଇଏଡିଏମକେ ବିଜେପି ନେତୃତ୍ୱାଧୀନ ଏନଡିଏଠାରୁ ଅଲଗା ହୋଇଯାଇଥିଲା। ଦଳ ଏସମ୍ପର୍କରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ଗୃହୀତ କରିଥିଲା। ନିଷ୍ପତ୍ତି ଘୋଷଣା କରି ଏଆଇଏଡିଏମକେର ଡେପୁଟି ସଂଯୋଜକ କେ ପି ମୁନୁସାମୀ କହିଥିଲେ ଯେ, ବିଜେପିର ରାଜ୍ୟ ନେତୃତ୍ୱ ଗତ ଗୋଟିଏ ବର୍ଷ ଧରି ଆମର ପୂର୍ବତନ ନେତା, ଆମର ସାଧାରଣ ସମ୍ପାଦକ ଇପିଏସ୍ ଏବଂ ଆମର କର୍ମୀମାନଙ୍କ ବିଷୟରେ ଅନାବଶ୍ୟକ ମନ୍ତବ୍ୟ ଦେଇ ଆସୁଛନ୍ତି।
୨୦୧୯ରେ ଏଆଇଏଡିଏମକେ ବିଜେପି ସହିତ ମେଣ୍ଟ କରି ଲୋକସଭା ନିର୍ବାଚନ ଲଢ଼ିଥିଲା ଏବଂ ରାଜ୍ୟରେ କେବଳ ଗୋଟିଏ ଆସନ ଜିତିଥିଲା। ସେହି ନିର୍ବାଚନରେ ପନ୍ନିରସେଲଭମଙ୍କ ପୁଅ ରବିନ୍ଦ୍ରନାଥ କୁମାର ଏଆଇଏଡିଏମକେର ଏକମାତ୍ର ବିଜୟୀ ପ୍ରାର୍ଥୀ ଥିଲେ।
ଏହା ମଧ୍ୟ ପଢ଼ନ୍ତୁ- କଂଗ୍ରେସ ଅଧିବେଶନରେ RSSକୁ ରାହୁଲ ଗାନ୍ଧିଙ୍କ ଟାର୍ଗେଟ୍, କହିଲେ ସଂଘର ବିଚାରଧାରା ସମ୍ବିଧାନ ବିରୋଧୀ