ETV Bharat / bharat

ମାସ ମାସ ଧରି ଚାଲିଥିଲା ନକଲି ଥାନା: ପୋଲିସ ବର୍ଦ୍ଦି ପିନ୍ଧି ଗାଡି ଯାଞ୍ଚ, ଟଙ୍କା ଆଦାୟ ହେଉଥିଲା - FAKE POLICE STATION

ବିହାର ପୂର୍ଣ୍ଣିଆ ଜିଲ୍ଲା ମୋହନୀ ଗାଁରେ ଏମିତି ଏକ ନକଲି ପୋଲିସ ଷ୍ଟେସନ ଖୋଲିଥିବା ଖବର ସାମ୍ନାକୁ ଅସିଛି । ଗତ ଏକ ବର୍ଷ ଧରି ଏହି ଥାନା ଚାଲି ଆସୁଥିଲା ।

fake Police Station
fake Police Station (ETV Bharat)
author img

By ETV Bharat Odisha Team

Published : June 9, 2025 at 10:52 PM IST

2 Min Read

ପୂର୍ଣ୍ଣିଆ (ବିହାର): ଅପରାଧ, ଦୁର୍ନୀତି କିମ୍ବା ନକଲି କାରବାରର ଶିକାର ହେଲେ ଲୋକେ ପୋଲିସ ଷ୍ଟେସନକୁ ଯାଇଥାନ୍ତି । ହେଲେ ଯଦି ପୋଲିସ ଷ୍ଟେସନ ନକଲି ହୋଇଥିବ ତେବେ ଲୋକେ କେଉଁଠିକୁ ଯିବେ ? କାହାକୁ ଗୁହାରି କରିବେ ? ବିହାରର ପୂର୍ଣ୍ଣିଆ ଜିଲ୍ଲାର କସବା ଥାନା ଅଧୀନସ୍ଥ ମୋହନୀ ଗାଁରେ ଏମିତି ଏକ ନକଲି ପୋଲିସ ଷ୍ଟେସନ ଖୋଲିଥିବା ଖବର ସାମ୍ନାକୁ ଅସିଛି ।

ଗତ ଏକ ବର୍ଷ ଧରି ଏହି ଥାନା ଚାଲି ଆସୁଥିଲେ ହେଁ କାହାରି ନଜରକୁ ଆସିନଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ନକଲି ଥାନା ଜରିଆରେ ମୁଖ୍ୟ ଅଭିଯୁକ୍ତ ରାହୁଲ କୁମାର ସାହ ଗାଁର ଯୁବକମାନଙ୍କୁ ଚାକିରୀ ଦେବ ବୋଲି କହି ଲକ୍ଷାଧିକ ଟଙ୍କା ଠକି ନେଇଛି ।

ନକଲି ଥାନାର ନକଲି ପୋଲିସ
ନକଲି ଥାନାର ନକଲି ପୋଲିସ (ETV Bharat)

ନକଲି ପୋଲିସ ରୂପରେ ଠକେଇ-

ଅଭିଯୁକ୍ତ ରାହୁଲ ଗ୍ରାମ୍ୟ ସୁରକ୍ଷା ଦଳରେ ସିପାହୀ ଏବଂ ଚୌକିଦାର ଭାବେ ନିଯୁକ୍ତି କରାଇଦେବ ବୋଲି କହି ଜଣକ ପିଛା 2500ରୁ 5000 ଟଙ୍କା ଆଦୟ କରୁଥିଲା । ଏହି ଖବର ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ରାହୁଲ ଫେରାର ହୋଇ ଯାଇଛି । ରାହୁଲକୁ ଗିରଫ କରିବା ପାଇଁ ପୋଲିସ ତନାଘନା ଚାଲାଇଛି । ତେବେ ଦୀର୍ଘ ଏକ ବର୍ଷ ଧରି ଏହି ନକଲି ପୋଲିସ ଷ୍ଟେସନ ଚାଲୁଥିଲେ ହେଁ ସ୍ଥାନୀୟ ପ୍ରଶାସନ କିପରି ଏହାର ଟେର ପାଉ ନ ଥିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଗାଁ ଯୁବକଙ୍କୁ ଦେଇଥିଲା ନକଲି ପୋଷାକ ଓ ପରିଚୟ ପତ୍ର-

ରାହୁଲ ଗାଁ ଯୁବକଙ୍କୁ ନକଲି ପୋଷାେକ, ଲାଠି ଦେଇ ସେମାନଙ୍କ ମନରେ ବିଶ୍ୱାସ ସୃଷ୍ଟି କରିଥିଲା । ଏପରିକି ସେମାନଙ୍କୁ ନକଲି ପରିଚୟ ପତ୍ର ମଧ୍ୟ ଦେଇ ବିଭିନ୍ନ ଗାଡି ଯାଞ୍ଚ ଏବଂ ବେଆଇନ ମଦ କାରଖାନା ଉପରେ ଚଢଉ କରିବା ପାଇଁ ପଠାଉଥିଲା । ଠକାମୀର ଶିକାର ହୋଇଥିବା ଛାତ୍ରଛାତ୍ରୀମାନେ କହିଛନ୍ତି, "ରାହୁଲ ଆଦେଶ କ୍ରମେ ସେମାନେ ଗେରୁଆ ଘାଟ ଏବଂ ଗାନ୍ଧୀ ଘାଟ ବ୍ରିଜ ଉପରେ ଗାଡି ଯାଞ୍ଚ କରିଥିଲେ ଏବଂ 400 ଟଙ୍କା ପର୍ଯ୍ୟନ୍ତ ଚାଲାଣ କାଟିଥିଲେ ।"

ନକଲି ପୋଲିସ
ନକଲି ପୋଲିସ (ETV Bharat)

ସେମାନେ କହିଛନ୍ତି ବିନା ହେଲମେଟ କିମ୍ବା ଡ୍ରାଇଭିଂ ଲାଇସେନ୍ସ ବାଲାଙ୍କଠାରୁ 400 ଟଙ୍କାର ଚାଲାଣ କାଟିଥିଲେ । ଏଥିରୁ 200 ଟଙ୍କା ଲେଖାଏଁ କମିଶନ ଭାବେ ଯାଞ୍ଚ ଟିମକୁ ଦିଆ ଯାଉଥିଲା । ବାକି ଟଙ୍କା ସରକାରୀ ତହବିଲରେ ଜମା କରାଯିବ ବୋଲି କହି ରାଦୁଲ ନିଜ ପାଖରେ ରଖୁଥିଲା ।

ନକଲି ଥାନା ପରିଚାଳନା ସହ ବେଆଇନ ମଦ କାରବାର-

ରାହୁଲ ମୋହନୀ ପଞ୍ଚାୟତର ଏକ ବିଦ୍ୟାଳୟରେ ନକଲି ଥାନା ଖୋଲିଥିଲା । ଏଠାରେ ନକଲି ମଦ କାରବାର କରୁଥିବା ବେପାରୀଙ୍କଠାରୁ ବେଆଇନ ଭାବେ ଟଙ୍କା ଆଦାୟ କରୁଥିଲା । ଜବତ ଗାଡି ଓ ମଦକୁ ଫେରାଇ ଦେବା ପାଇଁ ଲାଞ୍ଚ ଆକାରରେ ଟଙ୍କା ଆଦାୟ କରୁଥିଲା । ଠକେଇର ଶିକାର ହୋଇଥିବା ଯୁବକମାନେ କହୁଛନ୍ତି, ସେମାନେ ଚଢଉ କରିବାକୁ ସିଏନଜି ଅଟୋରେ ଯାଇଥାନ୍ତି । ଏହି ଅଟୋର ଚାଳକମାନେ ମଧ୍ୟ ପୋଲିସ ପୋଷାକ ପିନ୍ଧିଥାନ୍ତି । ତେବେ ପୋଲିସ ଏହି ଅଟୋ ଚାଳକ ନୀତିଶ କୁମାର ଓରାମ ଏବଂ ରାହୁଲ ସହଯୋଗୀମାନଙ୍କୁ ଖୋଜୁଛି ।

ନକଲି ପୋଲିସ
ନକଲି ପୋଲିସ (ETV Bharat)

ସ୍ଥାନୀୟ ପ୍ରଶାସନ ଏବଂ ଜନ ପ୍ରତିନିଧିଙ୍କ ଭୂମିକା ନେଇ ସନ୍ଦେହ-

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ମାସ ମାସ ଧରି ଏହି ନକଲି କାରବାର ଚାଲିଥିଲେ ହେଁ ସ୍ଥାନୀୟ ପ୍ରଶାସନ ଏବଂ ଜନ ପ୍ରତିନିଧି କିଛି ବି ସୁରାକ କିପରି ପାଇଲେ ନହିଁ ? ସ୍ଥାନୀୟ ମୁଖିଆ ଶ୍ୟାମସୁନ୍ଦର ଓରାମ ଏବଂ ତାଙ୍କ ଭଣଜା ଏହି ନକଲି ଥାନା ସହ ଜଡିତ ଥିବା ଜଣାଯାଇଛି । ଏହି ମୁଖିଆ ଗଣତନ୍ତ୍ର ଦିବସରେ ନକଲି ସିପାହୀ ଚୌକିଦାରଙ୍କୁ ସମ୍ମାନିତ କରିଥିଲେ । ଅନେକ ଜନ ପ୍ରତିନିଧି ମଧ୍ୟ ଏହି ଥାନା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଜନ ପ୍ରତିନିଧିଙ୍କ ମିଲିଭଗତରେ ଏହି କାରବାର ଚାଲିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରନ୍ତି ।

ବିହାରରେ ନକଲି ଥାନାର ପର୍ଦ୍ଦାଫାଶ
ବିହାରରେ ନକଲି ଥାନାର ପର୍ଦ୍ଦାଫାଶ (ETV Bharat)

କସବା ବିଧାୟକ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି-

ବିହାରର ପୂର୍ବତନ ମନ୍ତ୍ରୀ ତଥା କସବା ବିଧାୟକ ଆଫାକ ଆଲମ ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ପୂର୍ଣ୍ଣିଆ ପୋଲିସ ଅଧିକ୍ଷକ କର୍ତିକେୟ କେ ଶର୍ମାଙ୍କୁ ଏ ବିଷୟରେ ଅବଗତ କରାଇବା ସହ ଯାଞ୍ଚ ନିର୍ଦେଶ ଦେଇଛନ୍ତି । ବିଧାୟକ କହିଛନ୍ତି, "ଏତେ ବଡ ଧୋକାବାଜି, ହେଲେ ପୋଲିସ ପାଖରେ କିଛି ବି ତଥ୍ୟ ନହିଁ । ଏହା ବେରୋଜଗାରୀକୁ ପ୍ରୋତ୍ସାହନ ଦେଉଛି, ଯେଉଁଥିପାଇଁ ଶିକ୍ଷିତ ଯୁବକମାନେ ଏହାର ଶିକାର ହେଉଛନ୍ତି ।"

ଏହା ମଧ୍ୟ ପଢନ୍ତୁ ଏଲନ ମସ୍କଙ୍କ Starlinkକୁ ମିଳିଲା ଲାଇସେନ୍ସ; ଭାରତରେ ଲଞ୍ଚ କରିବ ସାଟେଲାଇଟ୍‌ ଇଣ୍ଟରନେଟ୍‌

ଏହା ମଧ୍ୟ ପଢନ୍ତୁ ଏମିତି ଏକ ମନ୍ଦିର: ପୂଜା ପାଉଛନ୍ତି ମା’ କାଳୀ, ଭୋଗ ଲାଗୁଛି ମୋମୋ-ଚାଉମିନ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.