ନୂଆଦିଲ୍ଲୀ: ଭାରତରେ ନିର୍ବାଚନ ଇଭିଏମ୍ ମାଧ୍ୟମରେ ହୋଇଥାଏ। ତେବେ ବିରୋଧୀ ସବୁବେଳେ ଏହାର ବିଶ୍ବାସନିୟତା ଉପରେ ପ୍ରଶ୍ନ ଉଠାଇବା ସହ EVM ଟ୍ୟାମ୍ପରିଂ ବିଷୟରେ ଆଶଙ୍କା ପ୍ରକାଶ କରିଆସୁଛନ୍ତି। ବାରମ୍ବାର ଗୃହ ଏବଂ ନିର୍ବାଚନ କମିଶନ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଉଛନ୍ତି। ହେଲେ ଏବେ ଆମେରିକାରେ ମଧ୍ୟ EVM ଉପରେ ପ୍ରଶ୍ନ ଉଠାଯାଉଛି। ସେଠାକାର ନ୍ୟାସନାଲ ଇଣ୍ଟେଲିଜେନ୍ସ ଡାଇରେକ୍ଟର ତୁଳସୀ ଗବାର୍ଡ କହିଛନ୍ତି ଯେ, ଭୋଟିଂ ମେସିନରେ ପ୍ରମୁଖ ସମସ୍ୟା ରହିଛି। ତାଙ୍କ ମତରେ ଏଥିରେ ହ୍ୟାକର୍ସ ଭୋଟ୍ ପରିବର୍ତ୍ତନ କରିପାରିବେ ଏବଂ ନିର୍ବାଚନରେ ବାଧା ସୃଷ୍ଟି କରିପାରିବେ।
- ଉତ୍ତର ରଖିଲେ ମୁଖ୍ୟ ନିର୍ବାଚନ କମିଶନର
ଆମେରିକାର ନ୍ୟାସନାଲ ଇଣ୍ଟେଲିଜେନ୍ସ ଡାଇରେକ୍ଟର ତୁଳସୀ ଗବାର୍ଡଙ୍କ ବୟାନ ପରେ, ଇଭିଏମକୁ ନେଇ ପୁଣି ବିବାଦ ଆରମ୍ଭ ହୋଇଛି। ଶନିବାର ଏହାର ଜବାବ ଦେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ଯେ, ଦେଶରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ସମ୍ପୂର୍ଣ୍ଣ ସୁରକ୍ଷିତ। ତା ସହିତ କୌଣସି ହେରଫେର କରାଯାଉନାହିଁ। ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ଯେ, ଯେଉଁଠାରେ ଗଣତନ୍ତ୍ର ଅଛି, ସେଠାରେ ଭୋଟର ତାଲିକା ଏବଂ ନିର୍ବାଚନ ପ୍ରକ୍ରିୟା ଭିନ୍ନ। କିଛି ଦେଶରେ ଇଲେକ୍ଟ୍ରୋନିକ୍ ଭୋଟିଂ ସିଷ୍ଟମ (EVS) ବ୍ୟବହୃତ ହୁଏ।
ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି, "ସାର୍ବଜନୀନ କ୍ଷେତ୍ରର କମ୍ପାନୀଗୁଡ଼ିକ ଦ୍ୱାରା ନିର୍ମିତ ଇଭିଏମ୍ ଭାରତରେ ବ୍ୟବହାର କରାଯାଇଛି ଏବଂ ଏହି ମେସିନଗୁଡ଼ିକର ଆଇନଗତ ପରୀକ୍ଷଣ କରାଯାଇଛି ଏବଂ ଭାରତର ଇଭିଏମ୍ଗୁଡ଼ିକୁ ବ୍ଲୁଟୁଥ୍ ଇନଫ୍ରାରେଡ୍ ସହିତ ସଂଯୋଗ କରାଯାଇପାରିବ ନାହିଁ। ତେଣୁ ଏଥିରେ ହେରଫେର କରିବା ସମ୍ଭବ ନୁହେଁ।" ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ଯେ ପାଞ୍ଚ କୋଟି VVPAT ସ୍ଲିପଗୁଡ଼ିକୁ ଗଣନା କରାଯାଇଛି, କୌଣସି ଅସଙ୍ଗତି ରିପୋର୍ଟ କରାଯାଇ ନାହିଁ।
EVMs in country absolutely safe, not being tampered with, says CEC Gyanesh Kumar
— ANI Digital (@ani_digital) April 12, 2025
Read @ANI Story | https://t.co/GNwkLiGjQ4#GyaneshKumar #CEC #EVMs #India pic.twitter.com/AHH4VChysk
ସେ ଆହୁରି କହିଛନ୍ତି, "ଆମେ ଭାରତର ଭୋଟରମାନଙ୍କୁ ନିଶ୍ଚିତ କରିବାକୁ ଚାହୁଁଛୁ ଯେ ଇଭିଏମ ସମ୍ପୂର୍ଣ୍ଣ ସୁରକ୍ଷିତ।" ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ନିଜ ଝାଡ଼ଖଣ୍ଡ ଗସ୍ତ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି।
- ଗବାର୍ଡଙ୍କ ଉକ୍ତିକୁ ନେଇ ପୁଣି ଇଭିଏମ୍ ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ
ପୂର୍ବରୁ ଏପ୍ରିଲ ୧୧ ତାରିଖରେ, କଂଗ୍ରେସ ନେତା ରଣଦୀପ ସିଂହ ସୁରଜେୱାଲା ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (EVM)ର ଦୁର୍ବଳତା ଉପରେ ଆମେରିକୀୟ ରାଜନେତା ତୁଳସୀ ଗବାର୍ଡଙ୍କ ମନ୍ତବ୍ୟର ଉତ୍ତର ନ ଦେବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏବଂ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ। ସେ ସୁପ୍ରିମକୋର୍ଟଙ୍କୁ ଏହି ମାମଲାର ସ୍ୱତଃ ତଦନ୍ତ କରିବାକୁ ମଧ୍ୟ ଅନୁରୋଧ କରିଥିଲେ।
Xରେ ଏକ ପୋଷ୍ଟ ମାଧ୍ୟମରେ ଟାର୍ଗେଟ କରି ସୁରଜେୱାଲା କହିଥିଲେ ଯେ, ଆମେରିକାର ନ୍ୟାସନାଲ ଇଣ୍ଟେଲିଜେନ୍ସ ଡାଇରେକ୍ଟର ତୁଳସୀ ଗବାର୍ଡ ସାର୍ବଜନୀନ ଭାବେ EVM ହ୍ୟାକିଂ ପ୍ରସଙ୍ଗ ଉଠାଇଛନ୍ତି। ସେ ଗବାର୍ଡଙ୍କ ଉକ୍ତିକୁ ଉଦ୍ଧୃତ କରି କହିଛନ୍ତି ଯେ, ଇଭିଏମଗୁଡ଼ିକ "ଭୋଟ ଫଳାଫଳକୁ ନିୟନ୍ତ୍ରଣ କରିବା ପାଇଁ ଶୋଷଣର ଶିକାର ହୋଇପାରେ।" ଅନେକ ପ୍ରଶ୍ନ ଉଠାଇ ସୁରଜେୱାଲା ପଚାରିଥିଲେ ଯେ, ଏହି ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନଙ୍କ ସରକାରୀ ଟ୍ୱିଟର ହ୍ୟାଣ୍ଡେଲ କାହିଁକି ନୀରବ।
इलेक्ट्रॉनिक वोटिंग मशीनों (ईवीएम) की " हैकिंग के मुद्दे" पर मेरी प्रेस वार्ता👇
— Randeep Singh Surjewala (@rssurjewala) April 12, 2025
https://t.co/sjRhBYvoGV
- କ'ଣ କହିଥିଲେ ତୁଳସୀ ଗବାର୍ଡ?
୧୦ ଏପ୍ରିଲରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଡକାଯାଇଥିବା କ୍ୟାବିନେଟ୍ ବୈଠକରେ, ଆମେରିକାର ନ୍ୟାସନାଲ ଇଣ୍ଟେଲିଜେନ୍ସ ଡାଇରେକ୍ଟର ତୁଳସୀ ଗବାର୍ଡ କହିଥିଲେ ଯେ, ଗୁଇନ୍ଦା ବିଭାଗ ପାଖରେ ପ୍ରମାଣ ଅଛି ଯେ EVS ପ୍ରଦତ୍ତ ଭୋଟର ଫଳାଫଳକୁ ହେରଫେର କରିବା ପାଇଁ ଏହା 'ଶୋଷଣର ଶିକାର ହୋଇପାରେ' ଏବଂ ଏହାକୁ ରୋକିବାକୁ ବାଲଟ୍ ପେପର-ଆଧାରିତ ନିର୍ବାଚନ ପାଇଁ ସମର୍ଥନ କରିଥିଲେ।
" we have evidence that evms can be hacked. they can be used to manipulate votes."
— Mayank Pareek (@MayankpareekINC) April 12, 2025
this is being said by us national intelligence director @TulsiGabbard. Earlier, @elonmusk has also raised questions.
But we have a magical Election Commission that has created more voters than the… pic.twitter.com/GFr21em96T
ହେଲେ ଏହା ଉଲ୍ଲେଖନୀୟ ଯେ, ସେ ଭାରତରେ ବ୍ୟବହୃତ ଇଭିଏମ ବିଷୟରେ କିଛି ବି ହେଲେ କହି ନଥିଲେ।
ଏହା ମଧ୍ୟ ପଢ଼ନ୍ତୁ- ବିଲ୍ ଉପରେ ନିଷ୍ପତ୍ତି ନେବା ପାଇଁ ରାଷ୍ଟ୍ରପତିଙ୍କୁ ସମୟସୀମା ଧାର୍ଯ୍ୟ କଲେ ସୁପ୍ରିମକୋର୍ଟ