ETV Bharat / bharat

ଆଜି ନିର୍ବାଚନ କମିଶନଙ୍କ ସାମ୍ବାଦିକ ସମ୍ମିଳନୀ: ମହାରାଷ୍ଟ୍ର, ହରିୟାଣା ଓ ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ! - ASSEMBLY ELECTION PC BY ECI

author img

By ETV Bharat Odisha Team

Published : Aug 16, 2024, 10:30 AM IST

Updated : Aug 16, 2024, 2:23 PM IST

ECI Press Conference on Assembly Election : ଆଜି ଅପରାହ୍ନ 3ଟା ସମୟରେ ନିର୍ବାଚନ ଆୟୋଗଙ୍କ ସାମ୍ବାଦିକ ସମ୍ମିଳନୀ । ମହାରାଷ୍ଟ୍ର, ହରିୟାଣା ଓ ଜମ୍ମୁ-କାଶ୍ମୀରରେ ନିର୍ବାଚନ ପାଇଁ ଘୋଷଣା ହୋଇପାରେ ତାରିଖ । ଅଧିକ ପଢନ୍ତୁ

Election Commission
Election Commission (Etv Bharat)

ନୂଆଦିଲ୍ଲୀ: ଆଜି ଘୋଷଣା ହୋଇପାରେ ମହାରାଷ୍ଟ୍ର, ହରିୟାଣା ଓ ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ତାରିଖ । ଏନେଇ ଆଜି ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଛି । ଅପରାହ୍ନ 3ଟାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ । 2 ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ତାରିଖ ଘୋଷଣା କରିପାରନ୍ତି । ହରିୟାଣା ବିଧାନସଭାର କାର୍ଯ୍ୟକାଳ ନଭେମ୍ବରରେ 3ରେ ସରୁଛି । ମହାରାଷ୍ଟ୍ର ବିଧାନସଭା କାର୍ଯ୍ୟକାଳ ନଭେମ୍ବର 26ର ସରୁଛି । ଜମ୍ମୁ-କାଶ୍ମୀରରେ ସେପ୍ଟେମ୍ବର ୩୦ ସୁ୍ଦ୍ଧା ନିର୍ବାଚନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା । ତେବେ ଜମ୍ମୁ କାଶ୍ମୀର-ହରିୟାଣାରେ ଏକାଠି ନିର୍ବାଚନ ହୋଇପାରେ । ମହାରାଷ୍ଟ୍ରରେ 288 ବିଧାନସଭା ଆସନ ରହିଥିବା ବେଳେ ହରିୟାଣାର ବିଧାନସଭା ସିଟ୍‌ ସଂଖ୍ୟା 90 ରହିଛି ।

ଏହା ମଧ୍ୟ ପଢନ୍ତୁ-ରାଜ୍ୟସଭା ନିର୍ବାଚନ: ଆଜି ECI ବିଜ୍ଞପ୍ତି, 21 ଯାଏଁ ନାମାଙ୍କନ, ଓଡ଼ିଶାରୁ କିଏ ଯିବେ ! - Rajya Sabha elections

ଭାରତର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏବଂ ଦୁଇ ନିର୍ବାଚନ କମିଶନର ଗ୍ୟାନେଶ କୁମାର ଏବଂ ଏସ.ସ ସାନ୍ଧୁ ଶ୍ରୀନଗର ଏବଂ ଜାମ୍ମୁରେ ରାଜନୈତିକ ଦଳ, ଡେପୁଟି କମିଶନର ଏବଂ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ECI ବୁଧବାର ଗୃହ ସଚିବ ଅଜୟ ଭଲାଙ୍କ ସହ ଏକ ବୈଠକ କରି ସେଠାରେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବି କରିବାକୁ ଥିବା ପ୍ରାର୍ଥୀ ତଥା ମତଦାନ ସମୟରେ କଡା ସୁରକ୍ଷା ପାଇଁ ଦାବି କରିଥିଲେ। ପ୍ରତିଦ୍ବନ୍ଦ୍ବି ପ୍ରାର୍ଥୀଙ୍କ ସୁରକ୍ଷା ପାଇଁ ECI 15,000 ରୁ ଅଧିକ ସୁରକ୍ଷା କର୍ମୀ ନିୟୋଜିତ କରିବାକୁ ଦାବି କରିଛି । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଜମ୍ମୁରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଜମ୍ମୁ କାଶ୍ମୀରର ଲୋକମାନେ ଖୁବ୍ ଶୀଘ୍ର ସେମାନଙ୍କର ପ୍ରତିନିଧି ବାଛିବେ।

ସୁପ୍ରିମକୋର୍ଟଙ୍କ ଡେଡ୍ ଲାଇନ୍: ୨୦୨୪ ସେପ୍ଟେମ୍ବର ସୁଦ୍ଧା ଜମ୍ମୁ ଓ କାଶ୍ମୀରରେ ବିଧାନସଭା ନିର୍ବାଚନ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଜମ୍ମୁ-କାଶ୍ମୀର ପୁନର୍ଗଠନ ନିୟମ ୨୦୧୯ ସାମ୍ବିଧାନିକ ବୈଧତା ସଂପର୍କିତ ମାମଲାର ରାୟ ଶୁଣାଇବା ସମୟରେ ଏହି ନିର୍ଦ୍ଦେଶନାମା ଜାରି କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ନିର୍ବାଚନ କମିଶନ, ରାଜ୍ୟରେ ନିର୍ବାଚନ କରିବା ପାଇଁ ତତ୍ପରତା ପ୍ରକାଶ କରିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ଭୋଟର ତାଲିକା ସଂଶୋଧନ କରାଯିବା ପରେ ନିର୍ବାଚନ ସଂପର୍କିତ ଅନ୍ୟ କାର୍ଯ୍ଯ ଆରମ୍ଭ ହୋଇଥିଲା ।

ଜମ୍ମୁରେ୧୦ ବର୍ଷ ପରେ ବିଧାନସଭା ନିର୍ବାଚନ: ଦୀର୍ଘ ୧୦ ବର୍ଷ ପରେ ଜମ୍ମୁ ଓ କାଶ୍ମୀରରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ୨୦୧୪ରେ ଶେଷ ଥର ପାଇଁ ଏଠାରେ ବିଧାନସଭା ନିର୍ବାଚନ ହୋଇଥିଲା । ସେହିପରି ପଞ୍ଚାୟତ ଏବଂ ଅର୍ବାନ ଲୋକାଲ ବଡି ନିର୍ବାଚନ ମଧ୍ୟ କରାଯିବ । ୨୦୧୮ରେ ଜମ୍ମୁ ଓ କାଶ୍ମୀରରେ ଶେଷ ଥର ପାଇ ପଞ୍ଚାୟତ ନିର୍ବାଚନ ହୋଇଥିଲା ।

Last Updated : Aug 16, 2024, 2:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.