ମେଷ: ଆଜି ଦିନଟି ଆପଣଙ୍କ ଉପରେ ମଧ୍ୟମ ପ୍ରଭାବ ପକାଇପାରେ । ଆଜି ଆପଣ ଯୋଜନା କରିଥିବା କାର୍ଯ୍ୟରୁ ଶୁଭାରମ୍ଭ କରିବାର ଏକ ଶୁଭ ଦିବସ ଅଟେ । ନୂଆ କାର୍ଯ୍ୟ ମଧ୍ୟ ହାତକୁ ନେଇପାରନ୍ତି । ମାତ୍ର ତରବରିଆ ଭାବେ ଏପରି କୌଣସି ସିଦ୍ଧାନ୍ତ ନେବା ପାଇଁ ତରବର ହୁଅନ୍ତୁ ନାହିଁ । ଅଫିସରେ ଆପଣ ଅତ୍ୟନ୍ତ କଷ୍ଟକର ପ୍ରତିଯୋଗିତାର ସମ୍ମୁଖୀନ ହୋଇପାରନ୍ତି । ତଥାପି ଆପଣ ବ୍ୟସ୍ତ ନ ହୋଇ ନିଜର କାର୍ଯ୍ୟଦକ୍ଷତା ପ୍ରତିପାଦନ କରିବେ । ମହିଳାମାନେ ନିଜର ଆକ୍ରମଣଶୀଳ ମନୋଭାବ ଓ ଜିହ୍ଵାକୁ ନିଜ ଆୟତରେ ରଖନ୍ତୁ । ଅତିଶୀଘ୍ର ପର୍ଯ୍ୟଟନ ବା ଲଘୁଯାତ୍ରା କରିପାରନ୍ତି ।
ବୃଷ: ଗ୍ରହମାନଙ୍କ ପ୍ରଭାବରୁ ଆପଣ ସବୁବେଳେ ଚିନ୍ତାଗ୍ରସ୍ତ ରହିବେ । ବିଶ୍ରାମହୀନ ଉତ୍କଣ୍ଠିତ ଚିତ୍ତରେ ଶାନ୍ତି ପାଇବେ ନାହିଁ , ତେଣୁ ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ । ନଚେତ ମାନସିକ ଅଶାନ୍ତି ଆପଣଙ୍କୁ କୌଣସି ସିଦ୍ଧାନ୍ତରେ ପହଞ୍ଚିବାକୁ ପ୍ରତିବନ୍ଧକ ସୃଷ୍ଟି କରିପାରେ । ଏହା ଦ୍ୱାରା ଆପଣ ହତୋତ୍ସାହିତ ହୋଇପାରନ୍ତି । ଆପଣ କୌଣସି କାରଣରୁ କାହା ସଙ୍ଗରେ ଯୁକ୍ତିତର୍କ କରି କଳହ କରନ୍ତୁ ନାହିଁ । କାରଣ ଏହା ଆପଣଙ୍କୁ ଉତ୍ତେଜିତ କରି ପରିସ୍ଥିତିକୁ ବିଷାକ୍ତ କରିଦେଇପାରେ । ସତର୍କ ରୁହନ୍ତୁ । ଆଜି ଆପଣଙ୍କର ଅର୍ଥ ହାନି ମଧ୍ୟ ଘଟିପାରେ । ଶରୀରିକ ଅସୁସ୍ଥତା ଲାଗିରହିପାରେ । ତେଣୁ ନିଜର ଆହାର ପ୍ରତି ଯତ୍ନବାନ ହୁଅନ୍ତୁ ।
ମିଥୁନ: ଆଜି ଆପଣ ପରିବାର ସହିତ ଶାନ୍ତିରେ ବସିବେ । ଆପଣଙ୍କ ପରିପକ୍ଵତା ପରିବାର ମଧ୍ୟରେ ଥିବା ଭାବପୂର୍ଣ୍ଣ ସମସ୍ୟାଗୁଡିକ ସହଜରେ ସମାଧାନ କରିବାରେ ସାହାଯ୍ୟ କରିବ । ଶକ୍ତି ଓ ପ୍ରାଚୁର୍ଯ୍ୟକୁ ଆପଣ ଆଜି ନିବେଶ କରିବେ ଓ ଏହାର ଫଳ ଆପଣ ଆଗାମୀ ଦିନଗୁଡିକରେ ପାଇବେ । ବନ୍ଧୁ ଓ ପ୍ରିୟଜନଙ୍କ ସହ ସାମାଜିକ ଜୀବନରେ ମୌଜ ମଜଲିସରେ ସମୟ ବିତାଇବା ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ । ଆପଣ ବନ୍ଧୁ ମାନଙ୍କୁ ରାତ୍ରି ଭୋଜନ ପାଇଁ ଆମନ୍ତ୍ରଣ କରିପାରନ୍ତି କିମ୍ୱା ବାହାରକୁ ଭ୍ରମଣରେ ଯାଇପାରନ୍ତି । ଅର୍ଥ ଲାଭ ହୋଇପାରେ । ମାତ୍ର ଖର୍ଚ୍ଚର ମାତ୍ରାକୁ ସୀମା ଭିତରେ ରଖି ଅଯଥା ଖର୍ଚ୍ଚରୁ ନିବୃତ ହୁଅନ୍ତୁ ।
କର୍କଟ: ଆଜି ଦିନଟି ଆପଣ ବିଭିନ୍ନ ଚିନ୍ତାରେ ମଗ୍ନ ରହିବେ । ତେବେ, ନିଜକୁ ନିୟନ୍ତ୍ରଣରେ ରଖନ୍ତୁ । କଷ୍ଟ ହୋଇପାରେ, ମାତ୍ର ଏହା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏଥିରେ ଆପଣଙ୍କର ମଙ୍ଗଳ ନିହିତ ରହିଛି । ଦିନଟି ଉତଥାନ ପତନର ଦିନ, ଏବଂ ଆପଣ ଏଥିାପଇଁ ହଡବଡେଇ ପାରନ୍ତି । ବ୍ୟବସାୟୀମାନେ ଅପ୍ରତ୍ୟାଶିତ ବାଧାର ସମ୍ମୁଖୀନ ହୋଇ ପାରନ୍ତି, କିମ୍ବା ପେଶା ମାନ୍ଦା ହୋଇପାରେ । କର୍ତ୍ତୃପକ୍ଷ ଗୋଟିଏ ମୁହୂର୍ତ୍ତରେ ଖୁସି ଏବଂ ଅନ୍ୟ ମୂହୁର୍ତ୍ତରେ ଅସନ୍ତୁଷ୍ଟ ହୋଇପାରନ୍ତି । କାର୍ଯ୍ୟକ୍ଷେତ୍ରରେ ଈର୍ଷ୍ୟାନ୍ୱିତ ପ୍ରତିଦ୍ୱନ୍ଦୀଙ୍କଠାରୁ ଦୂରେଇ ରୁହନ୍ତୁ । ଯାତ୍ରା ଯୋଗ ରହିଛି । ଖର୍ଚ୍ଚ ବଢ଼ିପାରେ ।
ସିଂହ: ଆଜି ଏକ ଲାଭଜନକ ଦିବସ ଅଟେ । ବହୁଦିନରୁ ଯୋଜନା କରିଥିବା ଅନୁସାରେ ନିଜ କାର୍ଯ୍ୟର ଶୁଭାରମ୍ଭ କରନ୍ତୁ । ଆପଣଙ୍କ ବ୍ୟକ୍ତିଗତ ଜୀବନ ଅତ୍ୟନ୍ତ ସୁଖମୟ ହୋଇପାରେ ଏବଂ ଭବିଷ୍ୟତକୁ ଔଜଲ୍ୟମୟ କରିପାରେ । ଆପଣଙ୍କର ପଦୋନ୍ନତି ହେବାର ଉଜ୍ଜଳ ସମ୍ଭାବନା ଅଛି ଏବଂ କାର୍ଯ୍ୟାଳୟରେ ସମସ୍ତେ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ । ପାରିବାରିକ ଜୀବନ ଅତ୍ୟନ୍ତ ସୁଖକର ହେବ । ସରକାରଙ୍କ ଠାରୁ ଅର୍ଥ ଲାଭ ଯୋଗ ଅଛି । ସରକାରଙ୍କ ଠାରୁ ଉପକୃତ ହେବା ଫଳରେ ଆପଣଙ୍କୁ ଅନ୍ୟ କାର୍ଯ୍ୟ କରିବା ସହଜସାଧ୍ୟ ହେବ ।
କନ୍ୟା: ଆଜି ଦିନଟି ଆପଣଙ୍କୁ ସାଧାରଣ ଭାବେ ଫଳ ପ୍ରଦାନ କରିପାରେ । ଆଜିର ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ । ମାତ୍ର ଆପଣ ଯଦି ଅନ୍ୟମନସ୍କ ରହିବେ କିମ୍ୱା ଭୁଲ ସିଦ୍ଧାନ୍ତ ନେବେ, ତେବେ ଆପଣ ଏହାର ଲାଭ ଉଠାଇବାକୁ ଅସମର୍ଥ ହେବେ । ଆଜି ଦିନଟି ଶୁଭଙ୍କର ନ ଥିବାରୁ କୌଣସି କାର୍ଯ୍ୟ ନିଜ ହାତକୁ ନିଅନ୍ତୁ ନାହିଁ । ବନ୍ଧୁମାନଙ୍କ ଠାରୁ ସାହାଯ୍ୟ ପାଇପାରନ୍ତି ଏବଂ ସେମାନଙ୍କ ଗହଣରେ ଖୁସିରେ ସମୟ କାଟିପାରନ୍ତି । ସୁଖ ପର୍ଯ୍ୟଟନ ପାଇଁ ଯୋଜନା କରିପାରନ୍ତି । ବ୍ୟବସାୟ ଭଲ ଚାଲିବ । ଅର୍ଥ ଲାଭର ସମ୍ଭାବନା ମଧ୍ୟ ଅଛି ।
ତୁଳା: ଆଜି ଦିନର ପ୍ରତ୍ୟେକ ମୂହୁର୍ତ୍ତରେ ଆପଣଙ୍କୁ ସତର୍କତା ଅବଲମ୍ୱନ କରିବାକୁ ପଡିବ । କୌଣସି ନୂତନ କାର୍ଯ୍ୟର ଶୁଭାରମ୍ଭ କରନ୍ତୁ ନାହିଁ । ଖର୍ଚ୍ଚର ପରିମାଣକୁ କମାଇବାକୁ ଚେଷ୍ଟା କରନ୍ତୁ । ବିଳାସପୂର୍ଣ୍ଣ ଖାଦ୍ୟ ଖାଇ ବିଳାସରେ ଅତ୍ୟାଧିକ ଖର୍ଚ୍ଚ କଲେ ଅତିଶୀଘ୍ର ଆପଣଙ୍କ ଅର୍ଥର ଭଣ୍ଡାର ଶୂନ୍ୟ ହୋଇଯିବ । ବେଆଇନ ଓ ଅନୈତିକ କାର୍ଯ୍ୟକଳାପରୁ ନିଜକୁ ଦୂରେଇ ରଖନ୍ତୁ, ନଚେତ୍ କୋଟକୁ ଯାଇପାରନ୍ତି । ଅଜଣା ବ୍ୟକ୍ତିଙ୍କ ସହ ବନ୍ଧୁତା ସ୍ଥାପନ କରନ୍ତୁ ନାହିଁ କିମ୍ୱା ନିଜେ ଧୀର ସ୍ଥିର ଚିତ୍ତରେ ଭାବିଚିନ୍ତି ଲୋକଙ୍କ ସହ ବନ୍ଧୁତ୍ୱ କରିପାରନ୍ତି । ଯୋଗ ଓ ଧ୍ୟାନ କରିବା ଦ୍ୱାରା ଆପଣଙ୍କର ମାନସିକ ଶାନ୍ତି ଅବ୍ୟାହତ ରହିପାରେ ।
ବିଛା: ଆଜି ଆପଣ ନିଜକୁ ଲଳିତ କଳା ପ୍ରତି ଆକର୍ଷିତ ହୋଇପାରନ୍ତି । ଚିତ୍ର କରିବା ଓ ଲେଖାଲେଖିରେ ସମୟ କାଟିବାକୁ ଭଲ ପାଇବେ । ଆଜି ଆପଣ ସମସ୍ତ ଯୋଜନାକୁ ଏକତ୍ରିତ କରି କାର୍ଯ୍ୟର ଶୁଭାରମ୍ଭ କରିବା ଆପଣଙ୍କ ପାଇଁ ଦିନଟି ଶୁଭଙ୍କର ଅଟେ । ନିଜର ବୃତିଗତ ଜୀବନରେ ଆପଣ ନିଜର ସହକର୍ମୀ ତଥା ବରିଷ୍ଠ ସଦସ୍ୟଙ୍କ ଠାରୁ ସହଯୋଗ ଓ ପ୍ରେରଣା ପାଇ ନିଜ କାର୍ଯ୍ୟଟିକୁ ସୁଚାରୁରୁପେ ସମ୍ପନ୍ନ କରିବାରେ ସକ୍ଷମ ହେବେ । ବ୍ୟବସାୟୀଙ୍କ ନିମନ୍ତେ ଲାଭର ପରିମାଣ ବୃଦ୍ଧି ପାଇପାରେ । ସୁଷମ ଖାଦ୍ୟ ଖାଆନ୍ତୁ , ନଚେତ ଶାରୀରିକ ଅସୁସ୍ଥତା ଭୋଗିପାରନ୍ତି । ଆପଣ କାହା ସଙ୍ଗରେ ଅଯଥା ଯୁକ୍ତିତର୍କ କରି ଉତ୍ତେଜିତ ହୁଅନ୍ତୁ ନାହିଁ । ତୀର୍ଥଯାତ୍ରା କରିପାରନ୍ତି ।
ଧନୁ: ବିଦେଶରୁ ଆପଣଙ୍କ ପାଇଁ ଭଲ ଖବର ଆସି ଆପଣ ପାଇଁ ଖୁସି ଆଣିଦେବ । ଯଦି ଆପଣ ଭିସା ଆବେଦନ କରିବାକୁ ଚାହୁଁଛନ୍ତି, ଆଜି ଆପଣ ତାହା ପାଇପାରିବେ । ସବୁ ସକାରାତ୍ମକ ଦେଖାଯାଉଛି ଓ ଏହା ଆପଣଙ୍କ ମନୋଭାବରେ ମଧ୍ୟ ପ୍ରତିଫଳିତ ହେଉଛି । ଆପଣଙ୍କ ଖୁସିକୁ ଆପଣଙ୍କ ପରିବାର ସହ ବାଣ୍ଟନ୍ତୁ ଓ ଏହା ବହୁଗୁଣିତ ହେବାର ଦେଖିବାକୁ ପାଇବେ । ମୂଲ୍ୟହୀନ ଚିନ୍ତାଧାରାକୁ ମୁଣ୍ଡରେ ପୁରାଇ ଦିନଟିକୁ ନଷ୍ଟ କରିବାକୁ ଦିଅନ୍ତୁ ନାହିଁ । ବନ୍ଧୁ ଓ ପ୍ରିୟଜନଙ୍କ ଠାରୁ ଉପହାରର ସୁଅ ଛୁଟିପାରେ । ସହକର୍ମୀଙ୍କ ସାହଯ୍ୟ ସହଯୋଗ ମିଳିବ ।
ମକର: କାର୍ଯ୍ୟ ଚାପ ଆପଣଙ୍କ ସମସ୍ତ ଶକ୍ତି ନେଇଯାଇ ଆପଣକୁ ଶକ୍ତିହୀନ ଓ କୁଣ୍ଠିତ କରିଦେଇପାରେ, କିନ୍ତୁ ଆପଣଙ୍କ ପ୍ରତିଷ୍ଠାକୁ କୌଣସି ହାନି ହେବା ପୂର୍ବରୁ ଆପଣ ଏହି ଅବସ୍ଥାରୁ ବାହାରି ଆସିବେ । ମିଟିଙ୍ଗଗୁଡିକରେ ପାଳନକାରୀ ଓ ସତର୍କ ରହିବା ଦ୍ଵାରା ଆପଣ ଦୀର୍ଘ ସମୟର ଲାଭ ପାଇପାରିବେ ଓ ଅନେକ ଉପାୟରେ ଲାଭବାନ ହୋଇପାରେ ଯାହାର ଆପଣଙ୍କ କୌଣସି ଆଶା ନଥିବ । ଶାରୀରିକ ଅବସ୍ଥା ଭଲ ରହିବ । ପରିବାରରେ ସୁଖ ଶାନ୍ତି ମିଳିବ । ଶତ୍ରୁ ଠାରୁ ଜୟ ହେବ । ଦୁଃଚିନ୍ତାରୁ ନିବୃତ ରୁହନ୍ତୁ । ସାଙ୍ଗ ସାଥିମାନେ ସହାୟ ହେବେ ।
କୁମ୍ଭ: ଆଜି ଦିନଟି ଶୁଭଫଳ ପ୍ରଦାୟକ ଅଟେ । ଦିନଟିକୁ ଆମୋଦ ପ୍ରମୋଦରେ କଟାଇବେ । ସାମାଜିକ ଉତ୍ସବରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ସଂସ୍କୃତି ସମ୍ପନ୍ନ ଲୋକଙ୍କ ସାଙ୍ଗରେ ସାକ୍ଷାତ ହୋଇପାରେ । ବନ୍ଧୁବାନ୍ଧବ ଓ ପ୍ରିୟଜନଙ୍କ ସହ ସୁଖ ପର୍ଯ୍ୟଟନରେ ଯିବାର ଯୋଜନା କରିପାରନ୍ତି ଏବଂ ଏହା ଏକ ଶୁଭଚିନ୍ତା ଅଟେ । ଆପଣଙ୍କର ଭାଗ୍ୟ ଆଜି ଆପଣଙ୍କ ସୃଜନଶୀଳତାକୁ ଶୀର୍ଷ ସ୍ଥାନରେ ପହଞ୍ଚାଇପାରେ । ଏହି ପ୍ରେରଣା ଯୋଗୁଁ ଆପଣ ନିଜର ପରିକଳ୍ପନା କରି କିଛି ସାହାଯ୍ୟ କରିପାରନ୍ତି । ଆଜି ଆପଣ ସମ୍ମାନିତ ହେବେ ।
ମୀନ: ଦିନଟି ଅତ୍ୟନ୍ତ ଶୁଭଫଳଦାୟକ ଅଟେ । ଦୃଢ ବିଶ୍ୱାସ ଓ ଠିକ ସିଦ୍ଧାନ୍ତ ଆପଣଙ୍କୁ ସବୁ କାର୍ଯ୍ୟ୍ୟ ସୁଚାରୁରୁପେ ସମ୍ପାଦନ କରିବାକୁ ପ୍ରେରଣା ଯୋଗାଇବ । ଆମ ଠିକ ସମୟରେ କାର୍ଯ୍ୟ୍ୟକୁ ସମ୍ପୁର୍ଣ୍ଣ କରିବାର ପ୍ରୟାସ ଜାରିରଖିବେ । ଘରପାଇଁ କିଛି ଦରକାରୀ ଆବଶ୍ୟକୀୟ ଜିନିଷ କିଣିପାରନ୍ତି । ଆପଣ ଚାହିଁଲେ ଗୋଟିଏ ନୂଆ ଗାଡି କିଣିପାରିବେ । ବନ୍ଧୁମାନଙ୍କ ଗହଣରେ ସହର ବାହାରକୁ ପରିଭ୍ରମଣରେ ଯିବେ । ଏପରି ଆମୋଦ ଦାୟକ ଭ୍ରମଣ ଅନୁଭୁତି ଆପଣଙ୍କ ସ୍ମୃତିରେ ଅଭୁଲା ହୋଇ ରହିପାରେ ।