ETV Bharat / bharat

କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି

ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ

congress leader Sonia Gandhi admitted to Hospital in Delhi
congress leader Sonia Gandhi admitted to Hospital in Delhi (ANI)
author img

By ETV Bharat Odisha Team

Published : February 20, 2025 at 11:03 PM IST

1 Min Read
Choose ETV Bharat

ନୂଆଦିଲ୍ଲୀ: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି । ଦିଲ୍ଲୀ ସ୍ଥିତ ଗଙ୍ଗାରାମ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ସୁତ୍ର ଅନୁଯାୟୀ, ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ଆଜି (ଗୁରୁବାର) ଜଣାପଡିଛି । ଆଉ ମଧ୍ୟ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି ।

ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି:

କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଦିଲ୍ଲୀ ସ୍ଥିତ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ରହିଛି । ତେବେ ସେ କେଉଁଦିନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସେନେଇ କୌଣସି ସୂଚନା ମିଳିପାରିନାହିଁ । ସୁତ୍ର ଅନୁଯାୟୀ,ତାଙ୍କୁ ଗୁରୁବାର ସକାଳେ ଭର୍ତ୍ତି କରାଯାଇଛି । ଡାକ୍ତରୀ ଟିମ ତାଙ୍କର ଯାଞ୍ଚ ଜାରି ରଖିଛନ୍ତି । ଶୁକ୍ରବାର ତାଙ୍କୁ ହସ୍ପିଟାଲରେ ଡିସଚାର୍ଜ କରାଯାଇପାରେ ।

ଏହାମଧ୍ୟ ପଢନ୍ତୁ...

ଆଉ ନାହାନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, କାଲି ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ

ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଅସୁସ୍ଥ, ଭେଟିଲେ ମୋହନ, ଆରୋଗ୍ୟ କାମନା କଲେ ନବୀନ - CM Mohan Meets Biswabhusan

ସୋନିଆ ଗାନ୍ଧୀଙ୍କ ରାଜନୈତିକ କ୍ୟାରିୟର:

ସୋନିଆ ଗାନ୍ଧୀ ପ୍ରଥମ ଥର ପାଇଁ ରାଜ୍ୟସଭା ସାଂସଦ ଭାବରେ ଶପଥ ଗ୍ରହଣ କରିଥିଲେ । ଲୋକସଭାକୁ 6ଥର ନିର୍ବାଚିତ ହୋଇଥିବା ସୋନିଆ ଚଳିତଥର ପ୍ରଥମ କରି ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । 1999 ମସିହାରୁ ସୋନିଆ କ୍ରମାଗତ ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ବିଜୟୀ ଲାଭ କରିଛନ୍ତି । 1999ରେ ସୋନିଆ ଉତ୍ତରପ୍ରଦେଶର ଆମେଠୀ ଆସନରୁ ଜିତି ଲୋକସଭାରେ ପହଞ୍ଚିଥିଲେ । ଏହା ପରେ 2004ରେ ତାଙ୍କ ପୁଅ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ନିର୍ବାଚନ ରାଜନୀତିରେ ପ୍ରବେଶ କରିଥିଲେ ।

ରାହୁଲ ଆମେଠୀ ଆସନରୁ ଏବଂ ସୋନିଆ ରାୟବରେଲି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ପ୍ରକାଶଥାଉକି, ରାୟବରେଲିରୁ ସୋନିଆଙ୍କ ଶାଶୁ ଇନ୍ଦିରା ଗାନ୍ଧୀ ଏକଦା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ସୋନିଆ 2004, 2009, 2014 ଏବଂ 2019 ରେ କ୍ରମାଗତ ଚାରିଥର ରାୟବରେଲି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ବିଜୟୀ ହୋଇଥିଲେ । 2024 ଲୋକସଭା ନିର୍ବାଚନ ପୂର୍ବରୁ ସୋନିଆ ରାଜ୍ୟସଭାକୁ ଯାଇଛନ୍ତି । 57 ବର୍ଷ ପରେ ନେହେରୁ-ଗାନ୍ଧୀ ପରିବାରର ଜଣେ ସଦସ୍ୟ ରାଜ୍ୟସଭା ଯାଇଛନ୍ତି ।