ETV Bharat / bharat

ଏମିତି ଏକ ମନ୍ଦିର: ପୂଜା ପାଉଛନ୍ତି ମା’ କାଳୀ, ଭୋଗ ଲାଗୁଛି ମୋମୋ-ଚାଉମିନ - CHINESE KALI TEMPLE

ସାଧାରଣତଃ ଠାକୁରଙ୍କ ପାଖେ ଭୋଗ ହୁଏ ଖିରି-ଖେଚୁଡି, ପିଠା-ମିଠା । ହେଲେ କୋଲକାତାରେ ଥିବା ଏକ ମନ୍ଦିରରେ ଭୋଗ ହେଉଛି ମୋମୋଜ, ଚାଉମିନ ।

କୋଲକାତା ଟାଙ୍ଗରାସ୍ଥିତ କାଳୀ ମନ୍ଦିର
କୋଲକାତା ଟାଙ୍ଗରାସ୍ଥିତ କାଳୀ ମନ୍ଦିର (ETV Bharat)
author img

By ETV Bharat Odisha Team

Published : June 8, 2025 at 6:58 AM IST

2 Min Read

କୋଲକାତା: ଇଶ୍ୱର ଏକ ବିଶ୍ୱାସ । ଏକ ଶ୍ରଦ୍ଧା । ଟିକିଏ ଆଶୀର୍ବାଦ, ଟିକିଏ ଆଶ୍ୱାସନା ପାଇଁ ମଣିଷ ଅନ୍ତର ଢାଳି ଈଶ୍ୱରଙ୍କୁ ପୂଜା କରେ । ଆଖି ପୂରିଲା ଯାଏ ନିଜ ଠାକୁରଙ୍କୁ ସଜାଏ, ମନ ପସନ୍ଦର ଖାଦ୍ୟ ଭୋଗ କରେ । ହିନ୍ଦୁ ପରମ୍ପରାରେ ପୂଜା କରିବାର ଏମିତି ବିଧି ରହିଛି । ସମୟ ଆଉ ପରିସ୍ଥିତି ଅନୁସାରେ ଠାକୁରଙ୍କ ଭୋଗ ବି ବଦଳୁଛି । ସାଧାରଣତଃ ଠାକୁରଙ୍କ ପାଖେ ଭୋଗ ହୁଏ ଖିରି-ଖେଚୁଡି, ପିଠା-ମିଠା । ହେଲେ ଆମ ଦେଶରେ ଏମିତି ଏକ ମନ୍ଦିର ରହିଛି, ଯେଉଁଠି ଏହି ପାରମ୍ପାରିକ ଭୋଗର ସ୍ଥାନ ନେଇଛି ମୋମୋଜ, ଚାଉମିନ, ଫ୍ରାଇଡ ରାଇସ ଇତ୍ୟାଦି ।

କୋଲକାତା ଟାଙ୍ଗରାସ୍ଥିତ କାଳୀ ମନ୍ଦିର
କୋଲକାତା ଟାଙ୍ଗରାସ୍ଥିତ କାଳୀ ମନ୍ଦିର (ETV Bharat)

ପଶ୍ଚିମବଙ୍ଗର ଟାଙ୍ଗରା ଇଲାକାରେ କାଳୀଙ୍କର ଏମିତି ଏକ ମନ୍ଦିର ଅଛି, ଯେଉଁଠି ଶ୍ରଦ୍ଧାଳୁମାନେ ମାଙ୍କୁ ବିଶେଷ ପ୍ରକାର ଭୋଗ ଲାଗି କରିଥାନ୍ତି । ଭୋଗର ନାଁ ଶୁଣିଲେ ଅପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏଠି ମାଙ୍କୁ ଭୋଗ ଦିଆଯାଏ, ନୁଡୁଲ୍ସ ଏବଂ ଚାଇନିଜ ଖୀଦ୍ୟ । ତେବେ ଏହି ମନ୍ଦିରରେ ଏପରି ପୂଜା ବିଧି କାହିଁକି ରହିଛି ଏବଂ କେବେଠୁ ରହିଛି ଆସନ୍ତୁ ଜାଣିବା ।

ଟାଙ୍ଗରାସ୍ଥିତ କାଳୀ ମନ୍ଦିର
ଟାଙ୍ଗରାସ୍ଥିତ କାଳୀ ମନ୍ଦିର (ETV Bharat)

କେଉଁଠି ରହିଛି ଏହି ମନ୍ଦିର ?

କୋଲକାତାର ଟାଙ୍ଗରା ଇଲାକାରେ ରହିଛି ଏହି ମନ୍ଦିର । ଏଠାରେ ଥିବା ମା’ କାଳୀଙ୍କ ମନ୍ଦିରକୁ ଚାଇନିଜ ମନ୍ଦିର ବୋଲି କୁହାଯାଏ । ଖୁବ୍ ଲୋକପ୍ରିୟ ଏହି ମନ୍ଦିରରେ ମା’ କାଳୀଙ୍କୁ ପାରମ୍ପରିକ ପଦ୍ଧତିରେ ପୂଜା କରାଯାଏ ସତ ହେଲେ ଭୋଗ ଦିଆଯାଏ ଚାଇନିଜ ଖାଦ୍ୟ । ଶ୍ରଦ୍ଧାଳୁମାନେ ମାଙ୍କୁ ଚାଇନିଜ ଖାଦ୍ୟ ଭୋଗ କରିଥାନ୍ତି । ଏହି ପରମ୍ପରା ଆଜି ନୁହେଁ, କାହିଁ କେଉଁ କାଳରୁ ଚାଲିଆସୁଛି । ଲଡ୍ଡୁ, ପୁରୀ, ହାଲୁଆ ବଦଳରେ ଏଠି ମା’ଙ୍କୁ ଭୋଗ ଲାଗି ହୁଏ ମୋମୋଜ, ଚାଇନିଜ, ଫ୍ରାଏଡ ରାଇସ । ଏହି ମନ୍ଦିର ଯେଉଁଠି ଅଛି ସେହି ଇଲାକାକୁ ଚାଉନା ଟାଉନ ବି କୁହାଯାଏ ।

କାଳୀ ମନ୍ଦିରରେ ଲାଗିଥିବା ବୋର୍ଡ
କାଳୀ ମନ୍ଦିରରେ ଲାଗିଥିବା ବୋର୍ଡ (ETV Bharat)

ଚାଉନା ଟାଉନର ଇତିହାସ

ଅଷ୍ଟାଦଶ ଶତାବ୍ଦୀର ଶେଷ ସମୟରେ ଏହି ଇଲାକାରେ ବହୁ ସଂଖ୍ୟକ ଚୀନ ଲୋକ ରହୁଥିଲେ । ହିନ୍ଦୁ ଲେକ ବି ରହୁଥିଲେ । ଏହି କାରଣରୁ ଏଠାରେ ହିନ୍ଦୁ ଏବଂ ଚାଇନିଜ ଉଭୟ ସଭ୍ୟତାର ଅପୂର୍ବ ମିଳନ ଦେଖିବାକୁ ମିଳିଥାଏ । ଟାଙ୍ଗରାସ୍ଥିତ ମା’ କାଳୀଙ୍କର ଏହି ମନ୍ଦିରରେ ଯେଉଁ ବୋର୍ଡ ଲାଗିଛି ଏଥିରେ ଇଂରାଜୀ ଓ ଚାଇନିଜ ଭାଷାରେ ଉଲ୍ଲେଖ ରହିଛି । ଏହି ମନ୍ଦିରର ଛାତ ଉପରେ ହୋଇଥିବା ସାଜସଜ୍ଜା ବି ଦେଖିବା ପରି । ଏଠାରେ ହିନ୍ଦୁ ଦେବଦେବୀଙ୍କ ଫଟୋ ସହ ଚୀନର ଡ୍ରାଗନ ଏବଂ ସେ ସମ୍ବନ୍ଧିତ ଫଟୋ ଲଗା ଯାଇଥାଏ । ଏହି କାରଣରୁ ଉକ୍ତ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ପ୍ରସାଦ ଭାବେ ମୋମୋଜ ଏବଂ ନୁଡୁଲ୍ସ ଭୋଗ କରନ୍ତି ।

କାଳୀ ମନ୍ଦିରର ପ୍ରସାଦ
କାଳୀ ମନ୍ଦିରର ପ୍ରସାଦ (ETV Bharat)

ଏଠି କହି ରଖିବୁ, ଚୀନରେ ଯେତେବେଳେ ଗୃହଯୁଦ୍ଧ ଲାଗି ରହିଥିଲା, ସେତେବେଳେ ଅନେକ ଚାଇନିଜ ଏଠାକୁ ପଳାଇ ଆସିଥିଲେ । କୋଲକାତାର ଟାଙ୍ଗରା ଇଲାକାରେ ଶରଣାର୍ଥୀ ଭାବେ ଆଶ୍ରୟ ନେଇଥିଲେ । ସମୟକ୍ରମେ ଲୋକେ ଏହି ମନ୍ଦିରରେ ଚାଇନିଜ ଭୋଗ ଦେବାକୁ ଲାଗିଲେ । ଆଜିଯାଏ ଏହି ପ୍ରଥା ଜାରି ରହିଛି । ଏହି ମନ୍ଦିରର ଅନ୍ୟ ଏକ ବିଶେଷତ୍ତ୍ୱ ହେଉଛି ଏଠିକାର ପୂଜାରୀ ହେଉଛନ୍ତି ଚାଇନିଜ ଲୋକ । ତଥାପି ଏହି ମନ୍ଦିର ପ୍ରତି ହିନ୍ଦୁମାନଙ୍କର ଶ୍ରଦ୍ଧା ରହିଛି ।

ଏହା ମଧ୍ୟ ପଢନ୍ତୁ ଚେନାବ ବ୍ରିଜ ଲୋକାର୍ପିତ, କାଶ୍ମୀରକୁ ମୋଦିଙ୍କ 46000 କୋଟିର ପ୍ରକଳ୍ପ

ଏହା ମଧ୍ୟ ପଢନ୍ତୁ ବାଘ ଜଗୁଛି ଗାଲିଲିଓ, 91 ଜଣଙ୍କୁ ପଠାଇଲାଣି ଜେଲ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.