Chenab Railway Bridge Inauguration ରାମବନ(ଜମ୍ମୁ କାଶ୍ମୀର): ଜମ୍ମୁ କାଶ୍ମୀର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାଇଁ ଜମ୍ମୁ କାଶ୍ମୀରରେ । ଆଜି ଜମ୍ମୁ କାଶ୍ମୀରରେ ବିକାଶ ଏବଂ ସଂଯୋଗୀକରଣର ଏକ ନୂତନ ଯୁଗ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଚେନାବ ନଦୀ ଉପରେ ନିର୍ମିତ ବିଶ୍ୱର ସବୁଠାରୁ ଉଚ୍ଚ ରେଳ ସେତୁ ଏବଂ ଦେଶର ପ୍ରଥମ କେବୁଲ-ଷ୍ଟେ ଅଞ୍ଜି ସେତୁର ଉଦଘାଟନ କରିଛନ୍ତି । ଚମତ୍କାର ସ୍ଥାପତ୍ୟର ନିଦର୍ଶନ ଚେନାବ ରେଲ୍ ବ୍ରିଜ୍ । ପ୍ରଧାନମନ୍ତ୍ରୀ ଏଠାରେ ମୋଟ 46 ହଜାର କୋଟି ଟଙ୍କାର ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ସେତୁ ସହିତ, ପ୍ରଧାନମନ୍ତ୍ରୀ ମୋଦି କଟରାରୁ ଶ୍ରୀନଗର ପର୍ଯ୍ୟନ୍ତ ବନ୍ଦେ ଭାରତ ଟ୍ରେନକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।
#WATCH | J&K: Prime Minister Narendra Modi inaugurates Anji bridge, India’s first cable-stayed rail bridge. Lt Governor Manoj Sinha, CM Omar Abdullah and Railway Minister Ashwini Vaishnaw also present. #KashmirOnTrack
— ANI (@ANI) June 6, 2025
(Video: DD) pic.twitter.com/vMsBaMMNBb
ଏହି ସେତୁ ପ୍ୟାରିସର ଏଫିଲ୍ ଟାୱାରଠାରୁ ମଧ୍ୟ ଉଚ୍ଚ । ଏହି ସେତୁ ନିର୍ମାଣ ପାଇଁ ପ୍ରାୟ 1500 କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ସେତୁର ଉଦଘାଟନ କରିବାର ଗୋଟିଏ ଘଣ୍ଟା ପରେ, ଅର୍ଥାତ୍ ଦିନ 12ଟାରେ ପ୍ରଧାନମନ୍ତ୍ରୀ ମୋଦି କଟରାରୁ ଶ୍ରୀନଗର ପର୍ଯ୍ୟନ୍ତ ଦୁଇଟି ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏନେଇ ରେଳବାଇ ପକ୍ଷରୁ କୁହାଯାଇଛି ଯେ, ଉଦୟପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ସଂଯୋଗ ପ୍ରକଳ୍ପର ମୋଟ୍ ଲମ୍ବ ପ୍ରାୟ 272 କିଲୋମିଟର । ଏହାକୁ ନିର୍ମାଣ କରିବାରେ 43 ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି। ଏହି ପ୍ରକଳ୍ପରେ 36ଟି ସୁଡ଼ଙ୍ଗ ଏବଂ 943ଟି ସେତୁ ମଧ୍ୟ ଅନ୍ତର୍ଭୁକ୍ତ।
#WATCH | J&K: Prime Minister Narendra Modi waves the Tiranga as he inaugurates Chenab bridge - the world’s highest railway arch bridge.#KashmirOnTrack
— ANI (@ANI) June 6, 2025
(Video: DD) pic.twitter.com/xfBnSRUQV5
ବିଶ୍ୱର ସର୍ବୋଚ୍ଚ ରେଳ ସେତୁ
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ଯେ, ଚେନାବ ନଦୀ ଉପରେ ନିର୍ମିତ ୧ କିଲୋମିଟରରୁ ଅଧିକ ଲମ୍ବା ରେଳ ସେତୁ ପ୍ରାୟ ୩୫୯ ମିଟର ଉଚ୍ଚତାରେ ନିର୍ମିତ, ଯାହା ଏଫିଲ୍ ଟାୱାରଠାରୁ ୩୫ ମିଟର ଉଚ୍ଚ। ସେ କହିଛନ୍ତି ଯେ, ଏହି ସେତୁ ଘଣ୍ଟା ପ୍ରତି ୨୬୦ କିଲୋମିଟର ପବନ ଏବଂ ଭୂକମ୍ପ ଜୋନ୍-V ସହ୍ୟ କରିପାରିବ। ଡିଆରଡିଓ ସହାୟତାରେ ଏହି ବ୍ରିଜ୍ କୁ ବ୍ଲାଷ୍ଟ ପ୍ରୁଫ୍ କରାଯାଇଛି। ଏହାର ନିର୍ମାଣରେ ପ୍ରାୟ ୨୭ ହଜାର ମେଟ୍ରିକ୍ ଟନ୍ ଇସ୍ପାତ ବ୍ୟବହାର କରାଯାଇଛି। ଏହାର ଲମ୍ବ ୧୩୧୫ ମିଟର ଏବଂ ଏହି ପ୍ରକଳ୍ପ ଅଗଷ୍ଟ ୨୦୦୪ରେ ଆରମ୍ଭ ହୋଇଥିଲା।
#WATCH | J&K: Prime Minister Narendra Modi inaugurates Chenab bridge - the world’s highest railway arch bridge. Lt Governor Manoj Sinha, CM Omar Abdullah and Railway Minister Ashwini Vaishnaw also present.#KashmirOnTrack
— ANI (@ANI) June 6, 2025
(Video: DD) pic.twitter.com/Jv4d5tLOqW
କଟରା-ଶ୍ରୀନଗର ବନ୍ଦେ ଭାରତ ଟ୍ରେନର ହେବ ଶୁଭାରମ୍ଭ
କଟରାରୁ ଶ୍ରୀନଗର ଯାଉଥିବା ବନ୍ଦେ ଭାରତ ଟ୍ରେନରେ ଉଚ୍ଚ-ପ୍ରଯୁକ୍ତି ସୁବିଧା ଯୋଗାଇ ଦିଆଯାଇଛି। ଏଥିରେ ଯାତ୍ରୀମାନଙ୍କ ପାଇଁ ଭଡ଼ା ଦେଖିବାକୁ ଗଲେ- ଚେୟାର କାର୍ ର ଭଡ଼ା ପ୍ରାୟ ୭୧୫ ଟଙ୍କା, ଏକଜିକ୍ୟୁଟିଭ୍ କ୍ଲାସର ଭଡ଼ା ପ୍ରାୟ ୧୩୨୦ ଟଙ୍କା ରହିବ। ବନ୍ଦେ ଭାରତ ଟ୍ରେନରେ ଆଣ୍ଟି-ଫ୍ରିଜିଂ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଇଛି। ଏହା ସହିତ ଜିରୋ କଣ୍ଡିସନରେ ହିଟିଂ ସିଷ୍ଟମ୍ ମଧ୍ୟ ଉପଲବ୍ଧ ହେବ। ସିଟ୍ ବିଷୟରେ କହିବାକୁ ଗଲେ, ସେଗୁଡ଼ିକ 360 ଡିଗ୍ରୀ ବୁଲି ପାରିବ। ପ୍ରତ୍ୟେକ ସିଟ୍ରେ USB ଚାର୍ଜିଂ ପଏଣ୍ଟ ଉପଲବ୍ଧ ହେବ। ଏହି ବନ୍ଦେ ଭାରତ ଟ୍ରେନ୍ରେ ଶୁଦ୍ଧ ନିରାମିଷ ଖାଦ୍ୟ ବ୍ୟତୀତ ସ୍ୱାଦିଷ୍ଟ ଖାଦ୍ୟର ମଧ୍ୟ ବ୍ୟବସ୍ଥା କରାଯାଇଛି।

କଟରା ଏବଂ ଶ୍ରୀନଗର ମଧ୍ୟରେ ଚାଲୁଥିବା ବନ୍ଦେ ଭାରତ ଟ୍ରେନ୍ ଶନିବାର, ଜୁନ୍ 7 ତାରିଖରୁ ସାଧାରଣ ଲୋକଙ୍କ ପାଇଁ ଚାଲିବ। ଏହି ଟ୍ରେନ୍ ଗୋଟିଏ ଦିନରେ ଚାରି ରାଉଣ୍ଡ କରିବ। ଏହି ଟ୍ରେନ୍ର ଏକମାତ୍ର ରହଣି ସ୍ଥାନ ବନିହାରରେ କରାଯାଇଛି।
ଏହା ମଧ୍ୟ ପଢ଼ନ୍ତୁ- ଭାରତରେ ତିଆରି ହେବ ଯୁଦ୍ଧ ବିମାନ ରାଫେଲ ! ଟେନସନରେ ଚୀନ-ପାକିସ୍ତାନ