ETV Bharat / bharat

ଟ୍ରେନରେ ଉପଲବ୍ଧ ହେବ ATM ସୁବିଧା, ଦେଶରେ ପ୍ରଥମ ଥର ପାଇଁ ଟ୍ରାଏଲ - ATM IN TRAIN

ଟ୍ରେନରେ ମଧ୍ୟ ଉପଲବ୍ଧ ହେବ ATM । ଯାତ୍ରା ସମୟରେ ଟଙ୍କାର ଅଭାବ ରହିବ ନାହିଁ । ଦେଶରେ ପ୍ରଥମ ଥର ପାଇଁ ଟ୍ରାଏଲ ।

Central Railway Installed ATM
Central Railway Installed ATM ((ପ୍ରତୀକାତ୍ମକ ଫଟୋ) (ETV Bharat ))
author img

By ETV Bharat Odisha Team

Published : April 16, 2025 at 5:09 PM IST

1 Min Read

ମୁମ୍ବାଇ: ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଥର ଟ୍ରେନ ମିଳିବ ATM (Automated Teller Machine) ସୁବିଧା । ଟ୍ରେନରେ ଯାତ୍ରୀଙ୍କ ସୁବିଧା ପାଇଁ କେନ୍ଦ୍ରୀୟ ରେଳବାଇ (Central Railway)ପଞ୍ଚବଟି ଏକ୍ସପ୍ରେସରେ ଏକ ATM ସ୍ଥାପନ କରିଛି । ବର୍ତ୍ତମାନ ଏହାକୁ ପରୀକ୍ଷାମୂଳକ ଭାବରେ ଆରମ୍ଭ କରାଯାଇଛି । ଯଦି ଏହି ସେବା ସଫଳ ହୁଏ, ତେବେ ଏହାକୁ ଆହୁରି ବିସ୍ତାର କରିବା ବିଷୟରେ ଆଲୋଚନା କରାଯିବ । ଏହି ଟ୍ରେନ୍ ନାସିକର ମନମାଡ-ମୁମ୍ବାଇ ମଧ୍ୟରେ ଚାଲିଥାଏ ।

ଟ୍ରେନରେ ଏଟିଏମ:

କେନ୍ଦ୍ରୀୟ ରେଳବାଇର ଭୁସାୱଲ ଡିଭିଜନର ଅଧିକାରୀଙ୍କ ସୂଚନା ଅନୁଯାୟୀ, ପରୀକ୍ଷାମୂଳକ ଭାବରେ ମୁମ୍ବାଇ-ମନମାଡ ପଞ୍ଚବଟି ଏକ୍ସପ୍ରେସରେ ଏକ ସ୍ୱୟଂଚାଳିତ ଟେଲର ମେସିନ୍ (ATM) ସ୍ଥାପନ କରାଯାଇଛି । ଏହା ଏକ ଘରୋଇ ବ୍ୟାଙ୍କ ଦ୍ୱାରା ପ୍ରଦାନ କରାଯାଇଛି । ଏହି ATM ଦୈନିକ ଏକ୍ସପ୍ରେସ୍ ସେବାର ଏୟାରକଣ୍ଡିସନ୍ଡ୍ ଚେୟାର କାର୍ କୋଚ୍‌ରେ ସ୍ଥାପିତ ହୋଇଛି । ପ୍ରଥମେ ଏହାକୁ ପରୀକ୍ଷା ମୂଳକ ଭାବରେ ଲଗାଯାଇଛି । ଖୁବଶୀଘ୍ର ଏହା ସମସ୍ତ ଯାତ୍ରୀଙ୍କ ପାଇଁ ଉପଲବ୍ଧ କରାଯିବ ।

କେନ୍ଦ୍ରୀୟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସ୍ୱପ୍ନିଳ ନୀଲା PTIକୁ କହିଛନ୍ତି ଯେ, ପରୀକ୍ଷାମୂଳକ ଭାବରେ ପଞ୍ଚବଟି ଏକ୍ସପ୍ରେସରେ ଏହି ATM ସ୍ଥାପନ କରାଯାଇଛି । ରେଳ ଅଧିକାରୀଙ୍କ ଅନୁଯାୟୀ, ATMକୁ କୋଚ୍ ପଛ ପାର୍ଶ୍ୱରେ ଥିବା ଏକ ଚାମ୍ବରରେ ଲଗାଯାଇଛି । ଏହା ପୂର୍ବରୁ ଏକ ଅସ୍ଥାୟୀ ପାଣ୍ଟ୍ରି (pantry) ଭାବରେ ବ୍ୟବହୃତ ହେଉଥିଲା ।

ଏହା ମଧ୍ୟ ପଢ଼ନ୍ତୁ...

ଟ୍ରେନରେ ମୋବାଇଲ ହଜିଗଲେ ଚିନ୍ତା କରନ୍ତୁନି, ଏମିତି କଲେ ଫେରିପାଇବେ

ଯାତ୍ରୀଙ୍କ ସୁବିଧା ପାଇଁ ରେଳବାଇର ବଡ଼ ପ୍ରସ୍ତୁତି, ଟ୍ରେନରେ ସିଟ୍ ଅନୁଯାୟୀ ଦିଆଯିବ ଟିକେଟ୍

ପଞ୍ଚବଟି ଏକ୍ସପ୍ରେସ୍:

ଟ୍ରେନ ଚଳାଚଳ ସମୟରେ ସୁରକ୍ଷା ଏବଂ ପ୍ରବେଶ ସୁନିଶ୍ଚିତ କରିବା ପାଇଁ ଏକ ସଟର ଡୋର ଯୋଗାଇ ଦିଆଯାଇଛି । ରେଳ ଅଧିକାରୀଙ୍କ ଅନୁଯାୟୀ, ମନମାଡ ରେଳ ୱାର୍କସପ୍‌ର କୋଚଗୁଡ଼ିକରେ ଆବଶ୍ୟକୀୟ ପରିବର୍ତ୍ତନ କରାଯାଇଛି । ପଞ୍ଚବଟି ଏକ୍ସପ୍ରେସ୍ ପ୍ରତିଦିନ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ ଏବଂ ମନମାଡ ଜଙ୍କସନ୍ ମଧ୍ୟରେ ପ୍ରତିଦିନ ଚଳାଚଳ କରେ । ଏହାର ଏକପାଖିଆ ଯାତ୍ରା ପ୍ରାୟ 4.35 ଘଣ୍ଟାରେ ସମାପ୍ତ କରେ । ଇଣ୍ଟରସିଟି ଯାତ୍ରା ପାଇଁ ସୁବିଧାଜନକ ସମୟ କାରଣରୁ ଏହା ଏହି ରୁଟରେ ଲୋକପ୍ରିୟ ଟ୍ରେନଗୁଡ଼ିକ ମଧ୍ୟରୁ ଗୋଟିଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.