Bihar Woman Gang rape ପାଟନା: ସ୍ବାମୀ ସାମ୍ନାରେ ସ୍ତ୍ରୀକୁ ଗଣଦୁଷ୍କର୍ମ । ହତିଆର ଦେଖାଇ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ବିହାରର ନାଳନ୍ଦାରେ । ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଅଭିଯୁକ୍ତଙ୍କୁ ଧରିବାକୁ ଗଲାବେଳେ ଆକ୍ରମଣର ଶିକାର ହେଲା ପୋଲିସ ।
କଣ ଥିଲା ଘଟଣା:
ସମ୍ପର୍କୀୟଙ୍କୁ ଭେଟି ବାଇକରେ ଫେରୁଥିଲେ ଦମ୍ପତି । ଇସଲାମପୁର ଥାନା ଅଞ୍ଚଳରେ କିଛି ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ଥିଲେ । ସେମାନଙ୍କ ଠାରୁ ସୁନାଗହଣା ଟଙ୍କା ଲୁଟ କରିଥିଲେ । ଏହା ପରେ ସ୍ବାମୀ ସାମ୍ନାରେ ସ୍ତ୍ରୀକୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ଲୁଟି ନେଲେ 50 ହଜାର ନଗଦ ଟଙ୍କା, ସୁନା ଗହଣା:
ପୀଡିତାଙ୍କ କହିବା ଅନୁସାରେ, ଦୁର୍ବୃତ୍ତ ମାନେ ସେମାନଙ୍କ ନିକଟରୁ ନଗଦ 50 ହଜାର ଟଙ୍କା ଓ ସୁନାଗହଣା ଲୁଟି ନେଇଥିଲେ । ପୀଡିତାଙ୍କ ଚିତ୍କାର ଶୁଣି ଦୌଡି ଆସିଥିଲେ ଗାଁଲୋକେ । ସେଥିରୁ ଜଣଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଆଉ ଜଣେ ଦୁର୍ବୃତ୍ତ ଘଟଣାସ୍ଥଳରୁ ବାଇକରେ ଫେରାର ହୋଇଯାଇଥିଲେ । ତେବେ ଧରାପଡିଥିବା ଦୁର୍ବୃତ୍ତକୁ ଲୋକେ ନିସ୍ତୁକ ପିଟିଥିଲେ ।
ପୋଲିସର ତନାଘନା:
ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚିଥିଲା । ଏହା ପରେ ଅଭିଯୁକ୍ତକୁ ଗାଁଲୋକଙ୍କ ଠାରୁ ମୁକୁଳାଇ ଥାନାକୁ ଆଣିଥିଲା । ତେବେ ହିଲସା ଡିଏସପି ଓ ଦୁଇ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି । ଏହାସହ ଗାଁଲୋକଙ୍କୁ ପଚରାଉଚରା କରିଛି ପୋଲିସ ।

ବିରୋଧ କରିବାକୁ ପିଟିଲେ, ଲୁଟିଲେ:
ପୀଡିତଙ୍କ କହିବାଅନୁସାରେ, ଗତ ରବିବାର ସ୍ବାମୀ-ସ୍ତ୍ରୀ ସମ୍ପର୍କୀୟଙ୍କୁ ଘରକୁ ଯାଇଥିଲେ । ସନ୍ଧ୍ୟା ସମୟରେ ବାଇକରେ ଉଭୟେ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ଟଙ୍କା ସୁନାଗହଣା ଲୁଟିଥିଲେ । ଏହା ସହ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ଏନେଇ ପୀଡିତା ମହିଳାଙ୍କ ସ୍ବାମୀ କହିଛନ୍ତି, ଦୁଇ ଦୁର୍ବୃତ୍ତ ଆମକୁ ମାରଣାସ୍ତ୍ର ଦେଖାଇ ରାସ୍ତାରେ ଅଟକାଇଲେ । ଏହା ପରେ ସେମାନେ ଆମଠୁ 50 ହଜାର ଟଙ୍କା ଓ ବେକରେ ପିନ୍ଧି ଥିବା ସୁନା ହନୁମାନ ଲକେଟ ଲୁଟି ନେଇଥିଲେ । ଏହାପରେ ମାରଣାସ୍ତ୍ର ଦେଖାଇ ମୋତେ ବନ୍ଧକ କରି ମୋ ସ୍ତ୍ରୀକୁ ଗଣଦୁଷ୍କର୍ମ କରିଥିଲେ ।’
ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇଥିବା ପୋଲିସ ଆକ୍ରମଣର ଶିକାର:
ତେବେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଗଲାବେଳେ ଗାଁଲୋକଙ୍କ ଆକ୍ରୋଶର ଶିକାର ହୋଇଛି ପୋଲିସ । ଜହନପୁର ଗାଁରେ ପଚରାଉଚରା ପାଇଁ ଯାଇଥିଲା ପୋଲିସ । ଅଭିଯୁକ୍ତଙ୍କୁ ଗିରଫ କରିବା ବେଳେ ପୋଲିସ ଉପରକୁ ଗାଁଲୋକେ ଆକ୍ରମଣ କରିଥିଲେ । ଏଥିରେ 3 ପୋଲିସ କର୍ମୀ ଆହତ ହୋଇଛନ୍ତି । ଏହି ଘଟଣାରେ ପୋଲିସ 3 ଅଭିଯୁକ୍ତକୁ ଗିରଫ କରିଛି ।
ଜଣେ ଅଭିଯୁକ୍ତ ଗିରଫ, ଅନ୍ୟ ଜଣେ ଫେରାର:
ତେବେ ଥାନାଧିକାରୀ ଅନିଲ କୁମାର ପାଣ୍ଡେ କହିଛନ୍ତି, ଗିରଫ ଅଭିଯୁକ୍ତ ଜଣକ ହେଉଛି ଶୋଭା ବିଗହାର ଅଧିବାସୀ ଅଟେ । ଅନ୍ୟ ଅଭିଯୁକ୍ତ ଏବେବି ଫେରାର ରହିଛି । ତାର ପରିଚୟ ମିଳିଛି । ଖୁବଶୀଘ୍ର ଗିରଫ କରାଯିବ । ସେହିପରି ପୋଲିସକୁ ଆକ୍ରମଣ ଘଟଣାରେ 3 ଜଣଙ୍କୁ ଗିରଫ କରାଯାଇଛି ।