ନୂଆଦିଲ୍ଲୀ: ଆଜି ଭାରତ ପାଇଁ ଏକ ଐତିହ୍ୟର ଦିନ । ୟୁନେସ୍କୋର ମେମୋରୀ ଅଫ ଓ୍ବାର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ଭଗବତ ଗୀତା ଓ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ର । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ । ବିଶ୍ବର ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ଗର୍ବର ମୁହୁର୍ତ୍ତ ବୋଲି ଏକ୍ସରେ ଟ୍ବିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
'ଭାରତୀୟଙ୍କ ପାଇଁ ଗର୍ବର ଦିନ'
ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି, '' ବିଶ୍ୱରେ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ଗର୍ବର ମୁହୂର୍ତ୍ତ । ୟୁନେସ୍କୋର ମେମୋରି ଅଫ୍ ୱାର୍ଲ୍ଡ ରେଜିଷ୍ଟରରେ ଗୀତା ଏବଂ ନାଟ୍ୟଶାସ୍ତ୍ରକୁ ସାମିଲ କରିବା ଆମର ହେବା ଆମର ବିରଳ ବୁଦ୍ଧିମତା (timeless wisdom) ଏବଂ ସମୃଦ୍ଧ ସଂସ୍କୃତିର ବିଶ୍ୱସ୍ତରୀୟ ସ୍ୱୀକୃତି । ଭଗବତ ଗୀତା ଏବଂ ନାଟ୍ୟଶାସ୍ତ୍ର ଶତାବ୍ଦୀ ଧରି ସଭ୍ୟତା ଏବଂ ଚେତନା ପୋଷଣ କରିଆସୁଛି । ଏହାର ଅନ୍ତଦୃଷ୍ଟି ବିଶ୍ବକୁ ପ୍ରେରଣା ଯୋଗାଇଥାଏ । ''
'ଭାରତର ସଭ୍ୟତା ଓ ଐତିହ୍ୟ ପାଇଁ ଐତିହାସିକ ମୁହୂର୍ତ୍ତ'
A proud moment for every Indian across the world!
— Narendra Modi (@narendramodi) April 18, 2025
The inclusion of the Gita and Natyashastra in UNESCO’s Memory of the World Register is a global recognition of our timeless wisdom and rich culture.
The Gita and Natyashastra have nurtured civilisation, and consciousness for… https://t.co/ZPutb5heUT
କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ ଏକ୍ସରେ ଟ୍ବିଟ କରି କହିଛନ୍ତି, '' ଭାରତର ସଭ୍ୟତା ଓ ଐତିହ୍ୟ ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ଶ୍ରୀମଦ ଭଗବଦ ଗୀତା ଏବଂ ଭାରତ ମୁନିଙ୍କ ନାଟ୍ୟଶାସ୍ତ୍ର ବର୍ତ୍ତମାନ ୟୁନେସ୍କୋର ମେମୋରି ଅଫ୍ ୱାର୍ଲ୍ଡ ରେଜିଷ୍ଟରରେ ସାମିଲ କରାଯାଇଛି । ଏହି ବିଶ୍ୱସ୍ତରୀୟ ସମ୍ମାନ ଭାରତର ବିରଳ ବୁଦ୍ଧିମତା ଏବଂ କଳା ପ୍ରତିଭାକୁ ଦର୍ଶାଇଥାଏ । ଏହି ରଚନା ଗୁଡ଼ିକ ସାହିତ୍ୟ ଖଜନା ଠାରୁ ଖାଲି ଅଧିକ ନୁହଁ, ଏହା ଦାର୍ଶନିକ ଏବଂ ସୌନ୍ଦର୍ଯ୍ୟବାଦୀ ଆଧାର, ଯାହା ଭାରତର ବିଶ୍ବ ଦୃଷ୍ଟିକୋଣ ଏବଂ ଆମର ଭାବିବା, ଅନୁଭବ କରିବା, ବଞ୍ଚିବା ଏବଂ ପ୍ରକାଶ କରିବାର ପଦ୍ଧତିକୁ ପ୍ରଭାବିତ କରିଛି । ଏହା ସହିତ, ଏହି ଆନ୍ତର୍ଜାତୀୟ ରେଜିଷ୍ଟରରେ ଆମ ଦେଶର 14 ଟି ଅଭିଲେଖ ସାମିଲ ହୋଇଛି । ''
ଗୁରୁବାର ୟୁନେସ୍କୋ ମେମୋରି ଅଫ୍ ୱାର୍ଲ୍ଡ ରେଜିଷ୍ଟରରେ 74 ଟି ନୂତନ ଡକ୍ୟୁମେଣ୍ଟାରୀ ଐତିହ୍ୟ ସଂଗ୍ରହକୁ ଯୋଡିଥିଲା । ଏହାକୁ ମିଶାଇ ମୋଟ ଅଭିଲେଖ ସଂଖ୍ୟା 570ରେ ପହଞ୍ଚିଛି ।