ETV Bharat / bharat

ପାକିସ୍ତାନକୁ ବଡ଼ ଝଟକା, ବେଲୁଚିସ୍ତାନକୁ ସ୍ୱାଧୀନ ଘୋଷଣା କଲେ ବାଲୁଚ୍ ନେତା - BALOCH DECLARES INDEPENDENCE

ପାକିସ୍ତାନକୁ ବଡ଼ ଝଟକା । ବେଲୁଚିସ୍ତାନକୁ ସ୍ୱାଧୀନ ଘୋଷଣା କଲେ ବାଲୁଚ୍ ନେତା ମୀର ୟାର ବାଲୁଚ୍ ।

Baloch Declares Balochistan Independence From Pakistan
EBaloch Declares Balochistan Independence From Pakistan (ANI)
author img

By ETV Bharat Odisha Team

Published : May 15, 2025 at 12:00 AM IST

2 Min Read

ନୂଆଦିଲ୍ଲୀ: ପାକିସ୍ତାନକୁ ଲାଗିଲା ବଡ଼ ଝଟକା । ବାଲୁଚ୍ ପ୍ରତିନିଧି ମୀର ୟାର ବାଲୋଚ୍ ପାକିସ୍ତାନରୁ ବାଲୁଚିସ୍ତାନ ଅଲଗା ହେବା ନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ପ୍ରଦେଶ ବର୍ଷ ବର୍ଷ ଧରି ପାକିସ୍ତାନୀ ସେନା ଏବଂ ପାକିସ୍ତାନୀ ପୋଲିସ ଦ୍ୱାରା ହିଂସାର ଶିକାର ହୋଇଆସୁଛି । ପାକିସ୍ତାନୀ ସେନା ଏଠାରେ ନିରନ୍ତର ମାନବାଧିକାର ଉଲ୍ଲଂଘନ କରୁଛି । ଯେଉଁମାନେ ସ୍ୱର ଉଠାଉଛନ୍ତି ସେମାନଙ୍କୁ ଗାଏବ କରାଯାଉଛି । ଏନେଇ ସେ ସୋସିଆଲ ମିଡିଆରେ ଏ ସମ୍ପର୍କରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି ।

ସୋସିଆଲ ମିଡିଆରେ ପୋଷ୍ଟ କରି ମୀର ୟାର ବାଲୋଚ କହିଛନ୍ତି ଯେ, ବେଲୁଚିମାନେ ସେମାନଙ୍କର ସ୍ୱାଧୀନତା ପାଇଁ ନିଷ୍ପତ୍ତି ନେଇଛନ୍ତି ଏବଂ ଏବେ ସମଗ୍ର ବିଶ୍ୱ ଏହି ମାମଲାରେ ଚୁପ୍ ରହିବା ଉଚିତ୍ ନୁହେଁ । ସେ କହିଛନ୍ତି, "ତୁମେ ଆମକୁ ମାରିଦେବ କିନ୍ତୁ ଆମେ ବାହାରକୁ ଆସିବୁ । ଆମେ ଆମର ଜାତିକୁ ରକ୍ଷା କରିବାକୁ ବାହାରି ଆସିଛୁ । ଆସନ୍ତୁ ଏବଂ ଆମ ସହିତ ଯୋଗ ଦିଅନ୍ତୁ । ପାକିସ୍ତାନ ଅଧିକୃତ ବେଲୁଚିସ୍ତାନର ରାସ୍ତାରେ ଏକ ବାଲୁଚି ବିଦ୍ରୋହ ଚାଲିଛି । ଲୋକମାନେ ଦେଶର ସ୍ୱାର୍ଥ ପାଇଁ ବେଲୁଚିସ୍ତାନକୁ ସମର୍ଥନ କରୁଛନ୍ତି । ଏବେ, ବିଶ୍ୱ ନୀରବ ଦର୍ଶକ ହେବା ଉଚିତ୍ ନୁହେଁ ।"

ସେ ଭାରତୀୟ ନାଗରିକମାନଙ୍କୁ, ବିଶେଷକରି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ, ଯେଉଁଥିରେ ୟୁଟ୍ୟୁବର୍ ଏବଂ ଫେସବୁକରେ ସକ୍ରିୟ ଥିବା ଲୋକମାନେ ମଧ୍ୟ ସାମିଲ ଅଛନ୍ତି, ତାଙ୍କୁ ସମର୍ଥନ କରିବାକୁ ଏବଂ ବେଲୁଚିମାନଙ୍କୁ ପାକିସ୍ତାନୀ ନ କହିବାକୁ ନିବେଦନ କରିଛନ୍ତି । ସେ ଲେଖିଛନ୍ତି, "ଆମେ ପାକିସ୍ତାନୀ ନୁହଁ, ଏଠାରେ ପାକିସ୍ତାନର ଅର୍ଥ ପଞ୍ଜାବୀ, ଯେଉଁମାନେ କେବେ ବୋମା ମାଡ଼ର ସମ୍ମୁଖୀନ ହୋଇନାହାଁନ୍ତି, ସେମାନଙ୍କ ଲୋକମାନେ କେବେ ନିଖୋଜ ହୋଇନାହାଁନ୍ତି ଏବଂ ସେମାନେ ନରସଂହାର ମଧ୍ୟ ଦେଖିନାହାଁନ୍ତି ।"

ପାକିସ୍ତାନ ଅଧିକୃତ କାଶ୍ମୀରକୁ ନେଇ ଭାରତରକୁ ସମର୍ଥନ କରିଛନ୍ତି ମୀର ୟାର । ସେ ଅନ୍ତର୍ଜାତୀୟ ସମୁଦାୟକୁ ନିବେଦନ କରିଛନ୍ତି ଯେ, ସେମାନେ ଏହି ପ୍ରସଙ୍ଗରେ ଭାରତକୁ ସମର୍ଥନ କରିବା ଉଚିତ ଏବଂ ପିଓକେ ଖାଲି କରିବା ପାଇଁ ପାକିସ୍ତାନ ଉପରେ ଚାପ ପକାଇବା ଉଚିତ । ସେ ଲେଖିଛନ୍ତି ଯେ, ପାକିସ୍ତାନ ପିଓକେର ଲୋକଙ୍କୁ ମାନବ ଢାଲ ଭାବରେ ବ୍ୟବହାର କରୁଛି । ଏହି ଅଞ୍ଚଳଗୁଡ଼ିକରେ ଯେକୌଣସି ରକ୍ତପାତ ଘଟୁଛି, ଏଥିପାଇଁ ଲୋଭୀ ପାକିସ୍ତାନୀ ସେନା ଦାୟୀ । 1971 ମସିହାରେ ଯେପରି 93000 ପାକିସ୍ତାନୀ ସେନା ଢାକାରେ ଆତ୍ମସମର୍ପଣ କରିଥିଲେ, ଏମିତି ନହେଉ କି ପୁଣିଥରେ ସେମାନଙ୍କୁ ଏଭଲି ଲଜ୍ଜାର ସମ୍ମୁଖୀନ ହେବାକୁ ପଡୁ ।

ମୀର ବାଲୋଚ୍ , ବାଲୁଚିସ୍ତାନକୁ ଦେଶର ସ୍ବତନ୍ତ୍ର ମାନ୍ୟତା ଦେବାକୁ ଭାରତ ଏବଂ ବିଶ୍ୱର ଅନ୍ୟାନ୍ୟ ଦେଶମାନଙ୍କୁ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ, ବିଶ୍ୱ ପାକିସ୍ତାନର କଥା ଉପରେ ଧ୍ୟାନ ଦେବା ଉଚିତ ନୁହେଁ । କାରଣ ସେମାନେ ବିଦେଶୀ ଶକ୍ତି ସହିତ ମିଶି ବେଲୁଚିସ୍ତାନକୁ ନିଜ ଅଧୀନରେ ରଖିଛନ୍ତି । ବାଲୁଚିସ୍ତାନ ବର୍ଷ ବର୍ଷ ଧରି ମାନବାଧିକାର ଉଲ୍ଲଂଘନର ଅଭିଯୋଗ କରିଆସୁଛି । ଏଠାରେ କୌଣସି ନ୍ୟାୟିକ ପ୍ରକ୍ରିୟା ବିନା, ଦଣ୍ଡ ଦିଆଯାଏ, ଯେଉଁମାନେ ପ୍ରତିବାଦ କରନ୍ତି ସେମାନଙ୍କୁ ଗାଏବ କରିଦିଆଯାଏ । ଏଥିରେ ପାକିସ୍ତାନୀ ସେନା ଏବଂ ପାକିସ୍ତାନୀ ପୋଲିସ ଉଭୟ ସାମିଲ ଅଛନ୍ତି ।

୨୨ ଏପ୍ରିଲରେ ଜମ୍ମୁ-କାଶ୍ମୀରର ପହଲଗାମରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଦ୍ୱାରା ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରାଯାଇଥିଲା । ଏହାର ଜବାବରେ, ଭାରତ ମେ 6-7 ରାତିରେ ପାକ୍ ଅଧିକୃତ କାଶ୍ମୀର ଏବଂ ପାକିସ୍ତାନର 9ଟି ଆତଙ୍କୀ ଆଡ୍ଡା ଉପରେ ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ । ଏହା ପରେ ପାକିସ୍ତାନ ଡ୍ରୋନ୍, ମିସାଇଲ୍ ଏବଂ ଲଢ଼ୁଆ ବିମାନ ସାହାଯ୍ୟରେ ଭାରତ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଭାରତୀୟ ସେନା ଏହାର ଉଚିତ ଜବାବ ଦେଇଥିଲା । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଭାରତର ଆକ୍ରମଣରେ ପାକିସ୍ତାନର ବାୟୁସେନାର ପ୍ରାୟ 20 ପ୍ରତିଶତ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି । ଏଥିରେ ଯୁଦ୍ଧ ବିମାନ ମଧ୍ୟ ସାମିଲ ଅଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.