ମେଷ: ପ୍ରେମ ସମ୍ପର୍କରେ ଥିବା ଲୋକମାଙ୍କ ପାଇଁ ଆଜିର ଦିନ ଭଲରେ କଟିବ । ଘରର ପରିସର ଉଜ୍ୱଳ ଏବଂ ଆନନ୍ଦମୟ ରହିବ । ଦିନ ତମାମ ଚଳଚଞ୍ଚଳ ରହି ଆମୋଦ ପ୍ରମୋଦରେ ସମୟ କଟାଇବେ । ନିଜ ପରିବାରର ସଦସ୍ୟ ଓ ବନ୍ଧୁମାନଙ୍କ ଗହଣରେ ବାହାରକୁ ଭ୍ରମଣରେ ଯାଇ ନିଜକୁ ପ୍ରମୋଦିତ କରିବା ଯୋଜନା କରିପାରନ୍ତି । କର୍ମସ୍ଥଳରେ ପ୍ରଶଂସିତ ହେବେ । ବିଦ୍ୟାର୍ଥୀ ପାଠପଢ଼ାରେ ଉନ୍ନତି କରିବେ ।
ବୃଷ: ଆଜି ଆପଣ ଯାହା କିଛି ଆରମ୍ଭ କରିବେ ସେଥିରେ ସଫଳତା ମିଳିବାର ସମ୍ଭାବନା ଅଛି । ଦ୍ୱିପ୍ରହରରେ ବିତ୍ତୀୟ ଦେଣନେଣ ଉଭୟ ଲାଭଦାୟକ ଓ ସନ୍ତୋଷଜନକ ହେବ । ଆଜିର ଦିନ ଆଶାନୁରୂପକ ରୋମାଞ୍ଚକର ହୋଇ ନ ପାରେ । ସନ୍ଧ୍ୟା ସମୟ କଷ୍ଟଦାୟକ ଓ କ୍ଳାନ୍ତଭରା ହୋଇପାରେ । ନିଜର ଇଚ୍ଛା ଓ ଚିନ୍ତାକୁ ନିୟନ୍ତ୍ରଣ କରନ୍ତୁ ।
ମିଥୁନ: ନିଜ ପରିବାର ଓ ବନ୍ଧୁମାନଙ୍କୁ ଉତ୍ସାହିତ ଓ ସନ୍ତୁଷ୍ଟ ରଖିବା ପାଇଁ ନିରନ୍ତର ପ୍ରୟାସ କରିଵେ । ଆପଣ ତାଙ୍କୁ ଯେତେ ଖୁସି ଦେଵେ ସେମାନେ ଆହୁରି ଅଧିକ ବଢ଼ିଵେ । ଆପଣଙ୍କୁ ପରାମର୍ଶ ଦିଆଯାଉଛି ଯେ ନିଜକୁ ମଧ୍ୟ କିଛି ସମୟ ଦିଅନ୍ତୁ । କିଛି କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି । ନିଜ ଭୁଲ ପାଇଁ ଅନ୍ୟକୁ ଦୋଷାରୋପ କରନ୍ତୁ ନାହିଁ । ପାରିବାରିକ ଅଶାନ୍ତି ଯୋଗୁଁ ଚିନ୍ତାଗ୍ରସ୍ତ ରହିପାରନ୍ତି ।
କର୍କଟ: ଆଜି ଆପଣ ଏକ ଚିରସ୍ଥାୟୀ ଆଶାଵାଦୀ ଵ୍ୟକ୍ତି ହେଵେ । ଆପଣଙ୍କ ଉପଲବ୍ଧି ଅନ୍ୟମାନଙ୍କୁ ନକଲ କରିବା ପାଇଁ ପ୍ରେରିତ କରିଵ । ଆଜି ସନ୍ଧ୍ୟାରେ ଆପଣ ନିଜ ବନ୍ଧୁବାନ୍ଧଵଙ୍କ ସହ ଖୁସି ଓ ମଜାରେ ବିତାଇଵେ । ବ୍ୟବୟାସରେ ଲାଭବାନ ହେବେ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ବୁଲାବୁଲି କରିବାକୁ ଯାଇପାରନ୍ତି । ସୁସ୍ବାଦୁ ଖାଦ୍ୟ ଖାଇବେ ।
ସିଂହ: ଆଣଙ୍କ ଉତ୍ଫୁଲ୍ଲିତ ମନ ଯୋଗୁଁ ଖର୍ଚ୍ଚର ପରିମାଣ ବଢ଼ିପାରେ, ଏହାକୁ କମ୍ କରିବାକୁ ହେଵ । ଦିନର ଦ୍ୱିତୀୟାର୍ଦ୍ଧରେ କର୍ମକ୍ଷେତ୍ରରେ ଛୋଟ ଛୋଟ ସମସ୍ୟା ଦେଖାଯାଇପାରେ । ଏହାକୁ ଅଣଦେଖା ନକରି ସମାଧାନ କରିବା ପାଇଁ ଧିରଚିତ୍ତରେ ଭାବନ୍ତୁ । ଅନ୍ୟଥା ପରେ ଆପଣଙ୍କ ମନରୁ ଶାନ୍ତି ଚାଲିଯାଇପାରେ । କଥା କହିବା ସମୟରେ ସଞ୍ଜମତା ରକ୍ଷା କରନ୍ତୁ ।
କନ୍ୟା: ଖରାପ ସମ୍ପର୍କକୁ ସୁଧାରିବା ପାଇଁ ଚେଷ୍ଟା କରିପାନ୍ତି । କାର୍ଯ୍ୟକ୍ଷେତ୍ରରେ ନିଜର ଗତିବିଧି ଓ ବାକ୍ୟ ମାଧ୍ୟମରେ ଅନ୍ୟମାନଙ୍କୁ ଆକର୍ଷିତ କରିବେ । ଆପଣଙ୍କ ଆଖପାଖରେ ଥିବା ଲୋକଙ୍କୁ ନିଜର ମିଠା କଥାରେ ବାନ୍ଧି ରଖିବେ ଓ ସେମାନଙ୍କ ମନରେ ସଦ୍ଭାଵନା ଆଣି ନିଜକୁ ସ୍ୱତନ୍ତ୍ର ଅନୁଭଵ କରିଵେ । ମୂଲ୍ୟବାନ ଜିନିଷ ଘରକୁ କିଣିପାରନ୍ତି ।
ତୁଳା: ଆପଣ ଏକ ପରିଯୋଜନା ନେବେ ଓ ଏହାକୁ କୌଣସି ପ୍ରକାରରେ ପୁରା କରିବେ । ଆପଣଙ୍କ କାର୍ଯ୍ୟାଳୟରେ ଆପଣଙ୍କ ସହକର୍ମୀ ଓ ଉପରିସ୍ଥ କର୍ମଚାରୀ ଆପଣଙ୍କ କାର୍ଯ୍ୟକ୍ଷମତାରୁ ପ୍ରେରଣା ନେବେ । ଆପଣଙ୍କର ପଦୋନ୍ନତି ହେବାର ସମ୍ଭାଵନା ରହିଛି । ଵେତନ ଵୃଦ୍ଧି ହୋଇପାରେ । ପରିମାର ମଧ୍ୟରେ ହସଖୁସି ଲାଗି ରହିବ ।
ବିଛା: ଆଜି କୌଣସି କାର୍ଯ୍ୟର ନେତୃତ୍ବ ନେଇ ପାରନ୍ତି । ଆପଣଙ୍କ ନେତୃତ୍ବରେ ପ୍ରତ୍ୟେକ କାର୍ଯ୍ୟକୁ ସଫଳତାର ସହ ସମାପ୍ତ କରିବେ । କର୍ମ ଅନୁସାରେ ଆଶାତିତ ଫଳ ପାଇବେ । ଆକସ୍ମିକ ଧନ ଲାଭ ହୋଇପାରେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । କର୍ମଚଞ୍ଚଳ ହେବେ । କର୍ମକ୍ଷେତ୍ରରେ ନିଜ କାର୍ଯ୍ୟ ପାଇଁ ପ୍ରସଂଶାର ପାତ୍ର ହେବେ ।
ଧନୁ: କଥାରେ ନ କହି କାର୍ଯ୍ୟରେ ପରିଣତ କରିବା ସବୁଠି ଭଲ, ଏହା କେଵଳ ଆଜି ପାଇଁ ନୁହେଁ ସବୁଦିନ ପାଇଁ ପ୍ରଜୁଯ୍ୟ । ଆପଣଙ୍କ କାର୍ଯ୍ୟଶକ୍ତିକୁ ପ୍ରଦର୍ଶିତ କରିବାର ସୁଯୋଗ ପ୍ରଦାନ କରନ୍ତୁ । ଆପଣ ନିଜର ଗତିବିଧି ଦ୍ୱାରା ନିଜର ଵ୍ୟକ୍ତିତ୍ୱ ଉନ୍ନତି ସାଧନ କରିବା ପାଇଁ ଚେଷ୍ଟା କରିବେ ଓ ଆପଣଙ୍କର ସ୍ୱପ୍ନର ଘରକୁ ତୋଳିବା ପାଇଁ ଅନ୍ୟମାନେ ଉତ୍ସାହ ପ୍ରଦାନ କରିବେ ।
ମକର: ଆପଣଙ୍କ ସହ କିଛି ଅପ୍ରତିକର ଘଟଣା ଘଟିବାର ସମ୍ଭାଵନା ଅଛି । ସେଥିପ୍ରତି ସତର୍କ ରୁହନ୍ତୁ । ପରିଶ୍ରମ ଅନୁସାରେ ଫଳ ମିଳିବ । ଆପଣ ଅତ୍ୟନ୍ତ ବିରକ୍ତି ପ୍ରକାଶ ଏବଂ ରାଗ ଅନୁଭବ କରିପାରନ୍ତି । ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ୍ ଆପଣ ଅପମାନିତ ହୋଇପାରନ୍ତି । ପ୍ରିୟଜନକୁ ଆଘାତ କରିପାରନ୍ତି । ମାନସିକ ଏବଂ ଶାରୀରିକ ଭାବରେ ସୁସ୍ଥ ଅନୁଭବ ନ କରିପାରନ୍ତି ।
କୁମ୍ଭ: ଆଜି କାର୍ଯ୍ୟଭାର ଯୋଗୁଁ ଆପଣ ଭାଙ୍ଗି ପଡ଼ିବେ । ଚିନ୍ତିତ ଏବଂ ବ୍ୟଥିତ ରହିବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ଥିଲେ ମଧ୍ୟ ଖର୍ଚ୍ଚର ପରିମାଣ ବଢିଯାଇପାରେ । ଚକ୍ଷୁରୋଗ କିମ୍ୱା ଦାନ୍ତବିନ୍ଧାର ଯନ୍ତ୍ରଣା ଆପଣ ଭୋଗିପାରନ୍ତି । ଆପଣଙ୍କ କ୍ରୋଧ ତଥା କଠୋର ବାକ୍ୟର ବ୍ୟବହାର ବହୁ ବନ୍ଧୁଙ୍କଠାରୁ ଆପଣଙ୍କୁ ଦୂରେଇ ଦେବ । ତେଣୁ ରୋଗ ବଢିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।
ମୀନ: ଆପଣ ଦୀର୍ଘ ସମୟ ଧରି ଆପଣଙ୍କ ପୂର୍ଵ ପ୍ରର୍ଦଶନ ବିଷୟରେ ଚିନ୍ତା କରୁଛନ୍ତି ଓ ଆଜିର ଦିନରେ ଆପଣ ଆହୁରି ଭଲ ପ୍ରଦର୍ଶନ କରିଵେ । ଆପଣଙ୍କ ସାଙ୍ଗସାଥୀ ଆପଣଙ୍କୁ ଅସୁବିଧାରେ ପକାଇବା ପାଇଁ ଚେଷ୍ଟା କରି ପାରନ୍ତି କିନ୍ତୁ ଆପଣ ସେସବକୁ ଚିହ୍ନଟ କରି ସେଥିରୁ ସହଜରେ ମୁକ୍ତି ପାଇପାରିବେ । ଶାନ୍ତ ଏବଂ ନିରବ ରୁହନ୍ତୁ । ଭଦ୍ର ଏବଂ ବ୍ୟବହାରଶୀଳ ହୁଅନ୍ତୁ । ଆପଣଙ୍କ ଶତୃଙ୍କ ପ୍ରତି ସଜାଗ ରୁହନ୍ତୁ ।