ETV Bharat / bharat

ଉତ୍ତରାଖଣ୍ଡ ଚମୋଲିରେ ଓଡ଼ିଆ ଭାଇ ଭଉଣୀଙ୍କ ମୃତ୍ୟୁ, ଆର୍ଥିକ ସଙ୍କଟ ସାଜିଲା କାରଣ - ODISHA BROTHER SISTER DIED CHAMOLI

ଆର୍ଥିକ ସଙ୍କଟରେ ପଡ଼ି ଚମୋଲିରେ ଓଡ଼ିଶାର ଭାଇ ଭଉଣୀ ନେଲେ ଚରମ ପଦକ୍ଷେପ। ପ୍ରତ୍ୟେକ ବ୍ୟବସାୟରେ ସହିଥିଲେ କ୍ଷତି।

A woman's skeleton was found in this burnt car
A woman's skeleton was found in this burnt car (File photo- Police)
author img

By ETV Bharat Odisha Team

Published : April 10, 2025 at 9:54 PM IST

2 Min Read

ଚମୋଲି (ଉତ୍ତରାଖଣ୍ଡ): ଜ୍ୟୋତିର୍ମଠର ତପୋବନ ନିକଟ ସୁଭାଇ ମୋଟର ରାସ୍ତାରେ ଏକ ଜଳିଯାଇଥିବା କାରରୁ ଜଣେ ମହିଳାଙ୍କ କଙ୍କାଳ ମିଳିବା ପରେ, ଏବେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି। ଗତ ରବିବାର ଏକ ଜଳିଯାଇଥିବା କାର ମଧ୍ୟରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ଶରୀର ମିଳିଥିଲା। ଏବେ 4 ଦିନ ପରେ ଘଟଣାସ୍ଥଳରୁ ପ୍ରାୟ 100-200 ମିଟର ଦୂରରେ ଏକ ଗଭୀର ଖାତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଛି। ଏହି ମୃତଦେହଟି କାର ଭିତରେ ପୋଡ଼ି ଯାଇଥିବା ମହିଳାଙ୍କ ଭାଇର ବୋଲି ସ୍ପଷ୍ଟ କରିଛି ପୋଲିସ।

କର୍ଣ୍ଣାଟକ ନମ୍ବର ବିଶିଷ୍ଟ ଜଳିଯାଇଥିବା କାରରୁ ମିଳିଥିଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ:

ଏପ୍ରିଲ 6 ତାରିଖରେ ଚମୋଲି ଜିଲ୍ଲାର ତପୋବନ ଅଞ୍ଚଳର ସୁଭାଇ ମୋଟର ରାସ୍ତାର ଚାଞ୍ଚଡି ଗାଁ ନିକଟରେ କର୍ଣ୍ଣାଟକ ନମ୍ବର ପ୍ଲେଟ୍ ଥିବା KA 01 AG 0590 ନମ୍ବରର ଏକ ରିଟଜ୍ କାର ଜଳିଯାଇଥିବା ଅବସ୍ଥାରେ ମିଳିଥିଲା। ଯାହା ଭିତରେ ଜଣେ ଗୁରୁତର ଭାବେ ପୋଡ଼ିଯାଇଥିବା ମହିଳାଙ୍କ ମୃତଦେହ ମିଳିଥିଲା। ତେବେ ଏହି ଘଟଣା ପୂର୍ବରୁ ସ୍ଥାନୀୟ ଲୋକେ ଜଣେ ପୁରୁଷଙ୍କୁ ମହିଳାଙ୍କ ସହିତ ବୁଲୁଥିବା ଅବସ୍ଥାରେ ଦେଖିଥିଲେ। ଯିଏକି ଘଟଣା ପରଠାରୁ ନିଖୋଜ ଥିଲେ।

ଗଭୀର ଖାତରୁ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ:

ସେବେଠାରୁ ନିଖୋଜ ବ୍ୟକ୍ତିଙ୍କ ନିରନ୍ତର ସନ୍ଧାନ ଜାରି ରଖିଥିଲା ପୋଲିସ। ଯାହାଙ୍କ ମୃତଦେହ ଆଜି ଅର୍ଥାତ୍ ୧୦ ଏପ୍ରିଲରେ ଘଟଣାସ୍ଥଳରୁ କିଛି ଦୂରରେ ପ୍ରାୟ ୨୦୦ ମିଟର ଦୂର ଏକ ଗଭୀର ଖାତ ମଧ୍ୟରୁ ଉଦ୍ଧାର କରାଯାଇଛି। କାର ନମ୍ବର ଆଧାରରେ ମହିଳା ଜଣକ କର୍ଣ୍ଣାଟକର ବୋଲି ସନ୍ଦେହ କରାଯାଉଥିଲା। କିନ୍ତୁ ସେ ଓଡ଼ିଶାର ବୋଲି ଜଣାପଡ଼ିଛି। ଏପରିକି ତାଙ୍କ ସହ ବୁଲୁଥିବା ଲୋକଟି ତାଙ୍କ ଭାଇ ଥିଲା ବୋଲି ମଧ୍ୟ ଜଣାପଡ଼ିଛି।

Soldiers rescuing the dead body
Soldiers rescuing the dead body (photo- Police)

ଭାଇ-ଭଉଣୀ ଓଡ଼ିଶାର ବାସିନ୍ଦା ଥିଲେ:

ପୋଲିସର କହିବା ଅନୁଯାୟୀ, ସମ୍ପୂର୍ଣ୍ଣ ମାମଲାଟି ଆର୍ଥିକ ସଙ୍କଟ ସହିତ ଜଡ଼ିତ। ମହିଳାଙ୍କ ନାମ ଶ୍ୱେତା ସେନାପତି ଏବଂ ପୁରୁଷଙ୍କ ନାମ ସୁନୀଲ ସେନାପତି ଓ ସେମାନେ ଓଡ଼ିଶା ରାୟଗଡ଼ାର ବାସିନ୍ଦା ଥିଲେ। ଯିଏକି ପ୍ରାୟ ୧୫-୧୬ ବର୍ଷ ପୂର୍ବେ ବିଶାଖାପାଟଣାକୁ ସ୍ଥାନାନ୍ତରିତ ହୋଇଥିଲେ। ଦୁହେଁ ବିଶାଖାପାଟଣାରେ ବ୍ୟବସାୟ କରୁଥିଲେ। କିନ୍ତୁ ବ୍ୟବସାୟରେ ପ୍ରଚୁର କ୍ଷତି ଯୋଗୁଁ ସେମାନଙ୍କ ପାରିବାରିକ ଅବସ୍ଥା ଖରାପ ହେବାକୁ ଲାଗିଲା। ଏହା ପରେ ସେ ବେଙ୍ଗୁଳୁରୁ ଚାଲିଗଲେ।

ବ୍ୟବସାୟରେ କ୍ଷତି:

ପିତାମାତାଙ୍କ ମୃତ୍ୟୁ ପରେ ସେନାପତି ପରିବାରର ଅବସ୍ଥା ଖରାପ ହେବାକୁ ଲାଗିଲା। ଆର୍ଥିକ ଅବସ୍ଥାକୁ ସୁଧାରିବା ପାଇଁ ଉଭୟ ଭାଇଭଉଣୀ ବିଭିନ୍ନ ସ୍ଥାନରେ ବ୍ୟବସାୟ କରିଥିଲେ। କିନ୍ତୁ କୌଣସି ସ୍ଥାନରେ ବ୍ୟବସାୟରେ ସଫଳତା ପାଇ ନଥିଲେ। ସେହି ସମୟରେ ତାଙ୍କ ଭାଇ ସନ୍ତୋଷ ସେନାପତିଙ୍କର ମଧ୍ୟ କରୋନା କାଳରେ ମୃତ୍ୟୁ ହୋଇଥିଲା। ଏହାପରେ ଶ୍ୱେତା ଏବଂ ସୁନୀଲଙ୍କ ଆର୍ଥିକ ଅବସ୍ଥା ଖରାପ ହେବାକୁ ଲାଗିଲା। ଏନେଇ ଚମୋଲି ଏସପି ସର୍ବେଶ ପନୱାର ସୂଚନା ଦେଇଛନ୍ତି।

"ଶ୍ୱେତା ଏବଂ ସୁନୀଲ ବହୁତ ଦିନ ଧରି ଆର୍ଥିକ ସମସ୍ୟାରେ ପୀଡ଼ିତ ଥିଲେ। ସେମାନେ ଦୁହେଁ ଯେଉଁଠାରେ ରହୁଥିଲେ, ଲୋକଙ୍କଠାରୁ ଟଙ୍କା ମାଗି ନିଜର ଭରଣପୋଷଣ କରୁଥିଲେ। ସେ ହରିଦ୍ୱାରରେ ଏକ ଶାଢ଼ି ଦୋକାନ ମଧ୍ୟ ଖୋଲିଥିଲେ, କିନ୍ତୁ ସେଠାରେ ମଧ୍ୟ ତାଙ୍କୁ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଲା। ଉଭୟ ଭାଇ ଭଉଣୀଙ୍କ ପାଖରେ ଘର ଭଡ଼ା ଦେବା ପାଇଁ ମଧ୍ୟ ଟଙ୍କା ନଥିଲା। ଏହାପରେ ସେମାନେ କିଛି ମାସ ପୂର୍ବରୁ ଜ୍ୟୋତିର୍ମଠର ସୁଭାଇ ଅଞ୍ଚଳରେ ରହିବାକୁ ଆସିଥିଲେ, କିନ୍ତୁ ଟଙ୍କା ଅଭାବରୁ ଦୁହେଁ ବହୁତ ଅସୁବିଧାରେ ଥିଲେ। ଯେଉଁଥିପାଇଁ ଦୁହେଁ ନିଜ ଜୀବନ ଶେଷ କରିଦେଲେ।" - ସର୍ବେଶ ପନୱାର, ପୋଲିସ ଅଧିକ୍ଷକ, ଚମୋଲି

ଭାଇ ଭଉଣୀଙ୍କ ମୃତ୍ୟୁ:

ଚମୋଲି ଏସପି ସର୍ବେଶ ପନୱାର କହିଛନ୍ତି ଯେ, ପରିବାର ସଦସ୍ୟଙ୍କ ସହିତ ଯୋଗାଯୋଗ କରିବା ପରେ ଜଣାପଡ଼ିଲା ଯେ, ଉଭୟଙ୍କର ପରିବାରର ଅନ୍ୟ ସଦସ୍ୟଙ୍କ ସହିତ କୌଣସି ସମ୍ପର୍କ ନାହିଁ। ଘରର ଖରାପ ଅବସ୍ଥା ଏବଂ ଆର୍ଥିକ ଅନଟନ ଯୋଗୁଁ ସୁନୀଲ ଏବଂ ଶ୍ୱେତା ସେନାପତି ଏପରି ପଦକ୍ଷେପ ନେଇଛନ୍ତି।

ଭାଇ ସନ୍ତୋଷ ସେନାପତିଙ୍କ ନାଁରେ ଗାଡ଼ିଟି ପଞ୍ଜିକୃତ ଥିଲା:

ଚମୋଲି ଏସପିଙ୍କ ସୂଚନା ଅନୁସାରେ ରବିବାର ସକାଳେ ଶ୍ୱେତାଙ୍କ ମୃତଦେହ ଗାଡ଼ି ଭିତରେ ଜଳିଯାଇଥିବା ଅବସ୍ଥାରେ ମିଳିଥିଲା। ତେବେ ଏହାର ଚାରି ଦିନ ପରେ ଅର୍ଥାତ୍ ଆଜି ସୁନୀଲ କୁମାର ସେନାପତିଙ୍କ ମୃତଦେହ ଘଟଣାସ୍ଥଳରୁ କିଛି ଦୂରରେ ଏକ ଗଭୀର ଖାତରୁ ଉଦ୍ଧାର କରାଯାଇଥିଲା। ସେ କହିଛନ୍ତି ଯେ, ଶ୍ୱେତା ସେନାପତିଙ୍କ ମୃତଦେହ ଯେଉଁ ଜଳିଯାଇଥିବା କାର୍ ମଧ୍ୟରୁ ଉଦ୍ଧାର ହୋଇଥିଲା, ତାହା ତାଙ୍କ ଭାଇ ସନ୍ତୋଷ ସେନାପତିଙ୍କ ନାଁରେ ପଞ୍ଜୀକୃତ ଥିଲା।

ଏହା ମଧ୍ୟ ପଢ଼ନ୍ତୁ- ଜାଲନୋଟ କାରବାର ବେଳେ ମାଡିବସିଲା STF, ପୁଳା ପୁଳା 500 ଚଙ୍କିଆ ନୋଟ ଜବତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.